Posted inଖେଳ

ବ୍ୟସ୍ତବହୁଳ କାର୍ଯ୍ୟସୂଚୀ

ଆଗକୁ ଟିମ୍‌ ଇଣ୍ଡିଆ ପାଇଁ ଅନେକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ଅକ୍ଟୋବର ଏବଂ ନଭେମ୍ବରରେ ଏକଦିବସୀୟ ଆଇସିସି ବିଶ୍ୱକପ୍‌ ଭାରତରେ ଖେଳାଯିବ। ଚଳିତ ବର୍ଡର-ଗାଭାସ୍କର ସିରିଜ୍‌ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଏକଦିବସୀୟ ମ୍ୟାଚ ଖେଳାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କଲେ ଜୁନ୍‌ରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହେବ। ଜୁଲାଇ ଏବଂ ଅଗଷ୍ଟରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ୩ଟି ଦିନିକିଆ ଖେଳିବ ଏବଂ ସେପ୍ଟେମ୍ବରରେ ଏସିଆ କପ୍‌ରେ ଅବତୀର୍ଣ୍ଣ ହେବ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପାଇଁ ତାରିଖ ଇତିମଧ୍ୟରେ ଘୋଷଣା ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ମାନଜନକ ଚାମ୍ପିୟନଶିପ୍‌ ଫାଇନାଲର ଦ୍ୱିତୀୟ ସଂସ୍କରଣ ଲଣ୍ଡନସ୍ଥିତ ଦି ଓଭାଲରେ ଖେଳାଯିବ। ଆସନ୍ତା ଜୁନ୍‌ ୭ ରୁ ୧୧ ପର୍ଯ୍ୟନ୍ତ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ଜୁନ୍‌ ୧୨କୁ ରିଜର୍ଭ ଡେ’ ରଖାଯାଇଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଉଦ୍‌ଘାଟନୀ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା ନ୍ୟୁଜିଲାଣ୍ଡ। ସାଉଥାମ୍ପଟନରେ ଖେଳା ଯାଇଥିବା ଫାଇନାଲରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆକୁ ୮ ଉଇକେଟରେ ପରାସ୍ତ କରିଥିଲା କିୱି ଟିମ୍‌। ଦ୍ୱିତୀୟ ସଂସ୍କରଣରେ ଅଷ୍ଟ୍ରେଲିଆ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳ ଭାରତ ସହ ବର୍ଡର-ଗାଭାସ୍କର ଟ୍ରଫିର ୪ ଟିକିଆ ଟେଷ୍ଟ ସିରିଜ୍‌ ଖେଳୁଛି। ତୃତୀୟ ଟେଷ୍ଟରେ ଯଦିଓ ଭାରତ ହାରିଯାଇଛି, ତେବେ ସାମ୍ପ୍ରତିକ ସ୍ଥିତି ଅନୁସାରେ ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶ୍ୱଟେଷ୍ଟ ଚାମ୍ପିୟନଶିପ ଟେବୁଲରେ ଅଷ୍ଟ୍ରେଲିଆ, ଭାରତ ପଛକୁ ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ଦଳ ରହିଛି। ଚଳିତ ବର୍ଡର-ଗାଭାସ୍କର ସିରିଜ୍‌ର ପ୍ରଥମ ୨ଟି ଟେଷ୍ଟ ଜିତିଥିବାରୁ ଭାରତ ସମ୍ପ୍ରତି ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ ସିରିଜ୍‌ରେ ଆଗୁଆ ରହିଛି। ଫାଇନାଲ ଖେଳିବା ପାଇଁ ପରବର୍ତ୍ତୀ ଟେଷ୍ଟରେ ବିଜୟ ଆବଶ୍ୟକ କରୁଛି।
ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଏକ ଇନିଂସ ଓ ୧୩୨ରନ୍‌ରେ ଏବଂ ଦ୍ୱିତୀୟ ଟେଷ୍ଟରେ ୬ ଉଇକେଟରେ ପରାସ୍ତ କରିଥିଲା। ତୃତୀୟ ଟେଷ୍ଟରେ କିନ୍ତୁ ଦଳ ୯ ଉଇକେଟରେ ହାରି ଯାଇଥିଲା। ପ୍ରଥମ ଦୁଇ ଟେଷ୍ଟରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଫର୍ମରେ ଥିବାର ସୂଚନା ଦେଇଥିଲେ। ବିଶ୍ୱର ଶ୍ରେଷ୍ଠ ସ୍ପିନର ଯୋଡ଼ି ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜା ଏପର୍ଯ୍ୟନ୍ତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ବିରାଟ କୋହଲି କ୍ରିକେଟର ୩ଟି ଫର୍ମାଟ୍‌ରେ ୨୫ ହଜାର ରନ୍‌ ପୂରଣ କରିବା ସହିତ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଶ୍ୱର ୬ଷ୍ଠ ତଥା ଭାରତର ଦ୍ୱିତୀୟ ଖେଳାଳି ରୂପେ ଏହି ସଫଳତା ପାଇବା ତାଙ୍କର ପ୍ରଶଂସକମାନଙ୍କୁ ଉତ୍ସାହିତ କରିଛି। ୩ଟି ଟେଷ୍ଟରେ ଅଶ୍ୱିନୀ ଏବଂ ଜାଡେଜାଙ୍କ ଯୋଡ଼ି ୩୯ଟି ଉଇକେଟ ନେଇ ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଟେଷ୍ଟ ଦଳକୁ ଅସୁବିଧାରେ ପକାଇଛନ୍ତି। ଅଶ୍ୱିନୀ ମଧ୍ୟ ଆଉ ଏକ କୀର୍ତ୍ତିମାନ ହାସଲ କରିଛନ୍ତି, ସେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ତମ ଉଇକେଟ ନେବା ସହ ଭ୍ରମଣକାରୀ ଦଳର ମିଡିଲ ଅର୍ଡରକୁ ଧୂଳିସାତ୍‌ କରିବାରେ ଡାଡେଜାଙ୍କୁ ବେଶ୍‌ ସହାୟତା କରିଛନ୍ତି। ଉପଅଧିନାୟକ ଲୋକେଶ ରାହୁଲ, ସୁଯୋଗ ପାଇଥିବା ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟସ ଆୟର ନିଜର ଆଶାନୁରୂପ ଖେଳିବାରେ ବିଫଳ ହୋଇଛନ୍ତି। ଚେତେଶ୍ୱର ପୂଜାରା ଯଦିଓ କିଛି ମାତ୍ରାରେ ସଫଳତା ପାଇଛନ୍ତି, ତେବେ ଦକ୍ଷତାଠାରୁ ତାହା ବହୁ ଦୂରରେ। ଭେଟେରାନ ପେସ୍‌ ବୋଲର ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ଟର୍ନିଂ ଉଇକେଟରେ ପ୍ରାରମ୍ଭରୁ ଚମକତ୍ାର ବୋଲିଂ କରିଛନ୍ତି।
ନାଗପୁର ଏବଂ ଦିଲ୍ଲୀ ପରେ ଇନ୍ଦୋର ପିଚ୍‌କୁ ନେଇ ଅନେକ ସମାଲୋଚନା ହୋଇଛି। ୩ଟିଯାକ ଟେଷ୍ଟ ଅଢ଼େଇ ଦିନରୁ କମ୍‌ ସମୟ ମଧ୍ୟରେ ଶେଷ ହୋଇଛି। ପ୍ରଥମ ୨ ଟେଷ୍ଟରେ ଭାରତ ଏବଂ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ବୋଲର ପ୍ରଭାବୀ ରହିଥିଲେ। ସ୍ପିନିଂ ଟ୍ରାକ୍‌ରେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ୧ନଂ. ବ୍ୟାଟର ମାର୍ନସ ଲାବୁସେନ ଏବଂ ଭାରତ ବିପକ୍ଷରେ ସର୍ବଦା ସଫଳ ହୋଇ ଆସୁଥିବା ଷ୍ଟିଭ ସ୍ମିଥ ଏଥର ସେମିତି କିଛି କରିସ୍ମା ଦେଖାଇ ପାରି ନାହାନ୍ତି। ଇନ୍ଦୋରରେ ଅନୁଷ୍ଠିତ ୩ୟ ଟେଷ୍ଟ ଅଷ୍ଟ୍ରେଲିଆ ସପକ୍ଷରେ ଯାଇଛି। ଫଳରେ ୨୦୦୪ ପରେ ଅଷ୍ଟ୍ରେଲିଆ ଦଳ ଭାରତରେ ଘରୋଇ ଟିମ୍‌କୁ ପରାସ୍ତ କରିବାରେ ସକ୍ଷମ ହୋଇଛି। ବର୍ଡର ଗାଭାସ୍କର ଟ୍ରଫିର ୨୭ ବର୍ଷ ଇତିହାସରେ ଏହା ପୂର୍ବରୁ ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ମୋଟ ୧୫ଟି ସିରିଜ୍‌ ମଧ୍ୟରୁ ଭାରତ ୯ଟି ଏବଂ ଅଷ୍ଟ୍ରେଲିଆ ଦଳ ମୋଟ ୫ଟି ସିରିଜ୍‌ରେ ବିଜୟୀ ହୋଇଛି ଏବଂ ଗୋଟିଏ ସିରିଜ୍‌ ଡ୍ର ରହିଛି। ୨୦୧୭ରୁ ଏପର୍ଯ୍ୟନ୍ତ ୪ଟି ସିରିଜ୍‌ ବିଜୟ ସହ ଭାରତ କ୍ରମାଗତ ଭାବେ ୪ର୍ଥ ଥର ପାଇଁ ଟ୍ରଫି ନିଜ ପାଖରେ ରଖିପାରିଛି। ଶେଷ ୩ଟି ସିରିଜ୍‌ ମଧ୍ୟରୁ ୨ଟି ସିରିଜ୍‌ ଅଷ୍ଟ୍ରେଲିଆରେ ଏବଂ ଗୋଟିଏ ଘରୋଇ ମାଟିରେ ଜିତିଛି। ଅଷ୍ଟ୍ରେଲିଆ ପାଇଁ ଆଶେସ ସିରିଜ୍‌ ବର୍ତ୍ତମାନ ଯେତେ ଗୁରୁତ୍ୱ ବହନ କରୁନାହିଁ, ବର୍ଡର ଗାଭାସ୍କର ଟ୍ରଫି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ଆଗକୁ ଟିମ୍‌ ଇଣ୍ଡିଆ ପାଇଁ ଅନେକ ବ୍ୟସ୍ତବହୁଳ ସିିରିଜ୍‌ ଖେଳିବାକୁ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅକ୍ଟୋବର ଏବଂ ନଭେମ୍ବରରେ ଏକଦିବସୀୟ ଆଇସିସି ବିଶ୍ୱକପ୍‌ ଭାରତରେ ଖେଳାଯିବାକୁ ରହିଛି। ଅଷ୍ଟ୍ରେଲିଆ ସହିତ ଟେଷ୍ଟ ସିରିଜ୍‌ ପରେ ଟିମ ଇଣ୍ଡିଆ ୩ଟି ଏକଦିବସୀୟ ମ୍ୟାଚ ଖେଳିବ। ଯଦି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରେ, ତେବେ ଜୁନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହେବ। ଜୁଲାଇ ଏବଂ ଅଗଷ୍ଟ ମାସରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ୩ଟି ଦିନିକିଆ ମ୍ୟାଚ ଖେଳିବା ସହ ସେପ୍ଟେମ୍ବର ମାସରେ ଏସିଆ କପରେ ଅତିକମରେ ୫ଟି ଏକଦିବସୀୟ ମ୍ୟାଚ ଖେଳିବ। ଏସିଆ କପ୍‌ ଆୟୋଜନକୁ ନେଇ ବିବାଦ ଥମିବାର ନାଁ ଧରୁ ନ ଥିବା ବେଳେ ଏସିସି (ଏସିଆନ୍‌ କ୍ରିକେଟ କାଉନ୍‌ସିଲ) ଏବେ ମଧ୍ୟ ଏହାକୁ ପାକିସ୍ତାନରେ ନା ୟୁଏଇରେ ଆୟୋଜନ କରିବ ତାହା ଜଣାପଡ଼ିନାହିଁ। ପୁନର୍ବାର ସେପ୍ଟେମ୍ବର ମାସରେ ଅଷ୍ଟ୍ରେଲିଆ ଟିମ୍‌ ୩ଟି ଏକଦିବସୀୟ ମ୍ୟାଚ ଖେଳିବା ପାଇଁ ଭାରତ ଗସ୍ତରେ ଆସିବ। ପରିଶେଷରେ ଅକ୍ଟୋବର ଏବଂ ନଭେମ୍ବରରେ ଆଇସିସି ଏକଦିବସୀୟ ଚାମ୍ପିୟନ ଟ୍ରଫି ଖେଳିବ ଟିମ୍‌ ଇଣ୍ଡିଆ। ଏହି ବ୍ୟସ୍ତବହୁଳ ସିରିଜ୍‌ ମଧ୍ୟରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟି୨୦ ପ୍ରିମିୟର ଲିଗ୍‌ ଆଇପିଏଲ୍‌ ମାର୍ଚ୍ଚ ୩୧ରୁ ଆରମ୍ଭ ହୋଇ ମେ ୨୮ରେ ଶେଷ ହେବ। ଏହି ଲିଗ୍‌ରେ ଭାରତୀୟ ଜାତୀୟ ଦଳର ସମସ୍ତ ଖେଳାଳି ବିଭିନ୍ନ ଦଳ ପକ୍ଷରୁ ଖେଳିବେ। ମୋଟ ୧୨ଟି ଭେନ୍ୟୁରେ ୭୪ଟି ମ୍ୟାଚ ଖେଳାଯିବ। ଏଥର ସମସ୍ତ ମ୍ୟାଚ ଭାରତ ମାଟିରେ ଖେଳାଯିବ। ୨୦୨୨ରେ ୧୫ତମ ସଂସ୍କରଣ ମଧ୍ୟ ସଂପୂର୍ଣ୍ଣ ରୂପେ ଭାରତରେ ଖେଳାଯାଇଥିଲା। କ୍ରମାଗତ ମ୍ୟାଚ ଖେଳିବାର ଥିବାରୁ ଖେଳାଳିମାନଙ୍କ ଫିଟ୍‌ନେସ୍‌, ଆଘାତଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଟୁର୍ନାମେଣ୍ଟ ପାଇଁ ଖେଳାଳିମାନଙ୍କୁ ରୋଟେଶନ୍‌ ମାଧ୍ୟମରେ ସୁଯୋଗ ଦେବା ବିସିସିଆଇ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?