ବ୍ରହ୍ମପୁର ଏମ୍‌ପିଙ୍କୁ ନବୀନ ନିବାସରୁ ଡାକରା, ଚାପୁଡ଼ା ମାରିବାର ତର୍ଜମା ହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ବେହେରାଙ୍କୁ ନବୀନ ନିବାସରୁ ଡାକରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ନ ୪ଟାରେ ତାଙ୍କୁ ନବୀନ ନିବାସ ଡାକିଛନ୍ତି। ତେବେ କେଉଁ କାରଣ ଲାଗି ଏମ୍‌ପିଙ୍କୁ ଡକାଯାଇଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ କର୍ମୀଙ୍କୁ ଚାପୁଡ଼ା ମାରିବା ଘଟଣାରର ତର୍ଜମା କରିବାକୁ ତାଙ୍କୁ ଡକାଯାଇଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ପ୍ରକାଶଯୋଗ୍ୟ, ମଙ୍ଗଳବାର ପାରଳାଖେମୁଣ୍ଡିରେ ବିଜେଡିର ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ଅବସରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଥିଲା। ଅନ୍ୟ ଦଳର କର୍ମୀ ଓ ନେତା ବିଜେଡିରେ ସାମିଲ ହୋଇଥିଲେ। ପୂର୍ବତନ ଜିଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ ବିଜେଡିରେ ଯୋଗଦେବା ଲାଗି ଆସିଥିଲେ। କିନ୍ତୁ ଉତ୍ତରିୟ ଦେଇ ସ୍ବାଗତ କରୁଥିବା ସମୟରେ ଏମ୍‌ପି ସଂଗ୍ରାମଙ୍କୁ ଚାପୁଡ଼ା ମାରିଥିଲେ। ତେବେ କେଉଁ କାରଣ ଲାଗି ସେ ତାଙ୍କୁ ଚାପୁଡ଼ା ମାରିଛନ୍ତି ଜଣାପଡ଼ି ନ ଥିବା ବେଳେ ପୂର୍ବରୁ ଚନ୍ଦ୍ରଶେଖର କ୍ଷୁବ୍ଧ ଥିବା ଯୋଗୁ ଏପରି କରିଥିବା କୁହାଯାଉଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳିତ ପରିବାରଙ୍କୁ ଆକ୍ରମଣ ଘଟଣା: ପ୍ରଶାସନକୁ ହାଇକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ପୁରୀ ଅଫିସ, ୨୨ା୧: ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅଧୀନ ନୂଆଗଁ। ଏବଂ କଣାସ ବ୍ଲକ ଅନ୍ତର୍ଗତ ବୀରକେଶରପୁର ଗ୍ରାମର ୬ଟି ଦଳିତ ପରିବାରଙ୍କୁୁ ଆକ୍ରମଣ,...

ଆରପାରିରେ ଚଳଚ୍ଚିତ୍ର ଅଭିନେତା ଶାନ୍ତି ସ୍ବରୂପ

ସମ୍ବଲପୁର,୨୪।୧(ବ୍ୟୁରୋ): ବର୍ଷୀୟାନ୍‌ ଚଳଚ୍ଚିତ୍ର ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କ ରବିବାର ସମ୍ବଲପୁରର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୦...

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧।୧୦(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୪୩୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୭୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୫୫୮, ଜଗତସିଂହପୁରରୁ ୨୩୩,...

ଯାତ୍ରା ସମରରେ ସାଇ ସମ୍ରାଟ, ସ୍ବର୍ଣ୍ଣ ମନ୍ଦିର

ଭୁବନେଶ୍ୱର,୫।୨(ବ୍ୟୁରୋ): ଖଣ୍ଡଗିରି କୁମ୍ଭମେଳା ଅବସରରେ ଚାଲିଥିବା ଯାତ୍ରା ମହାସମର ଧୀରେ ଧୀରେ ଜମୁଛି। ରେକର୍ଡ ଡ଼୍ୟାନ୍ସ ସହ ଖଳନାୟକର ଛାତି ଥରା ସଂଳାପ ରାତିର ନିରବତା ଭାଙ୍ଗୁଛି।...

ଜାତୀୟ ରାଜପଥ କାର୍ଯ୍ୟରେ ମନ୍ଥରତା

ନୟାଗଡ଼ ଅଫିସ,୧୯ା୧୦: ନୟାଗଡ଼ ଦେଇ ଯାଇଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ। ଏହି ରାଜପଥର ଶିମିଳିସାହିଠାରୁ କିରିଆଲାଞ୍ଜି ପର୍ଯ୍ୟନ୍ତ ୭ କିଲୋମିଟର ରାସ୍ତା ପ୍ରଶସ୍ତୀକରଣ ଓ...

ସିଧାସଳଖ ଅନ୍‌ଲାଇନରେ ପଞ୍ଜୀକୃତ କରିପାରିବେ ଚାଷୀ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟ ସରକାର କିମ୍ବା କୌଣସି ଏଜେନ୍ସିଙ୍କ ବିନା ସହାୟତାରେ ଚାଷୀମାନେ ସିଧାସଳଖ କେନ୍ଦ୍ର ସରକାରଙ୍କ ପିଏମ-କିଷାନ ନିଧି ଯୋଜନାରେ ନିଜକୁ ସାମିଲ କରି ପାରିବେ।...

ଆଜି ରାଜ୍ୟରୁ ୮୧୬ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ଖସୁନି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୮୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୪,୮୭୫ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ସୋମବାର ଆଗତ ହେବ ବିଶ୍ୱବିଦ୍ୟାଳୟ ଅଡିଟ୍‌ ରିପୋର୍ଟ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଓଡ଼ିଶା ବିଧାନସଭାରେ ଆସନ୍ତା ସୋମବାର ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଡିଟ୍‌ ରିପୋର୍ଟ ଉପସ୍ଥାପନ କରାଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏହାକୁ ଉପସ୍ଥାପନ...

Advertisement
Archives

Model This Week