ବୁଥ୍‌ ବାହାରେ କଂଗ୍ରେସ ପ୍ରାର୍ଥୀଙ୍କ ଦାଦାଗିରି

ରାଞ୍ଚି,୩୦।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟର ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଏଠାରେ ୧୩ଟି ଆସନ ପାଇଁ ପ୍ରାୟ ୪,୮୯୨ଟି କେନ୍ଦ୍ରରେ ମତଦାନ ଚାଲିଛି। ଏହାରି ଭିତରେ ପଲାମୁ ଜିଲାର କୋସିୟାରା ଗାଁର ଏକ ମତଦାନକେନ୍ଦ୍ର ବାହାରେ କଂଗ୍ରେସ ଓ ଭାଜପା ସମର୍ଥକ ମୁହାଁମୁହିଁ ହୋଇଥିଲେ। ସେହି ସମୟରେ କଂଗ୍ରେସର ପ୍ରାର୍ଥୀ କେ.ଏନ୍‌ ତ୍ରୀପାଠି ହାତରେ ବନ୍ଧୁକ ଧରି ସମସ୍ତଙ୍କୁ ଭୟଭୀତ କରାଇଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଭାଜପାର ସମର୍ଥକମାନେ ବୁଥ୍‌ ଭିତରକୁ ଯିବା ପାଇଁ ତ୍ରୀପାଠିଙ୍କୁ ଅଟକାଇଥିଲେ। ଏହାପରେ ଦୁଇ ଦଳ ମଧ୍ୟରେ ବଚସା ହେବା ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ପରେ ତ୍ରୀପାଠି ହାତରେ ବନ୍ଧୁକ ଧରି ସମସ୍ତଙ୍କୁ ଭୟଭୀତ କରାଉଥିବା ବେଳେ ସେଠାରେ ସୁରକ୍ଷାକର୍ମୀ ପହଞ୍ଚି ମାମଲାକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ଘଟଣାରେ ନିର୍ବାଚନ କମିଶନର ଅବଗତ ହେବା ସହ ଜିଲା ପ୍ରଶାସନକୁ ଏନେଇ ରିପୋର୍ଟ ତଲବ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଜାବକୁ ନେଇ ବିଦେଶୀ ରାଷ୍ଟ୍ରର ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ…

ନୂଆଦିଲ୍ଲୀ, ୧୨।୨ : ଭାରତର କର୍ନାଟକରେ ହିଜାବକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏସମ୍ପର୍କରେ ପାକିସ୍ତାନ, ଆମେରିକା ସମେତ ଅନ୍ୟ କେତେକ ବିଦେଶୀ ରାଷ୍ଟ୍ର ଭାରତ...

ଜ୍ଞାନବାପି ମାମଲାରେ କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୧ : ଜ୍ଞାନବାପି ସହ ଜଡିତ ପୂଜାପାଠ ସ୍ଥଳ ଆଇନ ମାମଲାର ଶୁଣାଣି ସୋମବାର ସ୍ଥଗିତ ରଖାଯାଇଛି। ଏହି ମାମଲାରେ ସୁପ୍ରିମ୍‌କୋର୍ଟ କେନ୍ଦ୍ରର ଜବାବ ଲୋଡିଛନ୍ତି।...

ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ହେବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩୧ା୧୨: ନୂଆ ପାର୍ଲାମେଣ୍ଟ ବିଲ୍ଡିଂ ମାର୍ଚ୍ଚ ମାସରେ ଉଦ୍‌ଘାଟନ ହେବାକୁ ଥିବାବେଳେ ଆଗାମୀ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସେଠାରେ ଅନୁଷ୍ଠିତ ହେବ। ପାର୍ଲାମେଣ୍ଟ ବିଲ୍ଡିଂ...

ସୋନାଲି ଫୋଗଟ ହତ୍ୟା ମାମଲା: ସିବିଆଇ ଯାଞ୍ଚ ପାଇଁ ସୁପାରିଶ

ପାଣାଜୀ,୧୨।୯: ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ସୋନାଲି ଫୋଗଟ ହତ୍ୟା ମାମଲାକୁ...

ଲୁଚିଛପି ସ୍ତ୍ରୀଙ୍କ ଗାଧୋଇବା ବେଳର ଭିଡିଓ କରୁଥିଲେ ସ୍ବାମୀ: ଜଣାପଡିବା ପରେ…

ପୁଣେ,୨୦।୬:ମହାରାଷ୍ଟ୍ରର ପୁଣେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଲୁଚିଛପି ସ୍ତ୍ରୀଙ୍କ ଗାଧୋଇବା ବେଳର ଭିଡିଓ କରି ଗିରଫ ହୋଇଛନ୍ତି ସ୍ବାମୀ। ରୋଚକ କଥା ହେଉଛି ୪୦...

ଅମିତ ଶାହା ମୋତେ ଦେଇଛନ୍ତି ଆଶ୍ୱାସନା: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ,୨।୨: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଡେମୋକ୍ରାଟିକ ଆଜାଦ ପାର୍ଟି (ଡିଏପି) ମୁଖ୍ୟ ଆଜାଦ...

ବିମୁଦ୍ରୀକରଣ ବେଳେ ଜମା ହୋଇପାରି ନ ଥିଲା ୧.୧୭ କୋଟି ଅଚଳ ଟଙ୍କା: ସୁପ୍ରିମକୋର୍ଟ ଗଲେ ବ୍ୟବସାୟୀ

ନୂଆଦିଲ୍ଲୀ,୩୧ା୮: ବିମୁଦ୍ରୀକରଣ ବେଳେ ୧ କୋଟି ୧୭ ଲକ୍ଷ ଅଚଳ ଟଙ୍କା ଜମା କରିପାରି ନ ଥିବା ତାମିଲନାଡୁର ଜଣେ ବ୍ୟବସାୟୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।...

୨୭ ରାଜ୍ୟରେ ଓମିକ୍ରନ୍‌…

ନୂଆଦିଲ୍ଲୀ, ୮।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ...

Advertisement
Archives

Model This Week