ବୀମାରାଶି ଫେରାଇବାକୁ ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ

ସିମୁଳିଆ, ୭।୬(ଡି.ଏନ.ଏ.)-ବିଭିନ୍ନ ବୀମାଧାରୀ କମ୍ପାନୀ ନାନା ପ୍ରକାର ପ୍ରଲୋଭନ ଦେଖାଇ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିଥାନ୍ତି। ଉପଭୋକ୍ତାମାନଙ୍କୁ ଟଙ୍କା ଫେରସ୍ତର ସମୟ ଆସିଲେ ନାନା ପ୍ରକାର ନୀତିନିୟମ ଦେଖାଇ ଥାଆନ୍ତି ା ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ସୁଙ୍ଗୁଡା ଅଞ୍ଚଳର ୪୫ ବର୍ଷୀୟା ରନତ୍ମଣି ନାୟକ ଏଭଳି ପରିସ୍ଥିତିର ଶିକାର ହେବା ପରେ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଦାଲତ ଏହାର ବିଚାର କରି ରତ୍ନମଣିଙ୍କୁ ବୀମାରାଶି ଫେରାଇବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁଙ୍ଗୁଡା ଅଞ୍ଚଳର ରନତ୍ମଣିଙ୍କ ସ୍ବାମୀ ସୁଦର୍ଶନ ଦିଲୀର ଏକ ହୋଟେଲରେ କାମ କରୁଥିଲେ ା ସେ ୨୦୦୯ରେ ନିଜ ଅଞ୍ଚଳର ଜଣେ ଇନ୍‌ସ୍ୟୁରାନ୍ସ କମ୍ପାନୀର ଏଜେଣ୍ଟଙ୍କ ଦ୍ୱାରା ପ୍ରଭାବିତ ହୋଇ ଏକ ପଲିସି କରିଥିଲେ ା କମ୍ପାନୀର ନିୟମ ଅନୁସାରେ ୩ଲକ୍ଷ ଟଙ୍କାର ମାଚ୍ୟୁରିଟି ସହିତ ବିଭିନ୍ନ ୧୦ଟି ରୋଗ ପାଇଁ ମେଡିକାଲରେ ଚିକିତ୍ସା ସୁବିଧା ଥିବା ନିୟମ ରହିଥିଲା ା ତେବେ ଗତ ୨୦୧୨ରେ ସୁଦର୍ଶନ କୀଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିଲେ ା ମେଡିକାଲ ଚିକିତ୍ସା ପାଇଁ ସେ ଏହି କମ୍ପାନୀ ନିକଟରେ ଆବେଦନ କରିଥିଲେ ହେଁ କମ୍ପାନୀ ପକ୍ଷରୁ କୌଣସି ସହାୟତା ତାଙ୍କୁ ମିଳି ନ ଥିଲା। ଚିକିତ୍ସା ଅଭାବରୁ ତାଙ୍କୁ ପାରାଲିସିସ୍‌ ହେବା ସହ ମୃତ୍ୟୁ ଘଟିଥିଲା ା କମ୍ପାନୀ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ କ୍ଷତିପୂରଣ ପାଇଁ ମନା କରିଦେବାରୁ ରନତ୍ମଣି ସ୍ଥାନୀୟ ଅଞ୍ଚଳର ପ୍ରାକ୍ତନ ଶିକ୍ଷକ, ଖାଉଟି ସଚେତକ ତଥା ଆଇନ ସଚେତକ ନୀଳାମ୍ବର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ଗତ ୨୦୧୮ରେ ଭଦ୍ରକ ଜିଲା ଖାଉଟି ଅଦାଲତରେ ଏକ ମାମଲା(ସିଡି କେସ୍‌ ନଂ. ୭୭) ରୁଜୁ କରାଯାଇଥିଲା ା ଗତ ୪ା୬ା୧୦ରେ ଅଦାଲତ ଏହାର ବିଚାର କରି ରନତ୍ମଣିଙ୍କୁ ମାଚ୍ୟୁରିଟି ବାବଦରେ ୩ଲକ୍ଷ, କ୍ଷତିପୂରଣ ବାବଦରେ ୫ ହଜାର ଓ କେସ୍‌ ପାଇଁ ଖର୍ଚ୍ଚ ବାବଦରେ ୧ହଜାର ଟଙ୍କା ମୋଟ ୩ଲକ୍ଷ ୬ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ସମ୍ପୃକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ା ଏ ସମ୍ପର୍କରେ ଲିଖିତ ନିର୍ଦ୍ଦେଶ ମଧ୍ୟ ରନତ୍ମଣିଙ୍କୁ ପ୍ରଦାନ କରାଯାଇଛି ା ଏ ସମ୍ପର୍କରେ ଆଇନ ସଚେତକ ନୀଳାମ୍ବର ମିଶ୍ରଙ୍କୁ ପଚାରିବାରୁ ସବୁ ପ୍ରକାର ନିୟମ ଥିବା ସତ୍ତ୍ୱେ କମ୍ପାନୀ ସର୍ବଦା ଉପଭୋକ୍ତାମାନଙ୍କୁ ଠକିବାର ଉଦ୍ଦେଶ୍ୟ ରଖୁଥିବାରୁ ଉପଭୋକ୍ତାମାନଙ୍କର ପୂର୍ଣ୍ଣ ବିଶ୍ୱାସ ରହୁ ନ ଥିବା ସେ କହିଛନ୍ତି ା ତେବେ ୩ ଲକ୍ଷ ଟଙ୍କାରେ ରନତ୍ମଣି ନିଜ ଝିଅର ବିବାହ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri