ବ୍ରାହ୍ମଣୀ ସେତୁ, ଚଣ୍ଡିଖୋଲ- ଡୁବୁରୀ ୫୩ନଂ ଜାତୀୟ ରାଜପଥ ଶୋଚନୀୟ,ମରାମତି ଦାବିରେ ପ୍ରତିବାଦ, ପଥପ୍ରାନ୍ତ ସଭା

ଜେନାପୁର,୨୦-୯(ଡି.ଏନ୍‌.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ନିକଟସ୍ଥ ବ୍ରାହ୍ମଣୀ ସେତୁ ଓ ଚଣ୍ଡିଖୋଲ- ଡୁବୁରୀ ୫୩ନଂ ଜାତୀୟ ରାଜପଥ ଶୋଚନୀୟ ହେବାରେ ଲାଗିଛି। ମରାମତି ଅଭାବରୁ ବିପଦସଙ୍କୁଳ ହୋଇପଡିଥିବାରୁ ଅଧିକାଂଶ ସମୟରେ ସେତୁ ଉପରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏହାର ମରାମତି ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାବେଳେ ଦୁର୍ଘଟଣାରେ ଜୀବନ ହାରୁଥିବା ପରିବାରକୁ କୌଣସି ସହାୟତା ମିଳିପାରୁ ନାହଁି। ଏହାର ସମାଧାନ ଦାବିରେ ଯାଜପୁର ସଚେତନ ନାଗରିକ ମଞ୍ଚ ୨ବର୍ଷ ହେବ ଚଣ୍ଡିଖୋଲ – ଡୁବୁରୀ ୫୩ନଂ ଜାତୀୟ ରାଜପଥ ମରାମତି, ୪ ଥାକିଆ ରାସ୍ତା ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ଆନ୍ଦୋଳନ ଜାରି ରଖିଛି। ମଞ୍ଚ ପକ୍ଷରୁ ବହୁବାର ପଥପ୍ରାନ୍ତ ସଭା ଏବଂ ଆନ୍ଦୋଳନ କରାଯାଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ଅନୁସାରେ ସନ୍ତୋଷଜନକ କାର୍ଯ୍ୟ ହୋଇପାରୁ ନାହଁି। ଏହାର ପ୍ରତିବାଦରେ ବୁଧବାର ସକାଳେ ବ୍ରାହ୍ମଣୀ ସେତୁ ନିକଟରେ ନାଗରିକ ମଞ୍ଚ ପକ୍ଷରୁ ଏକ ପଥପ୍ରାନ୍ତ ଓ ପ୍ରତିବାଦ ସଭା କରାଯାଇଥିଲ। ଆବାହକ ସରୋଜକାନ୍ତ ବେହେରାଙ୍କ ନେତୃତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମଞ୍ଚ ପକ୍ଷରୁ ସୌମ୍ୟରଞ୍ଜନ ପଣ୍ଡା, ସୌମ୍ୟରଞ୍ଜନ ସାହୁ, ସଞ୍ଜୟ କୁମାର ସାହୁ, ଯଶବନ୍ତ ସାହୁ ଓ ସନ୍ତୋଷ ପ୍ରକାଶ ସାହୁଙ୍କ ସମେତ ଶତାଧିକ ପଥଚାରୀ ସାମିଲ ହୋଇଥିଲେ। ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଜାତୀୟ ରାଜପଥ ଅବରୋଧ ପାଇଁ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ସୂଚନା ଯୋଗ୍ୟ, ୨୦୧୮ ଡିସେମ୍ବର ୧୦ରେ ନାଗରିକ ମଞ୍ଚ ପକ୍ଷରୁ ବ୍ରାହ୍ମଣୀ ବ୍ରିଜ୍‌ଠାରେ ଏକ ଜନଆନ୍ଦୋଳନ କରାଯାଇଥିଲା। ଏହାପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚତ୍ ୨୦୧୯ ଏପ୍ରିଲ୍‌ ୪ ତାରିଖ ସୁଦ୍ଧା କାମ ଆରମ୍ଭ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଗର୍ଭବତୀ କଲେ ୬୫ ବର୍ଷୀୟ ବୃଦ୍ଧ, ଥାନାରେ ପହଞ୍ଚି ସବୁ ସତ ବଖାଣିଲେ…

ମୋହନା,୨୦।୪( ମନ୍ମଥ ମିଶ୍ର ) : ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ କଲେ ଗର୍ଭବତୀ ୬୫ ବର୍ଷୀୟ ବୃଦ୍ଧ । ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି…

ହଷ୍ଟେଲ ରୁମ୍‌ ଭିତରୁ ମିଳିଲା ଯୁକ୍ତ ୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଫୁଲବାଣୀ,୨୦।୪(ରାକେଶ କୁମାର ରାଉତ): ଫୁଲବାଣୀ ନବୋଦୟ ବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲ ରୁମ୍‌ ଭିତରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ଗୋଛାପଡ଼ା…

ଚୋରାଚାଲାଣ ହେଉଥିଲା କମର୍ସିଆଲ ଗ୍ୟାସ, ଅଚାନକ ଚଢାଉ କଲା ଯୋଗାଣ ବିଭାଗ, ଜବତ ହେଲା ଏତେ…

ଭବାନୀପାଟଣା/ଜୁନାଗଡ଼,୨୦।୪(ଉତ୍ତମ ଦାଶ/ସୁନୀଲ କୁମାର ସିଂ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ଦେଇ ରାୟପୁରକୁ ଚୋରାଚାଲାଣ ହେଉଥିବା ଏକ ବ୍ୟବସାୟିକ (କମର୍ସିଆଲ) ଗ୍ୟାସ ବୋଝେଇ ପିକ୍‌ଅପ୍‌ ଉପରେ ସୋମବାର…

ରାତିରେ ଘରେ ପଶି କରିଥିଲେ ଚୋରି: ନାବାଳକଙ୍କ ସହ ଜଣେ ଅଟକ

ଆନନ୍ଦପୁର/ହାଟଡିହୀ,୨୦l୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ସୋସୋ ଥାନା ଜମ୍ଭୀରା ଗ୍ରାମରେ ଗତ ଶନିବାର ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରିବା ଅଭିଯୋଗରେ ପୋଲିସ…

ସ୍ତ୍ରୀ-ପୁଅଙ୍କ ସହ କାର୍‌ରେ ଯାଉଥିଲେ, ସାମ୍ନାରୁ ବସ୍‌ ସହ ହେଲା ଧକ୍କା, ଘଟଣାସ୍ଥଳରେ…

ଆନନ୍ଦପୁର ୨୦।୪(ସୁଶାନ୍ତ କୁମାର ସାହୁ ): ବସ୍‌ କାର୍‌ ମୁହାଁମୁହିଁ ଧକ୍କା। ଜଣେ ମୃତ ତିନି ଗୁରୁତର। ଆନନ୍ଦପୁର କରଞ୍ଜିଆ ୫୩ ନମ୍ବର ରାସ୍ତାର ଗୋ ଘାଟି…

ଜନଗଣନା ସର୍ଭେ କରିବାକୁ ଯାଇଥିଲେ ଶିକ୍ଷକ, ଘେରିଗଲେ ମହୁମାଛି: ଆଉ ତା’ପରେ…

ନୂଆପଡ଼ା,୨୦ା୪ (ମକାରୁ ବେମାଲ):ଜନଗଣନା ସର୍ଭେ କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତ ଶିକ୍ଷକ…

‘କବିସୂର୍ଯ୍ୟଙ୍କ ରଚନାବଳୀ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ କାଳଜୟୀ’, ଐତିହ୍ୟ ପୂର୍ଣ୍ଣ ଜନ୍ମସ୍ଥାନର ବିକାଶ ପାଇଁ…

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର): କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମମାଟି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ବିଜୟନଗରଗଡ ଗ୍ରାମରେ ସୋମବାର ବୈଶାଖ ଶୁକ୍ଳ ତୃତୀୟା ତିଥିରେ…

ସ୍ବର୍ଗତ ଚାଷୀଙ୍କ ସ୍ତ୍ରୀଙ୍କୁ ସହାୟତାର ହାତ ବଢାଇଲେ ବରିଷ୍ଠ ଆଇନଜୀବୀ, ଦେଲେ ଏତିକି ଲକ୍ଷ ଟଙ୍କା

ଦେବଗଡ,୨୦।୪(ଶଶାଙ୍କ ଶେଖର ଝାଙ୍କର): କୃଷକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁରେ ୨ ଲକ୍ଷ ଟଙ୍କା ପ୍ରଦାନ କଲେ ବରିଷ୍ଠ ଆଇନଜୀବୀ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲାର ସମାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri