ବେଆଇନ ବାଲି ଚାଲାଣ:ଜେସିବି ସମେତ ୭ ଟ୍ରାକ୍ଟର ଜବତ

ଜଳେଶ୍ୱର, ୨୯।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ଶିଖରପୁର, ଅଗ୍ରୱାଲାଛକ, ତେଗଡ଼ିଆ, ପଢ଼ିଆରିପୁର ଓ ପଞ୍ଚୁଘଣ୍ଟା ଆଦି ସୁବର୍ଣ୍ଣରେଖା ନଦୀର ବିଭିନ୍ନ ବାଲି ଉତ୍ସରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇ ଡମ୍ପଂ କରି ରଖାଯାଉଛି। ଉକ୍ତ ସ୍ଥାନରୁ ଦୈନିକ ଶହ ଶହ ଟ୍ରାକ୍ଟର ଓ ଡମ୍ପର ଯୋଗେ ପଶ୍ଚିମବଙ୍ଗକୁ ବାଲିମାଫିଆମାନେ ବେଆଇନ ଭାବେ ଚୋରାଚାଲାଣ କରି ବେଶ୍‌ ମାଲାମାଲ ହେଉଛନ୍ତି। ଏନେଇ ଅଭିଯୋଗ ହେବା ପରେ ବାଲେଶ୍ୱର ଜିଲାପାଳ ରମେଶଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦୀର୍ଘ ୪ଘଣ୍ଟା ଧରି ଉକ୍ତ ବେଆଇନ ବାଲି ଡମ୍ପଂସ୍ଥଳରେ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା, ଆରଆଇ ମାନସ ବେହେରା, ରାଧାବଲ୍ଲଭ ରଣଜିତ୍‌, ଅମିନ ଶିବେଲାଲ ମୁର୍ମୁ, କର୍ମଚାରୀ ଧୀରେନ୍ଦ୍ର ମାରାଣ୍ଡି, ରଘୁନାଥ ଭୂୟଁାଙ୍କୁ ସାଙ୍ଗରେ ନେଇ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଚଢାଉରେ ବଡ଼ ଚେନ ଲଗା ଜେସିବି ମେଶିନ ସମେତ ୭ ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ଏଥିସହିତ ପୂର୍ବରୁ ଗଚ୍ଛିତ କରି ରଖାଯାଇଥିବା ବାଲିର ଆକଳନ କରାଯାଇ ଆର୍ଥିକ ଜରିମାନା ଆଦାୟ ପାଇଁ ତହସିଲଦାର ଆରଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜବତ୍‌ ଟ୍ରାକ୍ଟର ଓ ଜେସିବିଠାରୁ ଲକ୍ଷାଧିକ ଟଙ୍କା ଜରିମାନା ଆକାରରେ ଆଦାୟ କରାଯିବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ୨ମାସ ଧରି ଜଳେଶ୍ୱର ତହସିଲଦାରଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ନିର୍ବାଚନ ଡ୍ୟୁଟିରେ ବ୍ୟସ୍ତ ଥିବା ବେଳେ ବାଲିମାଫିଆ ମାନେ ବେଧଡ଼କ ଭାବେ ପଶ୍ଚିମବଙ୍ଗକୁ ବାଲି ଚାଲାଣ କରି ଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେକ୍‌ ରାଜାଙ୍କ ସହ ସମ୍ପର୍କ ପଡ଼ିଲା ମହଙ୍ଗା: ନିଲମ୍ବନ ପରେ ହାବିଲଦାର ଗିରଫ

ବାଲେଶ୍ୱର ଅଫିସ, ୨୧।୯: ବାଲେଶ୍ୱର ଜିଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର ବ୍ୟବସାୟ କରି ସାମ୍ରାଜ୍ୟ ବିସ୍ତାର କରିଥିବା ସେକ୍‌ ରାଜାଙ୍କ ସହ ବିଚାରଗଣ୍ଡ...

ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ସଜନାଗଡ/ସୋର/ଖଇରା/ରେମୁଣା/ ବାହାନଗା,୨୩ ।୧୧ ବାଲେଶ୍ୱର ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ...

ବଧୂହତ୍ୟା ଅଭିଯୋଗ

ପଦ୍ମପୁର,୨୪।୫ (ଡି.ଏନ.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀ ପଞ୍ଚାୟତ ସାନକୋରବାଟିଆ ଗ୍ରାମର ଉଷାରାଣୀ ଜେନା ନାମ୍ନୀ ଜଣେ ମହିଳାଙ୍କୁ ଶାଶୁଘର ଲୋକେ...

ବୈତରଣୀ ନଦୀ ସେତୁରୁ ବେରିଂ ଖସିବା ଘଟଣା: ବର୍ଷେ ପରେ ବି ବିଳମ୍ବ ମରାମତି

ଆନନ୍ଦପୁର, ୭।୬(ସ୍ବ.ପ୍ର.)- ଆନନ୍ଦପୁର ବୈତରଣୀ ନଦୀ ସେତୁକୁ ଦଇବ ସାହା। ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଏହି ସେତୁର ଏକ ପିଲାରରୁ ୨୦୧୮ ଜୁଲାଇ ୬ ତାରିଖରେ...

ଜାପାନରୁ ଓଡ଼ିଶା ଫେରିଲା ଦୁଇ ଓଡ଼ିଆଙ୍କ ମୃତଦେହ

ଭୋଗରାଇ, ୯।୨(ଡି.ଏନ.ଏ):ଜାପାନ ରାଜଧାନୀ ଟୋକିଓ ନିକଟସ୍ଥ ଏକ ସହରରେ ରୋଷେୟା ଭାବେ କାର୍ଯ୍ୟରତ ଦୁଇ ଓଡ଼ିଆଙ୍କ ମୃତଦେହ ରବିବାର ଗାଁକୁ ଅଣାଯାଇଛି। ପ୍ରଥମେ ମୃତଦେହ ଦିଲ୍ଲୀରୁ...

୮୫ ହଜାର ଲୁଟ୍‌ ଘଟଣା: ଜେଲ୍‌ ଗଲେ ଅଭିଯୁକ୍ତ

ରୂପ୍‌ସା, ୨୫।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅଧୀନ ଦୁବୁଲାଗଡ଼ି ଗ୍ରାମର ଜଣେ ଭୁଟୁଭୁଟି ମାଲିକ ଅଜାମିଲ ବେରାଙ୍କ ମୁହାଣସ୍ଥିତ ଗୋଦାମ ଓ ଅଫିସ୍‌...

କମ୍‌ ପିଲା ଯୋଗୁ ବନ୍ଦ ହେଲା ୪ ସ୍କୁଲ

ବନ୍ତ, ୪।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକରେ ପିଲା ସଂଖ୍ୟା କମ୍‌ ଯୋଗୁ ୨ ବର୍ଷ ମଧ୍ୟରେ ୪ ସ୍କୁଲ ବନ୍ଦ ହୋଇଯାଇଛି।...

୨୦ରୁ ହେବ ଧାନ କିଣା

ପଦ୍ମପୁର, ୧୧।୧୨(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ରାଜଘରପୋଖରୀ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଠାରେ ବାଲିମେଦ ସେବା ସମବାୟ ସମିତିର ୬୨ତମ ସାଧାରଣ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଏଆର୍‌ସିଏସ୍‌...

Advertisement
Archives

Model This Week