ବେଆଇନ କରତକଳରେ ଚଢ଼ାଉ : କାଠ, ଯନ୍ତ୍ରାଂଶ ଜବତ

ଚାନ୍ଦବାଲି, ୧୯।୧୦ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଏକ ବେଆଇନ କରତକଳରେ ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଶନିବାର ଚଢାଉ କରାଯାଇଛି। ଚାନ୍ଦବାଲି କଲେଜ ନିକଟରେ ଥିବା କରତକଳରେ ଚଢ଼ାଉ କରାଯାଇ ବିଭିନ୍ନ ଯନ୍ତ୍ରାଂଶ ସହିତ କେତେକ କାଠଗଡ଼, ଚିରା କାଠ ଓ ଏକ ଡାଲା ଅଟୋ ମଧ୍ୟ ଜବତ ହୋଇଛି। ଚଢ଼ାଉ ବେଳେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଉପସ୍ଥିତ ଥିଲେ। ଏଠାରେ ବେଆଇନ କରତକଳ ଚାଲୁଥିବା ଖବର ପାଇ ଡିଏଫ୍‌ଓ ପୂର୍ଣ୍ଣିମା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଚଢ଼ାଉ କରାଯାଇଥିଲା। କରତକଳରେ କାମ କରୁଥିବା ୪ ଜଣଙ୍କୁ ବିଭାଗ ପକ୍ଷରୁ ପଚରାଉଚରା କରାଯାଇଥିଲା। ଜେସିବି ଓ ଗ୍ୟାସ୍‌ କଟର ସହାୟତାରେ କରତକଳର ଯନ୍ତ୍ରପାତିକୁ କଟାଯାଇ ବିଭାଗ ନିଜ ହେପାଜତକୁ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ଦୋକାନ ଭିତରକୁ ପଶିଗଲା ଟ୍ରକ୍‌

ପାଟଣା,୧୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା...

ପାରାଦୀପ ଭାଜପା: ଯୋଡୁଛି କମ୍‌, ଛିଡୁଛି ବେଶି

ପାରାଦୀପ,୯ା୬(ସ୍ବ.ପ୍ର.): ପାରାଦୀପରେ ୨୦୨୧ ଡିସେମ୍ବର ୨୫ ଘଟଣା ପରଠାରୁ ଭାଜପାରେ ଅନ୍ତଃକନ୍ଦଳ ବଢ଼ିବାରେ ଲାଗିଛି। ଏଥିଯୋଗୁ ପାରାଦୀପରେ ଭାଜପା ଯୋଡୁଛି କମ୍‌, ଛିଡୁଛି ବେଶି ବୋଲି...

ଚୋରି ଯାଇଥିବା ସାଢ଼େ ୬ କେଜି ସୁନା ଗହଣା ଜବତ, ୧୫ ଗିରଫ

ଛତ୍ରପୁର,୧୧ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ସୁନା ବ୍ୟବସାୟୀ ସୁରେନ୍ଦ୍ର କୁମାର ନାୟକଙ୍କ ଘରୁ ଅକ୍ଟୋବର ୧୨ ବିଳମ୍ବିତ ରାତିରେ ସୁନା ଚୋରି ହୋଇଥିଲା। ତେବେ ବୁଧବାର...

ଅଭିଯୋଗ ସତ୍ତ୍ୱେ ପୋଲିସ ନୀରବଦ୍ରଷ୍ଟା: ସ୍ବାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ରାସ୍ତାକୁ ଓହ୍ଲାଇଲେ ସ୍ତ୍ରୀ, ଗୁରୁତର ଆହତ ଅବସ୍ଥାରେ ମାଗିଲେ ନ୍ୟାୟ

ଜଗନ୍ନାଥପ୍ରସାଦ,୨୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନl ପଞ୍ଚୁଭୂତି ମୁଖ୍ୟ ରାସ୍ତା ୨୧ନଂ ରାଜ୍ୟ ରାଜପଥରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନ୍ୟାୟ...

ଭିତ୍ତିଭୂମିକୁ ଗୁରୁତ୍ୱ ନାହିଁ

ଛେଣ୍ଡିପଦା,୨୮।୪(ସ୍ବ.ପ୍ର.):  ରୋଗୀ ସେବାକୁ ନେଇ ଦିନେ ଯେଉଁ ସ୍ବାସ୍ଥ୍ୟକେନ୍ଦ୍ର ସୁନାମ ଅର୍ଜନ କରିଥିଲା, ଦୀର୍ଘବର୍ଷ ହେଲା ତାହାକୁ ଅଣଦେଖା କରାଯାଉଛି। ଏପରି କି ଦୁର୍ବଳ ଭିତ୍ତିଭୂମିରେ ପରିବର୍ତ୍ତନ...

ପାଣି ଟାଙ୍କିରେ ଚଢ଼ିଥିବା ବେଳେ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଲେ ଶ୍ରମିକ

କେସିଙ୍ଗା,୧୪।୩ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଲ ଗ୍ରାମ ପଞ୍ଚାୟତ ଅଧୀନସ୍ତ ପୋଡ଼ଖମ୍ବ ଗ୍ରାମର ନିକଟରେ ଏକ ବ୍ରିଜ କାମ ନିର୍ମାଣ ସମୟରେ ଅଘଟଣ...

ଖୋର୍ଦ୍ଧାରୋଡ଼ ଷ୍ଟେଶନରେ ମେମୁର ଗୋଟିଏ ବଗି ଲାଇନଚ୍ୟୁତ

ଜଟଣୀ,୨୬ା୧୧(ଡି.ଏନ.ଏ): ଖୋର୍ଦ୍ଧାରୋଡ଼ ରେଳ ଷ୍ଟେଶନରେ ସୋମବାର ସନ୍ଧ୍ୟାରେ ମେମୁ ଟ୍ରେନ୍‌ର ଏକ ବଗି ଲାଇନଚ୍ୟୁତ ହୋଇଥିଲା। ସନ୍ଧ୍ୟା ପ୍ରାୟ ୭ଟାରେ ଏହା ଘଟିଛି। ଷ୍ଟେଶନର ସିକ୍‌...

ହୁଗୁଳା ହେଉଛି ସାତକୋଶିଆ ସୁରକ୍ଷା

ବନ୍ତଳା,୧ା୧୧: ମହାବଳ ବାଘ ମହାବୀରର ମୃତ୍ୟୁ ପରଠାରୁ ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି। ଏଠାରେ ପ୍ରଥମ କରି ଆରମ୍ଭ...

Advertisement
Archives

Model This Week