ବେତନ ଆୟୋଗ ବସିବନି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଭବିଷ୍ୟତରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଁ କୌଣସି ବେତନ ଆୟୋଗ ନ ବସାଇବାକୁ ମୋଦି ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। ଏ ବାବଦରେ ନୀତିଗତ ନିଷ୍ପତ୍ତି ନେବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଆଗରେ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ୨୦୧୪ ମସିହାରେ ଜଷ୍ଟିସ୍‌ ଅଶୋକ କୁମାର ମାଥୁରଙ୍କ ନେତୃତ୍ୱରେ ଗଠିତ ସପ୍ତମ ବେତନ ଆୟୋଗର ସୁପାରିସକୁ ଭିତ୍ତିକରି ଏହି ପ୍ରସ୍ତାବ ଦିଆଯାଇଛି। ଆୟୋଗର ପ୍ରସ୍ତାବ ଅନୁସାରେ ଆଉ ଏକ ବେତନ କମିଶନର ସୁପାରିସ ମିଳିବା ପର୍ଯ୍ୟନ୍ତ ୧୦ ବର୍ଷ ଯାଏ ଅପେକ୍ଷା ନ କରି ନିର୍ଦ୍ଦିଷ୍ଟ ସମୟାନ୍ତରରେ ବେତନ ହାରର ସମୀକ୍ଷା କରାଯାଇପାରେ। ଏଥିରେ କୁହାଯାଇଛି ଯେ, ଲେବର ବ୍ୟୁରୋ ଦ୍ୱାରା ଜିନିଷପତ୍ରର ଦରଦାମ୍‌ ବୃଦ୍ଧି ଭିତ୍ତିରେ ଏକ୍ରାୟଡ ସୂତ୍ର (Aykroyd formula) ଅନୁଯାୟୀ ବେତନର ସମୀକ୍ଷା ଓ ସଂଶୋଧନ କରାଯାଇପାରେ। ଯଦି ଏ ପ୍ରସ୍ତାବକୁ ଗ୍ରହଣ କରାଯାଏ, ତା’ହେଲେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀଙ୍କ ପାଇଁ ପ୍ରତି ୧୦ ବର୍ଷରେ ଥରେ ଆଉ ନୂତନ ବେତନ କମିଶନ ବସାଇବାର ଆବଶ୍ୟକତା ପଡ଼ିବ ନାହିଁ। ଦରଦାମ୍‌ ବୃଦ୍ଧି ଓ ମୁଦ୍ରାସ୍ଫୀତିକୁ ଆଧାର କରି ବେତନ ଓ ଭତ୍ତା ବୃଦ୍ଧି କରାଯାଇପାରିବ।
କେରଳ ପୋଲିସ ବାବୁଙ୍କ ବୃହତ୍‌ ବିଜୟ
କେରଳରେ ସତୀର୍ଥ ଟି.ପି. ସେନ୍‌କୁମାର ସୁପ୍ରି୍‌ମ୍‌କୋର୍ଟର ଆଶ୍ରୟ ନେଇ ରାଜ୍ୟ ପୋଲିସ ମୁଖ୍ୟ ପଦ ଲାଗି ପୁନଃ ଦାବି କରିବାରେ ସକ୍ଷମ ହୋଇଥିବା ବେଳେ ନିଲମ୍ବିତ ଭିଜିଲାନ୍ସ ନିର୍ଦ୍ଦେଶକ ଜାକବ ଟମାସ ମଧ୍ୟ କେନ୍ଦ୍ରୀୟ ପ୍ରଶାସନିକ ଟ୍ରାଇବ୍ୟୁନାଲ (କ୍ୟାଟ୍‌) ପକ୍ଷରୁ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଟମାସଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇ ତାଙ୍କୁ ନୂତନ ନିଯୁକ୍ତି ଦେବା ଲାଗି କ୍ୟାଟ୍‌ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଦୁଇବର୍ଷ ତଳେ ଟମାସଙ୍କୁ ନିଲମ୍ବିତ କରାଯାଇଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଏକ ଘରୋଇ କାର୍ଯ୍ୟକ୍ରମରେ ଟମାସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରେ କେରଳର ଏଲ୍‌ଡିଏଫ୍‌ ସରକାର ତାଙ୍କୁ ନିଲମ୍ବିତ କରିଥିଲେ। ତେବେ ଉଭୟ ପୋଲିସ ଅଫିସର ତାଙ୍କର ନିଷ୍କଳଙ୍କ ବା ଦୋଷରହିତ ସେବା ପାଇଁ ବେଶ୍‌ ଜଣାଶୁଣା। ଅନେକେ ବିଶ୍ୱାସ କରନ୍ତି ଯେ ସେମାନେ ଉଚ୍ଚସ୍ତରରେ ହେଉଥିବା ଦୁର୍ନୀତି ବିରୋଧରେ ଯିବାରୁ ଉଚ୍ଚ ପଦାଧିକାରୀଙ୍କ ରୋଷର ଶରବ୍ୟ ହୋଇଥିଲେ। ଉଭୟ ପୋଲିସ ବାବୁଙ୍କ କ୍ଷେତ୍ରରେ ସେମାନଙ୍କ ନିଲମ୍ବନକୁ ନ୍ୟାୟପୀଠ ସରକାରଙ୍କ ପ୍ରତିହିଂସାପରାୟଣତାର ନମୁନା ବୋଲି ଅଭିହିତ କରିଛନ୍ତି। ସରକାରଙ୍କ ରୋଷର ଶିକାର ହୋଇଛନ୍ତି ବୋଲି ଟମାସଙ୍କ ଯୁକ୍ତିକୁ କୋର୍ଟ ଗ୍ରହଣ କରିବା ସହ ତାଙ୍କୁ ସରକାର ଆଉ ଅଧିକ କାଳ ନିଲମ୍ବିତ ରଖିପାରିବେ ନାହିଁ ବୋଲି ମତ ଦେଇଛନ୍ତି। ତେବେ ସରକାର ଏ ଆଦେଶନାମାକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଶୁଣିବାକୁ ମିଳୁଛି।
ପାର୍ଶ୍ୱପ୍ରବେଶକୁ ବାବୁଙ୍କ ଚ୍ୟାଲେଞ୍ଜ
ଚୁକ୍ତି ଭିତ୍ତିରେ ଯୁଗ୍ମସଚିବ ସ୍ତରରେ ପାର୍ଶ୍ୱପ୍ରବେଶ (ଅଣଆଇଏଏସ୍‌ ବାବୁଙ୍କ ନିଯୁକ୍ତି) ନିମନ୍ତେ ସରକାରଙ୍କ ନିଷ୍ପତ୍ତିକୁ ନେଇ ସମସ୍ତେ ଉତ୍ସାହିତ ନୁହନ୍ତି। ବିଶେଷ କରି ବାବୁମାନେ ଏ ପ୍ରସ୍ତାବକୁ ନେଇ ଖୁବ୍‌ ଅସନ୍ତୁଷ୍ଟ। ବର୍ତ୍ତମାନ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଏ ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ପଦରୁ ଅବସର ନେଇଥିବା ଚନ୍ଦ୍ରପାଲ ଏହାକୁ ସରକାରଙ୍କ ମନଇଚ୍ଛା ନିଷ୍ପତ୍ତି ବୋଲି ଅଭିହିତ କରିବା ସହ ଏହା ମେଧାଭିତ୍ତିରେ ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ବଛାଯାଉଥିବା ଅମଲାତନ୍ତ୍ରର ପରିଚାଳନାରେ ବାଧା ସୃଷ୍ଟି କରିବ ବୋଲି ଅଭିଯୋଗ କରିଛନ୍ତି। ସେ ମଧ୍ୟ କହିଛନ୍ତି ଯେ, ଘରୋଇ କ୍ଷେତ୍ରରୁ ବ୍ୟକ୍ତିମାନଙ୍କୁ ଆଣି ନିଯୁକ୍ତି ଦେଲେ ଏ ପ୍ରକ୍ରିୟାରେ ରାଜନୈତିକ ହସ୍ତକ୍ଷେପ ରହିବା ସହ ଏହା ‘ସ୍ବାର୍ଥ-ଦ୍ୱନ୍ଦ୍ୱ’ ସୃଷ୍ଟି କରିବ। ଘରୋଇ କ୍ଷେତ୍ରରୁ ପ୍ରାର୍ଥୀମାନଙ୍କୁ ଆବେଦନ କରିବା ପାଇଁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଯେଉଁ ବିଜ୍ଞାପନ ପ୍ରକାଶ କରିଛି, ସେଥିରେ କୌଣସି ଯୋଗ୍ୟତା ମାନଦଣ୍ଡ ଉଲ୍ଲେଖ କରାଯାଇ ନ ଥିବା ଚନ୍ଦ୍ରପାଲ ଅଭିଯୋଗ କରିଛନ୍ତି। ତେବେ ସୁପ୍ରିମ୍‌କୋର୍ଟରେ କରାଯାଇଥିବା ଏହି ଆବେଦନ କ’ଣ ସରକାରଙ୍କ ନୂତନ ନୀତିର କାର୍ଯ୍ୟକାରିତାରେ ବାଧା ସୃଷ୍ଟି କରିବ? ସରକାର ନିଶ୍ଚୟ ଏଥିରେ ଖୁସି ହୋଇପାରିବେ ନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri