ବ୍ରହ୍ମପୁର ଅଫିସ,୨୬ା୨-ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ପରିଚାଳନା ବୋର୍ଡ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟାଳୟ ସମେତ ଗଞ୍ଜାମ ଓ ଗଜପତି ଜିଲାରେ ଥିବା ବ୍ୟାଙ୍କର ୨୩ ଶାଖା କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ସୁପାରିସ ଅନୁସାରେ ବର୍ଦ୍ଧିତ ହାରରେ ଦରମା ଦେବାର ନିଷ୍ପତ୍ତି ନିଆଯାଇଛି। ତେବେ ରାଜ୍ୟ ସମବାୟ ନିବନ୍ଧକ (ରେଜିଷ୍ଟ୍ରାର)ଙ୍କ ନିର୍ଦ୍ଦେଶ ପ୍ରକାରେ ୨୦୧୯ ଜୁଲାଇରୁ କାର୍ଯ୍ୟକାରୀ ହେବ ଏବଂ ୮ ମାସର ବକେୟା ଟଙ୍କା ଓ ସରକାରଙ୍କ ଘୋଷଣା ଅନୁଯାୟୀ ୫% ମହଙ୍ଗା ଭତ୍ତା ଦେବା ପାଇଁ ଅନୁମୋଦନ କରାଯାଇଛି।
ଅପରପକ୍ଷରେ ଷଷ୍ଠ ବେତନ କମିଶନ ସୁପାରିସ ପ୍ରକାରେ ଏହି ସମବାୟ ବ୍ୟାଙ୍କ କର୍ମଚାରୀମାନେ ୨୦୦୬ ଆର୍ଥିକ ବର୍ଷରୁ ୨୦୦୯ ପର୍ଯ୍ୟନ୍ତ ବର୍ଦ୍ଧିତ ଦରମା ପାଇ ନ ଥିଲେ। ପରବର୍ତ୍ତୀ ସମୟରୁ ବର୍ଦ୍ଧିତ ଦରମା କାର୍ଯ୍ୟକାରୀ କରାଯାଇଥିଲା। ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ବକେୟା ପ୍ରାପ୍ୟ କର୍ମଚାରୀଙ୍କୁ ଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ବକେୟା ଟଙ୍କା ବାବଦରେ ୬ କୋଟି ଦେବାକୁ ପଡ଼ିବାର ହିସାବ କରାଯାଇଛି। ଏହାକୁ ନେଇ ଡାଇରେକ୍ଟରମାନେ ତର୍ଜମା କରିଥିଲେ। ଏକକାଳୀନ ବକେୟା ପ୍ରାପ୍ୟ ଦିଆ ନ ଯାଇ ଚଳିତ ଆର୍ଥିକ ବର୍ଷରେ ୫୦% ଦିଆଯିବ ଓ ତନ୍ମଧ୍ୟରୁ ୨୫% ନଗଦ ଆକାରରେ ଏବଂ ଆଉ ୨୫% କର୍ମଚାରୀମାନଙ୍କ ସ୍ଥାୟୀ ଜମାରେ ରଖାଯିବ। ଆସନ୍ତା ଆର୍ଥିକ ବର୍ଷରେ ବକେୟା ପ୍ରାପ୍ୟର ୨୫% ଏବଂ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅବଶିଷ୍ଟ ୨୫% ମଧ୍ୟ ବ୍ୟାଙ୍କ ଜମାଖାତାରେ ରଖାଯିବାର ନିଷ୍ପତ୍ତି ନିଆଯାଇଥିଲା।
ବୈଠକରେ ସଭାପତି ଅଲେଖ ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଉପସଭାନେତ୍ରୀ ସିଏଚ୍ ତାରକେଶ୍ୱରୀଙ୍କ ସମେତ କୈଳାସ ରଣା, ସନ୍ତୋଷ କୁମାର ପାତ୍ର, ବସନ୍ତ କୁମାର ପଟ୍ଟନାୟକ, ଏ. ଖଲି ରେଡ୍ଡୀ, ଗାୟତ୍ରୀ ଦଳାଇ, ବି. ତ୍ରିନାଥ, ଆର. ରାମପ୍ରସାଦ, ବି. ଧନଞ୍ଜୟଲୁ, ସଞ୍ଜୟ କୁମାର ସେଠୀ, ଆପନ୍ନା ସେଠୀ, ଆର.ସରସ୍ବତୀ ଓ ତମାଳ ନାୟକ ପ୍ରମୁଖ ଡାଇରେକ୍ଟରମାନେ ଯୋଗ ଦେଇଥିଲେ। ସରକାରୀ ମନୋନୀତ ଅଧିକାରୀ ଉପସ୍ଥିତ ଥିଲେ। ପରିଚାଳନା ବୋର୍ଡ ସମ୍ପାଦକ ତଥା ବ୍ୟାଙ୍କ ସିଇଓ ଭି.ତାରକା ନାଧମ ପ୍ରାରମ୍ଭିକ ସୂଚନା ସହ ଏଜେଣ୍ଡା ଉପସ୍ଥାପନ କରିଥିଲେ। ଚଳିତ ବର୍ଷର ରବି ଫସଲ ପାଇଁ ଚାଷୀଙ୍କୁ କୃଷି ଋଣ ଲଗାଣ ନେଇ ସମୀକ୍ଷା କରାଯାଇଥିଲା। ୨୦୭ କୋଟି ଧାର୍ଯ୍ୟ ଲକ୍ଷ୍ୟ ସ୍ଥଳେ ଫେବୃୟାରୀ ୨୪ ସୁଦ୍ଧା ୧୦୮ କୋଟି କୃଷି ଋଣ ଦିଆଯାଇଥିବା କୁହାଯାଇଥିଲା। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଋଣ ଦିଆଯିବାର ବ୍ୟବସ୍ଥା ହୋଇଥିବା ବୈଠକର ବିବରଣୀରୁ ସୂଚନା ମିଳିଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …
ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…
ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...
Archives


