ବେଆଇନ ପାର୍କିଂ ବିରୋଧରେ ଅଣ୍ଟା ଭିଡ଼ିଲା କମିଶନରେଟ୍‌ ପୋଲିସ: ଗାଡ଼ିରେ ତାଲା ପକାଇ ଜରିମାନା ଆଦାୟ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି ବେଆଇନ୍‌ ପାର୍କିଂ। ତେଣୁ ବେଆଇନ ପାର୍କିଂ ବିରୋଧରେ ଅଣ୍ଟା ଭିଡ଼ିଛି କମିଶନରେଟ୍‌ ପୋଲିସ। ଏଣିକି ଏଣେତେଣେ ମନଇଚ୍ଛା ଗାଡ଼ି ପାର୍କିଂ କରୁଥିବା ଲୋକଙ୍କୁ ଜରିମାନା ଗଣିବାକୁ ପଡ଼ିବ। ରାସ୍ତାରୁ ଆଉ ଏଭଳି ଗାଡ଼ିଗୁଡିକୁ ଥାନାକୁ ନିଆଯିବନାହିଁ, ବରଂ ସେଗୁଡ଼ିକର ଚକରେ ତାଲା ପକାଯିବ। ଜରିମାନା ଦେବା ପରେ ଯାଇ ଗାଡ଼ି ଛାଡ଼ିବ ପୋଲିସ। ବୁଧବାର ରାଜଧାନୀର ସଚିବାଳୟ ମାର୍ଗ, ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟ ଏବଂ ଫର୍ଚ୍ୟୁନ୍‌ ଟାୱାର ଆଦି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡ଼ି ଗୁଡିକର ଚକରେ ପୋଲିସ ପକ୍ଷରୁ ତାଲା ପକାଯିବା ସହ ଜରିମାନା ଆଦାୟ କରାଯାଇଥିଲା। ପ୍ରତି ଗାଡ଼ିରୁ ଜରିମାନା ବାବଦରେ ୫୦୦ ଟଙ୍କା ଆଦାୟ କରାଯାଇଥିଲା। ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ୧୮ଟି କାର୍‌ ଚକରେ ତାଲା ପକାଯିବା ସହ ୯ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଡ୍ରୋନ ଜରିଆରେ ୨୩ଜଣ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟ ୧୧ ହଜାର ୫୦୦ ଟଙ୍କା ଆଦାୟ ହୋଇଥିବା ଟ୍ରାଫିକ ଏସିପି କିଶୋର କୁମାର ପାଣଗ୍ରାହୀ ସୂଚନା ଦେଇଛନ୍ତି।
ଏ ନେଇ କମିଶନରେଟ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା କହିଛନ୍ତି, ବିଏମ୍‌ସି, ବିଡିଏ, ଏନ୍‌ଏଚ୍‌ଏଆଇ, ପୂର୍ତ୍ତ ବିଭାଗ ଏବଂ ଆର୍‌ଟିଓ କର୍ମଚାରୀଙ୍କୁ ନେଇ ଆସନ୍ତା ୬ତାରିଖରେ ଏକ ସ୍ବତନ୍ତ୍ର ବୈଠକ ବସିବ। ଏଥିରେ ଟ୍ରାଫିକ ସମସ୍ୟା ଦୂର ନେଇ ଆଲୋଚନା କରାଯିବ। ବିଏମ୍‌ସି ପାର୍କିଂ ଜାଗା ସମେତ ଏନ୍‌ଏଚ୍‌ଏଆଇ ଏବଂ ପୂର୍ତ୍ତ ବିଭାଗ ସୀମା ନିର୍ଦ୍ଧାରଣ କରିବା ପରେ ରାସ୍ତା କଡରେ ଥିବା ଧଳା ଲାଇନକୁ ଚିହ୍ନଟ କରାଯିବ। କେଉଁ ସ୍ଥାନରେ ପାର୍କିଂ କରାଯିବ ଓ କେଉଁଠାରେ କରାଯିବ ନାହିଁ, ତାହାକୁ ଭଲ ଭାବେ ଚିହ୍ନଟ କରାଯିବ। ଲୋକେ ଏହା ଅବଗତ ହେବା ପରେ ସମସ୍ୟାରେ ଅନେକ ସୁଧାର ଆସିପାରିବ। ଯେଉଁମାନେ ଏହାକୁ ଅବମାନନା କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ଦୁଇଦିନ ତଳେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଥିଲେ ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ। ଏପରି କି ଡ୍ରୋନ ମାଧ୍ୟମରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖାଯାଇଥିଲା। ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କୁ ସଚେତନ କରାଯିବା ପରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ପୋଲିସ କମିଶନର। ସେହି କ୍ରମରେ ବୁଧବାର ଟ୍ରାଫିକ ପୋଲିସ ପକ୍ଷରୁ ଉପରୋକ୍ତ କାର୍ଯ୍ୟନୁଷ୍ଠାନ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri