ବୁଧବାରଠାରୁ ‘ମୋ ସରକାର’: ପ୍ରତିଦିନ ୧୦ ଲୋକଙ୍କଠାରୁ ସରକାରୀ ସେବାକୁ ନେଇ ମତାମତ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଏକ ମାସର ପ୍ରସ୍ତୁତି ପରେ ବୁଧବାରଠାରୁ ରାଜ୍ୟରେ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ। ସରକାରୀ ସେବାକୁ ନେଇ ଜନତା ଦେବେ ମତ। ଭଲ ସେବା ଦେଲେ ମିଳିବ ପୁରସ୍କାର, ନଚେତ୍‌ ହେବେ ତିରସ୍କାର। ପ୍ରାଥମିକ ପର୍ଯ୍ୟାୟରେ ଥାନା ଓ ହସ୍ପିଟାଲକୁ ଏଥିରେ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଶହୀଦନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରୁ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେଠାରେ ମୁଖ୍ୟମନ୍ତ୍ରୀ ଅଭିଯୋଗକାରୀଙ୍କ ସହ ସିଧା ଫୋନ୍‌ରେ କଥାହେବେ। ଥାନାକୁ ଗଲେ କିଭଳି ବ୍ୟବହାର କରାଯାଉଛି, ଅଭିଯୋଗ ଗ୍ରହଣଠାରୁ ଆରମ୍ଭ କରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଲୋକଙ୍କୁ ପଚାରିବୁଝିବେ। ସେହିଭଳି ହସ୍ପିଟାଲରେ ଚିକିତ୍ସା ସେବାକୁ ଆହୁରି ବ୍ୟାପକ କରିବାକୁ କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ରହିଛି। ଆଡ୍‌ମିଶନଠାରୁ ଡିସ୍‌ଚାର୍ଜ ପର୍ଯ୍ୟନ୍ତ ଟିକିନିଖି ସେବା ସଂକ୍ରାନ୍ତରେ ରୋଗୀଙ୍କଠାରୁ ମଧ୍ୟ ଫିଡ୍‌ବ୍ୟାକ୍‌ ନିଆଯିବ। ଲୋକେ ଭଲ କହିଲେ ଅଧିକାରୀଙ୍କୁ ପ୍ରଶଂସା ସାଙ୍ଗକୁ ପଦୋନ୍ନତି ମିଳିବ। କର୍ତ୍ତବ୍ୟରେ ଅବହେଳା ଜଣାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’କୁ ଆଧାର କରି ‘ମୋ ସରକାର’ କାର୍ଯ୍ୟକ୍ରମ ବାସ୍ତବ ରୂପ ନେବ। ଏଥିପାଇଁ ପ୍ରତିଦିନ ଥାନା ଓ ହସ୍ପିଟାଲକୁ ଆସୁଥିବା ୧୦ଜଣ ଲୋକଙ୍କର ମତାମତ ନେବେ ମୁଖ୍ୟମନ୍ତ୍ରୀ। ହସ୍ପିଟାଲ ଓ ଥାନାର ସ୍ବଚ୍ଛତା ସହ ବିଭିନ୍ନ ସେବା ସଂକ୍ରାନ୍ତରେ ଉଚ୍ଚପଦସ୍ଥ ଅଧିକାରୀ ଓ ବିଭାଗୀୟ ମନ୍ତ୍ରୀ ମଧ୍ୟ ଲୋକଙ୍କୁ ଫୋନ୍‌ କରି ପଚାରିବୁଝିବେ। ସେବାକୁ ନେଇ ଲୋକେ ମାର୍କ ନେବେ। ଏଥିପାଇଁ ‘ମୋ ସରକାର’ ନାମରେ ସ୍ବତନ୍ତ୍ର ପୋର୍ଟାଲ କାର୍ଯ୍ୟ କରିବ। ଏଥିରେ ଅଭିଯୋଗକାରୀଙ୍କ ଫୋନ୍‌ ନମ୍ବର ପଞ୍ଜୀକରଣ କରାଯିବ। ଏଥିରେ ସଫଳତା ମିଳିଲେ ଅନ୍ୟ ବିଭାଗରେ ମଧ୍ୟ ଆରମ୍ଭ ହେବ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ବିରୋଧୀମାନେ ସମାଲୋଚନା କରିଛନ୍ତି। ଭାଜପା ଉପସଭାପତି ସମୀର ମହାନ୍ତି କହିଛନ୍ତି, ଉପଯୁକ୍ତ ଭିତ୍ତିଭୂମି ନ ଥିବାବେଳେ ସରକାର ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି। ଏହା କେବଳ ଲୋକଦେଖାଣିଆ। କିଛି ସୁଫଳ ମିଳିପାରିବ ନାହିଁ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଯାହା ହୋଇନାହିଁ ବାଳୁତ କାଳେ ତାହା କି ହେବ କାଳେ କାଳେ। ସରକାର ୨୦ ବର୍ଷରେ ଯାହା କରିପାରିଲେ ନାହିଁ, ଏବେ ବାହାରିଛନ୍ତି ତାହା କରିବା ପାଇଁ। ଏହା ମୋ ସରକାର କାର୍ଯ୍ୟକ୍ରମ ନୁହେଁ, ଆମ ସରକାର କାର୍ଯ୍ୟକ୍ରମ କରିଲେ ଭଲ ହେବ। ଯଦି ଲୋକେ ସୁବିଧା ପାଇବେ, ତାହାକୁ ଆମେ ସ୍ବାଗତ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍-ସ୍କ୍ରିନ୍ ମାର୍କିଂ ବିବାଦ ଉପରେ CBSEର ୟୁଟର୍ନ, ପ୍ରଥମେ ଖାରଜ ପରେ ଏବେ ତ୍ରୁଟି ସ୍ବୀକାର କଲା

ନୂଆଦିଲ୍ଲୀ,୩୧।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ଅନ୍-ସ୍କ୍ରିନ୍ ମାର୍କିଂ (OSM) ସିଷ୍ଟମକୁ ନେଇ ବିବାଦ ସମ୍ପର୍କରେ ଏକ ବଡ଼ ୟୁ-ଟର୍ଣ୍ଣ ନେଇଛି । ଉତ୍ତର…

ବିଧାୟକଙ୍କୁ ପରିଗଣନା ଫର୍ମ ବାଣ୍ଟିଲେ ଭଞ୍ଜନଗର ଉପଜିଲାପାଳ, ବିଏଲଓମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଏସ ଆଇ ଆର କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ରବିବାର ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର…

କେସିଙ୍ଗାରେ ଦଶମ-ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

କେସିଙ୍ଗା,୩୧ା୫(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଯୋଲକୋ ସ୍ଥିତ ବୌଦ୍ଧ ମଣ୍ଡପ ଠାରେ ଚଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୮୦ ପ୍ରତିଶତରୁ…

ଯୁବକଙ୍କ ଉପରେ ଚଢ଼ିଗଲା ହାଇଓ୍ବା; ଯୁବକ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବାଙ୍କୀ,୩୧ା୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ବୈଦେସ୍ଵର ଥାନା ଅନ୍ତର୍ଗତ ଖଳିପଲ୍ଲୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ…

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri