ବ୍ରାଉନ୍‌ସୁଗାର ବେପାରୀଙ୍କ ଘର ଉପରେ ଚଢ଼ାଉ : ଲକ୍ଷାଧିକ ଟଙ୍କା ସହ ସୁନାଗହଣା, ବାଇକ୍‌ ଜବତ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୮ା୯: ବାଲେଶ୍ୱର ଅରଡ଼ବଜାରସ୍ଥିତ ମସଜିଦ୍‌ ଗଳିର ବ୍ରାଉନ୍‌ସୁଗାରର ମୁଖ୍ୟ ବ୍ୟବସାୟୀ ସେକ୍‌ ରାଜା ଗିରଫ ହେବା ପରେ ଆନ୍ତଃରାଜ୍ୟ ଏବଂ ଜାତୀୟ ସ୍ତରରେ ବ୍ରାଉନ୍‌ସୁଗାର ବ୍ୟବସାୟୀ ସମ୍ପର୍କରେ ବହୁ ତଥ୍ୟ ଏସଟିଏଫ୍‌ (ସ୍ବତନ୍ତ୍ର ଟାସ୍କ ଫୋର୍ସ) ଓ ଜିଲା ପୋଲିସ ହାତରେ ଲାଗିଛି। ବିଭିନ୍ନ ସମୟରେ ରାଜାଙ୍କ ସହଯୋଗୀମାନଙ୍କ ଘର ଉପରେ ଚଢ଼ାଉ କରାଯାଇ ସେମାନଙ୍କୁ ଗିରଫ କରାଯାଉଛି। ଏହାସହ ତାଙ୍କର କାରବାର ସମ୍ପର୍କରେ ପୋଲିସ୍‌ ତଥ୍ୟ ସଂଗ୍ରହରେ ଲାଗିପଡ଼ିଛି।
ଜଳେଶ୍ୱର ପାଲଟିଛି ବ୍ରାଉନ୍‌ସୁଗାର କାରବାରର ପେଣ୍ଠସ୍ଥଳୀ। ଶନିବାର ଜିଲା ପୋଲିସ୍‌ର ସ୍ବତନ୍ତ୍ର ଟିମ୍‌ ଜଳେଶ୍ୱର ପୌରପରିଷଦର ଝାଡ଼େଶ୍ୱରପୁର ଓ ରାଜପୁର ଗ୍ରାମର ବ୍ୟବସାୟୀ ସେକ୍‌ ତୈରୁଦ୍ଦିନ ଓ ତାଙ୍କ ଭାଇ ସେକ୍‌ ନାସିରୁଦ୍ଦିନଙ୍କ ଘର ଉପରେ ଚଢ଼ାଉ କରିଥିଲା। ଘରେ କେହି ନ ଥିବାରୁ ତାଙ୍କ ପୁତୁରା ଜାହିରଙ୍କୁ ପୋଲିସ ଥାନାକୁ ନେଇଯାଇଛି। ୩ ଘଣ୍ଟା ଧରି ଚଢ଼ାଉ ସମୟରେ ୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହିତ ନଗଦ ୩ଲକ୍ଷ ୭୯ହଜାର ୪୪୦ ଟଙ୍କା, ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା, ୫ଟି ମୋବାଇଲ ଫୋନ୍‌, ଗୋଟିଏ ବୁଲେଟ୍‌ ଗାଡ଼ି, ସିସି କ୍ୟାମେରା ଓ ହାର୍ଡ଼ଡିସ୍କ ଜବତ କରାଯାଇଛି। ଡିଏସ୍‌ପି ମନୋଜ ରାଉତଙ୍କ ସ୍ବତନ୍ତ୍ର ଟିମ୍‌ରେ ଜଳେଶ୍ୱର ଏସ୍‌ଡିପିଓ ସୁଦର୍ଶନ ଦାସ, ଜଳେଶ୍ୱର ଆଇଆଇସି ପ୍ରଦୀପ ମାଝି, ସହଦେବଖୁଣ୍ଟା ମଡ଼େଲ ଥାନାର ସବଇନ୍ସପେକ୍ଟର ବିରଞ୍ଚତ୍ ସାହୁଙ୍କ ସହ ୧ ପ୍ଲାଟୁନ ପୋଲିସ୍‌ ଫୋର୍ସ ନିୟୋଜିତ ଥିଲେ।
ସେହିପରି ଜଳେଶ୍ୱର ଥାନା ରାଜପୁର ଗ୍ରାମର ସେକ୍‌ ରଫିବୁଲ ନାମକ ବ୍ରାଉନ୍‌ସୁଗାର ବେପାରୀ ପଶ୍ଚିମବଙ୍ଗର ହାଓ୍ବଡ଼ାରୁ ଟ୍ରେନ୍‌ ଯୋଗେ ଜଳେଶ୍ୱର ଅଭିମୁଖେ ଆସୁଥିବା ବେଳେ ଖଡ଼ଗପୁର ରେଳଷ୍ଟେଶନରେ ରେଳବାଇ ପୋଲିସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ୩ଶହ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ ହୋଇଛି। ଯାହାର ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ।
ଏ ସମ୍ପର୍କରେ ଡିଏସ୍‌ପି ମନୋଜ ରାଉତ କହନ୍ତି, ମାସକ ଭିତରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ କେତେକ ବ୍ୟବସାୟୀ ଏବଂ ସହଯୋଗୀମାନଙ୍କୁ ଗିରଫ କରାଯାଇଛି। ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ବ୍ରାଉନ୍‌ସୁଗାର ବ୍ୟବସାୟକୁ ବାଲେଶ୍ୱର ଜିଲାରେ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପୋଲିସ୍‌ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri