ବୋଲେରୋ ଧକ୍କାରେ ଯୁବକ ମୃତ: ପୂର୍ବ ଶତ୍ରୁତାରୁ ଗାଡ଼ି ଚଢ଼ାଇ ହତ୍ୟା ଅଭିଯୋଗ; ଚାଳକଙ୍କ ଥାନାରେ ଆତ୍ମସମର୍ପଣ

ନୂଆଗାଁ,୪।୮(ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ଥାନା ୫୭ ନମ୍ବର ଜାତୀୟ ରାଜପଥ ଡିମିରିଝରିଠାରେ ଶନିବାର ମଧ୍ୟାହ୍ନରେ ବୋଲେରୋ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ପୂର୍ବ ଶତ୍ରୁତାରୁ ତାଙ୍କୁ ଜାଣିଶୁଣି ଗାଡି ଧକ୍କା କରି ମାରି ଦିଆ ଯାଇଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି । ମୃତକ ହେଲେ ଡିମିରିଝରି ଗ୍ରାମର ଜଗନ୍ନାଥ ପ୍ରଧାନ (୩୫) । ଦୁର୍ଘଟଣା ପରେ ଗାଡି ଚାଳକ ବ୍ରଜକିଶୋର ସାହୁ (୩୫) ଥାନାରେ ଆତ୍ମସମର୍ପଣ କରିଛନ୍ତି।
ଡିମିରିଝରିଠାରେ ଏକ ମୋଟର ଗ୍ୟାରେଜ କରି ପରିବାର ପ୍ରତିପୋଷଣ କରନ୍ତି । ସେ ଶନିବାର ମଧ୍ୟାହ୍ନ ୧୨ଟାରେ ଗ୍ୟାରେଜରୁ ଚାଲି ଚାଲି ନିଜ ଘରକୁ ଆସୁଥିବାବେଳେ ପଛପଟୁ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଅନ୍ୟ ଏକ ଗ୍ୟାରେଜ ମାଲିକ ବ୍ରଜକିଶୋର ବୋଲେରୋଟି ଚଳାଉଥିଲେ ଓ ସେ ଜଗନ୍ନାଥଙ୍କୁ ଧକ୍କା ଦେଇଥିଲେ। ଜଗନ୍ନାଥ ଗ୍ୟାରେଜ କରିବା ଦିନଠାରୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ଲାଗିରହିଥିଲା । ଗତ କିଛିମାସ ତଳେ ବ୍ରଜଙ୍କ ଗ୍ୟାରେଜରେ ନିଆଁ ଲାଗିଯାଇଥିବା ବେଳେ ସେହି ନିଆଁ ଜଗନ୍ନାଥ ଲଗାଇ ଦେଇଥିବା ନେଇ ବ୍ରଜ ଥାନାରେ ଏତଲା ଦେଇଥିଲେ । ଏ ନେଇ ବ୍ରଜ ଜଗନ୍ନାଥଙ୍କୁ ଜୀବନରେ ମାରି ଦେବା ପାଇଁ ଧମକ ଦେଇ ଆସୁଥିଲେ । ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଜଗନ୍ନାଥ ୪ ଦିନ ତଳେ ନୂଆଗାଁ ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ତାଙ୍କ ଅଭିଯୋଗକୁ ଥାନା ଗୁରୁତ୍ୱ ଦେଇ ନ ଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ବ୍ରଜଙ୍କ ଗ୍ୟାରେଜ ଭଙ୍ଗାରୁଜା କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସର ୩ବର୍ଷ ପୂରିଲା: ଆରମ୍ଭ ହୋଇପାରିନି ଡାହୁକା ସେତୁ କାର୍ଯ୍ୟ

ନୟାଗଡ଼ ଅଫିସ,୧୩ା୧୨: ୧୩ ଡିସେମ୍ବର ୨୦୧୬। ଏହି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଟିଏସ୍‌ ପଡ଼ିଆଠାରେ ନୟାଗଡ଼-ଖଣ୍ଡପଡ଼ା ରାସ୍ତାରେ ଡାହୁକା ସେତୁର ଶିଳାନ୍ୟାସ କରିଥିଲେ। ଗୁରୁବାର...

ସ୍ବଳ୍ପ ବୃଷ୍ଟି: ଚାଷୀ ଆନନ୍ଦିତ: ଜମିରେ ଚାଲିଛି ତଳି ରୁଆ କାର୍ଯ୍ୟ

ନୟାଗଡ଼ ଅଫିସ,୨୭।୭: ଶ୍ରାବଣ ମାସର ୧୦ ଦିନ ବିତିଗଲାଣି। ବର୍ଷା ଯେଉଁଭଳି ଭାବେ ହେବା କଥା ନ ହେବାରୁ ଡହଡ଼ହ ଖରାରେ ଜମି ଫାଟି ଅଁା...

ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ବାଦ୍‌ ଦେଇ ଭିଡିଓ ଗ୍ରାଫି ହୋଇଥିଲା

ନୂଆଗାଁ, ୫।୫ (ଡି.ଏନ.ଏ.):ନୟାଗଡ଼ ଜିଲା ନୂଆଗାଁ  ବ୍ଲକ ଗୁମୀ ପଞ୍ଚାୟତରେ ଥିବା ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ (ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ...

ରାସ୍ତା କାମ ଫଳକରେ ସୀମିତ: ଆନ୍ଦୋଳନ ଚେତାବନୀ

ନୟାଗଡ଼ ଅଫିସ,୬ା୩:ନୟାଗଡ଼ ଜିଲା ଦେଇ ଯାଇଥିବା ୨୧ ନଂ. ରାଜ୍ୟ ରାଜପଥର ନୟାଗଡ଼ ଲେମ୍ବୁ ବିକ୍ରି ଛକଠାରୁ ଲେଙ୍କୁଡ଼ିପଡ଼ା ଛକ ପର୍ଯ୍ୟନ୍ତ ରାସ୍ତାରେ ଖଲଖମା ଯୋଗୁ...

ଟ୍ରକ୍‌ରୁ ୩୯ ବସ୍ତା ଗଞ୍ଜେଇ ଜବତ: ଡ୍ରାଇଭର ଗିରଫ

ନୟାଗଡ଼ ଅଫିସ,୧୫।୨: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣୀଗୋଛା ରାଜପୁତ ଢାବା ନିକଟରୁ ଶନିବାର ଏକ ଟ୍ରକ୍‌ରୁ ୩୯ ବସ୍ତା ଗଞ୍ଜେଇ ଜବତ କରାଯାଇଛି। କେନ୍ଦ୍ରୀୟ...

ବ୍ରାଉନସୁଗାର କାରବାରକୁ ନାହିଁ ଲଗାମ: ଥାନା, ଫାଣ୍ଡି, ମନ୍ଦିର ସମ୍ମୁଖରେ ଚାଲିଛି ବିକ୍ରି

ନୟାଗଡ଼ ଅଫିସ,୬ା୨: ଖୋର୍ଦ୍ଧା ପରେ ନୟାଗଡ଼ ଜିଲା ଏବେ ବ୍ରାଉନସୁଗାର ବ୍ୟବସାୟୀଙ୍କ କବ୍‌ଜାରେ। ଜିଲାର ବିଭିନ୍ନ ଥାନା, ଫାଣ୍ଡି, ମନ୍ଦିର, ଶିକ୍ଷାନୁଷ୍ଠାନ ସମ୍ମୁଖରେ ବ୍ରାଉନସୁଗାର ବିକ୍ରି...

ବାରଣ୍ଡା,ଶିଡ଼ି ତଳେ ପାଠପଢ଼ା

ନୟାଗଡ଼,୧୪।୯(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକ ନୟାଗଡ଼ର ଘଡୁଆଳ ସରକାରୀ ଉଚ୍ଚ ବିଦ୍ୟାଳୟ ୫-ଟିରେ ସାମିଲ ହୋଇ ଗୃହ ନିର୍ମାଣ କାମ ଆରମ୍ଭ ପାଇଁ ପିଲର...

ନାବାଳିକା ବିବାହ ରୋକିଲା ଚାଇଲ୍ଡଲାଇନ ଟିମ୍‌

ଖଣ୍ଡପଡ଼ା,୧୨ା୩(ସ୍ବ.ପ୍ର.): ନୟାଗଡ଼ ଚାଲ୍ଡଲାଇନ ଟିମ୍‌ ବୁଧବାର ଖଣ୍ଡପଡା ଅଞ୍ଚଳରେ ଏକ ନାବାଳିକା ବିବାହ ବନ୍ଦ କରାଇଛି। ଖଣ୍ଡପଡା ସହରରସ୍ଥିତ ମା’ ଉମାଦେବୀଙ୍କ ମନ୍ଦିର ପରିସରରେ ୧୭...

Advertisement
Archives

Model This Week