Posted inଜାତୀୟ

ବୃଦ୍ଧାଶ୍ରମରେ ପ୍ରତି ଗୁରୁବାର ଛୋଟ ପିଲାଙ୍କୁ ଦିଆଯାଉଛିି ନୈତିକ ମୂଲ୍ୟବୋଧ ଶିକ୍ଷା

ଭୋପାଳ,୨୮।୮: ମଧ୍ୟପ୍ରଦେଶ କୋଲାରଠାରେ ଥିବା ଆପନା ଘର ବୃଦ୍ଧାଶ୍ରମରେ ପ୍ରତି ଗୁରୁବାର ଏଠାରେ ରହୁଥିବା ବୃଦ୍ଧାବୃଦ୍ଧଙ୍କ ପକ୍ଷରୁ ନୈତିକ ମୂଲ୍ୟବୋଧ ଶିକ୍ଷାଦାନ କରାଯାଉଛି। ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏପରି କରାଯାଉଛି। ଏଠାକୁ ୫ରୁ ୧୬ ବର୍ଷ ବୟସ୍କ ପିଲା ଆସୁଛନ୍ତି। ସେମାନଙ୍କୁ ବଡ଼ ହୋଇ ନିଜ ମାତାପିତାଙ୍କୁ ଘରୁ ନ ତଡ଼ିବା ପାଇଁ ଶିକ୍ଷା ଦିଆଯିବା ସହିତ ସେମାନଙ୍କର ଆଦର ଯତ୍ନ ଏବଂ ସେବା କରିବା ଲାଗି କୁହାଯାଉଛି। ପରିବର୍ତ୍ତିତ ସମୟରେ ସମାଜରେ ଆସିଥିବା ନକାରାତ୍ମକ ପରିବର୍ତ୍ତନ ବିରୋଧରେ ସଚେତନତା ସୃଷ୍ଟି ପାଇଁ ଆଶ୍ରମ ପକ୍ଷରୁ ଉଦ୍ୟମ ଜାରି ରହିଛି। ସୂଚନାଯୋଗ୍ୟ, ଏଠାରେ ରହୁଥିବା ଅଧିକାଂଶ ବୃଦ୍ଧାବୃଦ୍ଧଙ୍କୁ ସେମାନଙ୍କ ସନ୍ତାନମାନେ ଘରୁ ଆଣି ବୃଦ୍ଧାଶ୍ରମରେ ଛାଡ଼ିଦେଇଛନ୍ତି। ଏବେ ନୈତିକ ମୂଲ୍ୟବୋଧ ଶିକ୍ଷା ପାଇଁ ପ୍ରତି ଗୁରୁବାର ବୃଦ୍ଧାଶ୍ରମରେ ଛୋଟ ପିଲାଙ୍କ ଗହଳି ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୯ ବର୍ଷର ଠକେଇ ମାମଲା: ୩ ବ୍ୟାଙ୍କ ଅଧିକାରୀଙ୍କୁ ୨ ବର୍ଷ କାରାଦଣ୍ଡାଦେଶ…

ମୁମ୍ବାଇ,୧।୪ : ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ତିନି ଜଣ ବ୍ୟାଙ୍କ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ୧୯ ବର୍ଷ ପୁରୁଣା ଠକେଇ ମାମଲାରେ ଦୋଷୀ...

ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଖୁବ୍‌ଶୀଘ୍ର ଫାଷ୍ଟ ଟ୍ରାକ୍‌ରେ ହେବ ଶୁଣାଣି

ହାଇଦ୍ରାବାଦ,୪।୧୨: ହାଇଦ୍ରାବାଦରେ ଗତ ସପ୍ତାହର ବହୁ ଚର୍ଚ୍ଚିତ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ଶୁଣାଣି ଖୁବ୍‌ଶୀଘ୍ର କରାଯିବ। ମହବୁବନଗର ଜିଲାରେ ଫାଷ୍ଟ...

ଜନ୍ମଦିନରେ ମା’ଙ୍କ ସହିତ ଭୋଜନ କଲେ ମୋଦି: ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଗାନ୍ଧିନଗର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜର ୬୯ତମ ଜନ୍ମଦିନ ପାଳନ ଅବସରରେ ଗାନ୍ଧିନଗରରେ ବାସ କରୁଥିବା ମା’ ହୀରାବେନ୍‌ ମୋଦିଙ୍କୁ ଭେଟିଛନ୍ତି। ମା’ଙ୍କ ପାଦ...

ଏଫଆଇଆରରେ ବିଳମ୍ବ ହେଲେ କୋର୍ଟଙ୍କୁ ସତର୍କ ରହିବା ଜରୁରୀ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୯ : ସୁପ୍ରିମକୋର୍ଟ ଏକ ମାମଲାରେ ରାୟ ଦେବାବେଳେ କହିଛନ୍ତି ଯେତେବେଳେ ମାମଲାର ଏଫଆଇଆର୍‌ ପଞ୍ଜୀକରଣରେ ବିଳମ୍ବ ହୁଏ ଏବଂ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନ...

ବିଦ୍ୟୁତ ଚାଳିତ ଯାନ ଉପରେ ଟ୍ୟାକ୍ସ ଛାଡ଼ କଲେ ଏହି ସରକାର

ନୂଆଦିଲ୍ଲୀ, ୧୧।୧୦: ଜାତୀୟ ରାଜଧାନୀରେ ବାୟୂ ପ୍ରଦୂଷଣର ବଢ଼ୁଥିବା ବିପଦକୁ ନଜରରେ ରଖି ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।...

କଂଗ୍ରେସରେ ସାମିଲ ହୋଇପାରନ୍ତି ପିକେ

ନୂଆଦିଲ୍ଲୀ,୨୯।୭: ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହୋଇପାରନ୍ତି। ଗତ କିଛି ଦିନରୁ ଏନେଇ ରାଜନୈତିକ ଚର୍ଚ୍ଚା ଲାଗିରହିଛି। ନିକଟରେ ପ୍ରଶାନ୍ତ କିଶୋର କଂଗ୍ରେସର...

ତ୍ରାଲ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୨।୧: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ତ୍ରାଲ୍‌ରେ ରବିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କିଛି ଆତଙ୍କବାଦୀ...

ପୋମ୍ପିଓଙ୍କୁ ଭେଟିଲେ ଜୟଶଙ୍କର: କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ଆବଶ୍ୟକତା ନାହିଁ

ବ୍ୟାଙ୍କ୍‌କ, ୨।୮: ଭାରତର ବୈଦେଶିକ ମନ୍ତ୍ରୀ ଏ.ସ. ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପିଓଙ୍କୁ ଭେଟିଛନ୍ତି। ଶୁକ୍ରବାର ସକାଳୁ ବ୍ୟାଙ୍କ୍‌କରେ ଉଭୟ ରାଷ୍ଟ୍ର ପ୍ରତିନିଧି...

Advertisement
Archives

Model This Week