ବେଆଇନ ପାର୍କିଂ ବିରୋଧରେ ଅଣ୍ଟା ଭିଡ଼ିଲା କମିଶନରେଟ୍‌ ପୋଲିସ: ଗାଡ଼ିରେ ତାଲା ପକାଇ ଜରିମାନା ଆଦାୟ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି ବେଆଇନ୍‌ ପାର୍କିଂ। ତେଣୁ ବେଆଇନ ପାର୍କିଂ ବିରୋଧରେ ଅଣ୍ଟା ଭିଡ଼ିଛି କମିଶନରେଟ୍‌ ପୋଲିସ। ଏଣିକି ଏଣେତେଣେ ମନଇଚ୍ଛା ଗାଡ଼ି ପାର୍କିଂ କରୁଥିବା ଲୋକଙ୍କୁ ଜରିମାନା ଗଣିବାକୁ ପଡ଼ିବ। ରାସ୍ତାରୁ ଆଉ ଏଭଳି ଗାଡ଼ିଗୁଡିକୁ ଥାନାକୁ ନିଆଯିବନାହିଁ, ବରଂ ସେଗୁଡ଼ିକର ଚକରେ ତାଲା ପକାଯିବ। ଜରିମାନା ଦେବା ପରେ ଯାଇ ଗାଡ଼ି ଛାଡ଼ିବ ପୋଲିସ। ବୁଧବାର ରାଜଧାନୀର ସଚିବାଳୟ ମାର୍ଗ, ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟ ଏବଂ ଫର୍ଚ୍ୟୁନ୍‌ ଟାୱାର ଆଦି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡ଼ି ଗୁଡିକର ଚକରେ ପୋଲିସ ପକ୍ଷରୁ ତାଲା ପକାଯିବା ସହ ଜରିମାନା ଆଦାୟ କରାଯାଇଥିଲା। ପ୍ରତି ଗାଡ଼ିରୁ ଜରିମାନା ବାବଦରେ ୫୦୦ ଟଙ୍କା ଆଦାୟ କରାଯାଇଥିଲା। ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ୧୮ଟି କାର୍‌ ଚକରେ ତାଲା ପକାଯିବା ସହ ୯ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଡ୍ରୋନ ଜରିଆରେ ୨୩ଜଣ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟ ୧୧ ହଜାର ୫୦୦ ଟଙ୍କା ଆଦାୟ ହୋଇଥିବା ଟ୍ରାଫିକ ଏସିପି କିଶୋର କୁମାର ପାଣଗ୍ରାହୀ ସୂଚନା ଦେଇଛନ୍ତି।
ଏ ନେଇ କମିଶନରେଟ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା କହିଛନ୍ତି, ବିଏମ୍‌ସି, ବିଡିଏ, ଏନ୍‌ଏଚ୍‌ଏଆଇ, ପୂର୍ତ୍ତ ବିଭାଗ ଏବଂ ଆର୍‌ଟିଓ କର୍ମଚାରୀଙ୍କୁ ନେଇ ଆସନ୍ତା ୬ତାରିଖରେ ଏକ ସ୍ବତନ୍ତ୍ର ବୈଠକ ବସିବ। ଏଥିରେ ଟ୍ରାଫିକ ସମସ୍ୟା ଦୂର ନେଇ ଆଲୋଚନା କରାଯିବ। ବିଏମ୍‌ସି ପାର୍କିଂ ଜାଗା ସମେତ ଏନ୍‌ଏଚ୍‌ଏଆଇ ଏବଂ ପୂର୍ତ୍ତ ବିଭାଗ ସୀମା ନିର୍ଦ୍ଧାରଣ କରିବା ପରେ ରାସ୍ତା କଡରେ ଥିବା ଧଳା ଲାଇନକୁ ଚିହ୍ନଟ କରାଯିବ। କେଉଁ ସ୍ଥାନରେ ପାର୍କିଂ କରାଯିବ ଓ କେଉଁଠାରେ କରାଯିବ ନାହିଁ, ତାହାକୁ ଭଲ ଭାବେ ଚିହ୍ନଟ କରାଯିବ। ଲୋକେ ଏହା ଅବଗତ ହେବା ପରେ ସମସ୍ୟାରେ ଅନେକ ସୁଧାର ଆସିପାରିବ। ଯେଉଁମାନେ ଏହାକୁ ଅବମାନନା କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ଦୁଇଦିନ ତଳେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଥିଲେ ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ। ଏପରି କି ଡ୍ରୋନ ମାଧ୍ୟମରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖାଯାଇଥିଲା। ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କୁ ସଚେତନ କରାଯିବା ପରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ପୋଲିସ କମିଶନର। ସେହି କ୍ରମରେ ବୁଧବାର ଟ୍ରାଫିକ ପୋଲିସ ପକ୍ଷରୁ ଉପରୋକ୍ତ କାର୍ଯ୍ୟନୁଷ୍ଠାନ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା: ସରକାରଙ୍କ ଉପରେ ଏନ୍‌ଜିଟି କ୍ଷୁବ୍ଧ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ସହରାଞ୍ଚଳରୁ ବାହାରୁଥିବା କୁଢ଼କୁଢ଼ ବର୍ଜ୍ୟବସ୍ତୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) କ୍ଷୁବ୍ଧ ହୋଇଛନ୍ତି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କୌଣସି ଦୀର୍ଘମିଆଦୀ ଯୋଜନା କରୁ...

ଯୁକ୍ତ ୨ ପରୀକ୍ଷା ବାତିଲ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୬(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ବାତିଲ କରିଛନ୍ତି ରାଜ୍ୟ ସରକାର। କରୋନା ପାଇଁ ପରୀକ୍ଷା ସମ୍ଭବ ହେଉ ନ ଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।...

ଜଷ୍ଟିସ ମହମ୍ମଦ ରଫିକ୍‌ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ ଅଫିସ,୨୪ା୪: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଭାରତର ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ...

ସମସ୍ତ ଭାରତୀୟ ଭାଷାରେ ଲକ୍ଷ୍ମଣ ନାୟକଙ୍କ ଜୀବନୀ ପ୍ରକାଶ କରାଯାଉ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଶହୀଦ ଲକ୍ଷ୍ମଣ ନାୟକ ଥିଲେ ସରଳତା, ନିର୍ଭୀକତା ଓ ସଂଗ୍ରାମର ପ୍ରତୀକ। ଜନଜାତି ଅସ୍ମିତା ଓ ସ୍ବାଭିମାନର ସେ ଥିଲେ ପରିଚୟ। ମହାତ୍ମା ଗାନ୍ଧୀଙ୍କ...

୩ କର୍ମଚାରୀରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ଭୋଗରାଇ, ୧୭।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଆବଶ୍ୟକ କର୍ମଚାରୀ ନ ଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି...

ଝାଟିମାଟି କୁଡ଼ିଆରେ ନିଷ୍ପେଷିତ ଜୀବନ

ଯାଜପୁର ଅଫିସ,୨୬ା୧୧:  ସମାଜରୁ ବାସନ୍ଦ ହୋଇ ଅକର୍ମଣ୍ୟ ଅବସ୍ଥାରେ ଅଭିଶପ୍ତ ଜୀବନ ବିତାଉଛନ୍ତି କୁଷ୍ଠରୋଗୀ। ସରକାରୀ ଉଦାସୀନତା ଯୋଗୁ ନିଷ୍ପେଷିତ ଜୀବନ ବିତାଉଥିବା ଏହି ମଣିଷମାନଙ୍କ...

ଆଗୁଆ ଅଛନ୍ତି ଉଷା ଦେବୀ

ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀର ଭୋଟ ଗଣତିକୁ ନେଇ ଉତ୍କଣ୍ଠା ବଢୁଛି। ବିଜେଡିର ଉଷା ଦେବୀ ଏବଂ ଭାଜପାର ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ମଧ୍ୟରେ...

ତମ୍ବା ପଇସାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ

ନୂଆପଡା ଅଫିସ,୨୮ା୮ ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି ନୂଆପଡା ପୋଲିସ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ...

Advertisement
Archives

Model This Week