ବ୍ୟବସାୟୀଙ୍କ କ୍ଷତି ଟପିବ ୧ ହଜାର କୋଟି: ବଜାର ସ୍ଥିତି ବିଗାଡୁଛି କରୋନା

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା(କୋଭିଡ-୧୯)ର ପ୍ରକୋପ ସମଗ୍ର ବିଶ୍ୱକୁ ଅସ୍ତବ୍ୟସ୍ତ କରି ପକାଇଛି। ଏଥିଯୋଗୁ ବିଶ୍ୱ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଏହି ରୋଗ କେବଳ ମଣିଷ ସ୍ବାସ୍ଥ୍ୟକୁ ଯେ ଗ୍ରାସ କରୁଛି ତାହା ନୁହେଁ, ରାଜ୍ୟର ସାମାଜିକ ଏବଂ ଆର୍ଥିକ ବ୍ୟବସ୍ଥାକୁ ମଧ୍ୟ ଦୋହଲାଇ ଦେଇଛି। ଛୋଟ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ ମାଲିକମାନେ ମଧ୍ୟ ହତାଶ ହୋଇ ପଡିଛନ୍ତିି। ଜରୁରୀ ସାମଗ୍ରୀକୁ ଛାଡି ଦେଲେ ବଜାରର ଅନ୍ୟ ସମସ୍ତ ବ୍ୟବସାୟ ଏକ ପ୍ରକାର ବନ୍ଦ ହେବାକୁ ବସିଲାଣି। ଗତ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ପ୍ରାୟ ୧ ହଜାର କୋଟି ଟଙ୍କାର କ୍ଷତି ହେବ ବୋଲି ଅନୁମାନ କରାଯାଇଛି। କରୋନା ଗୁଜବ ଯୋଗୁ କୁକୁଡା ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି। ଗୁଜବ ପ୍ରଚାର ହେବା ଯୋଗୁ ଚିକେନ, ଅଣ୍ଡା ବିକ୍ରି ୬୦ ପ୍ରତିଶତ ତଳକୁ ଖସିଯାଇଛି। ରାଜ୍ୟ ସରକାର ବିଜ୍ଞାପନ ଜରିଆରେ ଲୋକମାନଙ୍କ ମନରୁ ଚିକେନ ପ୍ରତି ଭୟ ଦୂର କରିବାକୁ ଚେଷ୍ଟା କଲେ ମଧ୍ୟ ବ୍ୟବସାୟରେ ସେତେଟା ଉନ୍ନତି ପରିଲକ୍ଷିତ ହେଉ ନାହିଁ ବୋଲି ଚିକେନ ବ୍ୟବସାୟୀ ବାବୁ ଖାନ କହିଛନ୍ତି। କରୋନା ଯୋଗୁ ସମଗ୍ର ରାଜ୍ୟରେ କୁକୁଡା ଚାଷୀ ଓ ଚିକେନ ବ୍ୟବସାୟୀଙ୍କର ପ୍ରାୟ ୩ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ହେଲାଣି। ଏଭଳି ପରିସ୍ଥିିତି ଜାରି ରହିଲେ କ୍ଷତି ଆହୁରି ବଢିବ ବୋଲି ଆଶଙ୍କା କରାଯାଇଛି। ବଡ ବଡ ମଲ୍‌, ସିନେମା ହଲ୍‌, ରେସ୍ତୋରାଁ ବନ୍ଦ କରିବାକୁ ସରକାର ଘୋଷଣା କରିଛନ୍ତି। ଏସବୁ ଉପରେ ନିର୍ଭର କରିଥିବା ମାଲିକ ଓ କର୍ମଚାରୀ ନିଜର ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇ ପଡିଛନ୍ତି। ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ କେମିତି ଉଠାଇବେ ସେ ନେଇ ଚିନ୍ତାରେ ପଡିଛନ୍ତି। ଛୋଟ ଜଳଖିଆ ଓ ଫାଷ୍ଟ ଫୁଡ ବ୍ୟବସାୟୀ ମଧ୍ୟ କରୋନା ଯୋଗୁ କ୍ଷତି ସହିବା ଆରମ୍ଭ କରିଛନ୍ତି। ଲୋକମାନେ ଫାଷ୍ଟ ଫୁଡ ଖାଇବାକୁ ଭୟ କରୁଛନ୍ତି। ଏ ସବୁ ବ୍ୟବସାୟ ୪୦ରୁ ୫୦ ପ୍ରତିଶତ କମିଥିବା ବ୍ୟବସାୟୀମାନେ କହୁଛନ୍ତି। ବିମାନ ସେବା ବନ୍ଦ ହେବା ଯୋଗୁ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛି। ଟୁର୍‌ ଅପରେଟର ଏବଂ ହୋଟେଲ ମାଲିକମାନେ କ୍ଷତି ସହୁଛନ୍ତି। ଗତ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟକୁ ୪୦ ପ୍ରତିଶତ ଘରୋଇ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ଜିଲା ରହିବ ଉତ୍ତପ୍ତ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ସାରା ରାଜ୍ୟ ପ୍ରବଳ ଖରାରେ ଆଉଟୁପାଉଟୁ ହେଉଛି। ୨ ଦିନ ହେଲା ରାଜ୍ୟର ଅଧିକାଂଶ ସହରରେ ତାପମାତ୍ର ୪୦ଡିଗ୍ରୀ ଉପରେ ରହୁଛି। ସକାଳ...

ମୁଁ ରେସ୍‌ରେ ନ ଥିଲି, ଖାଇ ବସିଥିଲି ଫୋନ୍‌ ଆସିଲା: ସ୍ବରୂପ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ):ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତିର୍ତ୍ତୋଲ ପାଇଁ ଦଳ ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ...

୪୯୩.୬୨ କୋଟିର ୬ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୭ା୫(ବ୍ୟୁରୋ): ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ଲକ୍ଷ୍ୟରେ ୪୯୩.୬୨ କୋଟି ଟଙ୍କାର...

କାଳିଆ ଯୋଜନା ଅନିୟମିତତା ନେଇ କଂଗ୍ରେସର ଅଭିଯୋଗ: ଅଯୋଗ୍ୟ ହିତାଧିକାରୀଙ୍କ ଭୁଲ୍‌ ତଥ୍ୟ ଦେଇଛନ୍ତି ସରକାର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): କାଳିଆ ଯୋଜନାରେ କୋଟି କୋଟି ଟଙ୍କା ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ଏହି ଯୋଜନାକୁ ନେଇ ବିରୋଧୀ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡା...

ଆଜି ସନ୍ଧ୍ୟା ସୁଦ୍ଧା ଏସ୍‌ସି,ଏସ୍‌ଟି ହଷ୍ଟେଲ ଛାତ୍ରୀଛାତ୍ରଙ୍କୁ ଘରେ ପହଞ୍ଚାଯିବ: ସୁବ୍ରତୋ ବାଗ୍‌ଚୀ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲା ମଙ୍ଗଳବାର ମଧ୍ୟରାତ୍ରରୁ ମାର୍ଚ୍ଚ ୨୯ ଯାଏ ଲକ୍‌ଡାଉନ୍‌ ରହିବ। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି କରୋନା ଭୂତାଣୁ ସଂକ୍ରମଣ...

ଇଟା ବେଝେଇ ଟ୍ରାକ୍ଟର ଯାଉଥିବା ବେଳେ ଭୁଶୁଡ଼ି ପଡ଼ିଲା ପୋଲ

ନନ୍ଦପୁର,୫ା୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳି ବେଲଗାଁ ପଞ୍ଚାୟତର ସିଡାପୁଟ ଗ୍ରାମ ନିକଟ ପୋଲ ଉପରେ ଶୁକ୍ରବାର ଏକ ଇଟା ବୋଝେଇ ଟ୍ରାକ୍ଟର...

ପରିବେଶ ଉପଯୋଗୀ କାର୍ତ୍ତିକ ପୂର୍ଣ୍ଣିମା ଚିନ୍ତା : ସୋଲ, ଜରି ଡଙ୍ଗା ଉପରେ ଲାଗୁନି କଟକଣା

ଭୁବନେଶ୍ୱର, ୧୧।୧୧(ବ୍ୟୁରୋ) : ପ୍ରାଚୀନ ଉତ୍କଳର ସାମୁଦ୍ରିକ ବାଣିଜ୍ୟ ପରମ୍ପରାକୁ ମନେପକାଇ ପ୍ରତିବର୍ଷ କାର୍ତ୍ତିକ ମାସ ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଏ। ଏହି...

ପାରମ୍ପରିକ ପିଠା ଦେଇଛି ପରିଚୟ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ଓଡ଼ିଶାର ପାରମ୍ପରିକ ତଥା ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପିଠା ଏବେ ପ୍ରାୟ ହଜିଯିବାକୁ ବସିଛି। ମାତ୍ର ଏହାକୁ ଉଜ୍ଜୀବିତ ରଖିବା ସହ ଏହା...

Advertisement
Archives

Model This Week