ବେଆଇନ ପିସ୍ତଲ ସହ ୮ ଜୀବନ୍ତ ଗୁଳି ଜବତ, ଅଭିଯୁକ୍ତ ଗିରଫ

ବଡବିଲ, ୧୯।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଉପରବସ୍ତିରୁ ଜଣେ ଯୁବକଙ୍କ ନିକଟରୁ ଏକ ବିଦେଶୀ ପିସ୍ତଲ ସହ ୮ଟି ଜୀବନ୍ତ ଗୁଳି ଜବତ ହୋଇଥିବାବେଳେ ସମ୍ପୃକ୍ତ ଅଭିଯୁକ୍ତ ସେକ ମୁମତାଜଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି। ସେକଙ୍କ ନାମରେ ବଡବିଲ ଥାନାରେ ଏକାଧିକ ମାମଲା ରହିଥିବା ଅନୁମାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବଡବିଲ ଉପରବସ୍ତିରେ ରହୁଥିବା ସେକ ମୁମତାଜ ନାମକ ଯୁବକଙ୍କ ପାଖରେ ଏକ ପିସ୍ତଲ ଥିବା ପୋଲିସ ଖବରପାଇଥିଲାବେଳେ ବିଳମ୍ବିତ ରାତିରେ ତାଙ୍କ ଘରେ ଚଢାଉ କରିଥିଲା। ମୁମତାଜଙ୍କ ନିକଟରୁ ପୋଲିସ ଏକ ୟୁଏସଏ(ୟୁନାଇଟେଡ ଷ୍ଟେଟସ ଅଫ ଆମେରିକା) ନିର୍ମିତ ବିଦେଶୀ ପିସ୍ତଲ ସହ ୭.୬୫ ମିଲିମିଟରର ୮ଟି ଜୀବନ୍ତ ଗୁଳି ଜବତ କରିବାକୁ ସକ୍ଷମ ହୋଇଥିବା ଜଣାପଡିଛି। ଏ ନେଇ ପୋଲିସ ବଡବିଲ ଥାନାରେ ଏକ ମାମଲା ରଜୁ କରି ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି।  ତେବେ ମୁମତାଜଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ଅନୁମାନ କରାଯାଉଥିଲାବେଳେ ଏ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

 ଚଡ଼କ ମେଳାରେ ଅଘଟଣ

ଜଳେଶ୍ୱର,୧୨।୪(ନବୀନ ସାହୁ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବତ୍ରଧାରୀ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ...

ଇପିଏଫ୍‌ ପେନସନଭୋଗୀ ସଂଘର ବଡ଼ ନିଷ୍ପତ୍ତି

ରୂପସା,୧୧।୪(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ପୋଡାଡ଼ିହାସ୍ଥିତ ଆମ ଗାଁ ନର୍ସରୀ ପରିସରରେ ବୁଧବାର ଅଲ୍‌ ଓଡ଼ିଶା ପେନସନଭୋଗୀ ସଂଘର ବାଲେଶ୍ୱର ଓ...

ଚନ୍ଦନେଶ୍ୱର ମହାଦେବଙ୍କ ନୀଳପର୍ବରେ ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ,୧୧ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ମହାଦେବଙ୍କର ବିଶ୍ୱ ପ୍ରସିଦ୍ଧ ଚଡ଼କମେଳାର ଗୁରୁବାର ମହାନୀଳ ଉତ୍ସବ। ଏହି ମହାନୀଳ ଉତ୍ସବରେ ଓଡ଼ିଶା ସମେତ...

ଅସୁରୁଣୀ କାମିନୀକୁ ବରଣମାଳା ଦେଲେ ପ୍ରଭୁ ଚନ୍ଦନେଶ୍ୱର

ଭୋଗରାଇ,୧୦ା୪(ପ୍ରଦୀପ ଦାସ): ବିଶ୍ୱପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳାରେ ବୁଧବାର ଜୀଉଙ୍କ ୩ ଅର୍ଘ୍ୟରେ ଚନ୍ଦନେଶ୍ୱର ମହାଦେବ ସୁନ୍ଦରୀ ଅସୁରୁଣୀ କାମିନୀକୁ ବରଣମାଳା ଦେଇଛନ୍ତି। ଏହି ବିରଳ...

ବିଜେଡି-ଭାଜପା ଅସନ୍ତୁଷ୍ଟଙ୍କୁ ଅନେଇଛି କଂଗ୍ରେସ

ବାଲେଶ୍ୱର, ୧୦।୪(ମାନସ ବିଶ୍ୱାଳ):କଂଗ୍ରେସ ଏପର୍ଯ୍ୟନ୍ତ ବାଲେଶ୍ୱର ଲୋକସଭା ଏବଂ ଜିଲାର କୌଣସି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହଁି। ଭାଜପା ଇତିମଧ୍ୟରେ ଜଳେଶ୍ୱର, ରେମୁଣା,...

ବକେୟା ପାଇଁ ସ୍କୁଲରେ ତାଲା ପକାଇଲେ ଠିକାଦାର

ବାଲେଶ୍ୱର,୧୦ା୪(ମାନସ ବିଶ୍ୱାଳ): ୫-ଟି ଅଧୀନରେ ରୂପାନ୍ତରଣ ହୋଇଥିବା ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଦହପଡ଼ା ଚିନ୍ତାମଣି ହାଇସ୍କୁଲର ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେ ବିତିଗଲାଣି।...

ବାଇକ ଧକ୍କାରେ ଚାଲିଗଲା ନବମ ଶ୍ରେଣୀ ଛାତ୍ରଙ୍କ ଜୀବନ

ବାହାନଗା,୯ା୪(ଅରୂପ କୁମାର ଦାସ): ବାହାନଗା ତହସିଲ କାର୍ଯ୍ୟାଳୟର ଦେଢଶହ ମିଟର ଦୂରରେ ଏକ ବାଇକ୍‌ ସାଇକେଲରେ ଆସୁଥିବା ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଧକ୍କା ଦେବାରୁ...

ନିଲାମ ଅବଧି ପରେ ବି ଚୋରାରେ ଚାଲିଛି ଖଣି

ଖଇରା,୮ା୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରିଶୁଆ ପାହାଡ଼ରେ ଖଣି ବ୍ୟବହାରର ଅବଧି ମାର୍ଚ୍ଚ ୩୧ତାରିଖରୁ ଶେଷ ହେଲାଣି। ତେବେ ଜିଲା ଖଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri