ବୃଦ୍ଧା ହତ୍ୟା ମାମଲା: ମହିଳାଙ୍କୁ ଆଜୀବନ ଜେଲ

କାମାକ୍ଷାନଗର, ୧୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ଅଞ୍ଚଳର ବୃଦ୍ଧା ସହଚରୀ ମହନ୍ତ ହତ୍ୟାକାଣ୍ଡ ମାମଲାର ରାୟ ବୁଧବାର କାମାକ୍ଷାନଗର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ)ଙ୍କ ଅଦାଲତରେ ପ୍ରକାଶ ପାଇଛି। ଏଡିଜେ ବାମାଶଙ୍କର ମିଶ୍ର ଘଟଣାର ଅଭିଯୁକ୍ତା ରାଇମୁନି ମୁଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫ହଜାର ଟଙ୍କା ଜରିମାନା ଏବଂ ଅନାଦାୟେ ଅଧିକ ୩ ମାସ ଜେଲ ଭୋଗିବାକୁ ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ୨୦୧୭ ଅଗଷ୍ଟ ୧୯ରେ କଣ୍ଟାପାଳ ଗ୍ରାମର ସହଚରୀ ମହନ୍ତଙ୍କୁ ବାଇଗଣ ବାଡ଼ିରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଗ୍ରାମର ରାଇମୁନୀ ମୁଣ୍ଡା ତାଙ୍କୁ କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତାଙ୍କ ପୁଅ ଫକୀର ମହନ୍ତଙ୍କ ଅଭିଯୋଗକ୍ରମେ କେସ ନଂ. ୪୧/୧୭ ଏବଂ ଦଫା ୩୦୨ରେ ମାମଲା ରୁଜୁ କରି ଅଭିଯୁକ୍ତାଙ୍କୁ ପୋଲିସ ଗିରଫ କରିଥିଲା। କୋର୍ଟ କେସ ନଂ. ସିଟିଏସ୍‌ ୧୦୫/୧୭ର ବିଚାର କରି ଏଡିଜେ ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଦେବରାଜ ବେହେରା, ସୂର୍ଯ୍ୟନାରାୟଣ ସାହୁ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲା ମାନସଙ୍କ ହାତ ଲେଖା ଚିଠି

ଚାନ୍ଦବାଲି,୨୫।୩(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ମାନସ ଲେଖିଯାଇଥିବା ଚିଠି...

୨ ମହିଳାଙ୍କୁ ଆକ୍ରମଣ କଲା ଭାଲୁ

କେସିଙ୍ଗା,୧୫।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ଦେଗାଁ ପଞ୍ଚାୟତ ଜାମଜୋର ଗାଁରେ ଧାନ କାଟିବାକୁ ଯାଇଥିବା ୨ ମହିଳା ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି।...

ରିମାଣ୍ଡରେ ସତ ମାନିଲେ ଶୁଚିସ୍ମିତା

ଭବାନୀପାଟଣା,୨୫।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବିଇଓ ଅଫିସ୍‌ର ପୂର୍ବତନ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କୁ ଟାଉନ ଥାନା ପୋଲିସ ଗୋଟିଏ ଦିନ ପାଇଁ ରିମାଣ୍ଡରେ ଆଣିଥିଲା। ଭବାନୀପାଟଣା...

ଚନ୍ଦନଯାତ୍ରାର ହେବ ସିଧାପ୍ରସାରଣ

ପୁରୀ ଅଫିସ,୧୨ା୫:ଶ୍ରୀମନ୍ଦିର ବାହାରେ ୧୪୪ ଧାରା ମଧ୍ୟରେ ଚନ୍ଦନଯାତ୍ରା କରିବା ପାଇଁ ମଙ୍ଗଳବାର ଛତିଶାନିଯୋଗ ଭର୍ଚୁଆଲ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୫ ତାରିଖ ଅକ୍ଷୟତୃତୀୟାରେ...

ଭିଜା ରାଜଧାନୀରେ ଚଳଚଞ୍ଚଳ ମଣିଷ

ମନରେ ଥିଲା ବାତ୍ୟାର ଭୟ। କୋହଲା ପାଗକୁ ବର୍ଷା ବି ଲାଗି ରହିଥିଲା। ରାତି ପାହିଥିଲେ ମଧ୍ୟ ଅନ୍ଧାର ଡରାଉଥିଲା। ରବିବାର ହୋଇଥିବାରୁ ଚାକିରିଆଙ୍କ ଅଫିସ୍‌...

୩ ଜଣଙ୍କୁ ଉଠାଇନେଲା ବନ ବିଭାଗ: ପ୍ରତିବାଦରେ ହିନ୍ଦୋଳ-ଅନୁଗୋଳ ରାସ୍ତା ଅବରୋଧ

ହିନ୍ଦୋଳ,୧।୭(ଡି.ଏନ୍‌.ଏ.): ଗାଁର ୩ଜଣ ବ୍ୟକ୍ତିଙ୍କୁ ବନ ବିଭାଗ ଉଠାଇ ନେଇଥିବା ପ୍ରତିବାଦରେ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ କର୍ଣ୍ଣପୁର ବନାଞ୍ଚଳ ବିଟ୍‌ଠାରେ ଶୁକ୍ରବାର ଗ୍ରାମବାସୀଙ୍କ...

ମାସ୍କ ନ ପିନ୍ଧି ୮୯,୪୦୦ ଟଙ୍କା ଜରିମାନା ଦେଲେ ଅମାନିଆ

ଛତ୍ରପୁର,୪ା୭(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ମାସ୍କ ପିନ୍ଧି ନ ଥିବା କିଛି ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ବାରମ୍ବାର ସଚେତନ...

ଏଏସ୍‌ଓ ପରୀକ୍ଷା ଖରାପ ହେବାରୁ ଜୀବନ ହାରିଲେ ଛାତ୍ର

ଅନୁଗୋଳ ଅଫିସ, ୨୯ା୮: ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷା ଖରାପ ହେବାରୁ ମାନସିକ ଭାରସାମ୍ୟ ହରାଇ ଜଣେ ଛାତ୍ର ଭଡ଼ାଘରେ ରଶି ଲଗାଇ ଜୀବନ...

Advertisement
Archives

Model This Week