Posted inଖେଳ

ବେଲି ହେବେ ଅଷ୍ଟ୍ରେଲିଆ ଦଳର ଚୟନକର୍ତ୍ତା

ବେଲବୋର୍ନ,୨୫।୧୧(ପି.ଟି.)- ପୂର୍ବତନ ସୀମିତ ଓଭର କ୍ରିକେଟର ଅଧିନାୟକ ଜର୍ଜ ବେଲି ଅଷ୍ଟ୍ରେଲିଆର ନୂଆ ଜାତୀୟ ଚୟନକର୍ତ୍ତା ହେବାକୁ ଯାଉଛନ୍ତି। ତାଙ୍କ ସହ ଚୟନ କମିଟିରେ କୋଚ୍‌ ଜଷ୍ଟିନ ଲାଙ୍ଗର ଓ ସିଏ ଅଧ୍ୟକ୍ଷ ଟ୍ରେଭର ହୋନ୍ସ ରହିବେ। ୩୭ ବର୍ଷୀୟ ବେଲି ଏବେ ମଧ୍ୟ କ୍ରିକେଟର ଭାବେ ସକ୍ରିୟ ଅଛନ୍ତି। ସେ ବିଗ୍‌ ବାଶ ଲିଗ୍‌ ଦଳର ହାବର୍ଟ ହରିକେନ୍ସ ଓ ଶେଫିଲ୍ଡ ଶିଲ୍ଡରେ ତାସମାନିଆ ଦଳ ପାଇଁ ଖେଳୁଛନ୍ତି। ସିଡ୍‌ନୀ ମର୍ନିଂ ହରାଲ୍ଡ ଓ ଦ ଏଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ସକ୍ରିୟ କ୍ରିକେଟର ଭାବେ ଜାତୀୟ ଚୟନକର୍ତ୍ତା ଦାୟିତ୍ୱ ନେବାରେ ବେଲି ପ୍ରଥମ ଅଷ୍ଟ୍ରେଲିଆ ଖେଳାଳି ନୁହନ୍ତି। ତାଙ୍କ ପୂର୍ବରୁ ଡନ ବ୍ରାଡମାନ ଓ ମାଇକେଲ କ୍ଲାର୍କ ଜାତୀୟ ଦଳର ଅଧିନାୟକ ଥିବାବେଳେ ଚୟନକର୍ତ୍ତା ପଦରେ ନିଯୁକ୍ତ ହୋଇଥିଲେ। ବେଲି ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ୯୦ ଦନିକିଆ ଓ ୩୦ ଟି୨୦ ମ୍ୟାଚ୍‌ ଖେଳିସାରିଥିଲେ ମଧ୍ୟ ସନ୍ନ୍ୟାସ ନେଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ଗୋଟିଏ ବିଜୟ..ଇତିହାସ ରଚିଦେବ ଭାରତୀୟ ଦଳ

ଲଣ୍ଡନ,୧୮।୬: ୧୯୮୩ରେ ଭାରତୀୟ ଦଳ ପ୍ରଥମଥର ପାଇଁ ବିଶ୍ୱକପ୍‌ ଜିତି ଇତିହାସ ରଚିଥିଲା। ଏହାପରେ ୨୦୦୭ରେ ଟି-୨୦ ବିଶ୍ୱକପ୍‌, ୨୦୧୧ରେ ଦ୍ୱିତୀୟଥର ଦିନିକିଆ ବିଶ୍ୱକପ୍‌ ବିଜେତା...

ମହିଳା ରେସ୍‌ଲିଂ କୋଚ୍‌ ସ୍ବଦେଶ ଫେରିଲେ

ନୂଆଦିଲ୍ଲୀ, ୨୧ା୩ (ପି.ଟି.)-କୋଭିଡ୍‌-୧୯ ଆଶଙ୍କା ଯୋଗୁ ଲକ୍ଷ୍ନୌ ଓ ସୋନେପତ୍‌ଠାରେ ଚାଲିଥିବା ଜାତୀୟ କ୍ୟାମ୍ପ୍‌କୁ ବର୍ତ୍ତମାନ ପାଇଁ ବନ୍ଦ କରିଦେବା ଲାଗି ଜାତୀୟ ମହାସଂଘ ନିଷ୍ପତ୍ତି...

ସଚିନଙ୍କ ବଡ଼ ପ୍ରଶଂସକ, କିନ୍ତୁ ଧୋନୀଙ୍କ ଭଳି ମାରୁଛନ୍ତି ଛକା

ମୁମ୍ବାଇ,୧୩।୧: ଆସନ୍ତା ଫେବୃୟାରୀ ୨୧ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ ପାଇଁ ଏକ ୧୫ ଜଣିଆ...

କୋଭିଡ୍‌- ୧୯ : ୨୦୨୨କୁ ଘୁଞ୍ଚିଲା ଆଫ୍ରିକାନ କପ୍‌ ଅଫ୍‌ ନେଶନ୍ସ

ନୂଆଦିଲ୍ଲୀ,୧।୭: କୋଭିଡ୍‌- ୧୯ ମହାମାରୀ କାରଣରୁ ଆଉଏକ ମେଗା ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଆଫ୍ରିକାନ୍‌ କପ୍‌ ଅଫ୍‌ ନେଶନ୍ସକୁ ୨୦୨୨କୁ...

ଧୋନୀଙ୍କ ଅବସରକୁ ନେଇ କରିଥିବା ଟୁଇଟ୍‌ କାହିଁକି ହଟାଇଥିଲେ ସାକ୍ଷୀ

ଅନେକ ଦିନ ହେବ କ୍ରିକେଟରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଚାଲିଛି। କିଛିଦିନ ତଳେ ସୋସିଆଲ ମିଡିଆରେ #Dhoniretires ଟ୍ରେଣ୍ଡ୍‌...

ଡେବ୍ୟୁ ମ୍ୟାଚ୍‌ରେ କମାଲ କଲେ ନଟରାଜନ: ପ୍ରଥମ ଦିନ ଅଷ୍ଟ୍ରେଲିଆ ୨୭୪/୫

ବ୍ରିସବେନ୍‌,୧୫।୧: ବର୍ଡର-ଗାଭାସ୍କର ସିରିଜର ଶେଷ ଟେଷ୍ଟ ବ୍ରିସବେନ୍‌ରରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଡେବ୍ୟୁ କରିଥିବା ଟି.ନଟରାଜନ କମାଲ ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ଟସ୍‌ ଜିତି...

ପୁଅକୁ ଶୁଆଇବା ପରେ ଏମିତି କାମ କଲେ ଏହି କ୍ରିକେଟରଙ୍କ ସ୍ତ୍ରୀ

ଟିମ୍‌ ଇଣ୍ଡିଆ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଆଇପିଏଲ୍‌ ୨୦୨୦ ପାଇଁ ଦୁବାଇରେ ଅଛନ୍ତି। ଏହି ସମୟରେ ସ୍ତ୍ରୀ ନତାଶା ଷ୍ଟେନକୋଭିଚ...

କୋଭିଡ୍‌-୧୯: ଶ୍ରୀଲଙ୍କା କ୍ରିକେଟ ଦେବ ୨୫ ନିୟୁତ ଟଙ୍କା

କଲମ୍ବୋ, ୨୪ା୩ (ପି.ଟି.)- କୋଭିଡ୍‌ -୧୯ ବିରୋଧରେ ଚାଲିଥିବା ଲଢେଇରେ ଶ୍ରୀଲଙ୍କା କ୍ରିକେଟ (ଏସଏଲ୍‌ସି) ସୋମବାର ସରକାରଙ୍କୁ ୨୫ ନିୟୁତ ଟଙ୍କା (ଶ୍ରୀଲଙ୍କା ମୁଦ୍ରାରେ) ଦାନ...

Ten Cric Info
Advertisement


Archives

Model This Week

Why Dharitri