ବୁଧବାରଠାରୁ ‘ମୋ ସରକାର’: ପ୍ରତିଦିନ ୧୦ ଲୋକଙ୍କଠାରୁ ସରକାରୀ ସେବାକୁ ନେଇ ମତାମତ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଏକ ମାସର ପ୍ରସ୍ତୁତି ପରେ ବୁଧବାରଠାରୁ ରାଜ୍ୟରେ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ। ସରକାରୀ ସେବାକୁ ନେଇ ଜନତା ଦେବେ ମତ। ଭଲ ସେବା ଦେଲେ ମିଳିବ ପୁରସ୍କାର, ନଚେତ୍‌ ହେବେ ତିରସ୍କାର। ପ୍ରାଥମିକ ପର୍ଯ୍ୟାୟରେ ଥାନା ଓ ହସ୍ପିଟାଲକୁ ଏଥିରେ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଶହୀଦନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରୁ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେଠାରେ ମୁଖ୍ୟମନ୍ତ୍ରୀ ଅଭିଯୋଗକାରୀଙ୍କ ସହ ସିଧା ଫୋନ୍‌ରେ କଥାହେବେ। ଥାନାକୁ ଗଲେ କିଭଳି ବ୍ୟବହାର କରାଯାଉଛି, ଅଭିଯୋଗ ଗ୍ରହଣଠାରୁ ଆରମ୍ଭ କରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଲୋକଙ୍କୁ ପଚାରିବୁଝିବେ। ସେହିଭଳି ହସ୍ପିଟାଲରେ ଚିକିତ୍ସା ସେବାକୁ ଆହୁରି ବ୍ୟାପକ କରିବାକୁ କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ରହିଛି। ଆଡ୍‌ମିଶନଠାରୁ ଡିସ୍‌ଚାର୍ଜ ପର୍ଯ୍ୟନ୍ତ ଟିକିନିଖି ସେବା ସଂକ୍ରାନ୍ତରେ ରୋଗୀଙ୍କଠାରୁ ମଧ୍ୟ ଫିଡ୍‌ବ୍ୟାକ୍‌ ନିଆଯିବ। ଲୋକେ ଭଲ କହିଲେ ଅଧିକାରୀଙ୍କୁ ପ୍ରଶଂସା ସାଙ୍ଗକୁ ପଦୋନ୍ନତି ମିଳିବ। କର୍ତ୍ତବ୍ୟରେ ଅବହେଳା ଜଣାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’କୁ ଆଧାର କରି ‘ମୋ ସରକାର’ କାର୍ଯ୍ୟକ୍ରମ ବାସ୍ତବ ରୂପ ନେବ। ଏଥିପାଇଁ ପ୍ରତିଦିନ ଥାନା ଓ ହସ୍ପିଟାଲକୁ ଆସୁଥିବା ୧୦ଜଣ ଲୋକଙ୍କର ମତାମତ ନେବେ ମୁଖ୍ୟମନ୍ତ୍ରୀ। ହସ୍ପିଟାଲ ଓ ଥାନାର ସ୍ବଚ୍ଛତା ସହ ବିଭିନ୍ନ ସେବା ସଂକ୍ରାନ୍ତରେ ଉଚ୍ଚପଦସ୍ଥ ଅଧିକାରୀ ଓ ବିଭାଗୀୟ ମନ୍ତ୍ରୀ ମଧ୍ୟ ଲୋକଙ୍କୁ ଫୋନ୍‌ କରି ପଚାରିବୁଝିବେ। ସେବାକୁ ନେଇ ଲୋକେ ମାର୍କ ନେବେ। ଏଥିପାଇଁ ‘ମୋ ସରକାର’ ନାମରେ ସ୍ବତନ୍ତ୍ର ପୋର୍ଟାଲ କାର୍ଯ୍ୟ କରିବ। ଏଥିରେ ଅଭିଯୋଗକାରୀଙ୍କ ଫୋନ୍‌ ନମ୍ବର ପଞ୍ଜୀକରଣ କରାଯିବ। ଏଥିରେ ସଫଳତା ମିଳିଲେ ଅନ୍ୟ ବିଭାଗରେ ମଧ୍ୟ ଆରମ୍ଭ ହେବ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ବିରୋଧୀମାନେ ସମାଲୋଚନା କରିଛନ୍ତି। ଭାଜପା ଉପସଭାପତି ସମୀର ମହାନ୍ତି କହିଛନ୍ତି, ଉପଯୁକ୍ତ ଭିତ୍ତିଭୂମି ନ ଥିବାବେଳେ ସରକାର ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି। ଏହା କେବଳ ଲୋକଦେଖାଣିଆ। କିଛି ସୁଫଳ ମିଳିପାରିବ ନାହିଁ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଯାହା ହୋଇନାହିଁ ବାଳୁତ କାଳେ ତାହା କି ହେବ କାଳେ କାଳେ। ସରକାର ୨୦ ବର୍ଷରେ ଯାହା କରିପାରିଲେ ନାହିଁ, ଏବେ ବାହାରିଛନ୍ତି ତାହା କରିବା ପାଇଁ। ଏହା ମୋ ସରକାର କାର୍ଯ୍ୟକ୍ରମ ନୁହେଁ, ଆମ ସରକାର କାର୍ଯ୍ୟକ୍ରମ କରିଲେ ଭଲ ହେବ। ଯଦି ଲୋକେ ସୁବିଧା ପାଇବେ, ତାହାକୁ ଆମେ ସ୍ବାଗତ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?