ବୃଦ୍ଧଙ୍କୁ ଚାପିଦେଲା ଟ୍ରେଲର

ପାଟଣାଗଡ଼,୫ା୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଟ୍ରେଲର ଚାପାରେ ଘଟଣାସ୍ଥଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପାଟଣାଗଡ଼ ନିକଟସ୍ଥ ଗଙ୍ଗାସାଗର ଗ୍ରାମର ଗୋଲବଦନ ନାଗ (୬୦)। ସେ ପାଟଣାଗଡ଼ର ଏକ ଲଜ୍‌ରେ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ଆଜି ଅପରାହ୍ନରେ ନିଜ ଘର ଗଙ୍ଗାସାଗର ଗ୍ରାମରୁ ବସରେ ଆସି ବ୍ଲକ ଛକରେ ଓହ୍ଲାଇ ଲଜ୍‌କୁ ଯିବା ସମୟରେ କଣ୍ଟାବାଞ୍ଜି ପଟରୁ ପଦ୍ମପୁର ଯାଉଥିବା ଏକ ଟ୍ରେଲର (ଆର.ଜେ.୪୨ ଜି.ଏ. ୫୭୯୭) ବ୍ଲକ ଛକ ନିକଟରେ ତାଙ୍କୁ ଚାପି ଦେଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଦୁଇଟି ଟ୍ରକ ଓଭରଟେକ୍‌ କଲା ସମୟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛିି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଅଛି। ପୂର୍ବରୁ ଏହି ଛକରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ଲୋକେ ପ୍ରଶାସନକୁ ବାରମ୍ବାର ସ୍ପିଡ୍‌ ବ୍ରେକର ଦେବାକୁ ଅନୁରୋଧ କରିଆସୁଛନ୍ତି। ପ୍ରଶାସନ ଏ ଦିଗରେ କର୍ଣ୍ଣପାତ କରୁନାହିଁ। ଆଜିର ଏହି ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ କଙ୍କାଳ ମାମଲା: ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୨୬ା୭(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ ଅଧୀନ କୋଲଗାଁ ଓ ତବଲେଇ ଜଙ୍ଗଲରୁ ରବିବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ୨ ସ୍ଥାନରୁ ହାତୀ କଙ୍କାଳ ଜବତ...

ଏସିଆନ୍‌ କୋଚ୍‌ ଭାବେ ଏହେସାସ ହୋତାଙ୍କ ସଫଳତା

ବୀରମହାରାଜପୁର, ୧୦।୬ (ଡି.ଏନ୍‌.ଏ): ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା କ୍ଷେତ୍ରରେ ଲଗାତର ପାରଦର୍ଶିତା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିବା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଯୁବ କ୍ରୀଡାବିତ୍‌...

ରାସ୍ତା ପାଇଁ ଗ୍ରାମ୍ୟ ଜଙ୍ଗଲ ପଦା

ସମ୍ବଲପୁର,୨୮ା୧୧(ବ୍ୟୁରୋ): ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରେ ନୂତନ ରାସ୍ତା ନିର୍ମାଣ ସହିତ ପ୍ରଶସ୍ତୀକରଣ କାମ ଚାଲିଛି। ଆବଶ୍ୟକ ଅନୁମତି ନେଇ ଠିକା ସଂସ୍ଥା ଗଛ କାଟିବାର...

ଦାଦନ ଶ୍ରମିକଙ୍କୁ ନେଇ ସମ୍ମିଳନୀ: ନିର୍ଯାତନା, ହତ୍ୟା ମାମଲାକୁ ଚପା ଯାଉଛି

ବଲାଙ୍ଗୀର ଅଫିସ,୩୦ା୬ ବଲାଙ୍ଗୀର ଜିଲାର ଦାଦନ ଶ୍ରମିକଙ୍କ ଉପରେ ହେଉଥିବା ନିର୍ଯାତନା ତଥା ହତ୍ୟା, ଅପହରଣ, ଆର୍ଥିକ ଶୋଷଣ ଭଳି ଗୁରୁତର ଘଟଣାଗୁଡିକୁ ଅଭିଯୋଗସତ୍ତ୍ୱେ ପୋଲିସ...

ଧରାପଡ଼ିଲା ବାଇକ୍‌ ଚୋରି ଗ୍ୟାଙ୍ଗ, ୩ ନାବାଳକଙ୍କ ସହ ୧୫ ଗିରଫ

ସମ୍ବଲପୁର,୧୩ା୮ (ବ୍ୟୁରୋ): ୨ ବର୍ଷ ଧରି ସମ୍ବଲପୁର ଜିଲାରେ ଚାଲିଥିବା ବାଇକ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ ହୋଇଛି। ବିଭିନ୍ନ ଥାନା ପୋଲିସ ୨୧ ବାଇକ୍‌ ସହ...

ହେଲ୍‌ମେଟ୍‌, ନିରାପତ୍ତା ବେଲଟ୍‌ ଯାଞ୍ଚ:ଲୋକଙ୍କୁ ଫାଇନ୍‌: ପୋଲିସ କର୍ମଚାରୀଙ୍କୁ ଛାଡ଼

କୁତ୍ରା, ୨୧।୭ (ଡି.ଏନ.ଏ)-କୁତ୍ରା ଥାନା ସମ୍ମୁଖରେ ପୋଲିସ ପକ୍ଷରୁ ଦୁଇ ଚକିଆ ଯାନ ପାଇଁ ହେଲ୍‌ମେଟ୍‌ ଓ ଚାରିଚକିଆ ଯାନ ପାଇଁ ନିରାପତ୍ତା ବେଲଟ୍‌ ଯାଞ୍ଚ...

ଜବରଦଖଲ ହଟୁନି, ରାସ୍ତାକାମ ଆଗଉନି: ବଡମାଣପୁର ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଦେବଗଡ଼, ୪ା୬(ସ୍ବ.ପ୍ର): ଦେବଗଡ଼ ଜିଲା ବାରକୋଟ ବ୍ଲକ୍‌ ଅଧିନ ବଡମାଣପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାମ ଆଗେଇ ପାରୁନାହିଁ। ଜବରଦଖଲ ସମସ୍ୟା...

ଦିନ୍‌ଦାହାଡ଼େ ଚାଲିଛେ ଗଛ୍‌କଟା: ଉଜ୍‌ଡ଼ି ଯାଉଛେ ରଙ୍ଗମାଟିଆ ରାଜସ୍ବ ଜଂଗଲ

କଣ୍ଟାମାଳ, ୨୫ା୪ (ଡିଏନଏ): ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜର ଚନ୍ଦନିଆମୁଣ୍ଡା ପାସର ରଙ୍ଗମାଟିଆ ରାଜସ୍ବ ଜଂଗଲ ଉଜଡ଼ି ଯାଉଛେ। ଗଲା ମାସେ ହେଲା ଇଠାନେ ଦିନ୍‌ଦାହାଡ଼େ ଆସର...

Advertisement
Archives

Model This Week