Posted inଫୁରସତ

ବିଶ୍ୱର ସବୁଠୁ ସୁରକ୍ଷିତ ଘର, ପରମାଣୁ ବୋମା ପଡ଼ିଲେ ବି ହେବ ନାହିଁ ନଷ୍ଟ

ନିଜ ଘରକୁ ସୁରକ୍ଷିତ ରଖିବାକୁ ସମସ୍ତେ ଚାହାନ୍ତି। ସେ ନେଇ ଘର ନିର୍ମାଣ ହେଉ କିମ୍ବା କିଣା ସମୟରେ ସୁରକ୍ଷା ନେଇ ଯୋଜନା ପ୍ରସ୍ତୁତ କରାଯାଇଥାଏ। ତେବେ ଆଜି ଏପରି ଏକ ଘର ବିଷୟରେ ଜଣାଇବୁ , ଯାହାକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ଘର ବୋଲି କୁହାଯାଇଥାଏ। ଏପରିକି ଏହି ଘର ଉପରେ ପରମାଣୁ ବୋମା ପଡ଼ିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ।
ପୋଲାଣ୍ଡର ରାଜଧାନୀ ଓ୍ବାର୍‌ସାରେ ରହୁଥିବା ଜଣେ ବ୍ୟକ୍ତି ଏପରି ଏକ ଘର କରିବାକୁ ଭାବିଲେ। ଏ ନେଇ ଆର୍କିଟେକ୍‌ଚର ଫାର୍ମ ସହ ଯୋଗାଯୋଗ କରିଥିଲେ। ପରେ ଆର୍କିଟେକ୍‌ଚରମାନେ ଯେଉଁ ଘର ନିର୍ମାଣ କଲେ ତାହା ଆଶ୍ଚର୍ଯ୍ୟ କରିଦେବା ଭଳି। ନିର୍ମାଣକାରୀ ସଂସ୍ଥା ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଗ୍ରାହକଙ୍କୁ ଯେଉଁ ସୁରକ୍ଷିତ ଘର ଅବଶ୍ୟକ ତା’ଠୁ ଅଧିକ ଭଲ ଘର ଯୋଗାଇଲା। ଯେଉଁ ଘରକୁ ବିଶ୍ୱର ସୁରକ୍ଷିତ ଘର ବୋଲି ମାନ୍ୟତା ମିଳିଛି।
ଏହି ଘରର ସବୁଠାରୁ ଆଶ୍ଚର୍ଯ୍ୟଘଟଣା ଗୋଟିଏ ବଟମ୍‌ ଦବାଇବା ପରେ ଘରର ଆଗ ପଛ ଓ ଉପର ତଳ କଙ୍କ୍ରିଟ୍‌ରେ ବନ୍ଦ ହୋଇ ଯାଇଥାଏ। ଏହି ଘର ଥରେ ବନ୍ଦ ହୋଇଗଲେ ଶତ ଚେଷ୍ଟା ପରେ ମଧ୍ୟ ପ୍ରବେଶ କରିବା କଷ୍ଟକର ହୋଇଥାଏ। ଅନ୍ୟପକ୍ଷେ ଯଦି ଘରମାଲିକ ଚାହିଁବେ ତେବେ ଅଟ୍ଟାଳିକା ମଧ୍ୟରେ ତିଆରି ହୋଇଥିବା ପୋଲ ସହାୟତାରେ ଘରକୁ ପ୍ରବେଶ କରି ପାରିବେ। ଏହି ଘର ଭିତର ମଧ୍ୟ ଅଧିକ ସୁନ୍ଦର। ଘର ଆଗରେ ଏକ ସୁଇମିଂ ପୁଲ୍‌ ରହିଛି । ଯାହାକୁ ବନ୍ଦ କରାଯାଇ ନ ଥାଏ। କଙ୍କ୍ରିଟ୍‌ ସହିତ ଧାତୁ କବାଟ ଏହି ଘରକୁ ଅଧିକ ସୁଦୃଢ଼ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri