ବିଶ୍ୱ ଖାଦ୍ୟ ଦିବସ:ପୃଥିବୀରେ ୮୦ କୋଟି ଭୋକିଲା

ଜେନେଭା: ପ୍ରତିବର୍ଷ ଅକ୍ଟୋବର ୧୬ରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଇଥାଏ। ସମସ୍ତଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଇତିମଧ୍ୟରେ ୟୁନିସେଫ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେନରିଟା ଫୋରେଙ୍କ ଦ୍ୱାରା ‘ଷ୍ଟେଟ୍‌ ଅଫ୍‌ ଦି ଓ୍ବାଲର୍‌ଡ୍‌ ଚିଲଡ୍ରେନ୍‌’ ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ପୃଥିବୀରେ ୮୦ କୋଟି ଲୋକ ଖାଦ୍ୟ ଅଭାବରୁ ପ୍ରତିଦିନ ଭୋକିଲା ରହିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କୁ ଦିନକୁ ଦୁଇବେଳା ଖାଦ୍ୟ ମିଳିବା କଷ୍ଟକର ହୋଇପଡୁଛି। ସେହିପରି ୫ ବର୍ଷରୁ କମ୍‌ ବୟସ୍କ ମୋଟ ୭୦ କୋଟି ଶିଶୁଙ୍କ ମଧ୍ୟରୁ ଏକ ତୃତୀୟାଂଶ କୁପୋଷଣ ଯୋଗୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ପଡୁଥିବା ରିପୋର୍ଟରେ ପ୍ରକାଶ ପାଇଛି। ୧୯୯୯ରେ ପୃଥିବୀରେ ୫ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ କୁପୋଷଣର ଶିକାର ହୋଇଥିବାବେଳେ ୨୦୧୫ ବେଳକୁ ସ୍ଥିତିରେ ସୁଧାର ହୋଇଥିବା ରିପୋର୍ଟରେ କୁହାଯାଇଛି। ସମ୍ପ୍ରତି ୧୪ କୋଟି ୯୦ ଲକ୍ଷ ୪ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ଶାରୀରିକ ବିକାଶ ବୟସ ଅନୁପାତରେ ଠିକ୍‌ ଭାବେ ହୋଇପାରି ନାହିଁ। ବିଭିନ୍ନ ଦେଶରେ ଲାଗି ରହିଥିବା ଗୃହଯୁଦ୍ଧ, ଆତଙ୍କବାଦୀ ଆକ୍ରମଣ, ସାମ୍ପ୍ରଦାୟିକ ହିଂସା ଯୋଗୁ ଲୋକେ ହନ୍ତସନ୍ତ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ପିନ୍ଧିବା ପାଇଁ ପୋଲିସ କଲା ଏମିତି ଅନୁରୋଧ, ଜାଣିଲେ କରିବେ ପ୍ରଶଂସା

ପୁଣେ,୩ା୯: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ସଂକ୍ରମଣ ବଢୁଥିବାରୁ ସର୍ବସାଧାରଣ ସ୍ଥାନକୁ ନ ଯିବା ପାଇଁ ବାରଣ କରାଯାଉଛି। ଯଦି ଜରୁରୀ...

ସାର୍କ ମୁହଁରୁ ବ୍ୟକ୍ତିଙ୍କୁ ବଞ୍ଚାଇଲା ଡ୍ରୋନ୍‌, ଦେଖନ୍ତୁ ଛାତିଥରା ଦୃଶ୍ୟ

ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି ସମୁଦ୍ରରେ ମନ ଆନନ୍ଦରେ ବୋଟିଂ କରୁଥିଲେ। କିନ୍ତୁ ସେ ଜାଣି ନ ଥିଲେ ମୃତ୍ୟୁ ତାଙ୍କ ପଛେ ପଛେ ଘୂରି ବୁଲୁଛି।...

ସଂସଦରେ ପ୍ରଥମ ଥର ପାଇଁ ଘଟିଲା ୫ ନୂଆ ଘଟଣା !

ନୂଆଦିଲ୍ଲୀ, ୧୪।୯: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ସଂସଦରେ ୫ଟି ନୂଆ ଘଟଣା ଘଟିଛି। ସଂସଦ ଆରମ୍ଭ ହେବା...

‘ଗୋମୂତ୍ର ପିଅନ୍ତୁ ଭାଜପା ଏମ୍‌ପି’

ନୂଆଦିଲ୍ଲୀ,୪ା୨:ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ର ଗୁରୁବାର ପାର୍ଲାମେଣ୍ଟର ଭାଜପା ସଦସ୍ୟମାନଙ୍କୁ ଗୋମୂତ୍ର ପିଇବାକୁ ପରାମର୍ଶ ଦେଇଛନ୍ତି। ପଶ୍ଚିମବଙ୍ଗର କ୍ରିଷ୍ଣାନଗର ଆସନରୁ ଲୋକ ସଭାରେ...

‘କରୋନା ପ୍ୟାକେଜ୍‌ ନିଷ୍ଠୁର ପରିହାସ’

ନୂଆଦିଲ୍ଲୀ,୨୩ା୫(ପି.ଟି.): ଦେଶରେ କୋଭିଡ୍‌-୧୯ ସ୍ଥିତିକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଉପରେ ଜୋର୍‌ଦାର ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟିର...

ଆଶ୍ଚର୍ଯ୍ୟଜନକ କାମ କଲେ ଯୁବତୀ, ୟୁଜର୍ସ କହିଲେ ହେ ଭଗବାନ!

ଆଜିକାଲି ଲୋକମାନେ ସୃଜନଶୀଳତା ନାମରେ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। କେହି କେହି ଆଇସକ୍ରିମରେ ଦୋସା ତିଆରି କରୁଥିବାବେଳେ କେହି କେହି ଚାଉମିନ ମୋମୋସ...

ଏସବୁ ରାଶିର ବ୍ୟକ୍ତି ହୋଇଥାନ୍ତି ମେଡ୍‌ ଫର୍‌ ଇଚ୍‌ ଅଦର…

ପାର୍ଟନରଙ୍କ ସହ ପରଫେକ୍ଟ ମ୍ୟାଚ୍‌ ବନାଇ ରଖିବାକୁ କିଏ ବା ନ ଚାହେଁ । ସେଥିପାଇଁ ବିବାହ ପୂର୍ବରୁ ବରକନ୍ୟାଙ୍କ ରାଶି ମେଳକ ଲାଗି ଜ୍ୟୋତିଷଶାସ୍ତ୍ରରେ...

ନିର୍ବାଚନ ଜିତିବା ପାଇଁ ଇସ୍ରାଏଲର ସହାୟତା ନିଅନ୍ତି ମୋଦି: କଗ୍ରେସ

ନୂଆଦିଲ୍ଳୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ମୋଦି ଗଣତନ୍ତ୍ର ସହ ଖେଳୁଛନ୍ତି, ସେ ନିର୍ବାଚନରେ ଜିତିବା ପାଇଁ ଇସ୍ରାଏଲର...

Advertisement
Archives

Model This Week