ବୃଦ୍ଧି ପାଉଛି ଗୁଣିଗାରେଡ଼ି ଜନିତ ଅପରାଧ: ପ୍ରତିକାର ଦାବି କଲା ମାନବବାଦୀ ହେତୁବାଦୀ ସଙ୍ଗଠନ

ବ୍ରହ୍ମପୁର ଅଫିସ,୫ା୧୦-ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ହେଉଛି ା ଏହାସତ୍ତ୍ୱେ ସମାଜରେ ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସଜନିତ ଅପରାଧ ସଂଖ୍ୟା ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି। ବୈଜ୍ଞାନିକ ମନୋଭାବ ଓ ସରକାରଙ୍କ ପକ୍ଷରୁ ସଚେତନତା ଅଭାବ କାରଣରୁ ଏଭଳି ସମସ୍ୟା ଉପୁଜୁଛି ବୋଲି ସଂଗଠନ ଅଭିଯୋଗ କରିଛି ା ରାଜ୍ୟରେ ବୃଦ୍ଧି ପାଉଥିବା ଗୁଣିଗାରେଡ଼ିଜନିତ ଅପରାଧର ପ୍ରତିକାର ନିମନ୍ତେ ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କୁ ସଙ୍ଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି |
ଗୁଣିଗାରେଡି ସନ୍ଦେହରେ ନିକଟରେ ଅନେକ ଗ୍ରାମରେ ଲୋକଙ୍କୁ ସାମାଜିକ ବାସନ୍ଦ, ଜରିମାନା ଓ ଆକ୍ରମଣ ମଧ୍ୟ କରାଯାଇଛି। ଖଲ୍ଳିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତର ଗୋପପୁର ଗ୍ରାମରେ ଗୁଣିଆ ସନ୍ଦେହରେ ୬ ଜଣଙ୍କୁ ଅଖାଦ୍ୟ ଖୁଆଇବା ଘଟଣା ଏହାର ସଦ୍ୟତମ ଉଦାହରଣ। ଗତ କିଛିଦିନ ମଧ୍ୟରେ ଗଞ୍ଜାମ ଜିଲାରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି ା ଗୁଣିଗାରେଡି, ଡାହାଣୀ ଆଦି ଅନ୍ଧବିଶ୍ୱାସକୁ ଦୂରକରିବା ପାଇଁ ସରକାରଙ୍କୁ ପକ୍ଷରୁ ପ୍ରଚାରପତ୍ର ଓ ପୁସ୍ତିକା ବଣ୍ଟନ ସହ ଗାଁ ଗହଳିରେ ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା, ବୈଜ୍ଞାନିକ ମନୋଭାବ ପ୍ରଚାର ସଙ୍ଗଠନ, ହେତୁବାଦୀ ସଂଗଠନକୁ ସଚେତତନା କାର୍ଯ୍ୟକ୍ରମରେ ସାମିଲ କରିବା, ଗୁଣି ଗାରେଡି ସମ୍ପର୍କିତ ଲେଖା ଓ ସାହିତ୍ୟକୁ ସ୍କୁଲ ପାଠ୍ୟପୁସ୍ତକରେ ସ୍ଥାନ ଦେବା, ଗ୍ରାମାଞ୍ଚଳରେ ରୋଗବ୍ୟାଧିର ନିରାକରଣ ଓ ଚିକିସତ୍ା ସୁବିଧା କରିବା ଆଦିି ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବିପତ୍ରରେ ଉଲ୍ଳେଖ କରାଯାଇଛି। ଜାତିଗତ ନିର୍ଯାତନା ପ୍ରତିକାର ଆଇନ ଭଳି ଗୁଣିଗାରେଡି ଏବଂ ଅନ୍ଧବିଶ୍ୱାସ ଜନିତ ଅପରାଧର ଶିକାର ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଦାବି ହୋଇଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଙ୍ଗଠନ ଅନୁରୋଧ କରିଛି ା ଦାବିପତ୍ର ପ୍ରଦାନ ବେଳେ ସଂଗଠନର ନାନ୍ଦେଶୁ ସେନାପତି, ଭାଲଚନ୍ଦ୍ର ଷଢଙ୍ଗୀ, ଇ. ଟି ରାଓ, ଇଂ ରାଜା ସୁରେଶ, କିଶୋର ମିଶ୍ର, ପ୍ରତାପ ପ୍ରଧାନ, ରାଜବାଳା ତ୍ରିପାଠୀ, ସୁଶାନ୍ତ ପ୍ରଧାନ, ଲକ୍ଷ୍ମୀନୃସିଂହ ରଥ, ସୂଯର୍ର୍‌ୟନାରାୟଣ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ରେ ଠକେଇ, ୬୯ ହଜାର ଟଙ୍କା ଗାଏବ

ଗୋପାଳପୁର,୨୬ା୧୦: ଏକ ପାର୍ସଲର ଟ୍ରାକିଙ୍ଗ୍‌ ନମ୍ବର ଜାଣିବାକୁ ଉଦ୍ୟମ କରି ଜଣେ ମହିଳାଙ୍କ ଆକାଉଣ୍ଟରୁ ୬୯ ହଜାର ଟଙ୍କା ଠକେଇ ହୋଇଥିବା ଗୋପାଳପୁର ଥାନାରେ ଅଭିଯୋଗ...

ଖବର ପ୍ରକାଶ ପରେ ହିତାଧିକାରୀଙ୍କୁ ମିଳିଲା ଗହମ

ବୁଗୁଡ଼ା,୧୫ା୧୦(ଡି.ଏନ୍‌.ଏ.): ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ରାଶନ କାର୍ଡଧାରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆ ଯାଉଥିବା ବେଳେ କିଛି ସରକାରୀ ବାବୁଙ୍କ ବାଟମାରଣା ନୀତି ଯୋଗୁ...

ରଜ ସଂକ୍ରାନ୍ତିରେ ମାନିଲେନି ଲକଡାଉନ୍‌

ଭଞ୍ଜନଗର,୧୬ା୬ (ଡି.ଏନ୍‌.ଏ.) – ଭଞ୍ଜନଗର ଅଞ୍ଚଳରେ ସଙ୍ଗରୋଧ କେନ୍ଦ୍ର ବାହାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଏଭଳି ସ୍ଥିତିରେ ଲୋକେ କାମ ପାଇଁ ହେଉ...

ନିର୍ଦ୍ଧାରିତଠାରୁ ମଣ୍ଡି ଅଧିକ ଧାନ ନେଉଥିବା ଅଭିଯୋଗ

ଗଞ୍ଜାମ,୪ା୨(ଡି.ଏନ୍‌.ଏ.): ଚାଷୀଙ୍କଠାରୁ ନିର୍ଦ୍ଧାରିତ ପରିମାଣରୁ ଅଧିକ ଧାନ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଘୋଷଣା କରିଛନ୍ତି।  ଗୋଟିଏ ଧାନ ବସ୍ତା ପିଛା ୭୭...

ସଫଳ ମହିଳା ମାଛ ବ୍ୟବସାୟୀ କୁନ୍ତୁଳା

ଗଞ୍ଜାମ, ୩।୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମରେ ରୁହନ୍ତି କୁନ୍ତୁଳା ବେହେରା(୫୨)। ମାଛ ବେପାରୀ କୁନ୍ତୁଳା ଅପା ନାମରେ ସେ ପରିଚିତା। ତାଙ୍କ...

ଖାଉଥିବା ବେଳେ ହାଣିଦେଲେ ସାନ ଭାଇ

ବେଗୁନିଆପଡ଼ା,୧୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଜଗତି ସାହିରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସାନ ଭାଇର କାତି ଚୋଟରେ ବଡ଼ ଭାଇଙ୍କ ମୃତ୍ୟୁ ହୋଇଛି।...

ଗୋଟିଏ ପରିବାରର ବାପା,ପୁଅ କରୋନା ଆକ୍ରାନ୍ତ: କାର୍ଯ୍ୟାଳୟ ସିଲ୍‌, ପ୍ରେମଚାନ୍ଦନଗରକୁ ନିଷିଦ୍ଧାଞ୍ଚଳ ଘୋଷଣା

ବୁଗୁଡ଼ା,୨୭।୬(ଡି.ଏନ୍‌. ଏ.): ଗଞ୍ଜାମ ଜିଲା ବୁଗୁଡ଼ା ସହରରେ କିଛିଦିନ ତଳେ ଅଗ୍ନିଶମ ବିଭାଗର ତିନି ଜଣ କର୍ମଚାରୀ କରୋନା ପଜିଟିଭ ହୋଇଥିବା ବେଳେ ଶୁକ୍ରବାର ରାତିରେ...

ସ୍ଥାନାନ୍ତର ହେଲା ଇଭିଏମ୍‌, କଲେଜରୁ ସୁରକ୍ଷା ହଟିଲା

ଭଞ୍ଜନଗର, ୩୧।୫(ଡି.ଏନ.ଏ.)- ଭୋଟ ଗଣତି ସରିବା ପରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଥିବା ଆସିକା, ଭଞ୍ଜନଗର ଓ ସୋରଡ଼ା ନିର୍ବାଚନମଣ୍ଡଳୀର ଇଭିଏମ୍‌, ଭିଭିପିଏଟି...

Advertisement
Archives

Model This Week