Posted inଖେଳ

ବିସିସିଆଇ ଏଥିକ୍ସ ଅଫିସରଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ, ୧୭ା୬ (ପି.ଟି.)- ବିସିସିଆଇର ଏଥିକ୍ସ ଅଫିସର ଓ ଅମ୍ବୁଡ୍ସମ୍ୟାନ ଭାବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଡି.କେ. ଜୈନଙ୍କ କାର୍ଯ୍ୟକାଳ ମିଆଦ ଏକ ବର୍ଷ ବୃଦ୍ଧି କରିଛି ଦେଶର କ୍ରିକେଟ ବୋର୍ଡ। ଜୈନ ୨୦୧୯ ଫେବୃୟାରୀରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ବିସିସିଆଇର ପ୍ରଥମ ଅମ୍ବୁଡ୍ସମ୍ୟାନ ଭାବେ ନିଯୁକ୍ତି ପାଇଥିଲେ। ପରେ ସେ ଏଥିକ୍ସ ଅଫିସର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ଫେବୃୟାରୀ ୨୯ରେ ଶେଷ ହୋଇଥିଲା। କୋଭିଡ୍‌-୧୯ ଜନିତ ପରିସ୍ଥିତି ଯୋଗୁ ଗତ ସପ୍ତାହରେ ତାଙ୍କ ଚୁକ୍ତିର ନବୀକରଣ କରାଯାଇଛି। ଜୈନଙ୍କ ନିକଟରେ ଅନେକ ମାମଲା ଫଇସଲା ନ ହୋଇ ପଡ଼ି ରହିଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଲିଆଇସନ ଅଫିସର ମୟଙ୍କ ପାରିଖଙ୍କ ବିରୋଧରେ ସ୍ବାର୍ଥ ନିହିତ ମାମଲାର ରାୟ ଦିଆଯାଇ ନାହିଁ। ପାରିଖ ମୁମ୍ବାଇରେ ୬ଟି କ୍ଲବ ଚଳାଉଛନ୍ତି ବୋଲି ଅଭିଯୋଗ ହୋଇଥିଲା। ୨୦୧୯ରେ ଜୈନ ଦାୟିତ୍ୱ ଗ୍ରହଣ କରିବା ପରେ କେଏଲ୍‌ ରାଉଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ‘କଫି ଓ୍ବିଥ୍‌ କରନ’ ବିବାଦ ଆରମ୍ଭ ହୋଇଥିଲା। ଏକ ଚ୍ୟାଟ୍‌ ଶେଷରେ ଏହି ଦୁଇ କ୍ରିକେଟର ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ସେମାନଙ୍କୁ ଅଷ୍ଟ୍ରେଲିଆ ଟୁର୍‌ରୁ ଫେରାଇ ଆଣିବା ସହ ସସ୍‌ପେଣ୍ଡ କରାଯାଇଥିଲା। ସେହିପରି କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ସଦସ୍ୟ ସଚିନ ତେନ୍ଦୁୁଲକର, ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ଭିଭିଏସ୍‌ ଲକ୍ଷ୍ମଣଙ୍କ ବିରୋଧରେ ଆସିଥିବା ସ୍ବାର୍ଥ ନିହିତ ମାମଲାର ସେ ଶୁଣାଣି କରିଥିଲେ। ଏଭଳି ସମାନ ଅଭିଯୋଗ ବିଶ୍ୱକପ୍‌ ବିଜୟୀ ଅଧିନାୟକ କପିଳ ଦେବଙ୍କ ବିରୋଧରେ ମଧ୍ୟ ଆସିଥିଲା। ମାତ୍ର ତାହା ଅମୂଳକ ବୋଲି ଦର୍ଶାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆବର୍ଷ: ପ୍ରଶଂସକଙ୍କୁ କୋହଲି, ଅନୁଷ୍କାଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନୂଆବର୍ଷ ପାଇଁ ପ୍ରଶଂସକଙ୍କୁ ଶୁଭେଚ୍ଛା ତଥା...

ଦ୍ୱିତୀୟ ଟେଷ୍ଟ: ଜେମିସନଙ୍କୁ ୫ ଉଇକେଟ

ଖ୍ରୀଷ୍ଟଚର୍ଚ୍ଚ,୩।୧: ନ୍ୟୁଜିଲାଣ୍ଟ ଯୁବ ଦ୍ରୁତ ବୋଲର କାଏଲ ଜେମିସନ ମାତ୍ର ୬ଟି ଟେଷ୍ଟ ଖେଳି ତୃତୀୟଥର ପାଇଁ ଟେଷ୍ଟରେ ୫ ଉଇକେଟ ସଫଳତା ଅର୍ଜନ କରିଛନ୍ତି।...

ରୋନାଲ୍ଡୋଙ୍କ ୫୬ତମ ହ୍ୟାଟ୍ରିକ

ମିଲାନ, ୭।୧ (ଏଏଫ୍‌ପି)- ପର୍ତ୍ତୁଗାଲ ଫୁଟ୍‌ବଲ ଲିଜେଣ୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋ କ୍ୟାରିୟରର ୫୬ତମ ହ୍ୟାଟ୍ରିକ ସଫଳତା ପାଇଛନ୍ତି। ସ୍ଥାନୀୟ ଆଲିଆଞ୍ଜ ଷ୍ଟାଡିୟମରେ ଅନୁଷ୍ଠିତ ସିରିଏ ଏ’ର...

ଟିମ୍‌ ଇଣ୍ଡିଆର୍‌ ନୂଆ କୋଚ୍‌ ହେବେ ରାହୁଲ ଦ୍ରାବିଡ ! ବିସିସିଆଇର ପ୍ରଚେଷ୍ଟା ଯୋଗୁ….

ନୂଆଦିଲ୍ଲୀ,୧୬।୧୦: ରବି ଶାସ୍ତ୍ରୀଙ୍କ ପରେ ରାହୁଲ ଦ୍ରାବିଡ୍‌ ଟିମ୍‌ ଇଣ୍ଡିଆର୍‌ ନୂତନ ମୁଖ୍ୟ ପ୍ରଶିକ୍ଷକ ହେବା ପ୍ରାୟ ନିଶ୍ଚିତ। ଦ୍ରାବିଡ ଏହା ପୂର୍ବରୁ ଅନେକ ଥର...

ବନମାଳୀପୁର ଟି-୨୦ କ୍ରିକେଟ ଉଦ୍‌ଯାପିତ: ମା’ ବ୍ରାହ୍ମଣୀ ଦେବୀ କ୍ରିକେଟ କ୍ଲବ ଚାମ୍ପିୟନ

ଭାପୁର,୧୨ା୧୦(ଡି.ଏନ୍‌.ଏ.): ବନମାଳୀପୁର ଆଞ୍ଚଳିକ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ୩୨ତମ ବାର୍ଷିକ ଚ୍ୟାଲେଞ୍ଜ କପ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ବ୍ରାହ୍ମଣୀ ଦେବୀ...

ଜାତୀୟ ଏକାଡେମୀ ମହିଳା ହକି : ସାଇ ଏକାଡେମୀକୁ ଡବଲ ଟାଇଟଲ

ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟରେ ସାଇ ଏକାଡେମୀକୁ ଡବଲ ଟାଇଟଲ...

ଦିନେ ଥିଲେ ଆଇପିଏଲରେ ସେନସେଶନ ଏବେ କରୁଛନ୍ତି ଚାଷ

ଭିନ୍ନ ଧରଣ ବୋଲିଂ ଆକଶନ ପାଇଁ ଦିନେ ଆଇପିଏଲରେ ଥିଲେ। ଆଇପିଏଲ ୨୦୦୯ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ ଉତ୍ତର ପ୍ରଦେଶ ବାମହାତୀ ମଧ୍ୟଗତିର...

ଅଗଷ୍ଟ ୧୮ରୁ ସିପିଏଲ୍‌ ଟି୨୦ ଲିଗ୍‌ ଆରମ୍ଭ

ନୂଆଦିଲ୍ଲୀ,୧୧।୭: କୋଭିଡ୍‌-୧୯ ମହାମାରୀର ପ୍ରକୋପ୍‌ ଜାରି ରହିଥିବା ବେଳେ ଟେଷ୍ଟ କ୍ରିକେଟ ଆରମ୍ଭ ହୋଇଛି। ଏବେ ଆଉ ଏକ ହାଇପ୍ରୋଫାଇଲ ଟି୨୦ ଲିଗ୍‌ ଆରମ୍ଭ ହେବାକୁ...

Advertisement
Archives

Model This Week