Posted inଖେଳ

ସଫଳତମ ଅଧିନାୟିକା ମେଗ୍‌ ଲାନିଙ୍ଗ୍‌

ମେଗ୍‌ ଲାନିଙ୍ଗ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୫ ଥର ବିଶ୍ୱ ଚାମ୍ପିୟନ ହୋଇଛି। ଟି୨୦ରେ ୪ ଥର ଏବଂ ଦିନିକିଆରେ ଥରେ ଲାନିଙ୍ଗ୍‌ଙ୍କ ନେତୃତ୍ୱରେ ଟ୍ରଫି ହାସଲ କରିଛି ଦଳ। ଓଭରଅଲ୍‌ ତାଙ୍କ ଉପସ୍ଥିତିରେ ଅଷ୍ଟ୍ରେଲିଆ ସମୁଦାୟ ୭ଥର ବିଶ୍ୱକପ୍‌ ବିଜୟୀ ହୋଇଛି। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ମହିଳା କ୍ରିକେଟ୍‌ ସାମିଲ ହୋଇଥିବା ବେଳେ ଲାନିଙ୍ଗ୍‌ଙ୍କ ନେତୃତ୍ୱରେ
ଅଷ୍ଟ୍ରେଲିଆ ସ୍ବର୍ଣ୍ଣ ପଦକ ଜିତିଥିଲା…

ଯେକୌଣସି ଦଳଗତ କ୍ରୀଡ଼ାରେ ଅଧିନାୟକ/ଅଧିନାୟିକାଙ୍କୁ ଦଳର ମେଣୁଦଣ୍ଡ ଭାବରେ ବିବେଚନା କରାଯାଏ। କ୍ରିକେଟର ସଫଳତମ ଅଧିନାୟକ କିଏ ଏ ନେଇ ଯେତେବେଳେ ବି ଆଲୋଚନା ହୁଏ, ପ୍ରଥମେ ପୁରୁଷ ଖେଳାଳିଙ୍କ ନାମ ଆସିଥାଏ। ଅଷ୍ଟ୍ରେଲିଆର ବିଶ୍ୱକପ୍‌ ବିଜୟୀ ଅଧିନାୟକ ରିକି ପଣ୍ଟିଂଙ୍କ ସହିତ ମହେନ୍ଦ୍ର ସିଂ ଧୋନୀ, ସୌରଭ ଗାଙ୍ଗୁଲି ଓ ନାସିର ହୁସେନ୍‌ଙ୍କ ପରି ଖେଳାଳିଙ୍କୁ ବିଶ୍ୱର ଶ୍ରେଷ୍ଠ ଅଧିନାୟକ ଭାବରେ ବିବେଚନା କରାଯାଏ। ଗାଙ୍ଗୁଲି ଓ ନାସିର ହୁସେନ୍‌ ଆଇସିସି ଟ୍ରଫି ଜିତି ନ ଥିବା ବେଳେ ପଣ୍ଟିଂ ଅଧିନାୟକ ଭାବରେ ୪ ଓ ଧୋନୀ ୩ ଥର ଏହି ସଫଳତା ପାଇଛନ୍ତି। ପଣ୍ଟିଂ ନିଜ କ୍ୟାରିୟରରେ ୨ଟି ବିଶ୍ୱକପ୍‌ ଓ ଦୁଇଟି ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିବା ବେଳେ ଧୋନୀ ଏକମାତ୍ର ଅଧିନାୟକ ଭାବରେ ସମସ୍ତ ଆଇସିସି ଟ୍ରଫି (ଟି୨୦ ବିଶ୍ୱକପ୍‌, ଦିନିକିଆ ବିଶ୍ୱକପ୍‌ ଓ ଚାମ୍ପିୟନ୍ସ ଟ୍ରଫି) ଜିତିବାର ଗୌରବ ହାସଲ କରିଛନ୍ତି। ତେବେ ଏହି ଦୁଇ ଖେଳାଳିଙ୍କୁ ପଛରେ ପକାଇଥିବା ଏମିତି ଜଣେ ଖେଳାଳି ଅଛନ୍ତି, ଯାହାଙ୍କୁ ସମପରିମାଣର ଆଦୃତି ମିଳିନାହିଁ। ଏହି ଖେଳାଳି ଜଣଙ୍କ ହେଉଛନ୍ତି ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟିକା ମେଗ୍‌ ଲାନିଙ୍ଗ। ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୫ ଥର ବିଶ୍ୱ ଚାମ୍ପିୟନ ହୋଇଛି। ଟି୨୦ରେ ୪ ଥର ଏବଂ ଦିନିକିଆରେ ଥରେ ଲାନିଙ୍ଗଙ୍କ ନେତୃତ୍ୱରେ ଟ୍ରଫି ହାସଲ କରିଛି ଦଳ। ତେବେ ଲାନିଙ୍ଗଙ୍କ ଉପସ୍ଥିତିରେ ଅଷ୍ଟ୍ରେଲିଆ ସମୁଦାୟ ୭ଥର ବିଶ୍ୱକପ୍‌ ବିଜୟୀ ହୋଇଛି। ଏହା ସହିତ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ମହିଳା କ୍ରିକେଟ୍‌ ସାମିଲ ହୋଇଥିବା ବେଳେ ତାଙ୍କ ନେତୃତ୍ୱରେ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା।
ସିଙ୍ଗାପୁରରେ ଜନ୍ମିତ ଲାନିଙ୍ଗ ଆରମ୍ଭରୁ ବିଭିନ୍ନ କ୍ରୀଡ଼ା ପ୍ରତି ଆଗ୍ରହୀ ଥିଲେ। ଆରମ୍ଭରୁ ହକି ଓ ଫୁଟବଲ୍‌ ପ୍ରତି ରୁଚି ରଖୁଥିବା ଲାନିଙ୍ଗ ଭିକ୍ଟୋରିଆ ପକ୍ଷରୁ ଖେଳିଥିଲେ। ତେବେ ଧୀରେ ଧୀରେ କ୍ରିକେଟ୍‌ ଆଡ଼କୁ ଢଳିବା ସହିତ ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ପ୍ରଭାବଶାଳୀ ଅଧିନାୟିକା ପାଲଟି ଯାଇଥିଲେ। କ୍ରିକେଟ୍‌ ନୁହେଁ, ବରଂ କ୍ରୀଡ଼ା ଇତିହାସର ସବୁଠୁ ସଫଳତମ ଅଧିନାୟିକା ଭାବରେ ସୃଷ୍ଟି କରିଥିଲେ ସ୍ବତନ୍ତ୍ର ପରିଚୟ। ୫ ଜାନୁୟାରୀ ୨୦୧୧ରେ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ କରିବା ପରଠୁ ସେ ପଛକୁ ଚାହିଁ ନାହାନ୍ତି। ନିୟମିତ ଭାବରେ ଭଲ ପ୍ରଦର୍ଶନ କରିବା ସହିତ ୨୦୧୪ରେ ଅଷ୍ଟ୍ରେଲିଆ ଦଳର ଅଧିନାୟିକା ହୁଅନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜର ଆଦର୍ଶ ମାନୁଥିବା ଲାନିଙ୍ଗଙ୍କ ସ୍ବଭାବ ମଧ୍ୟ ଠିକ୍‌ ତାଙ୍କରି ଭଳି। ପରିସ୍ଥିତି ଯେଉଁ ଭଳି ବି ଥାଉ ନା କାହିଁକି କୌଣସି ବି ପରିସ୍ଥିତିରେ ଧୈର୍ଯ୍ୟହରା ହୁଅନ୍ତି ନାହିଁ ଲାନିଙ୍ଗ। ଲାନିଙ୍ଗ ଦିନିକିଆରେ ୧୫ ଶତକ ହାସଲ କରିଥିବା ବେଳେ ମହିଳା ଖେଳାଳିଙ୍କ ମଧ୍ୟରେ ଏହା ସର୍ବାଧିକ। ଅନ୍ୟ କୌଣସି ମହିଳା ଖେଳାଳି ୧୦ ଶତକ ମଧ୍ୟ ହାସଲ କରିବାରେ ସମର୍ଥ ହୋଇ ନାହାନ୍ତି। ଲାନିଙ୍ଗ ୨୦୧୩ ଓ ୨୦୨୨ ଦିନିକିଆ ବିଶ୍ୱକପ୍‌ ବିଜୟୀ ଦଳର ସଦସ୍ୟ ରହିଥିବା ବେଳେ ୨୦୧୨, ୨୦୧୪, ୨୦୧୮, ୨୦୨୦ ଓ ୨୦୨୩ରେ ଟି୨୦ ବିଶ୍ୱକପ୍‌ ବିଜେତା ଦଳର ସଦସ୍ୟ ରହିଛନ୍ତି। ଲାନିଙ୍ଗଙ୍କ ବିଶ୍ୱକପ୍‌ ବିଜୟ ଉପରେ ଏକ ନଜର….
ଦିନିକିଆ ବିଶ୍ୱକପ୍‌: (୨୦୧୩ ଓ ୨୦୨୨)
୨୦୧୩ (ଭାରତ): ୨୦୧୩ରେ ଭାରତରେ ଆୟୋଜିତ ଦିନିକିଆ ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲେ ଲାନିଙ୍ଗ। ମୁମ୍ବାଇ ଓ କଟକରେ ଖେଳାଯାଇଥିବା ଏହି ସଂସ୍କରଣର ଫାଇନାଲରେ ଓ୍ବେଷ୍ଟଇଣ୍ଡିଜକୁ ୧୧୪ ରନ୍‌ରେ ହରାଇ ଚାମ୍ପିୟନ ହୋଇଥିଲା ଅଷ୍ଟ୍ରେଲିଆ। ଫାଇନାଲ ମ୍ୟାଚରେ ଲାନିଙ୍ଗ ସ୍କୋର କରିଥିଲେ ୩୧ ରନ୍‌।
୨୦୨୨ (ନ୍ୟୁଜିଲାଣ୍ଡ): ୨୦୨୨ରେ ନ୍ୟୁଜିଲାଣ୍ଡରେ ଆୟୋଜିତ ଦିନିକିଆ ମହିଳା ବିଶ୍ୱକପ୍‌କୁ ଲାନିଙ୍ଗଙ୍କ ନେତୃତ୍ୱରେ ଜିତିଥିଲା ଅଷ୍ଟ୍ରେଲିଆ। ଫାଇନାଲରେ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ। ଏଲିସା ହିଲି ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ହୋଇଥିବା ବେଳେ ଲାନିଙ୍ଗ ୯ ମ୍ୟାଚରୁ ସ୍କୋର କରିଥିଲେ ୩୯୪ ରନ୍‌। ଏହା ମଧ୍ୟରେ ଗୋଟିଏ ଶତକ ଓ ୩ ଅର୍ଦ୍ଧଶତକ ସାମିଲ ଥିଲା।
ଟି୨୦ ବିଶ୍ୱକପ୍‌: (୨୦୧୨, ୨୦୧୪, ୨୦୧୮, ୨୦୨୦, ୨୦୨୩)
୨୦୧୨ (ଶ୍ରୀଲଙ୍କା): ଶ୍ରୀଲଙ୍କାରେ ଖେଳାଯାଇଥିବା ବିଶ୍ୱକପ୍‌କୁ ଜିତିବାରେ ସଫଳ ହୋଇଥିଲା ଅଷ୍ଟ୍ରେଲିଆ। ଫାଇନାଲରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪ ଉଇକେଟରେ ୧୪୨ ରନ କରିଥିବା ବେଳେ ଇଂଲଣ୍ଡ ୪ ରନ୍‌ ଦୂରରେ ରହିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମେଗ୍‌ ଲାନିଙ୍ଗ ଉକ୍ତ ସଂସ୍କରଣରେ ୧୩୮ ରନ୍‌ କରିବା ସହିତ ହାଇଏଷ୍ଟ ରନ୍‌ ସ୍କୋରରଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଥିଲେ।
୨୦୧୪ (ବାଂଲାଦେଶ): ଅଧିନାୟିକା ଭାବରେ ଲାନିଙ୍ଗ ବାଂଲାଦେଶରେ ନିଜର ପ୍ରଥମ ବିଶ୍ୱକପ୍‌ ଖେଳିଥିଲେ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା ଅଷ୍ଟ୍ରେଲିଆ। ଫାଇନାଲ ମ୍ୟାଚରେ ଲାନିଙ୍ଗ ୪୪ ରନ୍‌ ସ୍କୋର କରିଥିଲେ। ଉକ୍ତ ସଂସ୍କରଣର ସର୍ବାଧିକ ରନ୍‌ ହାସଲକାରୀ ରହିଥିବା ମେଗ୍‌ ଲାନିଂ ସ୍କୋର କରିଥିଲେ ୨୫୭ ରନ୍‌। ଏହା ମଧ୍ୟରେ ଗୋଟିଏ ଲେଖାଏ ଶତକ ଓ ଅର୍ଦ୍ଧଶତକ ସାମିଲ ଥିଲା।
୨୦୧୮ (ଓ୍ବେଷ୍ଟଇଣ୍ଡିଜ୍‌): କ୍ରମାଗତ ତୃତୀୟ ସଂସ୍କରଣରେ ଇଂଲଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଦଳ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲା। ଲାନିଙ୍ଗଙ୍କ ନେତୃତ୍ୱରେ ଏହା ଦଳର ଦ୍ୱିତୀୟ ଟାଇଟଲ୍‌ ଥିଲା। ଆଲିସା ହିଲି ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ।
୨୦୨୦ (ଅଷ୍ଟ୍ରେଲିଆ): ୨୦୨୦ ସଂସ୍କରଣର ଟୁର୍ନାମେଣ୍ଟ ପାଇଁ ଘରୋଇ ଦଳ ଅଷ୍ଟ୍ରେଲିଆ ଫେବରିଟ୍‌ ଥିଲା। ମେଗ୍‌ ଲାନିଙ୍ଗଙ୍କ ଦଳ ଫାଇନାରେ ଭାରତକୁ ୮୫ ରନରେ ପରାସ୍ତ କରିଥିଲା। ଲାନିଙ୍ଗଙ୍କୁ ଟିମ୍‌ ଅଫ୍‌ ଦ ଟୁର୍ନାମେଣ୍ଟର ଅଧିନାୟିକା ମନୋନୀତ କରାଯାଇଥିଲା।
୨୦୨୩ (ଦକ୍ଷିଣ ଆଫ୍ରିକା): ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଥିଲା ଅଷ୍ଟ୍ରେଲିଆ। ଅଧିନାୟିକା ଭାବରେ ଏହା ଲାନିଙ୍ଗଙ୍କର କ୍ରମାଗତ ୪ର୍ଥ ବିଶ୍ୱକପ୍‌ ଟାଇଟଲ ଥିଲା। ଟିମ୍‌ ଅଫ୍‌ ଦ ଟୁର୍ନାମେଣ୍ଟରେ ସ୍ଥାନ ପାଇଥିବା ଲାନିଙ୍ଗ ୬ ମ୍ୟାଚରୁ ସେ ୪୯ ଆଭରେଜ ଓ ୧୧୩ ଷ୍ଟ୍ରାଇକରେଟ୍‌ରେ ୧୪୯ ରନ୍‌ ସ୍କୋର କରିଥିଲେ।
-ସରୋଜ କୁମାର ଜେନା


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?