ବ୍ରହ୍ମପୁରରେ ଲକ୍‌ଡାଉନ, ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ପ୍ରଶାସନ ପକ୍ଷରୁ ଗଣେଶ ମାର୍କେଟ ସିଲ୍‌

ବ୍ରହ୍ମପୁର ଅଫିସ,୧୫।୬: କରୋନା ସଂକ୍ରମଣକୁ ଏଡ଼ାଇବା ନେଇ ଗଞ୍ଜାମ ଜିଲାରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପୁଣି ଲକ୍‌ଡାଉନ ଘୋଷଣା କରାଯାଇଛି। ତେବେ ଏହା ଘୋଷଣା ହେବାର ପ୍ରଥମ ଦିନରେ ହିଁ ଲକଡାଉନ୍‌ ନିୟମାବଳୀ ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି। ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ନେଇ ନିର୍ଦ୍ଦେଶ ରହିଥିବା ବେଳେ ସୋମବାର ବ୍ରହ୍ମପୁରର କିଛି ମାର୍କେଟ କମ୍ପ୍ଲେକ୍ସ ଖୋଲାଥିବା ଦେଖିବାକୁ ମିଳିଥିଲା । ଏହି କ୍ରମରେ ଲକ୍‌ଡାଉନ ଏବଂ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ ବଡ଼ବଜାର ସ୍ଥିତ ଗଣେଶ ମାର୍କେଟ କମ୍ପ୍ଲେକ୍ସକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି । ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଏ ନେଇ ଟୁଇଟ୍‌କରି ସୂଚନା ଦେଇଛନ୍ତି। ଏହାବ୍ୟତୀତ ସହରର ଗେଟବଜାର ସମେତ ବିଭିନ୍ନ ସ୍ଥାନରେ ଖୋଲାଥିବା ଦୋକାନକୁ ମଧ୍ୟ ଉପଜିଲାପାଳ ତାଗିତକରି ବନ୍ଦ କରିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ହେବ ଫ୍ଲାଏଓଭର, ମିନି ସଚିବାଳୟ

ବଲାଙ୍ଗୀର ଅଫିସ, ୨୨|୧ – ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ମଙ୍ଗଳବାର ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ...

ବେନିୟମ ଚାଲାଣ ହେଉଛି କେନ୍ଦୁପତ୍ର: ବିନା ନଥିପତ୍ରରେ ଚାଲିଛି କାରବାର

ମାଲକାନଗିରି,୪ା୫(ଡି.ଏନ୍‌.ଏ.) : ମାଲକାନଗିରି ଜିଲାରେ ବର୍ଷକୁ କୋଟି କୋଟି ଟଙ୍କାର କେନ୍ଦୁପତ୍ର କାରବାର ହୋଇଥାଏ। ଜିଲାର ଆଦିବାସୀ ଏବଂ ଅଣ ଆଦିବାସୀ କେନ୍ଦୁପତ୍ର ସଂଗ୍ରହକରି ଗୁଜୁରଣ...

ୱାର୍ଡମେମ୍ବର ନିର୍ବାଚନ ପ୍ରସ୍ତୁତି ଶେଷ: ବୁଥ୍‌ରେ ପହଞ୍ଚିଲେ ପୋଲିଂ ଦଳ

ସୋରଡା,୧।୫(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନରେ ଖାଲି ପଡିଥିବା ୱାର୍ଡ ସଭ୍ୟା ଏବଂ ସଭ୍ୟଙ୍କ ପାଇଁ ମେ’ ୨ ତାରିଖ ମଙ୍ଗଳବାର ନିର୍ବାଚନ ହେବା। ଏନେଇ ପ୍ରଶାସନ ପକ୍ଷରୁ...

ମଥୁରାରେ କୃଷ୍ଣ, ବଳରାମ

ମଥୁରାନଗରୀ/ଗୋପପୁର,୯ା୧: ବରଗଡ଼ ଧନୁଯାତ୍ରା ମହୋତ୍ସବର ବୁଧବାର ନବମ ଦିବସରେ ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ଅକ୍ରୂର ନନ୍ଦଭବନରୁ ବାହାରି ଥିଲେ। ନନ୍ଦରାଣୀ, ନନ୍ଦରାଜା ବେନିଭାଇଙ୍କ ଶୁଭ ମନାସୀ...

ଆନ୍ଦୋଳନକାରୀ-ପୋଲିସ ଧସ୍ତାଧସ୍ତି

ଅନୁଗୋଳ ଅଫିସ୍‌, ୧୭।୭ ଅଳିଆ ପକାକୁ ନେଇ ପୁଣି ଉତ୍ତେଜନା ଦେଖାଦେଇଛି। ବିରୋଧ କରୁଥିବା ପଞ୍ଚମହଲା ବେଣିବଣିଆ ସାହି ମହିଳାମାନଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି।...

କୋରେଇ ଟ୍ରେନ୍‌ ଦୁର୍ଘଟଣା ପରେ ୮ ଟ୍ରେନ୍‌ ବାତିଲ୍‌, ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଯାଜପୁର ଜିଲା କୋରେଇ ରେଳ ଷ୍ଟେଶନରେ ସୋମବାର ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇ ବିଶ୍ରାମାଗାର ଉପରେ ମାଡିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।...

ବ୍ୟବସ୍ଥା ଥାଇ ବାହାରେ

ରୂପାନ୍ତରୀକରଣ ପରେ ବଦଳିଛି ବିଦ୍ୟାଳୟର କଳେବର। ସୁଦୃଢ଼ ହୋଇଛି ଶୈଖିକ ଭିତ୍ତିଭୂମି। ହେଲେ ସରକାର କରିଥିବା ସୁବିଧାର ହେଉନି ସଦ୍‌ବ୍ୟବହାର। ଚକାଚକ୍‌ ଡାଇନିଂ ହଲ୍‌ ବ୍ୟବସ୍ଥା...

୩ ଅଧ୍ୟାଦେଶ, ୫ ବିଲ୍‌ ଉପସ୍ଥାପିତ

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ଶୁକ୍ରବାର ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ୩ଟି ଅଧ୍ୟାଦେଶ ଏବଂ ୫ଟି ବିଲ୍‌କୁ ଗୃହରେ ଆଗତ କରାଯାଇଛି। ଆଗତ ଅଧ୍ୟାଦେଶ ମଧ୍ୟରୁ...

Advertisement
Archives

Model This Week