Posted inଖେଳ

ବିଶ୍ୱ ଚାମ୍ପିୟନ ସ୍ପ୍ରିଣ୍ଟର କୋଲ୍‌ମ୍ୟାନ୍‌ ସସ୍‌ପେଣ୍ଡ

ଓ୍ବାଶିଂଟନ, ୧୭ା୬ (ଏପି): ଡ୍ରଗ୍ସ ଟେଷ୍ଟ ବେଳେ ଅନୁପସ୍ଥିତ ଯୋଗୁ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ୧୦୦ମିଟର ବିଶ୍ୱ ଚାମ୍ପିୟନ ଖ୍ରିଷ୍ଟିଆନ କୋଲ୍‌ମ୍ୟାନଙ୍କୁ ସାମାୟିକ ସସ୍‌ପେଣ୍ଡ କରିଛି। ଓ୍ବାଲର୍‌ଡ ଆଥଲେଟିକ୍ସ ଆଣ୍ଟି-ଡୋପିଂ ରୁଲ୍ସ କିମ୍ବା ଇଣ୍ଟିଗ୍ରିଟି କୋଡ୍‌ ଅଫ୍‌ କଣ୍ଡକ୍ଟ ଅଧୀନରେ ଶୁଣାଣି ସହ ଚୂଡ଼ାନ୍ତ ନିଷ୍ପତ୍ତି ନ ହେଲା ପର୍ଯ୍ୟନ୍ତ ଏହି ଆମେରିକୀୟ ସ୍ପ୍ରିଣ୍ଟର ସସ୍‌ପେଣ୍ଡ ରହିବେ। କୋଲ୍‌ମ୍ୟାନ୍‌ ପୂର୍ବରୁ ତାଙ୍କ ଟୁଇଟରରେ ସଫେଇ ଦେଇ କହିଛନ୍ତି, ଡ୍ରଗ୍‌ଟେଷ୍ଟରମାନେ ଡିସେମ୍ବର ୯ରେ ମୋତେ ପାଇ ନ ଥିଲେ। ସେତେବେଳେ ମୁଁ ନିକଟବର୍ତ୍ତୀ ଏକ ମଲ୍‌ରେ ଖ୍ରିଷ୍ଟମାସ୍‌ ସପିଂରେ ବ୍ୟସ୍ତ ଥିଲି। ଡୋପିଂ ନିୟମାନୁସାରେ ଜଣେ ତାଲିକାଭୁକ୍ତ ଏଲିଟ୍‌ ଆଥଲେଟ ସେମାନଙ୍କ ଦୈନିକ ଠିକଣା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ବାଧ୍ୟ। କାରଣ ଯେ କୌଣସି ଦିନ ତାଙ୍କଠାରୁ ଡୋପ୍‌ ସାମ୍ପଲ ସଂଗ୍ରହ କରାଯାଇପାରେ। ଏଥିପାଇଁ ତାଙ୍କୁ ଏକ ଘଣ୍ଟା ସମୟ ମଧ୍ୟ ଦେବାକୁ ପଡ଼ିବ। ଏଥିରେ ଖିଲାପ କଲେ ସମ୍ପୃକ୍ତ ଆଥଲେଟ୍‌ ଡୋପ୍‌ ଟେଷ୍ଟକୁ ଫାଙ୍କି ଦେଉଛନ୍ତି ବୋଲି ବୁଝାଯିବ। କୋଲମ୍ୟାନ ୧୨ ମାସରେ ଏହାକୁ ମିଶାଇ ୩ ଥର ଏହି ନିୟମର ଉଲ୍ଲଂଘନ କରିସାରିଛନ୍ତି। ଟୋକିଓ ଗେମ୍ସ ପୁରୁଷ ୧୦୦ମିଟର ଦୌଡ଼ ପାଇଁ କୋଲ୍‌ମ୍ୟାନ୍‌ଙ୍କୁ ଫେଭରାଇଟ୍‌ ବିବଚେନା କରାଯାଉଛି। ସେ ସଫେଇ ଦେଇ କହିଛନ୍ତି ତାଙ୍କ ଘରକୁ କେହି ଡୋପ୍‌ ଟେଷ୍ଟର ଆସିଥିବା କୌଣସି ରେକର୍ଡ ନାହିଁ। ଯଦି ଅବା କେତେବେଳେ ତାଙ୍କୁ ଖୋଜା ଯାଇଛି, ସେତେବେଳେ ସେ ୫ ମିନିଟ୍‌ ହେବ ବାହାରକୁ ଯାଇଥିଲେ। ଗତ ସେପ୍ଟେମ୍ବରରେ କାତାରର ଦୋହାଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ ୧୦୦ମିଟର ଦୌଡ଼ରେ କୋଲମ୍ୟାନ ଟାଇଟଲ ଜିତିଥିଲେ। ଏକ ବୈଷୟିକ କାରଣରୁ ଡ୍ରଗ୍ସ ଟେଷ୍ଟ ମିସ୍‌ କରିଥିବାରୁ ୟୁଏସ୍‌ ଆଣ୍ଟି ଡୋପିଂ ଏଜେନ୍ସି ତାଙ୍କୁ ଛାଡ଼ି ଦେଇଥିଲା। କୋଲମ୍ୟାନ ମଙ୍ଗଳବାର କହିଛନ୍ତି ମୁଁ କେବେ ହେଲେ ପ୍ରଦର୍ଶନବର୍ଦ୍ଧକ ଔଷଧ ସେବନ କରି ନାହିଁ କିମ୍ବା ଭବିଷ୍ୟତରେ କରିବି ନାହିଁ। ଡୋପ୍‌ ଟେଷ୍ଟରେ ସବୁବେଳେ ମୁଁ ନିର୍ଦ୍ଦୋଷ ପ୍ରମାଣିତ ହେବି। ଚଳିତ ମାସରେ ଏହି ଭଳି ଅଭିଯୋଗ ମହିଳା ୪୦୦ମିଟର ବିଶ୍ୱ ଚାମ୍ପିୟନ ବାହାରିନ୍‌ର ସାଲଓ୍ବା ଇଦ୍‌ ନାସେରଙ୍କ ବିରୋଧରେ ଆସିଥିଲା। ଘଟଣାର ତଦନ୍ତ ଚାଲିଛି। ସାଲଓ୍ବା ଗତବର୍ଷ ଦୋହାରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ପୂର୍ବତନ ୟୁଏସ୍‌ ଜାତୀୟ ୨୦୦ ମିଟର ଚାମ୍ପିୟନ ଦିଆଜା ଷ୍ଟିଭେନ୍ସ ଗତ ମେ ମାସରେ ସସ୍‌ପେଣ୍ଡ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଭାସ୍କର-ତେନ୍ଦୁଲକରଙ୍କ କ୍ଲବ୍‌ରେ ସାମିଲ ହେଲେ ପୂଜାରା

ସିଡନୀ,୧୧।୧: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ କ୍ରିକେଟର୍‌ ଚେତେଶ୍ୱର ପୂଜାରା କମାଲ ପ୍ରଦର୍ଶନ କରିଛନ୍ତି। ସେ ଅର୍ଦ୍ଧଶତକ ହାସଲ କରି କେବଳ...

ଭାରତ ପାଇଁ ସମ୍ମାନର ପ୍ରଶ୍ନ

ଭୁବନେଶ୍ୱର, ୧୪।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ଶୁକ୍ରବାର ଭାରତ ଓ ମରକ୍କୋ ମଧ୍ୟରେ ମ୍ୟାଚ ଅନୁଷ୍ଠିତ...

ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି: ଭାରତକୁ ତୃତୀୟ ଝଟ୍‌କା

ଟାରୌବା,୨୯।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ବ୍ରାଏନ୍‌ ଲାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ...

ଅଷ୍ଟ୍ରେଲିଆ ବ୍ୟାଟ୍‌ କମ୍ପାନୀ ବିରୋଧରେ ମକଦ୍ଦମା ଦାୟକ କଲେ ସଚିନ

ନୂଆଦିଲ୍ଲୀ,୧୪।୬: ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆର ଏକ ବ୍ୟାଟ ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ଦଓ୍ବୋନୀ ମକଦ୍ଦମା ଦାୟର କରିଛନ୍ତି। ଉକ୍ତ କମ୍ପାନୀ ବ୍ୟାଟ୍‌...

ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ବାସନ୍ଦ

ହାରରେ,୨୨।୬(ଏପି): ଦୁର୍ନୀତି ଅଭିଯୋଗ ଆସିବା ପରେ ଦେଶରେ କ୍ରୀଡ଼ା ପରିଚାଳନା କରୁଥିବା ସରକାରୀ ସଂସ୍ଥା ପକ୍ଷରୁ ଜିମ୍ବାଓ୍ବେ କ୍ରିକେଟ୍‌ (ଜେଡ୍‌ସି) ବୋର୍ଡକୁ ବାସନ୍ଦ କରାଯାଇଛି। ସ୍ପୋଟର୍‌ସ...

ଗ୍ଲୋଡେନ ଗ୍ଲୋବ ରେସ ଜିତି ଇତିହାସ ରଚିଲେ ଅଭିଳାଷ…

ପ୍ୟାରିସ,୨୯।୪ : ଭାରତୀୟ ନୌସେନାର ପୂର୍ବତନ କମାଣ୍ଡର ଅଭିଳାଷ ଟମି ଗୋଲଡେନ ଗ୍ଲୋବ ରେସରେ ଜିତି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହା ଦୁନିଆର ସବୁଠାରୁ...

ରାଜସ୍ଥାନକୁ ହରାଇ ଦିଲ୍ଲୀ ଶୀର୍ଷରେ

ଜୟପୁର, ୨୩ା୪ (ପି.ଟି.)-ସ୍ଥାନୀୟ ସଓ୍ବାଇ ମାନସିଂ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏକ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ଅଜିଙ୍କ୍ୟ ରାହାନେ ଅପରାଜିତ ଶତକ ହାସଲ...

ଆର୍ଜେଣ୍ଟିନା, ଇଂଲଣ୍ଡ ବିଦା

ବୁଏନ୍ସ ଏୟାର୍ସ, ୨ା୬: ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଇଟାଲୀ, ନାଇଜେରିଆ, ବ୍ରାଜିଲ ଓ କଲମ୍ବିଆ।...

Advertisement
Archives

Model This Week