Posted inଫୁରସତ

ବଡ଼ ହଳ

ହଳକୁ କୃଷକର ବନ୍ଧୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାଦ୍ୱାରା କ୍ଷେତକୁ ଖୋଳାଯାଇ ଚାଷ ପାଇଁ ଉପଯୋଗୀ କରାଯାଇଥାଏ। ତେବେ ଜାଣନ୍ତି କି ଏମିତି ବି ଏକ ହଳ ଥିଲା ଯାହାର ଓଜନ ୩୦ ହଜାର କି.ଗ୍ରା. ଥିଲା। ପୃଥିବୀର ସବୁଠାରୁ ବଡ଼ ହଳ ଭାବେ ପରିଚିତ ଉକ୍ତ ହଳକୁ ଏବେ ବ୍ୟବହାର କରାଯାଉ ନାହିଁ। ଏହାକୁ ମ୍ୟୁଜିୟମ୍‌ରେ ସଂରକ୍ଷିତ କରି ରଖାଯାଇଛି। ‘ଓଟୋମେୟର ମାମୁଟ୍‌’ ନାମରେ ପରିଚିତ ଉକ୍ତ ହଳର କାମ ଥିଲା ଦଳ ଅଞ୍ଚଳକୁ ଉର୍ବର ଜମିରେ ରୁପାନ୍ତରିତ କରିବା। ଏହି ହଳ ୨ ମିଟର ଗଭିରତା ପର୍ଯ୍ୟନ୍ତ ମାଟି ଖୋଳିପାରୁଥିଲା। ଉତ୍ତର ଜର୍ମାନୀର ଏମ୍ସଲାଣ୍ଡ ଜିଲା ଦଳ ଭର୍ତ୍ତି ହୋଇଯାଇଥିଲା। ତେଣୁ ୧୭୦୦ ମସିହା ବେଳକୁ ଏଠାରେ କେହି ରହିବାକୁ ଚାହୁଁ ନ ଥିଲେ। ତେବେ ବିଂଶ ଶତାବ୍ଦିର ପ୍ରାରମ୍ଭ ବେଳକୁ ପଶ୍ଚିମ ଜର୍ମାନୀର ସରକାର ଏହି ଅଞ୍ଚଳକୁ ଉର୍ବର କରିବାର ନିଷ୍ପତ୍ତି ନେଲେ। ଜର୍ମାନୀର ଇଞ୍ଜିନିୟର ଓଟୋମେୟର ଯେକି ଷ୍ଟିମ ଟ୍ରାକ୍ଟର ନିର୍ମାଣ ପାଇଁ ପରିଚିତ, ଏହାକୁ ଚ୍ୟାଲେଞ୍ଜଭାବେ ଗ୍ରହଣ କଲେ। ସେ ଓ ତାଙ୍କ ଟିମ୍‌ ଦିନ ରାତି ପରିଶ୍ରମ କରି ଏକ ବିଶାଳ ହଳ ତିଆରି କଲେ। ଉକ୍ତ ହଳରେ ୪ଟି ଶକ୍ତିଶାଳୀ ଷ୍ଟିମ୍‌ ଟ୍ରାକ୍ସନ ଇଞ୍ଜିନ୍‌ ଲଗାଯାଇଥିଲା। ଯାହାଦ୍ୱାରାକି ମଣିଷକୃତ ସବୁଠାରୁ ବଡ଼ ହଳକୁ ଟଣା ଯାଇପାରିବ। ୩୦ ହଜାର କି.ଗ୍ରା. ଓଜନର ଏହି ହଳର ଚକର ବ୍ୟାସ୍‌ ୪ ମିଟର ଓ ଏହାର ବିଶାଳ ବ୍ଲେଡ ଭୂମିରେ ୨ ମିଟର ଗଭିରତା ପର୍ଯ୍ୟନ୍ତ ଖୋଳି ପାରୁଥିଲା। ଏହା ଏତେ ଭାରି ଥିଲା ଯେ ତାକୁ କୌଣସି ଟ୍ରାକ୍ଟର ଟାଣିବା ସମ୍ଭବ ନ ଥିଲା। ସେଥିପାଇଁ ଏକ ଚରଖା ପରି ମେଶିନ୍‌ ଏଥିରେ ଲଗାଯାଇଥିଲା। ଯେଉଁଥିରେ ୪ଟି ଟ୍ରାକ୍ସନ ଇଞ୍ଜିନ ଲାଗିଥିଲା। ଏହି ଇଞ୍ଜିନକୁ ଜମିର ଦୁଇ ପାର୍ଶ୍ୱରେ ଲଗାଯାଉଥିଲା, ଯାହାକି ଧାତୁର ଦଉଡ଼ି ସାହାଯ୍ୟରେ ହଳକୁ ଟାଣୁଥିଲା। ୧୨ ବର୍ଷରେ ଏହି ହଳ ମାଧ୍ୟମରେ ୧୭୦୦୦ ହେକ୍ଟର ଜମି ଯୋତା ଯାଇ ଜମିକୁ ଉର୍ବର କରାଯାଇଥିଲା। ସେତେବେଳର ସେହି ପ୍ରୟାସ ପାଇଁ ଆଜି ଏହି ସ୍ଥାନ ସବୁଠାରୁ ଉର୍ବର ସ୍ଥାନ ମଧ୍ୟରେ ଏକ ପାଲଟିପାରିଛି। ୧୯୭୦ରେ ଯେବେ ଏହି ହଳର କାମ ପୂର୍ଣ୍ଣ ହେଲା ଏହି ହଳକୁ ବନ୍ଦ କରି ସଂଗ୍ରହାଳୟରେ ସଂରକ୍ଷିତ କରି ରଖିଦିଆଗଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

କି ଦଣ୍ଡ ମିଳିବ ଉଦୟନିଧି ଷ୍ଟାଲିନଙ୍କୁ ,ସେ ତ୍ରିଶାଙ୍କ ବିଷୟରେ କ’ଣ କହିଥିଲେ? ଥାଲାପତି ବିଜୟଙ୍କ ସହ ଅଭିନେତ୍ରୀଙ୍କ ସମ୍ପର୍କ କ’ଣ? ଜାଣନ୍ତୁ ….

ଚେନ୍ନାଇ,୪।୮: ତ୍ରିଶା କୃଷ୍ଣନଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେଇ ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗୁରୁତର ସମସ୍ୟାରେ ପଡ଼ିଛନ୍ତି। ଜଣେ ଘନିଷ୍ଠ ବନ୍ଧୁଙ୍କ ବିଷୟରେ ଏହି ମନ୍ତବ୍ୟ…

ଗିରଫ ହେବା ପରେ ଉଦୟନିଧି ଷ୍ଟାଲିନଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ-ମୁଁ କ’ଣ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢ଼ିଛି। ଅଭିନେତ୍ରୀ ତ୍ରିଶାଙ୍କୁ ନେଇ କରିଥିବା ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ତ୍ରିଶାଙ୍କୁ ନେଇ କଥିତ ଦ୍ୱିଅର୍ଥବୋଧକ…

ବିଦେଶରେ ଥାଇ ଏମିତି କାମ କଲେ ପ୍ରିୟଙ୍କା ଚୋପ୍ରା: ସମସ୍ତେ କହୁଛନ୍ତି ବାଃ ବାଃ

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ରାଜ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ। ବଲିଉଡରେ ସଫଳତା ହାସଲ କରିବା ପରେ ସେ ଅନେକ ବର୍ଷ ଧରି…

ଭାଜପାର ପରାଜୟ ପରେ ମୋଦିଙ୍କ ସହ ବଡ଼ ଆଲୋଚନା କଲେ ନୀତିନ ନବୀନ? ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୪।୮: ସଂସଦ ଅଧିବେଶନ ମଧ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ‘ମଙ୍ଗଳ ମିଳନ’ ସମାବେଶରୁ ଏକ ଆକର୍ଷଣୀୟ ଫଟୋ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା…

ଉପନିର୍ବାଚନରେ ପରାଜୟ ପରେ ଭାଜପା ମହଲରେ ହଲଚଲ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ନୂଆଦିଲ୍ଲୀ,୪।୮: ବିହାରର ପାଟନା ସ୍ଥିତ ବାଙ୍କିପୁର ବିଧାନସଭା ଆସନର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପରାଜୟ ପରେ ଜନତା ଦଳ (ୟୁନାଇଟେଡ)ର ନେତା ଏବଂ ରାଜ୍ୟ…

‘ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି’: ଉପନିର୍ବାଚନ ଫଳାଫଳକୁ ନେଇ ତେର୍ଚ୍ଛାବାଣ ମାରିଲେ ଧର୍ମେନ୍ଦ୍ର, କହିଲେ…

ନୂଆଦିଲ୍ଲୀ,୪।୮: ବାଙ୍କିପୁର ଉପନିର୍ବାଚନର ଫଳାଫଳକୁ ନେଇ ସମାଜବାଦୀ ପାର୍ଟିର ସାଂସଦ ଧର୍ମେନ୍ଦ୍ର ଯାଦବ ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ କଡ଼ା ଆକ୍ରମଣ କରିଛନ୍ତି। ଦିଲ୍ଲୀରେ ଲୋକ…

ଚିଚର୍ଲା ଉଦ୍ୟାନ ବିଭାଗରେ ନାହିଁ ପାଣି ସୁବିଧା: ଶ୍ରୀହୀନ ପଡ଼ିଛି ନର୍ସରି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବୋରିଆ ପଞ୍ଚାୟତ ଚିଚର୍ଲା ଗାଁ ନିକଟରେ ଥିବା ଜାତୀୟ ରାଜପଥ ୨୬ ନିକଟରେ ଥିବା ଉଦ୍ୟାନ ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri