ବ୍ୟାଙ୍କିଙ୍ଗ୍‌, ଇନ୍‌ସ୍ୟୁରାନ୍ସ ସେବା ସ୍ବାଭାବିକ ପାଇଁ କେନ୍ଦ୍ର ଓ ରାଜ୍ୟ ଅଧିକାରୀଙ୍କ ବୈଠକ:ଓଡ଼ିଶା ଆପଣାଇବ କେରଳ ମଡେଲ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ବାତ୍ୟା ଫନୀ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ଓ ବୀମା ସେବାକୁ ପୂର୍ବଭଳି ସ୍ବାଭାବିକ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଏ ନେଇ ଗୁରୁବାର ରାଜ୍ୟ ଅତିଥି ଭବନଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା ଓ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ମୁଖ୍ୟ ସଚିବ ଅଶୋକ ମୀନା ଯୋଗ ଦେଇ ଆଗାମୀ ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଆଲୋଚନା କରିଛନ୍ତି। ଏଥିରେ ବ୍ୟାଙ୍କ, ବୀମା କମ୍ପାନୀ, ଟେଲିକମ୍‌, ରିଜର୍ଭ ବ୍ୟାଙ୍କ ଓ ଏସ୍‌ଏଲ୍‌ବିସିର ଅଧିକାରୀମାନେ ମଧ୍ୟ ଯୋଗ ଦେଇଛନ୍ତି। ମୁଖ୍ୟତଃ ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡ଼ିକର ଲୋକମାନଙ୍କୁ କିପରି ବ୍ୟାଙ୍କସେବା ପୂର୍ବଭଳି ଯୋଗାଇ ଦିଆଯିବ ସେନେଇ ଗୁରୁତ୍ୱାରୋପ କରାଯାଇଛି। ଓଡ଼ିଶା ସରକାର କେରଳ ମଡେଲ ଜରିଆରେ ସମସ୍ତ ସମସ୍ୟାର ସମାଧାନ ଲାଗି ବୈଠକରେ ନିଷ୍ପତ୍ତି ନେଇଛନ୍ତି।
କେରଳରେ ବାତ୍ୟା ହେବାପରେ ଆର୍‌ବିଆଇ ପକ୍ଷରୁ ଏକ ମାଷ୍ଟର ସର୍କୁଲାର ଜାରି କରାଯାଇଥିଲା। ଉକ୍ତ ସର୍କୁଲାର ଅନୁଯାୟୀ କେରଳର ବ୍ୟାଙ୍କଗୁଡ଼ିକ ପକ୍ଷରୁ ପୁରୁଣା ଋଣର ପୁନର୍ଗଠନ କରାଯାଇଥିଲା। ସେଠାକାର ସ୍ବୟଂ ସହାୟିକା ଗୋଷ୍ଠୀକୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଥିଲା। ଏହାସହ ଋଣ ଦିଆଯିବା ପରେ ବର୍ଷେ ପର୍ଯ୍ୟନ୍ତ ଲୋକଙ୍କୁ ଋଣ ଛାଡ କରାଯାଇଥିଲା। ଏ ନେଇ ଗତ ୧୦ରେ ଆର୍‌ବିଆଇ ଡେପୁଟି ଗଭର୍ନରଙ୍କ ଉପସ୍ଥିତିରେ ଆୟୋଜିତ ଏସ୍‌ବିସି ବୈଠକରେ ଆଲୋଚନା ହୋଇଥିଲା। ସେତେବେଳେ ଆର୍‌ବିଆଇ ଡେପୁଟି ଗଭର୍ନର ଏ ନେଇ ଏକ ଟାସ୍କଫୋର୍ସ ମିଟିଂ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ବସିଥିବା ବୈଠକରେ ଏହା ଉପରେ ଆଲୋଚନା ହୋଇଛି। ସେହି ଅନୁଯାୟୀରେ ରାଜ୍ୟ ସରକାର କେରଳ ମଡେଲ ଆପଣାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅନୁସାରେ ବ୍ୟାଙ୍କଗୁଡ଼ିକ କୃଷିଭିତ୍ତିକ ଋଣ, ଶିଳ୍ପୋଦ୍ୟୋଗୀ, ଗୃହ ନିର୍ମାଣ ଏବଂ ଶିକ୍ଷାକ୍ଷେତ୍ର ପାଇଁ ନୂଆ ଋଣର ପୁନର୍ଗଠନ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ସୂଚନା ମିଳିଛି।
ବୈଠକ ପରେ କେନ୍ଦ୍ର ଅତିରିକ୍ତ ସଚିବ ପଣ୍ଡା କହିଛନ୍ତି, ବାତ୍ୟା ପରଦିନଠାରୁ ସମୀକ୍ଷା ଚାଲିଛି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଯେପରି ତତ୍କାଳ ସୁବିଧା ଲୋକଙ୍କୁ ମିଳିବ ସେନେଇ ପ୍ରଥମ ଦିନରୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ବିଦ୍ୟୁତ୍‌ ଓ ଯୋଗାଯୋଗ ସେବାରେ ବାଧା ଯୋଗୁ ଏହା ପ୍ରଥମେ ସମ୍ଭବ ହୋଇପାରି ନ ଥିଲା। ଯେଉଁ ସ୍ଥାନରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆସିଛି ସେଠାରେ ବ୍ୟାଙ୍କ ସେବା ସ୍ବାଭାବିକ ହୋଇଛି। ଇଣ୍ଟରନେଟ୍‌ ବ୍ୟବସ୍ଥା ନ ଥିବା ସ୍ଥାନରେ ପାସ୍‌ ବୁକ୍‌ ଜରିଆରେ ଲୋକେ ୨ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରୁଛନ୍ତି। ରାଜ୍ୟର ବାତ୍ୟା ପ୍ରଭାବିତ ୬ଜିଲାରେ ୧୯୯୨ଟି ବ୍ୟାଙ୍କ ଶାଖା ମଧ୍ୟରୁ ୧୯୩୪ଟି କାର୍ଯ୍ୟକ୍ଷମ ହୋଇଛି। ୨୯୨୧ ଏଟିଏମ୍‌ ମଧ୍ୟରୁ ୨ହଜାରରୁ ଅଧିକ ବର୍ତ୍ତମାନ କାର୍ଯ୍ୟକ୍ଷମ ହେଲାଣି। ପୁରୀ, କଟକ ଓ ଖୋର୍ଦ୍ଧା ଅଞ୍ଚଳର କିଛି ଏଟିଏମ୍‌ କାର୍ଯ୍ୟ କରିନାହିଁ। ସପ୍ତାହେ ମଧ୍ୟରେ ସେସବୁ କାର୍ଯ୍ୟକ୍ଷମ ହୋଇଯିବ। ବୀମା କମ୍ପାନୀଗୁଡିକ ମଧ୍ୟ ଶୀଘ୍ର ପ୍ରାପ୍ୟ ଅର୍ଥ ପ୍ରଦାନ କରନ୍ତୁ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟ ଅର୍ଥ ସଚିବ ମୀନା କହିଛନ୍ତି, ପୁରୀରେ ବର୍ତ୍ତମାନ ୨୭ରୁ ୨୮ପ୍ରତିଶତ ଏଟିଏମ୍‌ କାର୍ଯ୍ୟ କରୁଛି। ଅପରପକ୍ଷରେ ପ୍ରଭାବିତ ଅଞ୍ଚଳରେ ସହଜ ଆବେଦନ ପତ୍ର ଜରିଆରେ ଲୋକେ ଇନ୍ସ୍ୟୁରାନ୍ସ ଆବେଦନ କରିପାରିବେ। କମ୍‌ ସୁଧରେ ଋଣ ମଧ୍ୟ ଯୋଗାଇ ଦିଆଯିବ। ମୁଦ୍ରା ଯୋଜନାରେ ହୋଟେଲ ବ୍ୟବସାୟୀମାନଙ୍କୁ ଋଣ ଦିଆଯିବାକୁ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri