ବୃଦ୍ଧ ଦମ୍ପତି ହତ୍ୟା ଘଟଣାର ପର୍ଦ୍ଦାଫାଶ: ଝିଅର ପରକୀୟା ପ୍ରୀତି ମା’ବାପାଙ୍କ ଜୀବନ ନେଲା

ପାଟଣା,୧୩।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ପଞ୍ଚାୟତ ଗୁଧିରାମ ପଡା ଗ୍ରାମରେ ଗତ ଶନିବାର ବିଳମ୍ବିତ ରାତିରେ ବୃଦ୍ଧ ଦମ୍ପତି ରାମାଇ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଚମ୍ପା ମୁଣ୍ଡାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା ା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗୁରୁବାର ଘଟଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପାଟଣା ଥାନା ସରାସ କୋଲା ପଞ୍ଚାୟତ ଖମୁଆଁ ଗ୍ରାମ କୁସୁମପଶି ସାହିର ଦନାର ମୁଣ୍ଡା। ଏନେଇ ଘଟଗାଁ ଥାନାରେ ଏକ ହତ୍ୟା ମାମଲା (ନଂ.୧୧୫/୧୯) ରୁଜୁ ହୋଇଛି ା ପୋଲିସ ତନାଘନା ଚଳାଇଛି ା
ପୋଲିସ ସୂଚନା ଅନୁଯାୟୀ ରାମାଇଙ୍କ ଦ୍ୱିତୀୟ ଝିଅ କାଂଶଲା ମହୁଲଡିହା ଗ୍ରାମ ଦଲକୀ ସାହିର ମାଟାଇ ମୁଣ୍ଡାଙ୍କୁ ବିବାହ କରିଥିଲେ। ତାଙ୍କର ୪ ସନ୍ତାନ ଅଛନ୍ତି। କିନ୍ତୁ ଉପରୋକ୍ତ ଘଟଣା ଘଟିବାର ୨୫ଦିନ ପୂର୍ବରୁ କୁସୁମପଶି ସାହିର ରାଜମିସ୍ତ୍ରି ଦନାରଙ୍କ ସହ କାଂଶଲା କେଉଁ ଆଡ଼େ ଚାଲିଯାଇଥିଲେ। ତାଙ୍କର କୌଣସି ଖୋଜ୍‌ ଖବର ପରିବାର ଲୋକଙ୍କୁ ମିଳି ନ ଥିଲା ା ଦନାରଙ୍କ ପାଖରେ ୨୫ ଦିନ ରହିବା ପରେ କାଂଶଲା ତାଙ୍କ ପ୍ରଥମ ସ୍ବାମୀ ମାଟାଇଙ୍କ ପାଖକୁ ଫେରିବାକୁ ଚାହିଁଥିଲେ ା ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ପ୍ରସ୍ତାବରେ କାଂଶଲାଙ୍କ ମା’ବାପାଙ୍କ ସହ ଜ୍ୱାଇଁ ମାଟାଇ ମଧ୍ୟ ରାଜି ହୋଇ ନ ଥିଲେ। ଝିଅକୁ ଛାଡି ଦେଲେ ଦନାରଙ୍କୁ ଗୁଣିଗାରେଡି କରି ଜୀବନରୁ ମାରିଦେବି ବୋଲି ରାମାଇ ଧମକ ଦେଇଥିଲେ ା ଏହାପରେ ଦନାର ପ୍ରତିଶୋଧ ନେବାକୁ ଯୋଜନା ପ୍ରସ୍ତୁତ କରିଥିଲେ ା ଗତ ଶନିବାର ରାତିରେ ଦନାର ସ୍କୁଟିରେ ଘରୁ ଏକ ଘାନା(ବଡ଼ ପଥର) ନେଇ ଘଟଣାସ୍ଥଳକୁ ଯାଇଥିଲେ ା ସେତେବେଳେ ଘର ବାରଣ୍ଡାରେ ବୃଦ୍ଧ ଦମ୍ପତି ରାମାଇ ଓ ଚମ୍ପା ଶୋଇଥିଲେ ା ଏହାକୁ ସୁଯୋଗ ଭାବି ଦନାର ସେହି ପଥରରେ ବୁଦ୍ଧ ଦମ୍ପତିଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ ା ଗିରଫ ପରେ ଦନାର ଏହି କଥାକୁ ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ତଦନ୍ତକାରୀ ଥାନା ଅଧିକାରୀ ବନ୍ଦନା ପାତ୍ର ହତ୍ୟାକାଣ୍ଡରେ ବ୍ୟବହୃତ ଘାନା, ରକ୍ତ ଲଗା ପ୍ୟାଣ୍ଟ ଶାର୍ଟ ଓ ଏକ ସ୍କୁଟିକୁ ଜବତ କରିଛନ୍ତି। ହତ୍ୟାକାଣ୍ଡରେ ଆହୁରି ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅନୁମାନ କରି ଏସ୍‌ଡିପିଓ ରବୀନ୍ଦ୍ର ମଲିକ ତଦନ୍ତକୁ ବ୍ୟାପକ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?