ବ୍ଲକରେ ଖୋଲିବ ଡିଏଲ୍‌ କ୍ୟାମ୍ପ: ମନ୍ତ୍ରୀ

ଭୁବନେଶ୍ୱର,୨୪।୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଶୋଧିତ ମୋଟର ଯାନ ଆଇନ-୨୦୧୯ ଲାଗୁ ହେବା ପରେ ରାଜ୍ୟରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ହେଲେ ଗ୍ରାମାଞ୍ଚଳରେ ଚାଳକମାନେ ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିଟି ବ୍ଲକରେ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ମଙ୍ଗଳବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବ୍ଲକ ଏବଂ ସବ୍‌ଡିଭିଜନ୍‌ସ୍ତରରେ ଡିଏଲ୍‌ କ୍ୟାମ୍ପ ଖୋଲାଯିବ। ସେଠାରେ ଚାଳକମାନଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯିବ। ଏହାଛଡ଼ା ବ୍ଲକସ୍ତରରେ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ମଧ୍ୟ କ୍ୟାମ୍ପ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ନୂଆ ଟ୍ରାଫିକ୍‌ କଟକଣା ଲାଗୁ ହେବା ପରେ ଗାଡ଼ି କାଗଜପତ୍ର ନ ଥିବା ଚାଳକ ଓ ମାଲିକଙ୍କ ମନରେ ଛନକା ପଶି ଯାଇଥିଲା। ବର୍ଦ୍ଧିତ ଜରିମାନା ରାଶିକୁ ନେଇ ଜନଅସନ୍ତୋଷ ଦେଖା ଦେବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ଯାଏ ଏହାକୁ କୋହଳ କରିଥିଲେ। ଏହି ସମୟରେ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ। ତେବେ କେନ୍ଦ୍ର ସରକାରଙ୍କ ଚାପରେ ରାଜ୍ୟ ପରିବହନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅଣଦେଖା କରି ଆସନ୍ତା ଅକ୍ଟୋବର ପହିଲାରୁ ପଲ୍ୟୁସନ୍‌ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କୁ ଦେଢ଼ କି.ମି ପର୍ଯ୍ୟନ୍ତ ଷ୍ଟେଚରରେ ବୋହିନେଲେ ଆମ୍ବୁଲାନ୍ସ କର୍ମଚାରୀ

ବାଉଁଶୁଣୀ,୭ା୩: ଗାଡି ଯିବା ପାଇଁ ରାସ୍ତା ନ ଥିବାରୁ ଦେଢ଼ କି.ମି ବାଟ ରୋଗୀଙ୍କୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ। ବୌଦ୍ଧ ବ୍ଲକ ଆମ୍ବଝରି ଗ୍ରାମ ପଞ୍ଚାୟତ...

ଆମ୍ବୁଲାନ୍ସ ପାଇଁ ଅଧକିଲୋମିଟର ଚାଲିଲେ ଗର୍ଭବତୀ

ଚୌଦ୍ୱାର,୨୨।୮(ଡି.ଏନ୍‌.ଏ): ଲଘୁଚାପ ବର୍ଷା ଯୋଗୁ ଟାଙ୍ଗୀ-ଚୌଦ୍ୱାର ବ୍ଲକର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକଙ୍କ ସମସ୍ୟା ବଢିଯାଇଛି। ଫଳରେ ଲୋକେ ଘରୁ ବାହାରିପାରୁ ନ...

ପୁନରୁଦ୍ଧାର ଅପେକ୍ଷାରେ ପୁରୀ ସଂଗ୍ରହାଳୟ

ପୁରୀ ଅଫିସ,୧୧।୨: ସଂସ୍କୃତି ଓ ଐତିହ୍ୟର ବାର୍ତ୍ତାବହ କୁହାଯାଉଥିବା ପୁରୀ ସଂଗ୍ରହାଳୟ ଏବେ ଅବହେଳିତ ହୋଇପଡ଼ିଛି। ଉଦ୍‌ଘାଟନ ଦିନଠାରୁ ଅର୍ଥାତ ଦୀର୍ଘ ୩୦ବର୍ଷ ହେଲା ସଂଗ୍ରହାଳୟ...

ଐତିହ୍ୟ ନଗରୀ ଭାବେ ବିକଶିତ ହେବ ପୁରୀ: ପ୍ରକଳ୍ପ କାର୍ଯ୍ୟରେ ଯୋଗ ଦେବେ ୫ ଶିକ୍ଷାନବୀଶ ଆଇଏଏସ୍‌ ଅଫିସର

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଐତିହ୍ୟ ନଗରୀ ଭାବେ ବିକଶିତ ହେବ ପୁରୀ। ସହରର ଭିତ୍ତିଭୂମି ବିକାଶ, କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ...

୮୪ ପ୍ରତିଶତ ଗାଁ ଗ୍ରୀନ୍‌ ଜୋନରେ, ସହର ପାଇଁ ବଢ଼ିଛି ଚିନ୍ତା: ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ସହ ମୃତ୍ୟୁ ହାର ରାଜ୍ୟ ସରକାରଙ୍କ...

ଏଥର ବି ରାଜଧାନୀବାସୀଙ୍କୁ କଲବଲ କରିବ ଜଳବନ୍ଦୀ ସମସ୍ୟା

ଭୁବନେଶ୍ୱର, ୨୪ା୫(ବ୍ୟୁରୋ): ଏଥର ବି ବର୍ଷାଋତୁରେ ରାଜଧାନୀବାସୀ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବେ। କାରଣ ଏଯାବତ୍‌ ଭୁବନେଶ୍ୱରରେ ନୂତନ ଡ୍ରେନ୍‌ ନିର୍ମାଣ, ପୁରୁଣା ଡ୍ରେନର ପୁନରୁଦ୍ଧାର...

ମାଗଣାରେ ବ୍ୟବହାର କରିହେବ ସରକାରୀ ଶୌଚାଳୟ

ଭୁବନେଶ୍ବର, ୧୪ା୨(ବ୍ୟୁରୋ):ରାଜ୍ୟର ସବୁ ସହରରେ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା ସରକାରୀ ଶୌଚାଳୟଗୁଡ଼ିକୁ ଲୋକମାନେ ଏଣିକି ମାଗଣାରେ ଉପଯୋଗ କରିପାରିବେ। ଏଥିପାଇଁ ଲୋକଙ୍କୁ ଆଉ କୌଣସି...

ଶକ୍ତି ବିଭାଗ ଖର୍ଚ୍ଚଦାବି ଆଲୋଚନା : ରାଜଧାନୀରେ ଅପଚୟ, ଦୁର୍ଗମ ଅଞ୍ଚଳରେ ମିଳୁନି

ଭୁବନେଶ୍ୱର,୩୧।୭(ବ୍ୟୁରୋ) ରାଜ୍ୟର ବହୁ ପାହାଡ଼ିଆ ଅଞ୍ଚଳରେ ବିଦ୍ୟୁତ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ହେଲେ ରାଜଧାନୀର ସଚିବାଳୟରେ ଶକ୍ତି ଅପଚୟ ହେଉଥିବା ବିରୋଧୀ ଦଳ ମୁଖ୍ୟ...

Advertisement
Archives

Model This Week