ବୁଧବାରଠୁ ମାଟ୍ରିକ ପରୀକ୍ଷା: କପି ରୋକିବାକୁ ୧୦୦୦ କେନ୍ଦ୍ରରେ ସିସିଟିଭି କ୍ୟାମେରା, ୪ସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା

କଟକ ଅଫିସ,୧୮ା୨- ବୁଧବାରଠାରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ଗୋଟିଏ ଦିନରୁ ହିଁ ଆରମ୍ଭ ହେବ। ଚଳିତବର୍ଷ ମୋଟ୍‌ ୨୮୮୮ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୦ହଜାର ୯୦୫ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଏ ନେଇ ବୋର୍ଡ କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ବୋଲି ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫେବୃୟାରୀ ୨୯ ଓ ମଧ୍ୟମା ପରୀକ୍ଷା ଫେବୃୟାରୀ ୨୮ରେ ଶେଷ ହେବ। ଦୁଇଟି ସିଟିଂରେ ପରୀକ୍ଷାଗୁଡ଼ିକ କରାଯିବ। ପରୀକ୍ଷା ଖାତା ଗଚ୍ଛିତ ରଖିବା ପାଇଁ ୩୦୭ ନୋଡାଲ କେନ୍ଦ୍ର ସ୍ଥିର କରାଯାଇଛି। ସେଥିମଧ୍ୟରୁ ସମ୍ବେଦନଶୀଳ ସ୍ଥାନ ଭାବେ ଗଣା ହେଉଥିବା ପରୀକ୍ଷାକେନ୍ଦ୍ରର ପରୀକ୍ଷା ଖାତା ଥାନାରେ ରଖାଯିବ। କୋରାପୁଟ ଜିଲାର ୫, କନ୍ଧମାଳ ଜିଲାର ୭ ଓ ମାଲକାନଗିରି ଜିଲାର ୧୦ଟି ଥାନାକୁ ନୋଡାଲ କେନ୍ଦ୍ର କରାଯାଇଛି। ପରୀକ୍ଷା ପରିଚାଳନା ନିମନ୍ତେ ବୋର୍ଡ କର୍ତ୍ତୃପକ୍ଷ ୪ ସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ବୋର୍ଡ ପକ୍ଷରୁ ୬୯ଟି ସ୍ବତନ୍ତ୍ର ଫ୍ଲାଇଂ ସ୍କ୍ବାଡ୍‌ ଓ ଜିଲା ଶିକ୍ଷାଧିକାରୀମାନଙ୍କୁ ନେଇ ୪୪ଟି ସ୍କ୍ବାଡ୍‌ ଗଠନ ହୋଇଛି। ଫ୍ଲାଇଂ ସ୍କ୍ବାଡ୍‌ରେ ଅଧ୍ୟାପକମାନଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ କପି ରୋକିବା ପାଇଁ ଚଳିତବର୍ଷ ୧୦୦୦ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି। ଗତବର୍ଷ ୪୦୪ଟି ପରୀକ୍ଷାକେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଥିଲେ ସୁଦ୍ଧା ପ୍ରଶ୍ନପତ୍ର ଭାଇରାଲକୁ ରୋକାଯାଇ ପାରି ନ ଥିଲା। ଚଳିତବର୍ଷ ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଆଣିବା ପାଇଁ ଏଭଳି ପଦକ୍ଷେପ ବୋର୍ଡ କର୍ତ୍ତୃପକ୍ଷ ନେଇଛନ୍ତି। ପରୀକ୍ଷାକୁ ନେଇ କୌଣସି ଅଭିଭାବକ ଅଭିଯୋଗ କରିବାକୁ ଚାହିଁଲେ ବୋର୍ଡ ପକ୍ଷରୁ ୧୨ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଅନୁଗୋଳ ସ୍ପେଶାଲ ହୋମ୍‌ରେ ୪ଜଣ ଓ ଚୌଦ୍ୱାର ସର୍କଲ ଜେଲ୍‌ରେ ୨ଜଣ ଅନ୍ତେବାସୀ ପରୀକ୍ଷା ଦେବେ। ଏମାନଙ୍କ ନିମନ୍ତେ ସମ୍ପୃକ୍ତ ଜେଲ୍‌ରେ ଉପକେନ୍ଦ୍ର କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଚଳିତବର୍ଷଠାରୁ ଓଏମ୍‌ଆର୍‌ ସିଟ୍‌ ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ଓଏମ୍‌ଆର୍‌ ସିଟ୍‌ରେ ଅବ୍‌ଜେକ୍‌ଟିଭ୍‌ ପରୀକ୍ଷା କରାଯିବନାହିଁ। ୫୦ ମାର୍କ ଅବ୍‌ଜେକ୍‌ଟିଭ୍‌ ପ୍ରଶ୍ନର ଉତ୍ତର ପରୀକ୍ଷାର୍ଥୀ ଲିଖିତ ଭାବେ ଦେବେ ବୋଲି ବୋର୍ଡ ସଭାପତି ହାଜରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନ ନେବାରୁ ଭୋଟରଙ୍କୁ ଧମକ: ରାଶନ୍‌ କାର୍ଡ଼, ଭତ୍ତା କାର୍ଡ଼ କାଟିଦେବୁ

ଯାଜପୁର ଅଫିସ,୧୦ା୨: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଟଙ୍କା ବାଣ୍ଟିବା ଘଟଣାକୁ ଭୋଟର ନାପସନ୍ଦ କରିଛନ୍ତି। ଏନେଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଛି। ଯାଜପୁର ଜିଲା...

ଆପ୍ରେଣ୍ଟିସ୍‌ଶିପ୍‌ ପ୍ରଶିକ୍ଷଣ ନେବେ ୭ହଜାର ଯୁବତୀଯୁବକ

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ରାଜ୍ୟ ସରକାର ଚଳିତବର୍ଷ ୭ହଜାର ଆପ୍ରେଣ୍ଟିସ୍‌ଶିପ୍‌ ବା ଶିକ୍ଷାନବିସ୍‌୍‌ ପ୍ରଶିକ୍ଷଣ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨,୮୩୫ ଆପ୍ରେଣ୍ଟିସ୍‌ଶିପ୍‌ ସଂସ୍ଥା ପଞ୍ଜୀକୃତ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ: ଇସ୍ତଫା ପ୍ରତ୍ୟାହାର କରିବେ ଜଗନ୍ନାଥ

ଭୁବନେଶ୍ୱର, ୩।୬(ବ୍ୟୁରୋ): ଇସ୍ତଫାପତ୍ର ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଜଗନ୍ନାଥ ନିଜର ଇସ୍ତଫା ନେଇ ନିଷ୍ପତ୍ତି ବଦଳାଇଥିବା ଜଣାପଡ଼ିଛି।...

ଉଠା ସେଚ ପ୍ରକଳ୍ପ ଅଚଳ, ଚାଷୀ ହତାଶ

କେନ୍ଦୁଝର, ୫ା୮(ସ୍ବ.ପ୍ର.) : କେନ୍ଦୁଝର ଜିଲାରେ ଅନିୟମିତତା ବର୍ଷା ଯୋଗୁ ଚଳିତ ବର୍ଷ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି। ଫଳରେ ଚାଷୀମାନେ ଚିନ୍ତାରେ ରହିଛନ୍ତି। ଚାଷ...

ଭୁବନେଶ୍ୱରରୁ ଆଜି ୩୧୨ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୫୪

ଭୁବନେଶ୍ୱର,୨।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫୮ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୫୪...

ବାରୁଣୀ ମେଳା ଆରମ୍ଭ, ବୁଡ ପକାଇଲେ ଶ୍ରଦ୍ଧାଳୁ

କେନ୍ଦୁଝର,୩୧।୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ଗୋନାସିକାଠାରେ ବାରୁଣୀ ମେଳା ଗୁରୁବାର ଆରମ୍ଭ ହୋଇଛି। ଏହି ଅବସରରେ ଶତାଧିକ ଭକ୍ତ ଦେବକୁଣ୍ଡରେ ବୁଡ ପକାଇ ବ୍ରହ୍ମେଶ୍ୱର ମହେଶଙ୍କ...

ମାଧବ କୌଶିକ କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି

ଭୁବନେଶ୍ୱର,୧୨।୩(ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡେମୀର ନୂଆ ସଭାପତି ଭାବେ ହିନ୍ଦୀ ସାହିତି୍ୟକ ତଥା ବିଶିଷ୍ଟ କବି ମାଧବ କୌଶିକ ନିର୍ବାଚିତ ହୋଇଛନ୍ତି। ୧୯୫୪ ନଭେମ୍ବର ୧ରେ...

ପାଞ୍ଚଗଡ଼ ଜଙ୍ଗଲରେ ନିଆଁ

ବୋଲଗଡ଼,୨୪ା୪(ଡି.ଏନ୍‌.ଏ.): ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଖୋର୍ଦ୍ଧା ରେଞ୍ଜ୍‌ ବୋଲଗଡ଼ ବନପାଳ ଅଧୀନ ପାଞ୍ଚଗଡ଼ ସଂରକ୍ଷିତ ଜଙ୍ଗଲରେ ରବିବାର ନିଆଁ ଲାଗି ପ୍ରାୟ ଅଢ଼େଇ ଏକର...

Advertisement
Archives

Model This Week