Posted inଜାତୀୟ

ବ୍ରିଟିଶ ନାଗରିକତ୍ୱ ପ୍ରସଙ୍ଗ: ରାହୁଲଙ୍କ ସ୍ପଷ୍ଟୀକରଣ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ,୧ା୫(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ବିବାଦ ତେଜିବାରେ ଲାଗିଛି। ସେ ବ୍ରିଟେନ ନାଗରିକ ବୋଲି ଅଭିଯୋଗ ଆସିବା ପରେ ଏନେଇ ରାହୁଲଙ୍କ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ରାହୁଲ ୧୪ ଦିନ ମଧ୍ୟରେ ନିଜ ନାଗରିତ୍ୱ ସମ୍ପର୍କରେ ସ୍ପଷ୍ଟ କରନ୍ତୁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ନୋଟିସ କରାଯାଇଛି।
ଭାଜପା ଏମ୍‌ପି ସୁବ୍ରମଣ୍ୟମ୍‌ ସ୍ବାମୀ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅଭିଯୋଗ ଆଣିଥିଲେ ଯେ, ରାହୁଲ ବ୍ରିଟେନର ବ୍ୟାକୋପ୍ସ ଲିମିଟେଡ୍‌ର ନିର୍ଦ୍ଦେଶକ ଓ ସେକ୍ରେଟାରୀ ଭାବେ କାର୍ଯ୍ୟକରିଛନ୍ତି। ଉକ୍ତ କମ୍ପାନୀ ୨୦୦୩ରୁ ବ୍ରିଟେନରେ ପଞ୍ଜୀକୃତ ହୋଇଛି। ହାମମ୍ପଶାୟରସ୍ଥିତ ଓ୍ବିନ୍‌ଚେଷ୍ଟର, ୫୧ ସାଉଥ୍‌ଗେଟ୍‌ ଷ୍ଟ୍ରିଟ୍‌ ଠିକଣାରେ ଏହା ଅବସ୍ଥିତ। ୨୦୦୫ ଅକ୍ଟୋବର ୧୦ରୁ ୨୦୦୬ ଅକ୍ଟୋବର ୩୧ ମଧ୍ୟରେ କମ୍ପାନୀର ବାର୍ଷିକ ରିଟର୍ନରେ ରାହୁଲଙ୍କ ଜନ୍ମଦିନ ୧୯୭୦ ଜୁନ୍‌ ୧୯ ବୋଲି ଉଲ୍ଲେଖ ଅଛି। ରାହୁଲ ଏଥିରେ ନିଜକୁ ବ୍ରିଟେନର ଜଣେ ନାଗରିକ ବୋଲି ଦର୍ଶାଇଥିଲେ। ୨୦୦୯ ଫେବୃୟାରୀ ୧୭ରେ କମ୍ପାନୀ ଭଙ୍ଗ ପାଇଁ ଉଦ୍ଦିଷ୍ଟ ଆବେଦନପତ୍ରରେ ମଧ୍ୟ ରାହୁଲଙ୍କୁ ବ୍ରିଟେନର ନାଗରିକ ବୋଲି ଦର୍ଶାଯାଇଥିବା ସୁବ୍ରମଣ୍ୟମ୍‌ ସ୍ବାମୀ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ରାହୁଲଙ୍କୁ ଜାରି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ବ୍ରିଟେନର ବ୍ୟାକୋପ୍ସ ଲିମିଟେଡ୍‌ କମ୍ପାନୀ ବାର୍ଷିକ ରିଟର୍ନ ଦାଖଲ କରିବାବେଳେ ସେଥିରେ ରାହୁଲ ନିଜକୁ ଜଣେ ବ୍ରିଟିଶ ନାଗରିକ ବୋଲି ଦର୍ଶାଇଥିଲେ। ତେଣୁ ଏସମ୍ପର୍କିତ ପ୍ରକୃତ ସ୍ଥିତି ମନ୍ତ୍ରଣାଳୟକୁ ଅବଗତ କରାନ୍ତୁ। ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ରାହୁଲ ଜଣେ ରହସ୍ୟଜନକ ମଣିଷ। ସେ ଭାରତୀୟ ନା ବ୍ରିଟିଶ ସେନେଇ ସ୍ପଷ୍ଟ କରନ୍ତୁ। କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ଏହାର ଜବାବରେ କହିଛନ୍ତି, ରାହୁଲ ଜଣେ ଭାରତୀୟ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ନୋଟିସର ମୁହଁତୋଡ଼ ଜବାବ ଦିଆଯିବ। ସେହିପରି ରାହୁଲ ଭାରତରେ ଜନ୍ମ ହୋଇ ବଡ଼ ହୋଇଛନ୍ତି। ତେଣୁ ତାଙ୍କ ନାଗରିକତ୍ୱକୁ ନେଇ ଆସିଥିବା ଅଭିଯୋଗ ଅମୂଳକ ବୋଲି ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଖଣ୍ଡନ କରିଛନ୍ତି। ଏହି ବିଷୟରେ ରାହୁଲଙ୍କୁ ଏନ୍‌ସିପି ସମର୍ଥନ କରିବା ସହ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରାଯାଉଛି ବୋଲି ସମାଲୋଚନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ନାରୀଶକ୍ତିକୁ ମୋଦି ଅଭିନନ୍ଦନ ଜଣାଇବା ସହ...

୬୯ ଛାତ୍ରୀ-ଛାତ୍ର ଶିକ୍ଷକ କରୋନା ପଜିଟିଭ୍‌…

ବେଙ୍ଗାଲୁରୁ,୫।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଭାରତର ଅନେକ ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହା ପ୍ରଥମେ କର୍ନାଟକ ରାଜ୍ୟରେ ପହଞ୍ଚିିଛି। ରାଜ୍ୟର ୬୯ ଜଣ...

ନୂଆ ଆଇଟି ନିୟମ ମାନୁନାହିଁ ଟୁଇଟର

ନୂଆଦିଲ୍ଲୀ, ୨୯।୫: ପ୍ରିଭେସିକୁ ନେଇ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଶୁକ୍ରବାର ଭିନ୍ନ ମୋଡ଼ ନେଇଛି। ଦେଶର...

କରୋନା ରୋଗୀଙ୍କଠାରୁ ଅପେକ୍ଷାକୃତ ଅଧିକ ଫି’ ଆଦାୟ କରିବାରୁ ହସ୍ପିଟାଲର ଲାଇସେନ୍ସ ରଦ୍ଦ

ଥାନେ,୨୪।୮: କରୋନା ରୋଗୀଙ୍କଠାରୁ ଅପେକ୍ଷାକୃତ ଅଧିକ ଫି’ ଆଦାୟ କରିବାରୁ ଏକ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯାଇଛି। ଏଥିସହ ଉକ୍ତ ହସ୍ପିଟାଲ ବିରୋଧରେ ସରକାରୀ ନିୟମ...

ଅମାନତ ହରାଇଲେ ୬୩ କଂଗ୍ରେସ ପ୍ରାର୍ଥୀ

ନୂଆଦିଲ୍ଲୀ,୧୨।୨: ନିର୍ବାଚନରେ କଂଗ୍ରେସକୁ ୫ ପ୍ରତିଶତରୁ କମ୍‌ ଭୋଟ ମିଳିଥିବାବେଳେ ୬୩ ପ୍ରାର୍ଥୀ ଅମାନତ ହରାଇଛନ୍ତି। ଶିଲା ଦୀକ୍ଷିତଙ୍କ ନେତୃତ୍ୱରେ ଦିଲ୍ଲୀକୁ ୧୫ ବର୍ଷ ଶାସନ...

ରାଜ୍ୟକୁ ୬୦୦ ଟଙ୍କାରେ ମିଳିବ କୋଭାକ୍ସିନ

ନୂଆଦିଲ୍ଲୀ, ୨୪।୪: ଭାରତ ବାୟୋଟେକ୍‌ କୋଭାକ୍ସିନ ଟିକା ଦାମ୍‌ ଶନିବାର ଘୋଷଣା କରିଛି। ରାଜ୍ୟ ସରକାରଙ୍କୁ ଏହି ଭାକ୍ସିନ ଡୋଜ୍‌ ପ୍ରତି ୬୦୦ ଟଙ୍କାରେ ଯୋଗାଇ...

ନିର୍ବାଚନ ପୂର୍ବରୁ ଶ୍ରମିକଙ୍କ ପାଇଁ ନୂଆ ଯୋଜନା ଘୋଷଣା କଲେ ମମତା

କୋଲକତା,୨୬।୨: ପଞ୍ଚିମବଙ୍ଗ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ରାଜ୍ୟ ସହରାଞ୍ଚଳ ନିଯୁକ୍ତ ରୋଜଗାର ଯୋଜନାରେ ଶ୍ରମିକଙ୍କ ମଜୁରୀ ଟଙ୍କା ବୃଦ୍ଧି ପାଇଁ...

ଆଜି ଲୋକ ସଭାରେ ଆଗତ ହେବ ‘ଟ୍ରିପଲ ତଲାକ’ ବିଲ୍‌: ବିରୋଧ କରିବ କଂଗ୍ରେସ

ନୂଆଦିଲ୍ଲୀ, ୨୧।୬: ‘ଟ୍ରିପଲ ତଲାକ’ ଶୁକ୍ରବାର ଲୋକ ସଭାରେ ଆଗତ ହେବ। ଫଳରେ ୧୭ତମ ଲୋକ ସଭା ଗଠନ ହେବା ପରେ ମୋଦି ସରକାର ଦ୍ୱିତୀୟ...

Advertisement
Archives

Model This Week