ବୁଲେଟ୍‌ ଚଢ଼ି ବିବାହମଣ୍ଡପରେ ପହଞ୍ଚିଲେ କନ୍ୟା

ପାଟନା,୭।୩: ସବାରି କିମ୍ବା ଚାରି ଚକିଆ ଯାନରେ କନ୍ୟା ବିବାହମଣ୍ଡପକୁ ଆସିବା କଥା ସମସ୍ତେ ଶୁଣିଥିବେ। ହେଲେ ବିହାରର ଗୟାରେ ଜଣେ କନ୍ୟା ୧୬ ଶୃଙ୍ଗାର ପରେ ବିବାହ ପୋଷାକରେ ସଜେଇ ହୋଇ ଚଷମା ଲଗାଇ ବୁଲେଟ୍‌ ଚଢ଼ି ମଣ୍ଡପରେ ପହଞ୍ଚିବା ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆଉ ମଣ୍ଡପ ନିକଟରେ ନିଜେ ବର ପହଞ୍ଚି କନ୍ୟାଙ୍କୁ ସ୍ବାଗତ କରିଛନ୍ତି। ବୋଧଗୟାର ଟେକୁନା ଫାର୍ମ ନିକଟରୁ ବର ବାହାରିଥିବା ବେଳେ ସେ ଏକ ରଥରେ ଚଢି ବିବାହ କରିବାକୁ ପହଞ୍ଚିଥିଲେ। ଏହାପରେ ତାଙ୍କୁ ମଣ୍ଡପ ନିକଟରେ ସ୍ବାଗତ କରିବାକୁ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା। ଏହାପରେ କନ୍ୟା ବୁଲେଟ ଚଢି ମଣ୍ଡପରେ ପହଞ୍ଚିବା ପରେ ଉଭୟଙ୍କୁ ସ୍ବାଗତ କରାଯାଇ ମଣ୍ଡପ ମଧ୍ୟକୁ ନିଆଯାଇଥିଲା ସେଠାରେ ପରସ୍ପର ମାଳା ଅଦଳବଦଳ କରିଥିଲେ। ଏହାପରେ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ରାମପୁର ଚିରେୟାଟାଂଡ ରେ ରହୁଥିବା ରାଜେଶ କୁମାରଙ୍କ ସାନ ଝିଅ ନିକ୍କି ଓ ଟେକୁନା ଫାର୍ମ ନିକଟରେ ରହୁଥିବା ସୁଦର୍ଶନ କୁମାରଙ୍କ ପୁଅ ନୀତୀଶ କୁମାରଙ୍କର ବିବାହ ସମ୍ପନ୍ନ ହୋଇଥିଲା। ମାର୍ଚ୍ଚ ୩ରେ ଏହି ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଏବେ ଏହା ଚର୍ଚ୍ଚାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ହରିୟାଣାରେ ସରକାର ଗଢିପାରେ ଭାଜପା

ଚଣ୍ଡିଗଡ,୨୫।୧୦: ମହାରାଷ୍ଟ୍ର ଏବଂ ହରିୟାଣାରେ ଭାଜପା ସବୁଠୁ ଅଧିକ ଆସନ ପାଇଁ। ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟ କରି ସରକାର ଗଢିବାକୁ ଯାଉଥିବାବେଳେ ହରିୟାଣା ଗଣିତ...

ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର କମିଲା: ପ୍ରତି ୩ ଜଣରେ ଜଣେ ସଂକ୍ରମିତ

ନୂଆଦିଲ୍ଲୀ, ୧୩।୬: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏଠାରେ ଗତ ୧୨ ଦିନ ମଧ୍ୟରେ ମେ ୩୦ଠାରୁ ସଂକ୍ରମଣ ହାରରେ ୨୧...

ଯାହାର ରାଜ୍ୟପାଳ ତାହାର ସରକାର: ଅଖିଳେଶ ଯାଦବ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ରାଜନୀତିରେ ଅଚାନକ ରାତିକ ମଧ୍ୟରେ ରାଜନୈତିକ ସମୀକରଣ ବଦଳି ଯାଇଛି। ପୁଣିଥରେ ଦେବେନ୍ଦ୍ର ଫଡ଼ନବିସ ମୁଖ୍ୟମନ୍ତ୍ରୀ ଡୋର ଧରିଛନ୍ତି। ଏହାକୁ ନେଇ ସମାଜବାଦୀ...

ଦିଲ୍ଲୀର ଶାସନ ଭାଜପା ହାତକୁ ଆସିଲେ ହଟିବ ମସଜିଦ୍‌-ମଦ୍ରାସା ଓ କବରସ୍ତାନର ଅବୈଧ ନିର୍ମାଣ: ସାହିବ ସିଂ

ନୂଆଦିଲ୍ଲୀ,୧୮।୧: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନାନା ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ହାତେଇବାର ପ୍ରୟାସ କରାଯାଉଛି। ଏପରିସ୍ଥଳେ ଭାଜପା...

ସ୍ପୁଟ୍‌ନିକ-ଭି ଉତ୍ପାଦନ ଲାଗି ସିରମ୍‌କୁ ଅନୁମତି

ପୁଣେ, ୫।୬: ରୁଷିଆ ଦ୍ୱାରା ବିକଶିତ କୋଭିଡ୍‌ ଟିକା ସ୍ପୁଟ୍‌ନିକ-ଭି ଉତ୍ପାଦନ ଲାଗି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)କୁ ଭାରତର ଔଷଧ ନିୟନ୍ତ୍ରକ ଡିସିଜିଆଇ...

କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା :ନର୍କଠୁ ବଳିଛି ଦିଲ୍ଲୀ ପ୍ରଦୂଷଣ

ନୂଆଦିଲ୍ଲୀ, ୨୬ା୧୧ : ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ଓ ଜଳ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି। ପରିସ୍ଥିତି ଏମିତି...

ସୂର୍ଯ୍ୟ ଅସ୍ତ ହେଉ ନ ଥିବା ସ୍ଥାନ

ସୌରମଣ୍ଡଳ ଏବେ ସୁଦ୍ଧା ମଣିଷ ସମାଜ ପାଇଁ ଏକ ଅସରନ୍ତି ରହସ୍ୟମୟ । ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲିବା ସହିତ ନିଜ ଚାରିପଟେ ମଧ୍ୟ ବୁଲୁଥାଏ,...

ଦୀର୍ଘ ୪୯ବର୍ଷ ପରେ ସଂସଦରେ ବଜେଟ ଉପସ୍ଥାପନ କଲେ ଜଣେ ମହିଳା

ନୂଆଦିଲ୍ଲୀ, ୫।୭: ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ନିର୍ମଳା ସାତାରାମନ୍‌। ୧୯୭୦-୭୧ରେ ପ୍ରଧାନମନ୍ତ୍ରୀ ଥିବାବେଳେ...

Advertisement


Archives

Model This Week