ବିଶ୍ୱ ଏଡ୍‌ସ ଦିବସ: ସମସ୍ତ ଯୁବତୀ ଯୁବକ ସଚେତନ ହେଲେ ଦୂରେଇବ ଏଡ୍‌ସ

ଭୁବନ,୧।୧୨(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜରେ ରବିବାର ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏଡ୍‌ସ ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ମହିଳା ଡିଗ୍ରୀ କଲେଜର ଅଧ୍ୟକ୍ଷ ଦିଲ୍ଲୀପ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ସମାଜରେ ଏଡ୍‌ସରୋଗର ନିରାକରଣ ଓ ସଚେତନତା ସମ୍ପର୍କରେ ଅବଗତ କରାଇଥିଲେ। ସେଥିରେ +୨ ମହିଳା କଲେଜର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ ସଭାପତିତ୍ୱ କରିଥିଲାବେଳେ ସ୍କାଉଟ୍‌ ରେଞ୍ଜର ଅଧ୍ୟାପିକା ଶୁପ୍ତିମୟୀ ସେନ୍‌ ଅତିଥି ଭାବେ ଯୋଗଦେଇ ସମସ୍ତେ ଯୁବତୀ- ଯୁବକ ସଚେତନ ହେଲେ ଦେଶରୁ ଏଡ୍‌ସ ଦୂରେଇ ଯାଇପାରିବ ବୋଲି କହିଥିଲେ। ଏହି ଅବସରରେ ଏନ୍‌ସିସି ଓ ଗାଇଡ୍‌ ଯୋଗଦେଇ ସଚେତନ ପାଇଁ ସହର ପରିକ୍ରମା କରିଥିଲେ। ଏହି ରାଲିରେ ଅଧ୍ୟାପିକା ନମିତା ଦ୍ୱିବେଦୀ,ଡେମୋନ୍‌ଷ୍ଟ୍ରେଟର ଆମୁଜ କୁମାର ସାହୁ, ଗ୍ରନ୍ଥାଗାର ବରିଷ୍ଠ ଅଧିକାରୀ କୈଳାସ ଚନ୍ଦ୍ର ପତ୍ରି ଉପସ୍ଥିତ ରହି ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ଶିକ୍ଷାଧିକାରୀଙ୍କ ଉପରେ ବର୍ଷିଲେ ୩ ବିଧାୟକ

ଫୁଲବାଣୀ ଅଫିସ,୧୧ା୧ -ଜିଲା ଉନ୍ନୟନ ସମନ୍ବୟ ଏବଂ ମନିଟରିଂ କମିଟି (ଦିଶା) ବୈଠକ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମଥର...

ଯୁବତୀଙ୍କୁ ପିଟିଲେ ଆର୍‌ପିଏଫ୍‌ କନଷ୍ଟେବଳ

ରାଉରକେଲା ଅଫିସ,୨ା୧୦: ରାଉରକେଲା ପାନପୋଷ ରେଲଓ୍ବେ ଷ୍ଟେଶନରେ ଜଣେ ଯୁବତୀଙ୍କୁ ଆର୍‌ପିଏଫ୍‌ କନଷ୍ଟେବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କନଷ୍ଟେବଳଙ୍କ ମାଡ଼ରେ ଯୁବତୀ ଜଣଙ୍କ ଲହୁଲୁହାଣ...

ବନ୍ତ ବ୍ଲକ: ଘର ଉପରେ ମାଡି ବସିଲା ଗଛ

ବନ୍ତ,୨୧।୫(ଡି.ଏନ୍‌.ଏ.)-ବାତ୍ୟା ‘ଅମ୍ଫନ୍‌’ ପ୍ରଭାବରେ ଭଦ୍ରକ ଜିଲା ବନ୍ତ ବ୍ଲକର କେତେକ ସ୍ଥାନରେ ଗଛ ପଡି ଘର ଭାଙ୍ଗିଯାଇଛି। ଆପଣ୍ଡା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅଧିନ ବସନ୍ତିଆ...

ଭିଜିଲାନ୍ସ ଜାଲରେ ସେକ୍ସନ ଅଧିକାରୀ

ବଲାଙ୍ଗୀର ଅଫିସ,୨୫।୧: ବଲାଙ୍ଗୀର ଜିଲା ଆଗଲପୁର ତହସିଲ ସେକ୍ସନ ଅଧିକାରୀ ପ୍ରଫୁଲ୍ଲ କୁମାର ସାଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବର୍ହିଭୁତ...

ବରପାଲି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଚୋରି ଘଟଣାରୁ ବନ୍ଧୁଙ୍କୁ ହତ୍ୟା କରିଥିଲେ ସାଙ୍ଗ

ବରଗଡ଼ ଅଫିସ,୧୮।୧୨- ବରଗଡ଼ ଜିଲା ବରପାଲି ଜଗନ୍ନାଥ ନଗରରେ ଗତ ୧୩ ତାରିଖରେ ଘଟିଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ଚୋରି ଘଟଣାକୁ କେନ୍ଦ୍ର କରି...

ସିଟି ହସ୍ପିଟାଲ୍‌ରେ ଅଚାନକ ପହଞ୍ଚିଲେ ଜିଲାପାଳ: ଦୁଇ ଔଷଧ ଦୋକାନ ବନ୍ଦ

ବ୍ରହ୍ମପୁର ଅଫିସ୍‌,୧୦ା୧୦-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବା ପରଠୁ ବରିଷ୍ଠ ପ୍ରଶାସକମାନେ ସାଧାରଣ ଲୋକଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ବୁଝୁଛନ୍ତି।...

ଦୁର୍ନୀତି ଆଁରେ ଧାନ, ଚାଉଳ ସଂଗ୍ରହ ପ୍ରକ୍ରିୟା

ଯାଜପୁର ଅଫିସ,୨୫ା୪: ଯାଜପୁର ଜିଲା ଯୋଗାଣ ବିଭାଗ ଉଭୟ ଖେଳାଳି ଓ ରେଫରୀ ସାଜି ଧାନ ସଂଗ୍ରହରେ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି। ନବନିର୍ମାଣ କୃଷକ ସଂଗଠନ...

ପାଠ ପଢ଼ାରେ ଅନ୍ଧାରୀ ନଦୀ ବାଧକ

ଦେଶମନ୍ତପୁର, ୧୩ା୯( ଡି.ଏନ୍‌. ଏ.):କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକରେ ଏବେ ମଧ୍ୟ ଏପରି ଦୁର୍ଗମ ଗ୍ରାମାଞ୍ଚଳ ରହିଛି ଯେଉଁଠି ଅର୍ଥ ବିନିଯୋଗ ହେଉଥିଲେ ମଧ୍ୟ ଏହାର...

Advertisement
Archives

Model This Week