ବୃଦ୍ଧଙ୍କୁ ଚାପିଦେଲା ଟ୍ରେଲର

ପାଟଣାଗଡ଼,୫ା୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଟ୍ରେଲର ଚାପାରେ ଘଟଣାସ୍ଥଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପାଟଣାଗଡ଼ ନିକଟସ୍ଥ ଗଙ୍ଗାସାଗର ଗ୍ରାମର ଗୋଲବଦନ ନାଗ (୬୦)। ସେ ପାଟଣାଗଡ଼ର ଏକ ଲଜ୍‌ରେ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ଆଜି ଅପରାହ୍ନରେ ନିଜ ଘର ଗଙ୍ଗାସାଗର ଗ୍ରାମରୁ ବସରେ ଆସି ବ୍ଲକ ଛକରେ ଓହ୍ଲାଇ ଲଜ୍‌କୁ ଯିବା ସମୟରେ କଣ୍ଟାବାଞ୍ଜି ପଟରୁ ପଦ୍ମପୁର ଯାଉଥିବା ଏକ ଟ୍ରେଲର (ଆର.ଜେ.୪୨ ଜି.ଏ. ୫୭୯୭) ବ୍ଲକ ଛକ ନିକଟରେ ତାଙ୍କୁ ଚାପି ଦେଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଦୁଇଟି ଟ୍ରକ ଓଭରଟେକ୍‌ କଲା ସମୟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛିି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଅଛି। ପୂର୍ବରୁ ଏହି ଛକରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ଲୋକେ ପ୍ରଶାସନକୁ ବାରମ୍ବାର ସ୍ପିଡ୍‌ ବ୍ରେକର ଦେବାକୁ ଅନୁରୋଧ କରିଆସୁଛନ୍ତି। ପ୍ରଶାସନ ଏ ଦିଗରେ କର୍ଣ୍ଣପାତ କରୁନାହିଁ। ଆଜିର ଏହି ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧୨୯ ହିତାଧିକାରୀଙ୍କୁ ୫୧.୩୬ କୋଟି ଟଙ୍କା ଋଣ ମଞ୍ଜୁର

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ବୁଧବାର ଆୟୋଜିତ ମେଗା କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମରେ ୧୧୨୯ ଜଣ ହିତାଧିକାରୀଙ୍କ ପାଇଁ ୫୧.୩୬ କୋଟି ଟଙ୍କାର…

ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ

କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ…

ଅଗଷ୍ଟ ୨୮ରେ ରିଲିଜ ହେବନାହିଁ Shraddha Kapoorଙ୍କର ‘ଇଥା’!

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ‘ଇଥା’କୁ ନେଇ ଚର୍ଚ୍ଚାରେ। ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜର ସୋସିଆଲ ମିଡିଆରେ ବେଶ…

କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ଶେଷ: ବିଧାୟକ-ଉପଜିଲାପାଳ ପହଞ୍ଚି କଲେ ସମୀକ୍ଷା

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ସରିଛି। ଗୁରୁବାର ନିର୍ଦ୍ଧାରିତ ସମୟରେ ରଥାଯାତ୍ରା କାର୍ଯ୍ୟକ୍ରମ ହେବ। ଏହାପୂର୍ବରୁ ମନ୍ଦିର କମିଟି କର୍ମକର୍ତ୍ତା…

ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ, ଅଭିଯୋଗ ପରେ ନିଲମ୍ବିତ

ଝରିଗାଁ,୧୫ା୭(କିଶୋର ଚନ୍ଦ୍ର ମଣ୍ଡଳ): ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ନେଇ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଶିକ୍ଷା ଅଧିକାରୀ ଉମରସିଂ ନାଏକ ସମ୍ପୃକ୍ତ ଶିକ୍ଷକଙ୍କୁ…

କାମ ସାରି ଘରକୁ ଫେରୁଥିଲେ ଯୁବକ, ବାଟରେ ଧକ୍କାଦେଲା ଅଜଣାଗାଡ଼ି, ଘରେ ପହଞ୍ଚିବା ପୂର୍ବରୁ…

ଭଞ୍ଜନଗୀ,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରୀୟବରପୁର ନିକଟରେ ବୁଧବାର ଅପରାହ୍ନରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍‌ ଚାଳକ ସାଗର ବିଷୋୟୀଙ୍କ…

ଦୁର୍ଗମ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ଏମ୍‌ପି, କହିଲେ ଗୋଟିଏ ବର୍ଷ ମଧ୍ୟରେ…

ଦାରିଙ୍ଗବାଡ଼ି,୧୫ା୭(ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ୨ ଦିନିଆ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ବୁଧବାର ପ୍ରଥମଦିନ…

ଜଙ୍ଗଲ ଉପରେ ଚାଲିଲା ବୁଲ୍‌ଡୋଜର, ସାମ୍ନାରେ ପାଚେରୀ ଭଳି ଠିଆ ହେଲା ଗଜରାଜ; ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ଦୁନିଆରେ ପ୍ରତିଦିନ ଏମିତି କିଛି ଭିଡିଓ ସାମ୍ନାକୁ ଆସେ, ଯାହା ମଣିଷକୁ ଚିନ୍ତା କରିବାକୁ ବାଧ୍ୟ କରିଦିଏ। କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri