ବ୍ରଜରାଜନଗର କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପ୍ରଶାସନ ନିର୍ଦ୍ଦେଶକୁ ମାନୁନାହାନ୍ତି ଲୋକେ: ଅମାନିଆଙ୍କୁ ଆମ୍ବୁଲାନ୍ସରେ ଉଠାଇ ନେଉଛି ପୋଲିସ

ଝାରସୁଗୁଡ଼ା ଅଫିସ,୨।୫- ଝାରସୁଗୁଡା ଜିଲା ବ୍ରଜରାଜନଗର ମୁନିସିପାଲିଟି ଅଧୀନ ବୁଢ଼ୀଜାମରେ ଗତ ବୁଧବାର ଜଣେ ଯୁବତୀଙ୍କୁ କରୋନା ପଜିଟିଭ୍‌ ହୋଇଥିବା ଜଣାପଡିଥିଲା। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ବ୍ରଜରାଜନଗର ମୁନିସିପାଲିଟିର ବୁଢ଼ୀଜାମ ଅଞ୍ଚଳ ସମେତ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଥିଲା। ଏହି ଜୋନ୍‌ରେ ଲୋକଙ୍କୁ ବାହାରକୁ ବାହାରିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ହେଲେ ଏହି ଅଞ୍ଚଳରେ ଲୋକେ ପ୍ରଶାସନର ନିର୍ଦ୍ଦେଶକୁ ମାନୁନାହାନ୍ତି। ଫଳରେ ପ୍ରଶାସନ ପକ୍ଷରୁ ଅମାନିଆଙ୍କ ଉପରେ ଅଭିନବ ଉପାୟରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବାହାରକୁ ବାହାରି ବୁଲାବୁଲି କରୁଥିବା ବ୍ୟକ୍ତିମାନଙ୍କୁ ଏକ ଆମ୍ବୁଲାନ୍ସରେ ଟେକି ନେଇ ସ୍ବତନ୍ତ୍ର ସ୍ଥାନରେ ଅଟକ ରଖାଯାଉଛି। ଶନିବାର ପ୍ରାୟ ୬୦ ଜଣ ବ୍ୟକ୍ତି ଏହି ଅଞ୍ଚଳରେ ବାହାରେ ବୁଲାବୁଲି କରୁଥିବା ବେଳେ ସେମାନଙ୍କୁ ପୋଲିସ ଆମ୍ବୁଲାନ୍ସରେ ଉଠାଇ ନେଇଛି। ସନ୍ଧ୍ୟା ପରେ ସେମାନଙ୍କୁ ଛଡା ଯିବା ନେଇ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ: ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ

କାମାକ୍ଷାନଗର, ୯ା୧୧(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବୀରାଶାଳ ଫରେଷ୍ଟ ସେକ୍ସନ ଅଧୀନ ହରିଡ଼ାପଦାରେ ବେଆଇନ ଗଛକଟାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର...

ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ଗୁରୁବାର ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରର ବାତ୍ୟା ପ୍ରଭାବିତ ଅଞ୍ଚଳରେ...

୫୦୦ ଉପରେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି...

କୋଭିଡ-୧୯ ସହ ଲଢିବାକୁ ପିଏମ୍‌ କେୟାର୍ସ ଫଣ୍ଡ ‘ଅନାବଶ୍ୟକ’: ସିପିଆଇ(ଏମ୍‌)

ନୂଆଦିଲ୍ଲୀ,୨।୪: କୋଭିଡ-୧୯ ସହ ଲଢିବାକୁ ପୃଥକ ଭାବେ ‘ପିଏମ୍‌ କେୟାର୍ସ’ ପଣ୍ଡ ଗଠନ କରିବା ଅନାବଶ୍ୟକ ବୋଲି କହିଛି କମ୍ୟୁନିଷ୍ଟି ପାର୍ଟି ଅଫ୍‌ ଇଣ୍ଡିଆ(ମାର୍କସିଷ୍ଟ)। ସେ...

ସୁକନ୍ୟା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଧର୍ମଶାଳା,୬ା୬(ଡି.ଏନ୍‌.ଏ.): ନେହେରୁ ଯୁବକେନ୍ଦ୍ର ଯାଜପୁର ପକ୍ଷରୁ ଧର୍ମଶାଳା ବ୍ଲକ ପଣ୍ଡୁଆସ୍ଥିତ ସୁକନ୍ୟା ସ୍ବେଚ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି...

ବ୍ୟବସାୟ ଆଳରେ ୩୨ଲକ୍ଷ ଠକେଇ

ବରଗଡ଼ ଅଫିସ୍‌,୪।୧୧: ବ୍ୟବସାୟିକ ପ୍ରଲୋଭନ ଦେଖାଇ ମୁମ୍ବାଇର ଏକ ସଂସ୍ଥା ବରଗଡ଼ର ୪ଜଣଙ୍କଠାରୁ ୩୧ଲକ୍ଷ ୬୬ହଜାର ୩୦୦ଟଙ୍କା ଠକି ନେଇଛି। ଏ ନେଇ ସମ୍ବଲପୁର ସାଇବର...

ଗୁରୁ ଯାମିନୀ ରଞ୍ଜନଙ୍କୁ ‘ନୃତ୍ୟାଙ୍ଗନା ସମ୍ମାନ’

ଢେଙ୍କାନାଳ ଅଫିସ୍‌, ୧୬।୫: ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟାଙ୍ଗନା’ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଟାଉନ୍‌ ହଲ ପରିସରରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି ୭ମ ‘ନୃତ୍ୟାଙ୍ଗନା ସମ୍ମାନ...

ପଶ୍ଚିମବଙ୍ଗରୁ ଫେରିଥିବା ୧୧ ପୁନରୁଦ୍ଧାରକାରୀ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୧୬୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ବାତ୍ୟା ‘ଅମ୍ଫନ’ ମୁକାବିଲା ସାରି ଫେରିଥିବା ୧୧...

Advertisement
Archives

Model This Week