ବ୍ରାଉନସୁଗାର ବେପାରୀଙ୍କ ହାତରେ ଚୋରା ବନ୍ଧୁକ

ଭୁବନେଶ୍ୱର,୧।୩(ବ୍ୟୁରୋ): ବନ୍ଧୁକ ମୁନରେ ଚାଲିଛି ବ୍ରାଉନସୁଗାର ବେପାର। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କଟକ ଟାଙ୍ଗୀ ଅଞ୍ଚଳରୁ ଦୁଇଜଣ ବ୍ରାଉନସୁଗାର ବେପାରିଙ୍କୁ ଗିରଫ କରିବା ପରେ ଚୋରା ବନ୍ଧୁକ କାରବାରର ମଧ୍ୟ ସୁରାକ ପାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ରେଣ୍ଟାଲ କଲୋନୀର ଅନନ୍ତ ସାହୁ ଓରଫ ବୁଦ୍ଧିଆ ଏବଂ ଦୀପ୍ତିରଞ୍ଜନ ବାରିକ ଓରଫ ଇଲୁ। ଉଭୟଙ୍କ ନିକଟରୁ ଏସ୍‌ଟିଏଫ୍‌ ୫୬ ଗ୍ରାମର ବ୍ରାଉନସୁଗାର,୯ ଏମ୍‌ଏମ୍‌ର ଗୋଟିଏ ବନ୍ଧୁକ, ୪ ଗୁଳି ଓ ଗୋଟିଏ କାର୍‌ ଜବତ କରିଛି। ଏସ୍‌ଟିଏଫ୍‌ ସେମାନଙ୍କୁ ଟାଙ୍ଗୀ ପୋଲିସକୁ ହସ୍ତାନ୍ତର କରିଛି। ଏନେଇ ଟାଙ୍ଗୀ ଥାନାରେ କେସ୍‌ ନଂ-୪୩/୨୦ ଦଫା ୨୧(ବି) ଏନ୍‌ଡିପିଏସ୍‌ ମାମଲା ରୁଜୁ କରାଯିବା ସହ ୨୫(୧)(ଏ) ଆର୍ମ ଆକ୍ଟରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅନନ୍ତ ଏବଂ ଦୀପ୍ତିରଞ୍ଜନ ବାଲେଶ୍ୱରରୁ ଜଣେ ମହିଳାଙ୍କଠାରୁ ବ୍ରାଉନସୁଗାର ଆଣି କଟକ ଓ ଭୁବନେଶ୍ୱରରେ ବେପାର କରନ୍ତି। ପୂର୍ବରୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ଗିରଫ ହୋଇଥିବା ଅନ୍ୟ ଦୁଇ ବେପାରିଙ୍କୁ ପଚରାଉଚରା ପରେ ଏମାନଙ୍କ ସମ୍ପର୍କରେ ସୂଚନା ପାଇଥିଲା ଏସ୍‌ଟିଏଫ୍‌। ପରେ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। ବ୍ରାଉନସୁଗାର ବେପାର ପାଇଁ ସେମାନେ ପାଖରେ ଚୋରା ବନ୍ଧୁକ ରଖିଥିଲେ। ଯେଉଁମାନେ ପୋଲିସକୁ ଖବର ଦେବାଲାଗି କହୁଥିଲେ ସେମାନେ ବନ୍ଧୁକ ଦେଖାଇ ଧମକ ଚମକ ଦେଉଥିଲେ। ଫଳରେ ଏମାନଙ୍କ କଳା କାରବାର ବିଷୟରେ ଯିଏ ଜାଣୁଥିଲେ ମୁହଁ ଖୋଲିବାକୁ ସାହସ କରୁ ନ ଥିଲେ। ଶୁକ୍ରବାର ରାତିରେ ଉଭୟ ଟାଙ୍ଗୀ ଅଞ୍ଚଳରେ ଥିବା ଏକ ଅନ୍ଧାରୁଆ ସ୍ଥାନରେ କାର ଭିତରେ ବସି ବ୍ରାଉନସୁଗାର ବିକ୍ରି କରିବାକୁ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଏସ୍‌ଟିଏଫ୍‌ ଟିମ୍‌ ସେଠାରେ ଚଢାଉ କରି ଉଭୟଙ୍କୁ କାବୁ କରିଥିଲା। ଯାଞ୍ଚ ପରେ ସେମାନଙ୍କ ନିକଟରୁ ବ୍ରାଉନସୁଗାର ଓ ଗୁଳି ଭର୍ତ୍ତି ବନ୍ଧୁକ ମିଳିଥିଲା। ସେମାନେ ଉକ୍ତ ଚୋରା ବନ୍ଧୁକ କେଉଁଠି କିଣିଥିଲେ ଓ ତାହାକୁ ଅନ୍ୟ କେଉଁସବୁ ଘଟଣାରେ ବ୍ୟବହାର କରିଛନ୍ତି ତାହାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଏସ୍‌ଟିଏଫ୍‌। ସେମାନଙ୍କ ନାମରେ ଟାଙ୍ଗୀ କିମ୍ବା ଅନ୍ୟ କୌଣସି ଥାନାରେ ମାମଲା ରହିଛି କି ନାହିଁ ସେନେଇ ମଧ୍ୟ ଯାଞ୍ଚ କରାଯାଉଛି। ଏପରି କି ଆବଶ୍ୟକ ହେଲେ ଏସ୍‌ଟିଏଫ୍‌ ଉଭୟଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ। ତେବେ ଉଭୟ ଅଭିଯୁକ୍ତ ସମ୍ଭ୍ରାନ୍ତ ଘରର ବୋଲି ଜଣାପଡିଛି। ଅନନ୍ତଙ୍କ ବାପା ଲୋକସେବା ଭବନରେ ଚାକିରି କରିଥିବାବେଳେ ଦୀପ୍ତିରଞ୍ଜନଙ୍କ ବାପା ସିଆର୍‌ପିଏଫ୍‌ରେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଥିବା ଏସ୍‌ଟିଏଫ୍‌ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଫିକର ବ୍ୟବସାୟୀ, ଅମାନିଆ ଗ୍ରାହକ: ନିର୍ଦ୍ଦେଶକୁ ଫୁ’ କରିଦେଲା ପରିବା ହାଟ

ଭୁବନେଶ୍ୱର, ୨୧।୯ (ବ୍ୟୁରୋ): କାହା ମଧ୍ୟରେ ନ ଥିଲା ସାମାଜିକ ଦୂରତା। ପୁଣି କାହା ମୁହଁରେ ମାସ୍କ ନ ଥିବାବେଳେ ଆଉ କାହାର କାନରୁ ତଳକୁ...

ଅନୁଭବ ପରୋକ୍ଷରେ ଅଭିଯୋଗକୁ ସ୍ବୀକାର କରିଛନ୍ତି: କଂଗ୍ରେସ

ଭୁବନେଶ୍ୱର,୪ା୨(ବ୍ୟୁରୋ): କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ୨୦୧୪ ରାଜ୍ୟ ସଭା ନିର୍ବାଚନ ସମୟରେ ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଭୁଲ୍‌ ତଥ୍ୟ ଦେଇଥିବା ରବିବାର କଂଗ୍ରେସ...

ବିଷ ଝଡ଼ାଇବା ପାଇଁ ବୋଳା ହେଉଛି ଏସିଡ୍‌

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ଏବେ ବି ତନ୍ତ୍ରମନ୍ତ୍ର ଓ ଅନ୍ଧବିଶ୍ୱାସକୁ ନେଇ ଚିକିତ୍ସା ଚାଲିଛି। ଏଥିଯୋଗୁ କାହିଁ କେତେ ଜୀବନ ବିପଦ ମୁହଁକୁ ଚାଲିଯାଉଛି। ସାପ କିମ୍ବା...

ବଦଳିବ ସ୍କୁଲ ଖୋଲିବା ତାରିଖ: ନଭେମ୍ବରରେ ଖୋଲିବ, କିନ୍ତୁ ୧୬ରେ ନୁହେଁ…

ଭୁବନେଶ୍ୱର ୩୧।୧୦(ବ୍ୟୁରୋ): ନଭେମ୍ବର ୧୬ରେ ଖୋଲିବନି ସ୍କୁଲ। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏ ନେଇ ଖୁବ୍‌ଶୀଘ୍ର ଏସ୍‌ଆର୍‌ସି...

ରାଜ୍ୟରେ ଲଗାଣ ବର୍ଷା: ଆଉ ୩୬ ଘଣ୍ଟା ବର୍ଷିବ, ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ମେଘୁଆ ପାଗ ସହିତ ଝିପି...

ଜଗତ୍‌ସିଂହପୁର ପୌର ପରିଷଦ: ୧୮୭ ଉଠା ଦୋକାନୀଙ୍କୁ ମିଳିଲା ଫନୀ ସହାୟତା

ଜଗତ୍‌ସିଂହପୁର ଅଫିସ,୩୦ା୧: ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳର ବିଭିନ୍ନସ୍ଥାନରେ ଉଠାଦୋକାନ କରି ଗୁଜରାଣ ମେଣ୍ଟାଉଥିବା ଦୋକାନୀଙ୍କ ମଧ୍ୟରୁ ୧୮୭ ଜଣଙ୍କୁ ଫନୀ ସହାୟତା ରାଶି ପ୍ରଦାନ...

ସିଏଏକୁ ନେଇ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ: ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯାଉ

ପୁରୀ ଅଫିସ,୪ା୧: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଜୋରସୋରରେ ଆନ୍ଦୋଳନ ଚାଲିଛି। ପୁଣି କେତେକ ଜାଗାରେ ସମର୍ଥନ ଶୋଭାଯାତ୍ରା ମଧ୍ୟ ବାହାରୁଛି।...

ହାଇସ୍କୁଲରେ ପାଠପଢାଇଲେ ମନ୍ତ୍ରୀ ପ୍ରତାପ ଜେନା

କୁଆଁରମୁଣ୍ଡା,୨୩।୯(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମଝରିଆ ହାଇସ୍କୁଲକୁ ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୋମବାର ଅଚାନକ ପରିଦର୍ଶନ କରିଥିଲେ।...

Play 250+ Trending Games
Archives

Model This Week

Why Dharitri