ଢେଙ୍କାନାଳ ଅଫିସ, ୨୭।୯-ଐତିହ୍ୟସମ୍ପନ୍ନ ବୈଷ୍ଣବ ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ବିଳମ୍ବ ଯୋଗୁ ଉଦ୍ବେଗ ବ୍ୟକ୍ତ କରିଛନ୍ତି ଅଦାଲତ। ୨୦୨୦ ଏପ୍ରିଲ ସୁଦ୍ଧା ମାଟିଉଠା କାର୍ଯ୍ୟ ଶେଷ କରିବା ସହ ପୋଖରୀର ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୌରାଞ୍ଚଳ ଅଧୀନ ୨୨ନଂ. ୱାର୍ଡରେ ଥିବା ପ୍ରାଚୀନ ବୈଷ୍ଣବ ପୋଖରୀ ରକ୍ଷଣାବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ଭାବେ ପୋତି ହୋଇଯାଇଛି। ନିକଟରେ ଶ୍ମଶାନ ଥିବାରୁ ଏହି ପୋଖରୀକୁ ଶୁଦ୍ଧି କାମରେ ବ୍ୟବହାର କରାଯାଉଥିଲା। ହେଲେ ପୋଖରୀ ଏବେ ବ୍ୟବହାର ଅନୁପଯୋଗୀ ହୋଇଯାଇଛି। ଅଞ୍ଚଳବାସୀଙ୍କ ସମେତ ଜୀବଜନ୍ତୁ ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ପୌର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯିବା ସତ୍ତ୍ୱେ ସୁଫଳ ମିଳିଲାନାହିଁ। ଫଳରେ ଆଇନଜୀବୀ ପୁଷ୍ପକ ତ୍ରିପାଠୀ ଜିଲା ଆଇନସେବା ପ୍ରାଧିକରଣର ସ୍ଥାୟୀ ଲୋକ ଅଦାଲତରେ ପୌରସଂସ୍ଥାକୁ ପକ୍ଷ କରି ପିଏଲ୍ଏ କେସ୍ ନଂ.୩୭/୨୦୧୮ରେ ମାମଲା ଦାଏର କରିଥିଲେ। ଏହା ଜନସମସ୍ୟା ସେବା ସମ୍ବନ୍ଧୀୟ ବିବାଦ ହୋଇଥିବାରୁ ସ୍ଥାୟୀ ଲୋକ ଅଦାଲତ ଉକ୍ତ ମାମଲାକୁ ବିଚାର ଲାଗି ଗ୍ରହଣ କରିବା ସହ ନିର୍ବାହୀ ଅଧିକାରୀଙ୍କୁ ନୋଟିସ ଜାରି କରିଥିଲେ। ଏହାପରେ ପୌର କର୍ତ୍ତୃପକ୍ଷ ପୋଖରୀର କିଛି ଅଂଶ ପୁନରୁଦ୍ଧାର କରିଥିଲେ। ହେଲେ ବର୍ଷା ଯୋଗୁ କାମ ସମ୍ଭବପର ହୋଇ ନ ଥିଲା। ଏ ସଂକ୍ରାନ୍ତରେ ଅଭିଯୋଗକାରୀ ଏବଂ ପ୍ରତିପକ୍ଷ ଅଦାଲତରେ ଯୁକ୍ତି ଉପସ୍ଥାପନ କରିଥିଲେ। ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ବିରଞ୍ଚତ୍ ନାରାୟଣ ରଥ, ସଦସ୍ୟ ବିଭୁଦେନ୍ଦୁ ପଟ୍ଟନାୟକ, ହରେକୃଷ୍ଣ କର ମାମଲାର ଶୁଣାଣି କରିଥିଲେ।
୨୦୨୦ ଏପ୍ରିଲ ସୁଦ୍ଧା ପୌରସଂସ୍ଥା ପୋଖରୀରୁ ସମ୍ପୂର୍ଣ୍ଣ ମାଟିଉଠା କାମ ଶେଷ କରିବ। ଗାର୍ଡୱାଲ ସମ୍ମୁଖରେ ପକାଯାଇଥିବା ମାଟି ଉଠାଇ ପୋଖରୀ ହୁଡାରେ ପକାଇବ। ପୋଖରୀର ଚଉହଦି ମାପ କରାଯିବ। ଜବରଦଖଲ ଥିଲେ ଜିଲା ପ୍ରଶାସନ ସହାୟତାରେ ଉଚ୍ଛେଦ କରିବ। ପୌରସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କଲେ ଆବେଦନକାରୀ କୌଣସି କ୍ଷତିପୂରଣ ପାଇବେ ନାହିଁ ବୋଲି ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି।
ବୈଷ୍ଣବ ପୋଖରୀ ପୁନରୁଦ୍ଧାର ମାମଲାର ରାୟ: ‘ଏପ୍ରିଲ ସୁଦ୍ଧା ମାଟି ଉଠା କାର୍ଯ୍ୟ ସାର’
Posted inଆମ ଜିଲା ଖବର, ଢେଙ୍କାନାଳ View All

କରୋନା ସହାୟତା: ସ୍ବେଚ୍ଛାସେବୀ ସଂଗଠନ ‘ହିନ୍ଦ ସେବକ ସଂଘ’ ପକ୍ଷରୁ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ
ଚୌଦ୍ୱାର,୨୨ା୪(ଡି.ଏନ୍.ଏ): ଲକ୍ଡାଉନ୍ ଯୋଗୁ ଗରିବା ତଥା ଖଟିଖିଆ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ସେମାନେ ଦୁଇ ଓଳି ଖାଇବା ପାଇଁ ପାଉ ନାହାନ୍ତି। ଏହି...

ମୋଷ୍ଟ୍ ଓ୍ବାଣ୍ଟେଡ କାଳିଆ ଗଲେ ଜେଲ୍
ଦିଗପହଣ୍ଡି,୧୬ା୯(ଡି.ଏନ୍.ଏ.): ବ୍ରହ୍ମପୁର ପୋଲିସର ମୋଷ୍ଟ୍ ଓ୍ବାଣ୍ଟେଡ ଠେସା କାଳିଆ ଓରଫ କେଶବ ଚନ୍ଦ୍ର କୁଣ୍ଡଙ୍କୁ କେ. ନୂଆଗାଁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଜର...

ଆସିନି ବିହନ, ଆଶଙ୍କାରେ ଚାଷୀ
କାମାକ୍ଷାନଗର, ୭।୬(ଡି.ଏନ.ଏ) – ‘ଅମ୍ଫାନ୍’ ପ୍ରଭାବରେ ଭଲ ବର୍ଷିଛି। ଆଉ ଏବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁଥିବା ଲଘୁଚାପ ମୌସୁମୀକୁ ସକ୍ରିୟ କରିବ ବୋଲି ପୂର୍ବାନୁମାନ କରିଛି...

ବଡ଼ଦାଣ୍ଡସାହି ରାସ୍ତା ନବୀକରଣ ଦାବି
ଆଠମଲ୍ଲିକ,୮।୫(ଡି.ଏନ.ଏ.): ଚଳିତବର୍ଷ ରଥଯାତ୍ରା ପୂର୍ବରୁ ଆଠମଲ୍ଲିକ ସହରସ୍ଥିତ ବଡ଼ଦାଣ୍ଡର ନବୀକରଣ କରିବାକୁ ସାଧାରଣରେ ଦାବି ହେଉଛି। ଦୀର୍ଘଦିନ ହେବ ଏହି ରାସ୍ତା ମରାମତି କରାଯାଇ ନାହିଁ। ପାନୀୟ...

ଚିନ୍ତା ବଢ଼ାଉଛନ୍ତି ସୁରଟ ଫେରନ୍ତା: ମୟୁରଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି
ବାରିପଦା ଅଫିସ,୯।୫: ମୟୁରଭଞ୍ଜ ଜିଲାରେ ଶନିବାର ସକାଳେ ଆଉ ୩ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ କପ୍ତିପଦା ବ୍ଲକର ହୋଇଥିବା...

ହସ୍ପିଟାଲ ବେଡ୍ରେ ଲୁହ ଗଡ଼ାଉଛନ୍ତି ନାରୁ ମହାରଣା
ପୁରୀ ଅଫିସ,୨୨ା୧୦: ଓଡ଼ିଶାର ଜଣେ ଆଗଧାଡ଼ିର ଚିତ୍ରଶିଳ୍ପୀ ହେଉଛନ୍ତି ପୁରୀର ନାରାୟଣ (ନାରୁ) ମହାରଣା। ତାଙ୍କ ପ୍ରତିଭା କେବଳ ଓଡ଼ିଶା ଭିତରେ ସୀମିତ ନାହିଁ, ରାଜ୍ୟ...

କୁରାଳ ପଞ୍ଚାୟତକୁ ଶଟ୍ଡାଉନ୍ ଘୋଷଣା କଲେ ସରପଞ୍ଚ
ଓଡ଼ଗାଁ,୨୨ା୫(ସ୍ବ.ପ୍ର.): ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସର୍ବାଗ୍ରେ କୁରାଳ ପଞ୍ଚାୟତ ରହିଛି। ଲଗାତାର ଦୁଇ ଦିନରେ ଏହି ପଞ୍ଚାୟତ ଅଧୀନରେ ଥିବା ସଙ୍ଗରୋଧ କେନ୍ଦ୍ରରୁ...

୨୦ କୁଇଣ୍ଟାଲ ଚୋରା ସ୍କ୍ରାପ୍ ସହ ପିକ୍ଅପ ଜବତ: ଜଣେ ଗିରଫ
ବଡ଼ବିଲ,୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୌର କାର୍ଯ୍ୟାଳୟ ନିକଟ ରେଳ ଫାଟକ କଡ଼ରୁ ବଡ଼ବିଲ ପୋଲିସ ବୁଧବାର ସକାଳେ ଏକ ଚୋରା ସ୍କ୍ରାପ୍ ବୋଝେଇ ପିକ୍ଅପ...