Posted inଫୁରସତ

ବୋତାମ

ବୋତାମ, ଛୋଟିଆ ଜିନିଷଟିଏ। କିନ୍ତୁ ବେଶ୍‌ ଜରୁରୀ। କେବେ ଭାବିଛନ୍ତି ଏହି ଛୋଟିଆ ଜିନିଷଟିକୁ ତିଆରି କରିବାର ଯୋଜନା ପ୍ରଥମେ କିଏ କରିଥିଲେ? ଆଉ ଯିଏ ବି କରିଥିଲେ ତାକୁ ଗୋଲାକାର କାହିଁକି କଲେ? ଜାଣନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର..

ପୁରାତତ୍ୱବିତ୍ତଙ୍କ ଅନୁସାରେ ମହେଞ୍ଜୋଦାରୋର ଖନନରୁ ଜଣାପଡିଛି ଯେ, ବୋତାମ ପ୍ରଥମେ ସିନ୍ଧୁ ସଭ୍ୟତା ବେଳେ ବ୍ୟବହାର ହୋଇଥିଲା। ଐତିହାସିକମାନେ ଅନୁମାନ କରନ୍ତି, ଏହାର ପ୍ରୟୋଗ ଖ୍ରୀ.ପୂ ୨୦୦୦ରେ ହୋଇଥିବ। ହେଲେ ସେତେବେଳେ ବୋତାମ ସାର୍ଟ କିମ୍ବା ଅନ୍ୟ ପୋଷାକକୁ ବନ୍ଦ କରିବା ଲାଗି ବ୍ୟବହାର ହେଉ ନ ଥିଲା। ବରଂ ହରପ୍ପାବାସୀ ଶାମୁକାରେ ତିଆରି ବୋତାମକୁ ଆଭୁଷଣଭାବେ ବ୍ୟବହାର କରୁଥିଲେ। କିଛି ବୋତାମ ସେତେବେଳେ ଜ୍ୟାମିତିକ ଆକାରରେ ବି ତିଆରି କରାଯାଉଥିଲା। ଆଉ ସେଥିରେ ଏକ କଣା କରାଯାଉଥିଲା। ଯେମିତିକି ତାକୁ କପଡାରେ ସୁତା ସାହାଯ୍ୟରେ ସିଲେଇ କରି ହେବ। ସେତେବେଳେ କାଠ କିମ୍ବା ପଥରରେ ବି ବୋତାମ ତିଆରି କରାଯାଉଥିଲା। ମହେଞ୍ଜୋଦାରୋରୁ ୫୦୦୦ ବର୍ଷ ପୁରୁଣା ଶାମୁକାରେ ତିଆରି ବୋତାମ ବି ଉଦ୍ଧାର ହୋଇଛି। ପୁରାତତ୍ୱବିତ୍ତଙ୍କ ମତରେ ସେତେବେଳେ ବୋତାମକୁ ପୋଷାକର ଶୋଭା ବର୍ଦ୍ଧନ ପାଇଁ ବ୍ୟବହାର କରାଯାଉଥିଲା। ତା’ସହା ଏହା ବ୍ୟକ୍ତିଙ୍କର ଧନ ଓ ପ୍ରତିପତୀକୁ ବି ଦର୍ଶାଉଥିଲା। ତେବେ ସମୟ ଗଡିବା ସହ ବୋତାମକୁ କପଡାର ଫାଷ୍ଟନର୍‌ଭାବେ ବା କପଡାକୁ ବନ୍ଦ କରିବା ଲାଗି ବ୍ୟବହାର କରାଗଲା।
ବ୍ୟବସାୟିକ ରୂପ ଦେଲା ଜର୍ମାନୀ
ଭାରତରେ ଏହାର ଉଦ୍ଭାବନ ହୋଇଥିଲେ ହେଁ ବ୍ୟବସାୟିକ ରୂପରେ ସାରା ପୃଥିବୀରେ ଏହାକୁ ପହଞ୍ଚାଇବାର ଶ୍ରେୟ ଜର୍ମାନୀକୁ ଯାଏ। ଜର୍ମାନୀ ତ୍ରୟୋଦଶ ଶତାବ୍ଦିରେ ପ୍ରଥମ କରି ସାରା ଦୁନିଆକୁ ବୋତାମ ସହ ପରିଚୟ କରାଇଥିଲା। ସେତେବେଳେ ବୋତାମ ମଝିରେ ଏକ କଣା ରହୁଥିଲା। ତ୍ରୟୋଦଶ ଶତାବ୍ଦିର ଶେଷଭାଗ ଓ ଚତୁର୍ଦ୍ଦଶ ଶତାବ୍ଦିର ପ୍ରାରମ୍ଭ ବେଳକୁ ଏହି ବୋତାମ ଜର୍ମାନୀରୁ ବାହାରି ୟୁରୋପରେ ପହଞ୍ଚତ୍ ସାରିଥିଲା।
ବୋତାମର ଆକାର ଗୋଲ କାହିଁକି
ଅନେକ ସମୟରେ ମନରେ ପ୍ରଶ୍ନ ଉଠିଥିବ ବୋତାମ ଗୋଲାକାର କାହିଁକି? ତେବେ ବୋତାମ ଚାରିକୋଣିଆ ଓ ତିନି କୋଣିଆ ବି ଦେଖିଥିବେ। ହେଲେ ବେଶି ପସନ୍ଦ ଓ ବ୍ୟବହାର ହେଉଥିବା ବୋତାମର ଆକାର ହେଉଛି ଗୋଲ। ଏହାର କାରଣ ହେଉଛି ଗୋଲାକାର ବୋତାମ ପୋଷାକରେ ତିଆରି କାଜ ଭିତରେ ସହଜରେ ପଶିଯାଏ। ହେଲେ ଅନ୍ୟ କୌଣସି ଆକାରର ବୋତାମ ନୁହେଁ।
ବୋତାମର ରାଜା
ଭାରତରେ ବୋତାମର ଆବିଷ୍କାର ହେଲା, ଜର୍ମାନୀ ବ୍ୟବସାୟିକ ରୂପରେ ଏହାର ବିକାଶ କଲା। ହେଲେ ଆଜିକାର ସମୟରେ ବୋତାମର ରାଜା ଚାଇନାକୁ କୁହାଯାଉଛି। ପୃଥିବୀରେ ହେଉଥିବା ଉତ୍ପାଦନର ୬୦% ବୋତାମ ଏଠାକାର ଝୋଜିୟାଙ୍ଗ ପ୍ରାନ୍ତର କିୟୋତୁ ସହରରେ ଉତ୍ପାଦିତ ହୋଇଥାଏ। ସେଥିପାଇଁ ଏଇ ସହରକୁ ‘ବଟନ୍‌ କ୍ୟାପିଟାଲ ଅଫ୍‌ ଓ୍ବାର୍ଲଡ’ ଏବଂ ‘ବଟନ୍‌ ଟାଉନ୍‌’ ବୋଲି କୁହାଯାଏ। ଏଠାରେ ପ୍ରତିବର୍ଷ ୧୫୦୦ କୋଟି ବୋତାମ ଉତ୍ପାଦିତ ହୋଇଥାଏ। ୨୦୧୯ର ଗ୍ଲୋବାଲ ରିପୋର୍ଟ ମୁତାବକ ଚାଇନା ପରେ ହଂକଂ, ଇଟାଲି, ଜାପାନ ଓ ଜର୍ମାନୀ ସବୁଠାରୁ ବେଶି ବୋତାମ ଉତ୍ପାଦନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଉପରେ ବଢିବ ଚାପ! ଭାରତ ସମେତ ୬୦ ଦେଶ ଉପରେ ଲାଗୁ ହୋଇଥିବା ଶୁଳ୍କ ଉପରେ ମାମଲା ରୁଜୁ କଲେ ୨୫ଟି ଆମେରିକା ରାଜ୍ୟ

ଓ୍ବାଶିଂଟନ,୪।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି ପୁଣି ଥରେ ଆଇନଗତ ବିବାଦରେ ଫସିଛି। ଡେମୋକ୍ରାଟମାନଙ୍କ ଦ୍ୱାରା ଶାସିତ ୨୫ଟି ଆମେରିକା ରାଜ୍ୟ ଟ୍ରମ୍ପ…

ଆମେରିକାରେ ହଇଚଇ! ଇରାନ ଉପରେ ଆକ୍ରମଣ ଯୋଜନା ଲିକ; ଏମାନଙ୍କୁ ଦାୟୀ କଲେ ଟ୍ରମ୍ପ…

ଓ୍ବାଶିଂଟନ,୪।୮: ଘଟଣାକ୍ରମ ପରେ, ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ ଯୋଜନା ବନ୍ଦ କରିଛି। ଟ୍ରମ୍ପ ଏହି ନିଷ୍ପତ୍ତି ପାଇଁ କାତାର ଏବଂ ୟୁଏଇର ମଧ୍ୟସ୍ଥତା…

ଗମ୍ଭୀର-କୋହଲି ବିବାଦ ଉପରେ ପୂର୍ବତନ ଅମ୍ପାୟାରଙ୍କ ବଡ଼ ବୟାନ, ‘ଏହା ଜରୁରୀ, ନଚେତ୍…’

ନୂଆଦିଲ୍ଲୀ,୪।୮: ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ଅନିଲ ଚୌଧୁରୀ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କ୍ରିକେଟ୍‌ର ଆକର୍ଷଣ ଓ ରୋମାଞ୍ଚ…

‘ବିମାନ ବନ୍ଦରରୁ ସିଧା ଫାଶୀ ଖୁଣ୍ଟ…’, ହାସିନାଙ୍କ ବାଂଲାଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ମିଳିଲାନି ଧମକ

ଢାକା,୪।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଅଗଷ୍ଟ 2024 ରୁ ଭାରତରେ ରହୁଛନ୍ତି; କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ସେ ସେଠାରେ ରହିଛନ୍ତି। ସେ କହିଛନ୍ତି…

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ଜାଣନ୍ତୁ

ଭୁବନେଶ୍ୱର,୪।୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀସ୍ତରରେ ସୋମବାର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ପ୍ରକୃତିର କୋପ; ବନ୍ୟାରେ ଭାସିଗଲା ୫୪ ବର୍ଷ ପୁରୁଣା ସେତୁ, ୯୦ ଜଣଙ୍କ ମୃତ୍ୟୁ ସହ ୧୦୯ ରାସ୍ତା ବନ୍ଦ

ଶିମଲା,୪।୮: ହିମାଚଳ ପ୍ରଦେଶରେ ଚଳିତ ବର୍ଷା ଋତୁରେ ବର୍ଷା ସମ୍ବନ୍ଧୀୟ ବିଭିନ୍ନ ଘଟଣାରେ ଏପର୍ଯ୍ୟନ୍ତ ୯୦ ଜଣ ପ୍ରାଣ ହରାଇଛନ୍ତି। ଶନିବାର କିନ୍ନୌରରେ ଜାତୀୟ ରାଜପଥ ୫…

ମାଛ ଯାଆଁଳ ନେବାକୁ କହି ଡକାୟତି, ଘରେ ପଶି ଲୁଟିନେଲେ ସୁନା ଗହଣା ସହ ଟଙ୍କା

ଭଦ୍ରକ,୪।୮(ସନାତନ ରାଉତ): ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଞ୍ଚଯାତର ଜୁଡ଼ାଗଡିଆ ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ଗ୍ରାମର ନିରଞ୍ଜନ ଶତପଥୀଙ୍କ ଘରକୁ…

ଇମୋଶନାଲ ହେଲେ ହିଟମ୍ୟାନ, କହିଲେ ‘ତୁମେ ଜଣେ ଲିଜେଣ୍ଡ’

ନୂଆଦିଲ୍ଲୀ,୪।୮: ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଟି. ଦିଲୀପଙ୍କୁ ବିଦାୟ ବାର୍ତ୍ତା ଭାଇରାଲ ହୋଇଛି। ଶୁଭଦୀପ ଘୋଷଙ୍କୁ ଏବେ ଦିଲୀପଙ୍କ ସ୍ଥାନରେ ଭାରତର ଫିଲ୍ଡିଂ ପ୍ରଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri