ବିଶ୍ୱ ଆଦିବାସୀ ଦିବସ ପାଳିତ: ଭାଷା,ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ

ମୁରିବାହାଲ, ୧୮।୮ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମୁରିବାହାଲ ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଜମିଦାରପଡାଠାରେ ରବିବାର ରାଜ୍ୟସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏଥିରେ ଆଦିବାସୀଙ୍କର ଜମି, ଜଳ, ଜଙ୍ଗଲ, ଭାଷା ଓ ସଂସ୍କୃତିର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ଏଥିସହ ଆଦିବାସୀମାନେ ଶିକ୍ଷା ପ୍ରତି ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ବ୍ରଜକିଶୋର ସିଂଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଜିତୁ ଜାରେସିକା ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ। ଜାରେସିକା ତାଙ୍କ ବକ୍ତବ୍ୟରେ ଆଦିବାସୀମାନଙ୍କର ବିକାଶ, ନିଜର ନ୍ୟାର୍ଯ୍ୟ ଦାବି ହାସଲ, ଶିକ୍ଷାର ଉନ୍ନତୀକରଣ ଉପରେ ଯୋର ଦେଇଥିଲେ। ପୃଥିବୀର ୯୦ଟି ଦେଶର ୪୦ କୋଟିରୁ ଉର୍ଦ୍ଧ୍ୱ ଆଦିବାସୀ ୭ ହଜାର ଭାଷା ବ୍ୟବହାର କରୁଥିବା ବେଳେ ୫ ହଜାର ସଂସ୍କୃତି ସହ ଜଡିତ ଅଛନ୍ତି । ତେଣୁ ସମଗ୍ର ଆଦିବାସୀ ନିଜ ସମ୍ପ୍ରଦାୟର ମାତୃଭାଷା, ସାହିତ୍ୟ, ପାଣ୍ଡୁଲିପି, ସଂସ୍କୃତିର ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିବା ପାଇଁ ସେ ଆହ୍ବାନ ଦେଇଥିଲେ। ସମ୍ମାନୀତ ଅତିଥିଭାବେ ମହାସଚିବ ନିରଞ୍ଜନ ବିଶି, ରାଜ୍ୟ ଉପସଭାପତି ପରମାନନ୍ଦ ମାଝୀ, ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ଉପାଧ୍ୟକ୍ଷ ଯୋଗେନ୍ଦ୍ର ଭୋଇ, ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ଶରତ ଚନ୍ଦ୍ର ସିଂଭୋଇ, ହେମ୍ରମ ହଂସଦା, ସୁରେଶ ଭୋଇ, ସରପଞ୍ଚ ମିଥିଲା ମାଝୀ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ରାୟଗଡାରୁ ଆସିଥିବା ଗୁରକା ଲୋକନୃତ୍ୟ, ନୟମଗିର ଡଙ୍ଗରିଆ କନ୍ଧଙ୍କ ଦ୍ୱାରା ଢାପ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରଥମଥର ପାଇଁ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ମାତୃଭାଷା ଓ ସୁରକ୍ଷା ଦିବସ ସମାରୋହରେ ରାଜ୍ୟର ୯ଟି ଜିଲାର ଆଦିବାସୀମାନେ ଯୋଗଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

ଘରେ ଶୋଇଥିବା ବେଳେ ଭଉଣୀ-ଭାଇଙ୍କୁ କାମୁଡ଼ିଲା ସାପ, ଚାଲିଗଲା ଜୀବନ

ବଲାଙ୍ଗୀର,୨୫ା୭: ବଲାଙ୍ଗୀର ଜିଲା ସଇଁତଳା ଥାନା ଜାମପଦର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ରାତିରେ ମା’-ବାପାଙ୍କ ସହ ଶୋଇଥିବା ବେଳେ ଭଉଣୀ-ଭାଇ ଅସୁସ୍ଥ ହୋଇପଡ଼ିଥିଲେ।...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ୯ଟି ଜାଗାରେ ଚଢାଉ

ବଲାଙ୍ଗୀର,୨୫।୭: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗେର ବଲାଙ୍ଗିର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଏକକାଳୀନ...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ଠିକାଦାରଙ୍କୁ ମାଗିଥିଲେ ୧ ଲକ୍ଷ ଲାଞ୍ଚ

ବଲାଙ୍ଗୀର,୨୪ା୭(ସୁନୀଲ କୁମାର ମହାନ୍ତି): ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ସୁଜିତ...

ଯୁବତୀଙ୍କ ମୁଣ୍ଡରେ ଛୁଞ୍ଚି ଫୁଟାଇଲେ ତାନ୍ତ୍ରିକ, ସାମ୍ନାକୁ ଆସିଲା ଖବର, ଆଉ ତା’ ପରେ…

ବଲାଙ୍ଗୀର,୧୮ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଇଚଗାଁରେ ଗୁଣିଗାରେଡ଼ିରେ ଜଣେ ଯୁବତୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଯୁବତୀଙ୍କ ବାରମ୍ବାର...

ପୁତୁରାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦାଦା-ଖୁଡ଼ୀ

ବଲାଙ୍ଗୀର,୧୮ା୭: ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅଏଁଲାସାରି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ହତ୍ୟା କରାଯାଇଛି।...

ପମ୍ପ ହାଉସ୍‌ରୁ ନେଇଗଲେ କେବୁଲ ତାର: ୫ ଦିନ ହେଲା ଜଳ ଯୋଗାଣ ବନ୍ଦ

ଦେଓଗାଁ,୧୫ା୭(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ କୁତୁର୍ଲା ପଞ୍ଚାୟତର ବହଲି, ସାରସବାହାଲ ଓ କୁତୁର୍ଲା ପମ୍ପ ହାଉସ୍‌ରୁ କେବୁଲ ଚୋରି ହୋଇଯାଇଛି ା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri