ବେଲ୍‌ ଖାରଜ, ଗଲେ ଜେଲ

ଅନୁଗୋଳ ଅଫିସ, ୨୭।୪: ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ମଦ ଭାଟିର ମାଲିକ ବିକ୍ରମ କିଶୋର ସାହୁଙ୍କୁ ରବିବାର ପୋଲିସ ଜେଲ୍‌ ପଠାଇ ଦେଇଛି। ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଡିସ୍‌ଚାର୍ଜ ହେବା ପରେ ତାଙ୍କୁ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଜେଏମ୍‌)ଙ୍କ ଅଦାଲତରେ ହାଜର କରାଯାଇଥିଲା। ସେଠାରେ ବେଲ୍‌ ଆବେଦନ ଖାରଜ ହୋଇଯିବାରୁ ପୋଲିସ ବିକ୍ରମଙ୍କୁ ଅନୁଗୋଳ ଜେଲକୁ ପଠାଇ ଦେଇଛି।
ପ୍ରକାଶ ଯେ, ଚୋରା ମଦ କାରବାର ଅଭିଯୋଗରେ ଶୁକ୍ରବାର ସକାଳେ ଅନୁଗୋଳ ପୋଲିସ ବିକ୍ରମଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ତାଙ୍କ ନାମରେ ଥିବା କରଡ଼ାଗାଡ଼ିଆ ମଦ ଭାଟିରୁ ପୋଲିସ ୪୪୪୦ ଲିଟର ଦେଶୀ ମଦ ସହ ୬ ହଜାର ଲିଟର ପୋଚ ଓ ୩୦ଟି ପ୍ଲାଷ୍ଟିକ ଜାର ଜବତ କରିଥିଲା। ଏହି ଘଟଣାରେ ବିକ୍ରମଙ୍କ ସହ ମୋଟ୍‌ ୪୩ ଜଣଙ୍କୁ ଗିରଫ କରାଯାଇଥିଲା। ହେଲେ ମେଡିକାଲରେ ସ୍ବାସ୍ଥ୍ୟପରୀକ୍ଷା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିବାରୁ ୩ ଜଣ ଡାକ୍ତର ତାଙ୍କୁ ଅସୁସ୍ଥ ଘୋଷଣା କରିଥିଲେ। ୨ ଦିନ ମେଡିକାଲରେ ଚିକିତ୍ସିତ ହେବା ପରେ ରବିବାର ଅପରାହ୍ନ ୩ଟା ୪୦ରେ ମେଡିସିନ୍‌ ବିଭାଗର ଡାକ୍ତର ଗୋକୁଳାନନ୍ଦ ବେହେରା ବିକ୍ରମଙ୍କୁ ଡିସଚାର୍ଜ କରିଥିଲେ। ଏ ନେଇ ମେଡିକାଲ ପକ୍ଷରୁ ପୋଲିସକୁ ଅବଗତ କରାଯାଇଥିଲା। ଏହାପରେ ଅନୁଗୋଳ ଥାନା ଏସ୍‌ଆଇ ଅରକ୍ଷିତ ସେଠୀ, ପ୍ରକାଶ ମାଝି ଓ ବିପ୍ଳବ ସାହୁ ଏକ ଆମ୍ବୁଲାନ୍ସରେ ତାଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲେ। କିନ୍ତୁ ବିଚାରପତି ବେଲ୍‌ ପିଟିସନ୍‌ ଖାରଜ କରିଦେବାରୁ ସେଠାରୁ ବିକ୍ରମଙ୍କୁ ଜେଲକୁ ନିଆଯାଇଥିଲା। ଜେଲ କର୍ତ୍ତୃପକ୍ଷ ଓ ପୋଲିସ ଏକ ଷ୍ଟେଚରରେ ତାଙ୍କୁ ଭିତରକୁ ନେଇଯାଇଥିବା ଦେଖିବାକୁ ମିଳିଥିଲା। ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ମେଡିକାଲରୁ ଡିସଚାର୍ଜ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ବେଲ୍‌ ଖାରଜ ହୋଇଯିବାରୁ ଜେଲ ପଠାଇ ଦିଆଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ ବେହେରା କହିଛନ୍ତି, ଦାୟିତ୍ୱରେ ଥିବା ମେଡିସିନ୍‌ ସ୍ପେଶାଲିଷ୍ଟ ବିକ୍ରମଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା କହିବା ପରେ ପୋଲିସକୁ ଅବଗତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ପିଠିରେ ଗଧ ଲେଖି ନିସ୍ତୁକ ପିଟିଲେ ବାପା: ଗିରଫ କଲା ପୋଲିସ

ତେଲକୋଇ,୧୨।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ୮ ବର୍ଷର ଶିଶୁପୁତ୍ରକୁ ତାଙ୍କ ବାପା ନିସ୍ତୁକ...

ଅପ୍ରମୟୀଙ୍କ ଗୋଟିଏ ଫୋନ୍‌ କଲ୍‌ ଧରାଇଲା ବଡ଼ ଡକାୟତ ଗ୍ୟାଙ୍ଗ

କେନ୍ଦ୍ରାପଡା ଅଫିସ,୨୩ା୪: କେନ୍ଦ୍ରାପଡ଼ା ଜିଲା ତନ୍ତିଆପାଳ ଥାନା କାକଟପୁର ଗ୍ରାମର ଅପ୍ରମୟୀ ସ୍ବାଇଁଙ୍କ ଗୋଟିଏ ଫୋନ୍‌ କଲ୍‌ ଏକ ଆନ୍ତଃରାଜ୍ୟ ଡକାୟତ ଦଳର ପର୍ଦ୍ଦାଫାଶ କରିଛି।...

ଅବକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ, ୧୩।୫ – ଅନୁଗୋଳର କରଡ଼ାଗାଡ଼ିଆ ଠାରେ ଥିବା ଦେଶୀ ମଦ ଭାଟିକୁ ଲକ୍‌ଡାଉନ୍‌ ପୂର୍ବରୁ ସିଲ୍‌ କରାଯିବା ପରେ ବି ସେଠାରେ ଚୋରା...

ଚାଷ ଜମିକୁ ମିଳୁନି ସମଲ ପାଣି: ବ୍ୟାରେଜ ଉପରୁ ଆତ୍ମହତ୍ୟା ଚେତାବନୀ

କଣିହାଁ,୩୧।୭(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ସମଲ ବ୍ୟାରେଜରୁ ଜମିକୁ ପାଣି ମିଳୁ ନ ଥିବା ପ୍ରତିବାଦରେ କଂଗ୍ରେସ ଯୁବନେତା ତଥା ପୂର୍ବତନ ସମିତି ସଭ୍ୟ ସୁଶାନ୍ତ...

ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ପୁଞ୍ଜିଲାଲଙ୍କ ଜାମିନ ଆବେଦନ

ବଲାଙ୍ଗୀର ଅଫିସ, ୧୧।୧- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ...

ନୟାପଲ୍ଲୀ ବୋମାମାଡ଼ ଘଟଣା: ୨ ଭାଇ ଗିରଫ

ଭୁବନେଶ୍ୱର,୩ା୬(ବ୍ୟୁରୋ):ନୟାପଲ୍ଲୀ ଥାନା ଅନ୍ତର୍ଗତ ସୁନାମି କ୍ଲବରେ ଗଣ୍ଡଗୋଳକୁ ନେଇ ଗଉଡ଼ପଡିଆ ନିକଟରେ ହୋଇଥିବା ବୋମାମାଡ ଘଟଣାରେ ପୋଲିସ ରବିବାର ଅଭିଯୁକ୍ତ ଦୁଇଭାଇଙ୍କୁ ଗିରଫ କରିଛି। ସେମାନେ...

୩ ଦିନରେ ଧରାହେଲେଣି ୧୫୪ ଦଲାଲ: ହସ୍ପିଟାଲରୁ ୭୫ ଓ ଆର୍‌ଟିଓରୁ ୭୯

ଭୁବନେଶ୍ୱର,୨୯।୯(ବ୍ୟୁରୋ): ସ୍ବଚ୍ଛତା ଓ ଲୋକଙ୍କୁ ଶୋଷଣରୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଦଲାଲ ଧରା ଅଭିଯାନକୁ ଜୋର୍‌ଦାର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ...

ଅଧରାତିରେ ଅଟକୁଛି ଆମ୍ବୁଲାନ୍ସ

ଅନୁଗୋଳ ଅଫିସ, ୨୩ା୧୨: କେତେବେଳେ ଢେଙ୍କାନାଳରୁ ତ ପୁଣି କେବେ ଦେବଗଡ଼ ଜିଲାରୁ ଗୁରୁତର ରୋଗୀ ଆସୁଛନ୍ତି ଅନୁଗୋଳକୁ। ହେଲେ ଆମ୍ବୁଲାନ୍ସରେ ରାତି ଅଧରେ ଆସୁଥିବା...

Advertisement
Archives

Model This Week