ବିଶ୍ୱସ୍ତରୀୟ ସେବା,ସାମଗ୍ରୀ ଯୋଗାଇବ ଜୟଆଲୁକ୍କାସ୍‌

ଭୁବନେଶ୍ୱର,୭।୧୦:ବିଶ୍ୱର ଲୋକପ୍ରିୟ ଜୁଏଲେରି ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ଜୁଏଲେରି ଭାରତ ବଜାରରେ ତା’ର ଅବସ୍ଥିତି ଜାହିର ସାଙ୍ଗକୁ ଶାଖା ବିସ୍ତାର କରିଚାଲିଛି। ଏପରିକି ଖୁବ୍‌ଶୀଘ୍ର ଭୁବନେଶ୍ୱରର ଶହୀଦନଗର(ଜନପଥ)ଠାରେ ତା’ର ପ୍ରଥମ ଷ୍ଟୋର (ଶୋ’ରୁମ୍‌) ଖୋଲିବାକୁ ଯାଉଛି। ବିଶେଷକରି ସହରର ଅଳଙ୍କାରପ୍ରେମୀମାନେ ଶୋ’ରୁମ୍‌ ଉଦ୍‌ଘାଟନ ଅବସରରେ ଆକର୍ଷଣୀୟ ଅଫର ପାଇପାରିବେ। ଏହି ଅତ୍ୟାଧନୁକି ଶୋ’ରୁମ୍‌ ବିଶ୍ୱସ୍ତରୀୟ ଶୈଳୀ ଅନୁଯାୟୀ ଡିଜାଇନ ହୋଇଛି। ଏଥିରେ ରହିଥିବା ପ୍ରିମିୟମ ବୈଶିଷ୍ଟ୍ୟ ଓ ସୁବିଧା ଅଳଙ୍କାର ପ୍ରେମୀମାନଙ୍କୁ ସୁଖଦ ତଥା ଅଭିନବ ଶପିଂ ଅନୁଭୂତି ପ୍ରଦାନ କରିବ। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୬ ପୂର୍ବାହ୍ନ ୧୧.୩୦ ସମୟରେ ଶୋ’ରୁମ୍‌ର ଉଦ୍‌ଘାଟନୀ ସମାରୋହ କାର୍ଯ୍ୟକ୍ରମ ରହିଛି। ଏହାର ଆଧୁନିକ ସାଜସଜ୍ଜା ସହ ଭୁବନେଶ୍ୱର ବାସିନ୍ଦାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯଥେଷ୍ଟ ଶପିଂ ଏବଂ ପାର୍କିଂ ସ୍ଥାନ ରଖାଯାଇଛି। ଉଦ୍‌ଘାଟନୀ ସମାରୋହ ଅବସରରେ ଆକର୍ଷଣୀୟ ଅଫର ଦିଆଯିବ। ଗ୍ରାହକମାନେ ଶୋ’ରୁମ୍‌ ପରିଦର୍ଶନ କରି ବିଶ୍ୱସ୍ତରୀୟ ଆଧୁନିକ ଏବଂ ଉତ୍କୃଷ୍ଟ ଗହଣା ସମ୍ଭାର ଦେଖିପାରିବେ ଏବଂ ପୂର୍ବରୁ କେବେ ଦେଖି ନ ଥବା ଅତୁଳନୀୟ ଗହଣା କିଣିବାର ଅନୁଭୂତି ମଧ୍ୟ ପାଇପାରିବେ। ଏ ସମ୍ପର୍କରେ ଜୟଆଲୁକ୍କାସ୍‌ ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଜୟ ଆଲୁକ୍କାସ୍‌ କହଛନ୍ତି, ଆମେ ଅତୁଳନୀୟ ଗହଣା କିଣିବା ଅନୁଭୂତି ପ୍ରଦାନ କରିବା ଲାଗି ସଙ୍କଳ୍ପବଦ୍ଧ ଏବଂ ଭୁବନେଶ୍ୱରବାସୀ ନିଶ୍ଚିତ ଭାବେ ଏହି ଅନୁଭୂତି ହାସଲ କରିପାରିବେ। ବିଶେଷକରି ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ, ଆମେ ସେମାନଙ୍କୁ ଶ୍ରେଷ୍ଠ ଓ ବ୍ୟାପକ ଶ୍ରେଣୀର ଅଳଙ୍କାର ସମ୍ଭାର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛୁ। ଏଠାକାର ଅଳଙ୍କାରପ୍ରେମୀ ଗ୍ରାହକମାନଙ୍କୁ ପ୍ରିମିୟମ ଏବଂ ବାଧାମୁକ୍ତ ଅନୁଭୂତି ପ୍ରଦାନ କରିବା ଲାଗି ମୋର ସହଯୋଗୀମାନେ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ଆମ ଷ୍ଟୋରର ସୁନ୍ଦର ବାତାବରଣ, ଗହଣାର ବିସ୍ତୃତ ସମ୍ଭାର, ଶ୍ରେଷ୍ଠତମ ଗ୍ରାହକ ସେବା ସହ ଆକର୍ଷଣୀୟ ଉଦ୍‌ଘାଟନୀ ଅଫର ଓ ଉପହାର ଗ୍ରାହକଙ୍କ ଖୁସିକୁ ଦୁଇଗୁଣିତ କରି ଦେବ। ଶୋ’ରୁମ୍‌ ଉଦ୍‌ଘାଟନୀ ସମାରୋହକୁ ଆସିବା ସହ ଏକ ଆନନ୍ଦଦାୟକ ଅଳଙ୍କାର ଶପିଂ ଅନୁଭୂତି ହାସଲ କରିବା ଲାଗି ମଁୁ ସମସ୍ତ ଭୁବନେଶ୍ୱରବାସୀଙ୍କୁ ସ୍ବାଗତ ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ

ମହାକାଳପଡ଼ା, ୨୫।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ଥାନା ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ବି.ବି. କଲୋନୀ କାଜୁ ଜଙ୍ଗଲରେ ବୁଧବାର ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ...

ଦୀପାବଳି ଦିନ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜାରି ହେବ ୧୪୪ ଧାରା

ପୁରୀ ଅଫିସ,୧।୧୧: ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ। ଏହି ଅବସରରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ...

ମାର୍ଚ୍ଚ ୨୨, ୨୩ରେ ଗାଁ ସ୍ତରରେ ମିଳିବ ମଧୁବାବୁ ଭତ୍ତା: ମନ୍ତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): କରୋନାକୁ ମୁକାବିଲା କରିବା ଲାଗି ସରକାର ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ହିତାଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ ଯୋଜନା...

ଭିତ୍ତିଭୂମି ଅଛି, ମିଳୁନି ପ୍ରୋତ୍ସାହନ: ଆଦିବାସୀ ହଳଦୀ ଚାଷୀ ଅବହେଳିତ

କେନ୍ଦୁଝର ୭|୧ – ବହୁ ବର୍ଷ ହେଲା ହଳଦୀ ଚାଷ କରି ଆସୁଛୁ। ଅଳ୍ପ ଜମିରେ ଏହି ଚାଷ କରୁଛୁ। ଏଥିପାଇଁ କିଏ ଆମକୁ ସହାୟତା...

ଆଜି ୧୬ ଜୀବନ ନେଲା କରୋନା

ଭୁବନେଶ୍ବର,୧୭।୨:ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ। ମଙ୍ଗଳବାର କରୋନା ୧୬ ଜଣଙ୍କ ଜୀବନ ନେଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଆଜି ମହାପ୍ରଭୁଙ୍କର ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ, ୨୭।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଶ୍ରୀମନ୍ଦିର...

ମାଷ୍ଟରସେଫ୍‌ ଇଣ୍ଡିଆ ବିଜେତା ଓଡ଼ିଆ ପୁଅ ଅବିନାଶ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଜାତୀୟସ୍ତରୀୟ ରିୟଲିଟି ଶୋ’ରେ ପୁଣିଥରେ ଚମକିଛି ଓଡ଼ିଶା। ଏଥର କୌଣସି ଡ୍ୟାନ୍ସ କି ମ୍ୟୁଜିକ୍‌ ରିୟାଲିଟି ଶୋ’ ନୁହେଁ, ଦେଶର ସବୁଠାରୁ ଲୋକପ୍ରିୟ କୁକିଂ...

ବଜ୍ରକାପ୍ତା ପାଇଁ ବନ୍ଦ ହେଉ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର, ୧୮ା୮(ବ୍ୟୁରୋ):    ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଆଦିମାତା କଲୋନୀସ୍ଥିତ ‘ମୋ ବସ’ ଡିପୋରେ ଚାଲିଥିବା ନିର୍ମାଣ କାମକୁ ବନ୍ଦ କରି ବଜ୍ରକାପ୍ତାଙ୍କୁ ସୁରକ୍ଷା ଦିଆଯାଉ...

Advertisement
Archives

Model This Week