ବେଗ ରୋକିପାରୁନି ଇଣ୍ଟରସେପ୍ଟର:ରାଜପଥରେ ବଢ଼ୁଛି ଦୁର୍ଘଟଣା

ଅନୁଗୋଳ ଅଫିସ, ୨।୯

ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ବିଶେଷକରି ବଅଁରପାଳ ଛକରୁ ବଡ଼କେରା ଓ ତୁବେ ମଧ୍ୟରେ ଅଧିକ ଦୁର୍ଘଟଣା ଘଟୁଛି। ଏହି ରାସ୍ତାରେ ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ଠିକଣା ବ୍ୟବସ୍ଥା କରାଯାଉ ନ ଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଥିବା ସାଧାରଣରେ ଅଭିଯୋଗ ହେଉଛି। ପୋଲିସ ପାଟ୍ରୋଲିଂ ଓ ଚେକ୍‌ପୋଷ୍ଟର ବ୍ୟବସ୍ଥା ଠିକ୍‌ କରାଯାଉ ନ ଥିବା, ଏପରି କି ଇଣ୍ଟରସେପ୍ଟର ଥିଲେ ମଧ୍ୟ ଗାଡ଼ିର ବେଗ ନିୟନ୍ତ୍ରଣ କରିପାରୁ ନ ଥିବାରୁ ବେପରୁଆ ଗାଡ଼ି ଚାଳନା ଲୋକଙ୍କ ଜୀବନ ନେଉଥିବା ଚର୍ଚ୍ଚା ହେଉଛି।
ବଅଁରପାଳ ଛକରୁ ବଡ଼କେରା ଓ ତୁବେ ପର୍ଯ୍ୟନ୍ତ ରାସ୍ତା ଏବେ ବିପଦ ଶଙ୍କୁଳ ହୋଇପଡ଼ିଛି। ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ। ଏପରି କି ରାସ୍ତାରେ ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରହିଥିବା ଇଣ୍ଟରସେପ୍ଟର ଠିକ୍‌ ଢଙ୍ଗରେ କାମ କରୁନାହିଁ। ସେହିପରି ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ବଜାର ଓ ଛକମାନଙ୍କରେ ସ୍ପିଡ୍‌ ବ୍ରେକର ନିର୍ମାଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ହେଭି ଭେଇକିଲ୍‌ ଗୁଡ଼ିକ ବେପରୁଆ ଭାବେ ଚଳାଚଳ କରୁଛି। ପ୍ରତିଦିନ ଦୁର୍ଘଟଣା ଯୋଗୁ ରାସ୍ତା ଜାମ ରହୁଛି। ଗତ ବର୍ଷକ ଭିତରେ ବଅଁରପାଳ ଛକରୁ ବଡ଼କେରା ଓ ତୁବେ ରାସ୍ତାରେ ଦୁର୍ଘଟଣା ଘଟି ଶତାଧିକ ଲୋକ ଆହତ ହୋଇଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ନାଲକୋ, ଅନୁଗୋଳ, ବନ୍ତଳା ଓ ଜରପଡ଼ା ଥାନା ଅଧୀନରେ ଥିବା ରାସ୍ତାରେ ସର୍ବାଧିକ ଲୋକଙ୍କ ଦୁର୍ଘଟଣାରେ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ତେଣୁ ବଅଁରପାଳ ଛକରୁ ବଡ଼କେରା ଓ ତୁବେ ରାସ୍ତାରେ ଗାଡ଼ିର ବେଗ ନିୟନ୍ତ୍ରଣ କରିବା, ଏ ସମ୍ପର୍କିତ ସୂଚନା ଫଳକ ଲଗାଇବା, ଜନବସତି ଓ ବଜାର ଅଞ୍ଚଳରେ ସ୍ପିଡ୍‌ ବ୍ରେକ୍‌ର, ହମ୍ପସ୍‌ ନିର୍ମାଣ କରିବା, ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସତର୍କତା ଫଳକ ଲଗାଇବା, ହେଭି ଭେଇକିଲ୍‌ ଗୁଡ଼ିକ ଦିନବେଳେ ଯାତାୟାତକୁ ବାରଣ କରିବାକୁ ଦାବି ହୋଇଛି।
ଏ ନେଇ ଆଞ୍ଚଳିକ ପରିବହନ ଅଧିକାରୀ ଧନଞ୍ଜୟ ସେନାପତି କହିଛନ୍ତି, ଇଣ୍ଟରସେପ୍ଟର କାର୍ଯ୍ୟ କରୁଛି। ଦ୍ରୁତ ଗତିରେ ଯାଉଥିବା ଗାଡ଼ି ଗୁଡ଼ିକ ଉପରେ ମଧ୍ୟ ନଜର ରଖାଯାଇଛି। ଜାତୀୟ ରଜପଥକୁ ପାଟ୍ରୋଲିଂ ପାଇଁ ଗାଡ଼ି ଦେବାକୁ କୁହାଯାଇଛି। ଉକ୍ତ ବିଭାଗ ଗାଡ଼ି ପ୍ରଦାନ କଲେ ତାହା ପୋଲିସକୁ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ ଗାଁ ଆମ ବିକାଶ ଯୋଜନାରେ ପଡ଼ି ରହିଛି କାର୍ଯ୍ୟ: ୩୧୪ରୁ ଆରମ୍ଭ ହୋଇନି ୨୦୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ

ନୂଆଗାଁ,୧୦।୮(ଡି.ଏନ.ଏ.): ରାଜ୍ୟରେ ପ୍ରଗତିକୁ ତ୍ୱରାନ୍ବିତ କରିବା ନିମନ୍ତେ ବିଭିନ୍ନ ଯୋଜନା ମଧ୍ୟରୁ ‘ଆମ ଗାଁ ଆମ ବିକାଶ’ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ...

ଗାଁରେ ବୁଲୁଛି ବାଘ

ଭବାନୀପାଟଣା,୧୪।୮(ସ୍ବ.ପ୍ର.): କଳାହାଣ୍ଡିରେ ବାଘ ଭୟ। ଜିଲାର ସିଙ୍ଗାରି ସଂରକ୍ଷିତ ଜଙ୍ଗଲ ଏବଂ ଦେବଗିରି ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଥିବା ଜଣାପଡିବା ପରେ ଆଖପାଖ ଗ୍ରାମବାସୀ ଭୟଭୀତ...

କାଠ ସଂଗ୍ରହ କରିବାକୁ ଯାଇ ଯୁବତୀ ଖାଇଲେ ଗୁଳି ମାଡ଼

ସୁନ୍ଦରଗଡ଼, ୬।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ସଦର ବ୍ଲକ ଧରୁଆଡିହି ଥାନା ଅନ୍ତର୍ଗତ ଲମଟି ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ରବିବାର ଅଭାବନୀୟ ଘଟଣା ଘଟିଛି। ମହିଳାମାନଙ୍କ ସହ...

ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା କଂଗ୍ରେସ

ଭୁବନେଶ୍ୱର,୨୫।୮(ବ୍ୟୁରୋ):  ପୁରୀ ବଗଲା ଧର୍ମଶାଳା ଜମି ବିକ୍ରିରେ ଆଇନକାନୁନକୁ ଜଳାଞ୍ଜଳି ଦିଆଯାଇ ନାହିଁ, ଶ୍ରୀମନ୍ଦିର ସୁରକ୍ଷା କରିଡର ନଁାରେ ସରକାର ଅଧିଗ୍ରହଣ କରିଥିବା ସମସ୍ତ ଜମି...

ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ ପରୀକ୍ଷା ପରିଚାଳନାକୁ ଅଧିକ କଡ଼ାକଡ଼ି କରାଯିବ। ପରୀକ୍ଷାରେ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ମେଧାବୀ ପରୀକ୍ଷାର୍ଥୀ ଯେପରି ଠିକ୍‌ ମାର୍କ ପାଇବେ...

ଅଗ୍ନିକାଣ୍ଡରେ ତିନି ବଖରା ଜଳିଗଲା

ମାଧପୁର, ୨୫।୩(ଡି.ଏନ୍‌.ଏ.): ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ନକଟିଦେଉଳ ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରାଜନ ପେରେକଙ୍କ ଦୁଇ ବଖରା ଏବଂ ମୁରଲୀ...

ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ମନା

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): ଇଟାଲୀରୁ ଫେରିଥିବା ଯୁବକ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ବୋଲି ଚିହ୍ନଟ ପରେ ବିଦେଶୀ ଓ ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର...

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଫୋନ, ମେସେଜ ମାମଲା: ବନ୍ଧା ହେଲେ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର,୯।୭(ବ୍ୟୁରୋ)-ମହିଳା କର୍ମଚାରୀଙ୍କୁ ବାରମ୍ବାର ଅଶ୍ଳୀଳ ଭିଡ଼ିଓ ଓ ମେସେଜ ପଠାଇବା ସହ ଚାକିରି ନେଇଯିବାକୁ ଧମକ ଦେବା ଜଣେ ଓଏଏସ୍‌ ଅଫିସରଙ୍କୁ ମହଙ୍ଗା ପଡିଛି। ମହିଳା...

Advertisement
Archives

Model This Week