Posted inଖେଳ

ବିଶ୍ୱ ହୁଇଲଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ : ଭାରତୀୟ ଦଳରେ ରାଖାଲ, ରମେଶ

ଭୁବନେଶ୍ୱର, ୧୦।୯(କ୍ରୀଡ଼ା ପ୍ରତିନିଧି)-
ଦକ୍ଷିଣ କୋରିଆର ଇଞ୍ଚତ୍ଅନଠାରେ ଚଳିତମାସ ୧୭ରୁ ୨୨ ପର୍ଯ୍ୟନ୍ତ ବିଶ୍ୱ ହୁଇଲଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଭାରତରୁ ମୋଟ ୪ ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଯାଉଥିବାବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ରାଖାଲ କୁମାର ସେଠୀ ଓ ଭି. ରମେଶ ରାଓ। କୋରିଆ ହୁଇଲଚେୟାର ଫେନ୍‌ସିଂ ସଂଘ ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିପାରିଲେ ପ୍ରତିଯୋଗୀଙ୍କ ପାଇଁ ଟୋକିଓ ପାରାଅଲିମ୍ପିକ୍ସରେ ଭାଗନେବାର ସୁଯୋଗ ସୃଷ୍ଟି ହୋଇପାରିବ। ଚଳିତବର୍ଷ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଥିବାରୁ ରାଖାଲ ଓ ରମେଶଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଛି। ରାଖାଲ ଜାତୀୟ ପ୍ରତିଯୋଗିତାରେ ଦଳଗତ ୨ଟି ସ୍ବର୍ଣ୍ଣ ଏବଂ ରମେଶ ବ୍ୟକ୍ତିଗତ ଏବଂ ଦଳଗତ ବିଭାଗରେ ମୋଟ ୩ ସ୍ବର୍ଣ୍ଣ ପଦକଲାଭ କରିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବାପାଇଁ ପ୍ରତିଯୋଗୀଙ୍କୁ ନିଜର ସମସ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ ବୋଲି ସ୍ପଷ୍ଟ କରାଯାଇଛି। ଏଥିପାଇଁ ପାଖାପାଖି ୨ ଲକ୍ଷ ୧୬ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ରାଖାଲ ପ୍ରକାଶ କରିଛନ୍ତି। ଭାରତରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଅନ୍ୟ ୨ ପ୍ରତିଯୋଗ ହେଲେ ସନ୍ଦିପ ଗୌରବ ଓ ବିନୟ ସାବ୍‌ଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହେଲ୍ସଙ୍କଠାରେ କରୋନା ଲକ୍ଷଣ: ରାଜା

କରାଚୀ,୧୮।୩ (ପି.ଟି.)- ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)କୁ ସ୍ଥଗିତ ରଖିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଙ୍ଗଳବାର ନିଷ୍ପତ୍ତି ନେଇଛି। ଜଣେ ବିଦେଶୀ ଖେଳାଳିଙ୍କଠାରେ...

ବିଦେଶୀ ଅଲରାଉଣ୍ଡରଙ୍କ ପାଇଁ ୧୨ କୋଟି ପର୍ଯ୍ୟନ୍ତ ଯାଇପାରେ ଆର୍‌ସିବି

ନୂଆଦିଲ୍ଲୀ, ୭।୨- ଆସନ୍ତା ୧୨ ଓ ୧୩ ତାରିଖରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ମେଗା ନିଲାମରେ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଅନ୍ୟତମ...

ମ୍ୟାଚ୍‌ ଓ୍ବାଶିଂଟନ ବନାମ ନ୍ୟୁଜିଲାଣ୍ଡ ହୋଇଯାଇଥିଲା: ହାର୍ଦ୍ଦିକ

ରାଞ୍ଚି,୨୮।୧: ଭାରତୀୟ କ୍ରିକେଟ ଟିମ୍‌ ରାଞ୍ଚିରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ପରାଜିତ ହୋଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ...

ଇସ୍ତଫା ଦେଲେ ଅଧିନାୟକ

ସିଡନୀ,୧୯।୧୧: ଆଶେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ୍‌ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି। କଙ୍ଗାରୁ ଅଧିନାୟକ ପେନ୍‌ ଝିଅକୁ ଅଶ୍ଳୀଳ ବାର୍ତ୍ତା ପଠାଇଥିବା ଅଭିଯୋଗ...

ବାଂଲାଦେଶ ଅଧିନାୟକ ଶକିବଙ୍କୁ ୨ବର୍ଷ ସସ୍‌ପେଣ୍ଡ କଲା ଆଇସିସି

ଢାକା/ଦୁବାଇ, ୨୯ା୧୦ (ପି.ଟି.)- ବାଂଲାଦେଶ ଟେଷ୍ଟ ଏବଂ ଟି୨୦ ଅଧିନାୟକ ଶକିବ ଅଲ୍‌ ହସନ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ୨ବର୍ଷ ସସ୍‌ପେଣ୍ଡ...

କଳିଙ୍ଗରେ ଭାରତୀୟ ହକି କ୍ୟାମ୍ପ: ୫ ଓଡ଼ିଆଙ୍କ ସହ ୩୨ ଖେଳାଳି ସାମିଲ

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି)- ଅଷ୍ଟ୍ରେଲିଆ ଟୁର୍‌ ଶେଷ କରି ୧୮ ଜଣିଆ ଭାରତୀୟ ହକି ଦଳ ରବିବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ସେମାନଙ୍କ ସହ କୋର୍‌ ଗ୍ରୁପ୍‌ର...

କୋହଲି ମାଲାମାଲ: ପାଇବେ ୧୨୫ ଗୁଣ ଅଧିକ ଟଙ୍କା

ନୂଆଦିଲ୍ଲୀ,୧୦।୨:ଆଇପିଏଲ୍‌ ୨୦୨୨ର ମେଗା ନିଲାମ ପାଇଁ ଗଣନା ଆରମ୍ଭ ହୋଇଛି। ଫେବୃଆରୀ ୧୨ ଏବଂ ୧୩ରେ, ବେଙ୍ଗାଲୁରୁରେ ବିସିସିଆଇ ଦ୍ୱାରା ନିଲାମ ଚାଲିଛି। ୧୫ଟି ଦେଶରୁ...

ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଓଡ଼ିଆ ଝିଅ ଝିଲ୍ଲୀଙ୍କୁ ରୌପ୍ୟ, ମୀରାବାଇ ନିରାଶ

ନିଙ୍ଗ୍‌ବୋ (ଚାଇନା), ୨୨।୪(ପି.ଟି.)- ପ୍ରାକ୍ତନ ବିଶ୍ୱ ବିଜୟିନୀ ମୀରାବାଇ ଚାଣୁ ଏଠାରେ ଚାଲିଥିବା ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ୪ର୍ଥ...

Advertisement
Archives

Model This Week