ବ୍ରହ୍ମପୁର-ସମ୍ବଲପୁର ନୂତନ ରେଳ ପ୍ରକଳ୍ପ ଶୀଘ୍ର କରିବାକୁ ଦାବି

ଫୁଲବାଣୀ ଅଫିସ, ୧୭ା୨: ବହୁ ବର୍ଷର ଦାବିକୁ କେନ୍ଦ୍ର ସରକାର ପୂରଣ କରିଛନ୍ତି। ପ୍ରସ୍ତାବିତ ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥକୁ ଚଳିତ ବଜେଟରେ ମଞ୍ଜୁର କରାଯାଇଛି। ରାଜ୍ୟ ସରକାର ତୁରନ୍ତ ଜମି ଅଧିଗ୍ରହଣ କରି କାମ ଆରମ୍ଭ କଲେ ଜିଲାରେ କାର୍ଯ୍ୟ ଆରମ୍ଭ ହେବ। ତେଣୁ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ କରିବାକୁ କନ୍ଧମାଳ ପିପୁଲ୍ସ ଫୋରମ ପକ୍ଷରୁ ରବିବାର ସ୍ଥାନୀୟ ସର୍କିଟ ହାଉସରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଦାବି କରାଯାଇଛି।
ଚଳିତ ବଜେଟ୍‌ରେ ଗୋପାଳପୁର ଠାରୁ ରେଢାଖୋଲ (ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ) ୨୪୦ କି.ମି ରେଳ ଲାଇନ ପାଇଁ ୨୯୫୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଲାଇନର ସର୍ବେକ୍ଷଣ କାମ ଚାଲୁ ରହିଛି। ଚୁଡାନ୍ତ ରିପୋର୍ଟ ନୀତି ଆୟୋଗର ଅନୁମୋଦନ ପରେ ଜମି ଅଧିଗ୍ରହଣ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। କନ୍ଧମାଳକୁ ରେଳ ସଂଯୋଗ ହେଲେ ଜିଲାର ସାମାଜିକ ଓ ଅର୍ଥନୈତିକ ବିକାଶ ହେବ ବୋଲି ଫୋରମର ଆବାହକ ସୁନିଲ ପଟ୍ଟନାୟକ, ସଭାପତି ରାଧାମୋହନ ମହାପାତ୍ର, ଉପ ସଭାପତି ମହମ୍ମଦ ସାକିଲ ଓ ଆଇଏନଟିୟୁସି ଜିଲା ସଭାପତି ଘନ କୁମାର ଶବର ପ୍ରକାଶ କରିଛନ୍ତି। ଜିଲାର ସମସ୍ତଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ ଦାବି ପୂରଣ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ପୋଲ ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଜାତୀୟ ରାଜପଥରେ କେନ୍ଦ୍ର ସରକାର ଟୋଲ ଗେଟ ସ୍ଥାପନ କରି ରାଜପଥ ପାଇଁ ଟୋଲ ଟିକସ ଆଦାୟ କରୁଥିଲାବେଳେ ଏହାର ମରାମତି ପାଇଁ ଆଦୌ...

ପିଟିପିଟି ହତ୍ୟା କରି କେନାଲରେ ଫିଙ୍ଗିଦେଲେ

ହିଞ୍ଜିଳିକାଟୁ, ୫ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଗୋଦରାପଲ୍ଲୀର ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ପିଟି ହତ୍ୟା କରାଯାଇଛି। ପରେ ମୃତଦେହ କେନାଲକୁ ଫିଙ୍ଗି ଦିଆଯାଇଛି। ମୃତକ...

କୋରାପୁଟରେ ଥମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୮୯

କୋରାପୁଟ,୨୩ା୯(ସ୍ବ.ପ୍ର.): କୋରାପୁଟ ଜିଲାରୁ ବୁଧବାର ପୁଣି ୮୯ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜିଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌...

ଆହୁରି ୧୫ ଦିନ ପରେ ମଣ୍ଡିରେ କିଣାହେବ ଧାନ: ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ

ନୟାଗଡ଼ ଅଫିସ,୫ା୧୨: ଗତ ୨୯ ତାରିଖରେ ଜିଲାରେ ସରକାରୀ ଭାବେ ଧାନମଣ୍ଡି ଉଦ୍‌ଘାଟିତ ହୋଇଥିଲା। ସେ ସମୟରେ ଡିସେମ୍ବର ୧୮ ତାରିଖ ପରେ ମଣ୍ଡିରେ ଧାନ...

ସଚେତନତା ଅଭାବ: ୩୦ କିମି ଭାରରେ ବୁହା ହେଲା ମୃତଦେହ

ମାଲକାନଗିରି, ୩୧।୧୦(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ବିଭିନ୍ନ ସମୟରେ ରୋଗୀ, ଗର୍ଭବତୀ ଓ ମୃତଦେହ ଭାରରେ ବୁହାହେବା ଘଟଣା ଘଟୁଥିବା ଦେଖିବାକୁ ମିଳିଥାଏ। ହେଲେ ସଚେତନତା ଅଭାବରୁ...

ଖର୍ଚ୍ଚ ଉଠାଇ ପାରୁନାହାନ୍ତି କୋବିଚାଷୀ

ରସୁଲପୁର,୨।୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ କୋବିର ଅଭାବୀ ବିକ୍ରି ଦେଖାଦେଇଛି। ଗୋଟିଏ କୋବି ଉତ୍ପାଦନରେ ପାଖାପାଖି ୭ଟଙ୍କା ଖର୍ଚ୍ଚ ହେଉଥିବାବେଳେ ତାହା ବର୍ତ୍ତମାନ ୬ ଟଙ୍କାରେ ବିକ୍ରି...

କାମରେ ଆସୁନି ଟ୍ରାଫିକ୍‌ ସିଗ୍‌ନାଲ

ବଅଁରପାଳ, ୧୪ା୧୨(ଡି.ଏନ.ଏ.) – ଅନୁଗୋଳରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବୃଦ୍ଧି ଓ ଏଥିଜନିତ ଦୁର୍ଘଟଣା ହାର ବଢୁଥିଲେ ହେଁ ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ...

କୋଭିଡ୍‌- ୧୯ ପର୍ଯ୍ୟବେକ୍ଷକଙ୍କ ମୟୂରଭଞ୍ଜ ଗସ୍ତ

ବାରିପଦା ଅଫିସ,୬।୬- କୋଭିଡ୍‌-୧୯ର ରାଜ୍ୟ ପର୍ଯ୍ୟବେକ୍ଷକ ତଥା ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର ଶୁକ୍ରବାର ମୟୂରଭଞ୍ଜ ଜିଲା ଗସ୍ତ କରିଥିଲେ। ସେ ଜିଲାର ବେତନଟୀ ଓ...

Advertisement


Archives

Model This Week