ବିହାରରେ ଅଟକିଛନ୍ତି ୨୨ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୨୩।୩

କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଜାରି ହୋଇଛି କଟକଣା। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବସ୍‌, ଟ୍ରେନ୍‌, ବିମାନ ସେବା ବାତିଲ କରାଯାଇଛି। ଏପରି ସ୍ଥିତିରେ ବିହାରର ସୁପୁଲସ୍ଥିତ ଜବାହର ନବୋଦୟ ବିଦ୍ୟାଳୟକୁ ପଢ଼ିବାକୁ ଯାଇଥିବା ଢେଙ୍କାନାଳ ଜିଲା ସରାଙ୍ଗ ନବୋଦୟ ବିଦ୍ୟାଳୟର ୯ମ ଶ୍ରେଣୀର ୨୨ଜଣ ଛାତ୍ରୀଛାତ୍ର ସେଠାରେ ଫସି ରହିଛନ୍ତି। ପିଲାମାନେ କିପରି ସୁରକ୍ଷିତ ଭାବେ ଘରକୁ ବାହୁଡ଼ିବେ, ସେହି ଚିନ୍ତାରେ ଅଭିଭାବକମାନେ ଥିବାବେଳେ ପଦକ୍ଷେପ ନେବାକୁ ସେମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ଏ ସଂକ୍ରାନ୍ତରେ ସ୍କୁଲ ଅଧ୍ୟକ୍ଷ ନୃସିଂହ କର କହିଛନ୍ତି, ନିୟମ ଅନୁଯାୟୀ ପ୍ରତି ଏକାଡେମିକ୍‌ ବର୍ଷରେ ହିନ୍ଦୀ ଭାଷାଭାଷୀ ଅଞ୍ଚଳର ଛାତ୍ରୀଛାତ୍ର ଅଣ ହିନ୍ଦୀ ଭାଷାଭାଷୀ ଅଞ୍ଚଳକୁ ପଢ଼ିବା ଲାଗି ଆସିଥାନ୍ତି। ସେହିପରି ହିନ୍ଦୀ ଭାଷାଭାଷୀ ଛାତ୍ର ମଧ୍ୟ ଏଠାକୁ ଆସିଥାନ୍ତି। ଏଠାରୁ ନବମ ଶ୍ରେଣୀର ୧୪ ଛାତ୍ର ଏବଂ ୮ ଛାତ୍ରୀ ବିହାର ଯାଇଥିଲେ। ସେଠାରୁ ୨୧ ଜଣ ଛାତ୍ରୀଛାତ୍ର ସରାଙ୍ଗ ଆସିଛନ୍ତି। ଗତ ୨୦ ତାରିଖରେ ପରୀକ୍ଷା ଶେଷ ହେବା ପରେ ୨୪ ତାରିଖ ସୁଦ୍ଧା ଛାତ୍ରୀଛାତ୍ରମାନେ ନିଜ ନିଜ ଘରେ ପହଞ୍ଚତ୍ବା କଥା। କିନ୍ତୁ କରୋନା ପାଇଁ ନିୟମ ପାଳନ କଡ଼ାକଡ଼ି ହେବାପରେ ଗମନାଗମନ ପାଇଁ ସବୁ ବାଟ ବନ୍ଦ ହୋଇଯାଇଛି। ଏ ନେଇ ଆଞ୍ଚଳିକ ନବୋଦୟ ଡେପୁଟି କମିଶନରଙ୍କ ସହ ଆଲୋଚନା କରାଯାଇଛି। ସେଠାରେ ଆମ ପିଲାମାନେ ସୁରକ୍ଷିତ ଅଛନ୍ତି। ବିହାରରୁ ଆସିଥିବା ପିଲାମାନେ ମଧ୍ୟ ଭଲରେ ଥିବା ଅଧ୍ୟକ୍ଷ କର ସୂଚନା ଦେଇଛନ୍ତି।
ଅନ୍ୟପଟେ ପିଲାମାନଙ୍କୁ ସୁରକ୍ଷିତ ଭାବେ ଆଣିବା ଲାଗି ହେମନ୍ତ ନାୟକ, ଗୌରାଙ୍ଗ ଚନ୍ଦ୍ର ବେହେରା, ମନୋଜ ସାମଲ, ନମିତା ନାୟକ ପ୍ରମୁଖ ସୋମବାର ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଭେଟି ଗୁହାରି କରିଛନ୍ତି। ଏଥିପୂର୍ବରୁ ସେମାନେ ଏମ୍‌ପି ମହେଶ ସାହୁଙ୍କୁ ଘଟଣା ସମ୍ପର୍କରେ ଜଣାଇଥିବା ବେଳେ ସ୍କୁଲ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ଜିଲାପାଳ କୁହନ୍ତି, ପିଲାମାନେ ସୁରକ୍ଷିତ ଅଛନ୍ତି। କଟକଣା କୋହଳ ହେବା ଯାଏ ଆମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଶିଶୁପାଳଗଡ଼ ଗଡ଼ଖାଇର ହେବ ପୁନରୁଦ୍ଧାର’

ପୁରୁଣା ଭୁବନେଶ୍ୱର, ୨୫ା୨ (ଡି.ଏନ.ଏ.): ଐତିହ୍ୟ ସଂରକ୍ଷିତ ରଖିବା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯେତେ ଘୋଷଣା, ଯୋଜନା ପ୍ରସ୍ତୁତ କଲେ ମଧ୍ୟ...

୧୯ରେ ଓଡ଼ିଶା ଗସ୍ତରେ ଅଶ୍ୱିନୀ, ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୯ ତାରିଖରେ ଓଡ଼ିଶା ଗସ୍ତରେ ଆସି ଜନ ଆଶୀର୍ବାଦ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ...

ଦିନେ ବଢ଼ିଲେ ଦିନେ କମୁଛି: ଆଜି ୭୩୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ରାଜ୍ୟରୁ ସୋମବାର ୭୩୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୭,୨୪୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ମେଣ୍ଟିପାରୁନି ପାହାଡ଼ତଳି ବାସିନ୍ଦାଙ୍କ ଶୋଷ

ଖଇରା, ୭।୨(ଡି.ଏନ.ଏ.) – ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଶାରୀଶୁଆ ପାହାଡ ପାଦଦେଶରେ ଥିବା ପଞ୍ଚାୟତଗୁଡିକରେ ପାନୀୟଜଳ ସମସ୍ୟା ବହୁ ପୁରୁଣା। ପଥୁରିଆ ଅଞ୍ଚଳ...

ରେଞ୍ଜରଙ୍କ ମାଡ଼ରେ କର୍ମଚାରୀ ଆହତ: ଥାନାରେ ଏତଲା

ଖମାର,୧୭।୧(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ଖମାର ବନାଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ଗଡ଼ନାୟକଙ୍କ ମାଡ଼ରେ ପାରା ଫରେଷ୍ଟ ଷ୍ଟାପ୍‌ ତଥା ରେଞ୍ଜରଙ୍କ ରୋଷେୟା ଭାବେ କାମ କରୁଥିବା ସୁଶାନ୍ତ...

ଆଇଏଏସ୍‌ ପଦବୀକୁ ଉନ୍ନିତ ହେଲେ ୩ ଓଏଫଏସ୍‌ ଅଫିସର, ଜାରି ହେଲା ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଓଡ଼ିଶା ଅର୍ଥ ସେବା(ଓଏଫ୍‌ଏସ୍‌)ର ୩ ବରିଷ୍ଠ ଅଧିକାରୀଙ୍କୁ ଆଇଏଏସ୍‌ ପଦବୀକୁ ଉନ୍ନୀତ କରାଯାଇଛି। ସେମାନେ ହେଲେ ଡ. ସତ୍ୟପ୍ରିୟ ରଥ, ଦୀପଙ୍କର ମହାପାତ୍ର ଓ...

କରୋନାରେ ମୃତକଙ୍କ ପରିବାରକୁ ମିଳିବ ପେନ୍‌ସନ

ଭୁବନେଶ୍ବର,୧୭।୫: ରାଜ୍ୟର କରୋନାର ମୁକାବିଲା ନେଇ ସୋମବାର ସର୍ବଦଳୀୟ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ କିଛି ବଡ...

୩୦ରେ ପୂରିବ ସଂଶୋଧିତ ମୋଟରଯାନ ଆଇନ କୋହଳ ଅବଧି: ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ସଂଖ୍ୟା ୭ ଗୁଣ ବୃଦ୍ଧି

କଟକ ଅଫିସ, ୨୧।୧୧: ସଂଶୋଧିତ ମୋଟରଯାନ ଆଇନର କୋହଳ ଅବଧି ନଭେମ୍ବର ୩୦ରେ ପୂରିଯିବ। ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି ଏହି ଆଇନକୁ କଡ଼ାକଡ଼ି ଭାବେ...

Advertisement
Archives

Model This Week