Posted inଫୁରସତ

ବୋତାମ

ବୋତାମ, ଛୋଟିଆ ଜିନିଷଟିଏ। କିନ୍ତୁ ବେଶ୍‌ ଜରୁରୀ। କେବେ ଭାବିଛନ୍ତି ଏହି ଛୋଟିଆ ଜିନିଷଟିକୁ ତିଆରି କରିବାର ଯୋଜନା ପ୍ରଥମେ କିଏ କରିଥିଲେ? ଆଉ ଯିଏ ବି କରିଥିଲେ ତାକୁ ଗୋଲାକାର କାହିଁକି କଲେ? ଜାଣନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର..

ପୁରାତତ୍ୱବିତ୍ତଙ୍କ ଅନୁସାରେ ମହେଞ୍ଜୋଦାରୋର ଖନନରୁ ଜଣାପଡିଛି ଯେ, ବୋତାମ ପ୍ରଥମେ ସିନ୍ଧୁ ସଭ୍ୟତା ବେଳେ ବ୍ୟବହାର ହୋଇଥିଲା। ଐତିହାସିକମାନେ ଅନୁମାନ କରନ୍ତି, ଏହାର ପ୍ରୟୋଗ ଖ୍ରୀ.ପୂ ୨୦୦୦ରେ ହୋଇଥିବ। ହେଲେ ସେତେବେଳେ ବୋତାମ ସାର୍ଟ କିମ୍ବା ଅନ୍ୟ ପୋଷାକକୁ ବନ୍ଦ କରିବା ଲାଗି ବ୍ୟବହାର ହେଉ ନ ଥିଲା। ବରଂ ହରପ୍ପାବାସୀ ଶାମୁକାରେ ତିଆରି ବୋତାମକୁ ଆଭୁଷଣଭାବେ ବ୍ୟବହାର କରୁଥିଲେ। କିଛି ବୋତାମ ସେତେବେଳେ ଜ୍ୟାମିତିକ ଆକାରରେ ବି ତିଆରି କରାଯାଉଥିଲା। ଆଉ ସେଥିରେ ଏକ କଣା କରାଯାଉଥିଲା। ଯେମିତିକି ତାକୁ କପଡାରେ ସୁତା ସାହାଯ୍ୟରେ ସିଲେଇ କରି ହେବ। ସେତେବେଳେ କାଠ କିମ୍ବା ପଥରରେ ବି ବୋତାମ ତିଆରି କରାଯାଉଥିଲା। ମହେଞ୍ଜୋଦାରୋରୁ ୫୦୦୦ ବର୍ଷ ପୁରୁଣା ଶାମୁକାରେ ତିଆରି ବୋତାମ ବି ଉଦ୍ଧାର ହୋଇଛି। ପୁରାତତ୍ୱବିତ୍ତଙ୍କ ମତରେ ସେତେବେଳେ ବୋତାମକୁ ପୋଷାକର ଶୋଭା ବର୍ଦ୍ଧନ ପାଇଁ ବ୍ୟବହାର କରାଯାଉଥିଲା। ତା’ସହା ଏହା ବ୍ୟକ୍ତିଙ୍କର ଧନ ଓ ପ୍ରତିପତୀକୁ ବି ଦର୍ଶାଉଥିଲା। ତେବେ ସମୟ ଗଡିବା ସହ ବୋତାମକୁ କପଡାର ଫାଷ୍ଟନର୍‌ଭାବେ ବା କପଡାକୁ ବନ୍ଦ କରିବା ଲାଗି ବ୍ୟବହାର କରାଗଲା।
ବ୍ୟବସାୟିକ ରୂପ ଦେଲା ଜର୍ମାନୀ
ଭାରତରେ ଏହାର ଉଦ୍ଭାବନ ହୋଇଥିଲେ ହେଁ ବ୍ୟବସାୟିକ ରୂପରେ ସାରା ପୃଥିବୀରେ ଏହାକୁ ପହଞ୍ଚାଇବାର ଶ୍ରେୟ ଜର୍ମାନୀକୁ ଯାଏ। ଜର୍ମାନୀ ତ୍ରୟୋଦଶ ଶତାବ୍ଦିରେ ପ୍ରଥମ କରି ସାରା ଦୁନିଆକୁ ବୋତାମ ସହ ପରିଚୟ କରାଇଥିଲା। ସେତେବେଳେ ବୋତାମ ମଝିରେ ଏକ କଣା ରହୁଥିଲା। ତ୍ରୟୋଦଶ ଶତାବ୍ଦିର ଶେଷଭାଗ ଓ ଚତୁର୍ଦ୍ଦଶ ଶତାବ୍ଦିର ପ୍ରାରମ୍ଭ ବେଳକୁ ଏହି ବୋତାମ ଜର୍ମାନୀରୁ ବାହାରି ୟୁରୋପରେ ପହଞ୍ଚତ୍ ସାରିଥିଲା।
ବୋତାମର ଆକାର ଗୋଲ କାହିଁକି
ଅନେକ ସମୟରେ ମନରେ ପ୍ରଶ୍ନ ଉଠିଥିବ ବୋତାମ ଗୋଲାକାର କାହିଁକି? ତେବେ ବୋତାମ ଚାରିକୋଣିଆ ଓ ତିନି କୋଣିଆ ବି ଦେଖିଥିବେ। ହେଲେ ବେଶି ପସନ୍ଦ ଓ ବ୍ୟବହାର ହେଉଥିବା ବୋତାମର ଆକାର ହେଉଛି ଗୋଲ। ଏହାର କାରଣ ହେଉଛି ଗୋଲାକାର ବୋତାମ ପୋଷାକରେ ତିଆରି କାଜ ଭିତରେ ସହଜରେ ପଶିଯାଏ। ହେଲେ ଅନ୍ୟ କୌଣସି ଆକାରର ବୋତାମ ନୁହେଁ।
ବୋତାମର ରାଜା
ଭାରତରେ ବୋତାମର ଆବିଷ୍କାର ହେଲା, ଜର୍ମାନୀ ବ୍ୟବସାୟିକ ରୂପରେ ଏହାର ବିକାଶ କଲା। ହେଲେ ଆଜିକାର ସମୟରେ ବୋତାମର ରାଜା ଚାଇନାକୁ କୁହାଯାଉଛି। ପୃଥିବୀରେ ହେଉଥିବା ଉତ୍ପାଦନର ୬୦% ବୋତାମ ଏଠାକାର ଝୋଜିୟାଙ୍ଗ ପ୍ରାନ୍ତର କିୟୋତୁ ସହରରେ ଉତ୍ପାଦିତ ହୋଇଥାଏ। ସେଥିପାଇଁ ଏଇ ସହରକୁ ‘ବଟନ୍‌ କ୍ୟାପିଟାଲ ଅଫ୍‌ ଓ୍ବାର୍ଲଡ’ ଏବଂ ‘ବଟନ୍‌ ଟାଉନ୍‌’ ବୋଲି କୁହାଯାଏ। ଏଠାରେ ପ୍ରତିବର୍ଷ ୧୫୦୦ କୋଟି ବୋତାମ ଉତ୍ପାଦିତ ହୋଇଥାଏ। ୨୦୧୯ର ଗ୍ଲୋବାଲ ରିପୋର୍ଟ ମୁତାବକ ଚାଇନା ପରେ ହଂକଂ, ଇଟାଲି, ଜାପାନ ଓ ଜର୍ମାନୀ ସବୁଠାରୁ ବେଶି ବୋତାମ ଉତ୍ପାଦନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri