ବ୍ରହ୍ମପୁରରେ ଆଦର୍ଶ ବିବାହ: ଦୃଷ୍ଟିବାଧିତ ସୌମ୍ୟାଙ୍କୁ ମିଳିଲେ ଜୀବନସାଥୀ

ବ୍ରହ୍ମପୁର ଅଫିସ୍‌,୯ା୧୨-ଖୁବ୍‌ କମ୍‌ ବୟସରୁ ଦୃଷ୍ଟିଶକ୍ତି ହରାଇଥିଲେ ସୌମ୍ୟା। ଜୀବନ ଯେମିତି ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଥିଲା। ତେବେ ସୌମାଙ୍କ ଅନ୍ଧାର ଜୀବନ ମଧ୍ୟରେ ଆଲୋକ ଭରିଦେବାକୁ ମିଳିଯାଇଛନ୍ତି ଜଣେ ଜୀବନ ସାଥୀ। ରବିବାର ବ୍ରହ୍ମପୁରର ଏକ କଲ୍ୟାଣ ମଣ୍ଡପରେ ସୌମ୍ୟାଙ୍କ ହାତ ଧରିଛନ୍ତି ଆନ୍ଧ୍ରପ୍ରଦେଶର ମଦନ ମୋହନ। ଏହି ଆଦର୍ଶ ବିବାହକୁ ନେଇ ବ୍ରହ୍ମପୁରରେ ଚର୍ଚ୍ଚା ଲାଗିରହିଛି ।
ବ୍ରହ୍ମପୁର ସହର ଗେଟ୍‌ବଜାର ରାଧାକ୍ରିଷ୍ଣ ସାହିର ଜି.ଏଲ୍‌.ଏନ୍‌. ସ୍ବାମୀ ଶେଖରଙ୍କ ୨ ଝିଅ ଏବଂ ଗୋଟିଏ ପୁଅ। ସାନଝିଅ ସୌମ୍ୟା ୧୪ ବର୍ଷ ବୟସରେ ମସ୍ତିଷ୍କ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ରୋଗ ଭଲ ହେଲା, କିନ୍ତୁ ଧୀରେ ଧୀରେ ସେ ଦୃଷ୍ଟିଶକ୍ତି ହରାଇବାରେ ଲାଗିଲେ। ଏକ ଘରୋଇ କମ୍ପାନୀରେ କାମ କରୁଥିବା ଶେଖର ନିଜ ଆର୍ଥିକ କ୍ଷମତା ଅନୁଯାୟୀ ଝିଅର ଚିକିତ୍ସା କରାଇଲେ। ହେଲେ ସୁଫଳ ମିଳିଲାନି । ଶତପ୍ରତିଶତ ଦୃଷ୍ଟିବାଧିତ ହୋଇଗଲେ ସୌମ୍ୟା। ଝିଅର ବିବାହ ଯୋଗ୍ୟ ବୟସ ହେବାରୁ ଶେଖର ଚିନ୍ତିତ ଥିଲେ। ଆନ୍ଧ୍ରପ୍ରଦେଶର ବିଜୟାନଗରମ୍‌ରେ ରହୁଥିବା ଜଣେ ସମ୍ପର୍କୀୟ ମଦନଙ୍କ ସମ୍ପର୍କରେ ଶେଖରଙ୍କୁ କହିଥିଲେ। ଆନ୍ଧ୍ରପ୍ରଦେଶ ତିରୁପତିର ଜି.ଭେଙ୍କଟ ସୀମାଦ୍ରୀଙ୍କ ପୁଅ ମଦନ ତିରୁମାଲା ମନ୍ଦିରରେ ଭକ୍ତଙ୍କୁ ମାଗଣାରେ ଖାଦ୍ୟ ଦିଆଯାଉଥିବା କ୍ୟାଣ୍ଟିନ୍‌ରେ କାମ କରନ୍ତି। ସମ୍ପୃକ୍ତ ସମ୍ପର୍କୀୟଙ୍କ ଜରିଆରେ ସୌମା ଓ ମଦନଙ୍କ ବିବାହ ସମ୍ପର୍କରେ ଶେଖର ଏବଂ ସୀମାଦ୍ରୀ କଥା ହୋଇଥିଲେ। ମଦନଙ୍କୁ ସୌମ୍ୟାଙ୍କ ଦୃଷ୍ଟିହୀନତା ସମ୍ପର୍କରେ କୁହାଯାଇଥିଲା। ଏହାକୁ ଅତି ସକରାମତ୍କ ଭାବେ ଗ୍ରହଣକରି ମଦନ ବିବାହ ପାଇଁ ରାଜି ହୋଇଯାଇଥିଲେ। ରବିବାର ଉଭୟ ପରିବାରର ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି। ବିନା ଯୌତୁକରେ ଏହି ଆଦର୍ଶ ବିବାହକୁ ସମସ୍ତେ ପ୍ରଶଂସା କରୁଛନ୍ତି ।
ନିଜ ବିବାହକୁ ନେଇ ଆଶଙ୍କାରେ ଥିବା ସୌମାଙ୍କ ସ୍ବପ୍ନ ପୂରଣ ହେଲା ବୋଲି ସେ କହିଛନ୍ତି । ସେହିପରି ମଦନ ଓ ତାଙ୍କ ବାପାଙ୍କୁ ପ୍ରଶଂସା କରିବା ପାଇଁ ପାଖରେ କୌଣସି ଶବ୍ଦ ନାହିଁ ବୋଲି ସୌମ୍ୟାଙ୍କ ବାପା ଶେଖର କହିଛନ୍ତି। ଭେଙ୍କେଟେଶ୍ୱର ସ୍ବାମୀଙ୍କ ଆଶୀର୍ବାଦ ଯୋଗୁ ବିବାହ ହୋଇପାରିଲା ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ମଦନଙ୍କ ବାପା ସୀମାଦ୍ରୀ କହିଛନ୍ତି, ସୌମ୍ୟାଙ୍କ ଦୃଷ୍ଟିହୀନତା ତାଙ୍କ ପରିବାର ପାଇଁ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇ ନ ଥିଲା। ସୌମା ବୋହୂ ନୁହେଁ, ଝିଅ ଭାବେ ଘରେ ରହିବେ ବୋଲି ସେ କହିଛନ୍ତି। ସେହିପରି ମଦନ କେବେ ବାହ୍ୟ ସୁନ୍ଦରତାକୁ ଦେଖୁ ନ ଥିଲେ। ସୌମା ଦୃଷ୍ଟିବାଧିତ ଜାଣିବା ପରେ ସେ ବିବାହ କରିବାକୁ ରାଜି ହୋଇଯାଇଥିଲେ। ତାଙ୍କୁ ଜୀବନ ସାଥୀ ଭାବେ ପାଇଥିବାରୁ ଖୁସି ଥିବା ମଦନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବାକୁ ବାରଣ: ଚାରିପଟେ ବ୍ୟାରିକେଟ୍‌, ବନ୍ଦ ହେଉନି ଗାଧୁଆ

ବୁଗୁଡ଼ା,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଳକ ଏବଂ ଏନ୍‌ଏସିରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ପୋଖରୀରେ ଗାଧୋଇବାକୁ ନେଇ ବାରଣ...

ଗଁ।କୁ ଫେରୁନି ଦାଦନ ଶ୍ରମିକଙ୍କ ମୃତଦେହ

ଖଲ୍ଲିକୋଟ,୨୨ା୧୦(ଡି.ଏନ.ଏ.)-ଖଲ୍ଲିକୋଟ ବ୍ଲକ ଖୋଜାପଲି ଗ୍ରାମର ହରସ ସାମଲ (୨୬)ଙ୍କ ଗତ ୧୧ ଅକ୍ଟୋବରରେ ମୃତ୍ୟୁ ହୋଇଥିବା ନେଇ କୁଏତରୁ ପରିବାରକୁ ଫୋନ ଆସିଥିଲା। ପରିବାର ଲୋକେ...

ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ମରାଣାତ୍ମକ ଆକ୍ରମଣ

ଗଞ୍ଜାମ,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗ୍ରାମର ଜେ....

ନାଟକ ଚାଲିଥିବା ବେଳେ ବାଣ ବିସ୍ଫୋରଣ: ୪ ଗୁରୁତର,୪ ଆହତ

ଆସିକା,୧୫।୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା-ସୋରଡା ମୁଖ୍ୟରାସ୍ତାର ଧରାକୋଟ ଥାନା ଅନ୍ତର୍ଗତ କେ.ରାମଚନ୍ଦ୍ରପୁର (କଇଠରା) ଗ୍ରାମରେ ରବିବାର ସକାଳେ ବାଣ ବିସ୍ଫୋରଣ ଘଟି ୪ ଗୁରୁତର,...

୧ରୁ କାର୍ଯ୍ୟକ୍ଷମ ହେବ ବ୍ରହ୍ମପୁରର ଦ୍ୱିତୀୟ ପୋକ୍‌ସୋ କୋର୍ଟ

ବ୍ରହ୍ମପୁର ଅଫିସ,୨୫।୬: ବ୍ରହ୍ମପୁରରେ ଦ୍ୱିତୀୟ ପୋକ୍‌ସୋ କୋର୍ଟ ଆରମ୍ଭ ହେବ। ଜୁଲାଇ ୧ ତାରିଖରେ ଏହି କୋର୍ଟ ଉଦ୍‌ଘାଟିତ ହେବ। ପୂର୍ବରୁ ଗଞ୍ଜାମ ଜିଲାରେ ସ୍ବତନ୍ତ୍ର...

ନାମଲେଖାରୁ ବଞ୍ଚିତ ହୋଇ ସ୍କୁଲ ସମ୍ମୁଖରେ ଚଣା, ମୁଢ଼ି ବିକିଲେ ଛାତ୍ର

ପୁରୁଷୋତ୍ତମପୁର,୨୫ା୮(ଡି.ଏନ୍‌.ଏ.): ସରକାର ଶିକ୍ଷା ଅଧିକାର ଆଇନ(ରାଇଟ୍‌ ଟୁ ଏଜୁକେଶନ) ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ‘ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁ’ ର ନାରା ଦେଇ ପିଲାଙ୍କୁ ସ୍କୁଲ...

ପାଚିକା, ସହାୟିକାଙ୍କ ବୈଠକ

ପାତ୍ରପୁର,୨୩ା୧୨(ଡି.ଏନ୍‌.ଏ.) -ପାତ୍ରପୁର ଦୁର୍ଗାଦେବୀ ମନ୍ଦିର ପ୍ରାଙ୍ଗଣରେ ରବିବାର ପାଚିକା, ସହାୟିକାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାତ୍ରପୁର ବ୍ଲକ ସମେତ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ...

ପରପୁରୁଷ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ହତ୍ୟା ଉଦ୍ୟମ

ପୁରୁଷୋତ୍ତମପୁର,୨୫।୬(ଡି.ଏନ୍‌.ଏ.): ପରପୁରୁଷ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଜଣେ ରକ୍ଷିତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ।...

Advertisement
Archives

Model This Week