ବ୍ରହ୍ମପୁର ଅଫିସ,୨୬ା୨-ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ପରିଚାଳନା ବୋର୍ଡ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟାଳୟ ସମେତ ଗଞ୍ଜାମ ଓ ଗଜପତି ଜିଲାରେ ଥିବା ବ୍ୟାଙ୍କର ୨୩ ଶାଖା କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ସୁପାରିସ ଅନୁସାରେ ବର୍ଦ୍ଧିତ ହାରରେ ଦରମା ଦେବାର ନିଷ୍ପତ୍ତି ନିଆଯାଇଛି। ତେବେ ରାଜ୍ୟ ସମବାୟ ନିବନ୍ଧକ (ରେଜିଷ୍ଟ୍ରାର)ଙ୍କ ନିର୍ଦ୍ଦେଶ ପ୍ରକାରେ ୨୦୧୯ ଜୁଲାଇରୁ କାର୍ଯ୍ୟକାରୀ ହେବ ଏବଂ ୮ ମାସର ବକେୟା ଟଙ୍କା ଓ ସରକାରଙ୍କ ଘୋଷଣା ଅନୁଯାୟୀ ୫% ମହଙ୍ଗା ଭତ୍ତା ଦେବା ପାଇଁ ଅନୁମୋଦନ କରାଯାଇଛି।
ଅପରପକ୍ଷରେ ଷଷ୍ଠ ବେତନ କମିଶନ ସୁପାରିସ ପ୍ରକାରେ ଏହି ସମବାୟ ବ୍ୟାଙ୍କ କର୍ମଚାରୀମାନେ ୨୦୦୬ ଆର୍ଥିକ ବର୍ଷରୁ ୨୦୦୯ ପର୍ଯ୍ୟନ୍ତ ବର୍ଦ୍ଧିତ ଦରମା ପାଇ ନ ଥିଲେ। ପରବର୍ତ୍ତୀ ସମୟରୁ ବର୍ଦ୍ଧିତ ଦରମା କାର୍ଯ୍ୟକାରୀ କରାଯାଇଥିଲା। ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ବକେୟା ପ୍ରାପ୍ୟ କର୍ମଚାରୀଙ୍କୁ ଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ବକେୟା ଟଙ୍କା ବାବଦରେ ୬ କୋଟି ଦେବାକୁ ପଡ଼ିବାର ହିସାବ କରାଯାଇଛି। ଏହାକୁ ନେଇ ଡାଇରେକ୍ଟରମାନେ ତର୍ଜମା କରିଥିଲେ। ଏକକାଳୀନ ବକେୟା ପ୍ରାପ୍ୟ ଦିଆ ନ ଯାଇ ଚଳିତ ଆର୍ଥିକ ବର୍ଷରେ ୫୦% ଦିଆଯିବ ଓ ତନ୍ମଧ୍ୟରୁ ୨୫% ନଗଦ ଆକାରରେ ଏବଂ ଆଉ ୨୫% କର୍ମଚାରୀମାନଙ୍କ ସ୍ଥାୟୀ ଜମାରେ ରଖାଯିବ। ଆସନ୍ତା ଆର୍ଥିକ ବର୍ଷରେ ବକେୟା ପ୍ରାପ୍ୟର ୨୫% ଏବଂ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅବଶିଷ୍ଟ ୨୫% ମଧ୍ୟ ବ୍ୟାଙ୍କ ଜମାଖାତାରେ ରଖାଯିବାର ନିଷ୍ପତ୍ତି ନିଆଯାଇଥିଲା।
ବୈଠକରେ ସଭାପତି ଅଲେଖ ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଉପସଭାନେତ୍ରୀ ସିଏଚ୍ ତାରକେଶ୍ୱରୀଙ୍କ ସମେତ କୈଳାସ ରଣା, ସନ୍ତୋଷ କୁମାର ପାତ୍ର, ବସନ୍ତ କୁମାର ପଟ୍ଟନାୟକ, ଏ. ଖଲି ରେଡ୍ଡୀ, ଗାୟତ୍ରୀ ଦଳାଇ, ବି. ତ୍ରିନାଥ, ଆର. ରାମପ୍ରସାଦ, ବି. ଧନଞ୍ଜୟଲୁ, ସଞ୍ଜୟ କୁମାର ସେଠୀ, ଆପନ୍ନା ସେଠୀ, ଆର.ସରସ୍ବତୀ ଓ ତମାଳ ନାୟକ ପ୍ରମୁଖ ଡାଇରେକ୍ଟରମାନେ ଯୋଗ ଦେଇଥିଲେ। ସରକାରୀ ମନୋନୀତ ଅଧିକାରୀ ଉପସ୍ଥିତ ଥିଲେ। ପରିଚାଳନା ବୋର୍ଡ ସମ୍ପାଦକ ତଥା ବ୍ୟାଙ୍କ ସିଇଓ ଭି.ତାରକା ନାଧମ ପ୍ରାରମ୍ଭିକ ସୂଚନା ସହ ଏଜେଣ୍ଡା ଉପସ୍ଥାପନ କରିଥିଲେ। ଚଳିତ ବର୍ଷର ରବି ଫସଲ ପାଇଁ ଚାଷୀଙ୍କୁ କୃଷି ଋଣ ଲଗାଣ ନେଇ ସମୀକ୍ଷା କରାଯାଇଥିଲା। ୨୦୭ କୋଟି ଧାର୍ଯ୍ୟ ଲକ୍ଷ୍ୟ ସ୍ଥଳେ ଫେବୃୟାରୀ ୨୪ ସୁଦ୍ଧା ୧୦୮ କୋଟି କୃଷି ଋଣ ଦିଆଯାଇଥିବା କୁହାଯାଇଥିଲା। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଋଣ ଦିଆଯିବାର ବ୍ୟବସ୍ଥା ହୋଇଥିବା ବୈଠକର ବିବରଣୀରୁ ସୂଚନା ମିଳିଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ଯାତ୍ରୀବାହୀ ବସ୍କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…
ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…
କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ
ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…
୪୦ ଫୁଟ୍ ତଳକୁ ଖସିଲା OSRTC ବସ୍: ୨୪ଯାତ୍ରୀ ଆହତ, ଜଣେ ମୃତ
ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…
କେମୋଥେରାପିରେ ସୀମିତ କ୍ୟାନ୍ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା
ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…
ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…
ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…
ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ
ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…
ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…
ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…
ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…
ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ୨୬ ନଂ…
Archives

