୨୨୦ ଗ୍ରାହକଙ୍କ କଟାଗଲାଣି ବିଦ୍ୟୁତ୍‌ ସଂଯୋଗ

ଛତ୍ରପୁର,୨୬ା୨(ଡି.ଏନ.ଏ.)ସାଉଥ୍‌କୋ ୟୁଟିଲିଟି ପକ୍ଷରୁ ଛତ୍ରପୁର ଅଞ୍ଚଳରେ ମଙ୍ଗଳବାର ସ୍ବତନ୍ତ୍ର ସ୍କ୍ବାଡ୍‌ ଦ୍ୱାରା ବିଦ୍ୟୁତ୍‌ ବିଚ୍ଛିନ୍ନ ଆରମ୍ଭ ହୋଇଛି। ଏହି ସବ୍‌ଡିଭିଜନ ଅଧୀନରେ ବିଭିନ୍ନ ଗ୍ରାହକଙ୍କ ଉପରେ ୨ କୋଟି ୪୧ ଲକ୍ଷ ୧୪ ହଜାର ଟଙ୍କା ବକେୟା ବିଦ୍ୟୁତ୍‌ ବିଲ୍‌ ରହିଛି ା ଘରୋଇ ଗ୍ରାହକଙ୍କ ଉପରେ ୧.୨୬ କୋଟି ଟଙ୍କା ବାକି ରହିଥିବା ବେଳେ ବ୍ୟବସାୟୀ ଗ୍ରାହକଙ୍କ ଉପରେ ୧.୦୧ କୋଟି ଟଙ୍କା ଓ ଶିଳ୍ପାୟନ ଉପରେ ୧୪.୧୪ ଲକ୍ଷ ଟଙ୍କା ବାକିଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାରଠାରୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏକ ୭ ଜଣିଆ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇ ବିଲ୍‌ ବକେୟା ଥିବା ୨୯ ଗ୍ରାହକଙ୍କ ସଂଯୋଗ ବିଚ୍ଛିନ୍ନ କରାଯାଇଛି ା
ପ୍ରଥମ ଦିନରେ ୨.୮୨ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ କରାଯାଇଥିବା ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ା ଉକ୍ତ ସ୍କ୍ବାଡ୍‌ ଛତ୍ରପୁର ସହରର ରିକାପଲ୍ଲୀ, ଭାଗ୍ୟଲକ୍ଷ୍ମୀନଗର, ମଝି ବଜାର, କଣମଣା ପଞ୍ଚାୟତ ଅଧୀନ ଟାକିରିଆ ବ୍ରହ୍ମପୁର, ଅଗସ୍ତୀନୂଆଗଁା, ଭିକାରିପଲ୍ଲୀ ପଞ୍ଚାୟତ ଅଧୀନ ଲଣ୍ଡା ବାଉଁଶ, ଦନେଇ ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳରୁ ବକେୟା ବିଲ୍‌ ମଗାଯାଇଥିଲା ା ଛତ୍ରପୁର ସବ୍‌ଡିଭିଜନରେ ଘରୋଇ ଗ୍ରାହକ ୩୩୫୪୦ ଜଣ ଥିବା ବେଳେ ବ୍ୟବସାୟୀ ଗ୍ରାହକ ୧୮୬୩ ଜଣ ଓ ଶିଳ୍ପାୟନ ଗ୍ରାହକ ୧୦୫ ରହିଥିବା ଛତ୍ରପୁର ସବ୍‌ଡିଭିଜନ ଏସ୍‌ଡିଓ ରାଜ କିଶୋର ବଲ୍ଲଭ ସୂଚନା ଦେଇଛନ୍ତିି। ପୂର୍ବରୁ ସାଉଥ୍‌ କୋ ପକ୍ଷରୁ ଗ୍ରାହକଙ୍କୁ ଡାକବାଜି ଯନ୍ତ୍ର ଯୋଗେ ବିଲ୍‌ ପୈଠ ନ କଲେ ସଂଯୋଗ କଟାଯିବ ବୋଲି ସୂଚନା ଦିଆଯାଇଥିଲା। ଏଥିସହ କେତେକ ଗ୍ରାହକଙ୍କୁ ମଧ୍ୟ ବକେୟା ବିଲ୍‌ ପୈଠ କରିବାକୁ ବିଭାଗ ପକ୍ଷରୁ ନୋଟିସ୍‌ ଦିଆଯାଇଥିବା ସୂଚନା ଦିଆଯାଇଛି ା ଅପରପକ୍ଷରେ ଚଳିତ ମାସ ୧୨ରୁ ଏ ପର୍ଯ୍ୟନ୍ତ ୨୨୦ ଜଣଙ୍କ ବିଦ୍ୟୁତ୍‌ ସଂଯୋଗ କଟାଯିବା ସହ ୨୦ଲକ୍ଷ ଟଙ୍କା ଆଦାୟ ହୋଇଥିବା କୁହାଯାଇଛି। ଯଦି କୌଣସି ଗ୍ରାହକ ବିଲ୍‌ ବାକି ରଖିଥିବା ଏବଂ କହିବା ସତ୍ତ୍ୱେ ଏହା ପୈଠ କରୁନାହାନ୍ତି, ଏପରି କି ବିଦ୍ୟୁତ୍‌ ବିଚ୍ଛିନ୍ନ ସମୟରେ କର୍ମଚାରୀଙ୍କ ସହ ପାଟିତୁଣ୍ଡ କରନ୍ତି ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଏସ୍‌ଡିଓ ସୂଚନା ଦେଇଛନ୍ତିି। ଏପରି କି ଯେଉଁ ଗ୍ରାହକମାନଙ୍କ ବିଲରେ କୌଣସି ତ୍ରୁଟି ରହିଥିବ ସେ ସମ୍ପର୍କରେ ଛତ୍ରପୁର ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଆସି ସଂଶୋଧନ କରିବାକୁ ପରାମର୍ଶ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

କପିଳେନ୍ଦ୍ର ଦାସଙ୍କୁ ଭାରତ ରତ୍ନ ଗୌରବ ସମ୍ମାନ: ଅଞ୍ଚଳରେ ଖେଳିଗଲା ଖୁସିର ଲହରୀ

ନୂଆପଡ଼ା,୮ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଭେଳା ଗାଁର ଶିକ୍ଷାବିତ୍‌ ତଥା ଖଡିଆଳ ରାଜା ଏଟି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. କପିଳେନ୍ଦ୍ର…

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri