ବିଶ୍ୱନାଥଙ୍କୁ ଟିକେଟ୍‌ ନ ମିଳିବା ଦୁଃଖଦାୟକ: ଗାଭାସ୍କର

ଲଣ୍ଡନ,୧୪।୭- ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରୋମାଞ୍ଚଭରା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ ଲାଗି ପୂର୍ବତନ ଭାରତୀୟ କ୍ରିକେଟର ଗୁଣ୍ଡପା ବିଶ୍ୱନାଥ ଓ ତାଙ୍କ ଶାଳକଙ୍କୁ ଟିକେଟ୍‌ ମିଳି ନ ଥିଲା। ଗୁଣ୍ଡପାଙ୍କୁ ଫାଇନାଲ ଟିକେଟ୍‌ ଦେବା ଲାଗି ବିସିସିଆଇ କର୍ମକର୍ତ୍ତା ପ୍ରତିଶ୍ରୁତି ଦେଇଥିଲେ। ହେଲେ ଠିକ୍‌ ସମୟରେ ଉକ୍ତ କର୍ମକର୍ତ୍ତା ଫୋନ ଉଠାଇ ନ ଥିଲେ। ଏ ନେଇ ପୂର୍ବତନ ଭାରତୀୟ ଅଧିନାୟକ ତଥା ଭାଷ୍ୟକାର ସୁନୀଲ ଗାଭାସ୍କର ଦୁଃଖ ପ୍ରକାଶ କରିଛନ୍ତି। ବିସିସିଆଇ କିଛି ବକ୍ସ ଟିକେଟ୍‌ ରଖିଥିବା ନେଇ ମୁଁ ନିଶ୍ଚିତ। ମୋ ମତରେ ବିସିସିଆଇ ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ କପିଳ ଦେବ ଓ ମହିନ୍ଦର ଅମରନାଥ ୨୦୧୧ ବିଶ୍ୱକପ୍‌ ବିଜୟୀ ଦଳର ସଦସ୍ୟ ଯୁବରାଜ ସିଂଙ୍କୁ ମଧ୍ୟ ଫାଇନାଲ ଲାଗି ଆମନ୍ତ୍ରଣ କରିବା କଥା। ଭାରତୀୟ ଦଳର ବିଶ୍ୱକପ୍‌ ସଫଳତାରେ ଏମାନଙ୍କର ବଡ଼ ହାତ ରହିଛି। ସେମାନଙ୍କୁ ସମ୍ମାନିତ କରାଯିବା ଉଚିତ। ଏପରି କି କିମ୍ବଦନ୍ତୀ କ୍ରୀଡ଼ାବିତ ପ୍ରକାଶ ପାଦୁକୋନ ଓ ମିଲଖା ସିଂଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇ ପାରିଥାନ୍ତା ବୋଲି ଗାଭାସ୍କର କହିଛନ୍ତି। ରବିବାର ଐତିହାସକ ମ୍ୟାଚ୍‌ ଉପଭୋଗ କରିବା ଲାଗି ବିସିସିଆଇ କର୍ମକର୍ତ୍ତା ଓ ପୂର୍ବତନ କର୍ମକର୍ତ୍ତା ଲଡର୍‌ସରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସଚିନଙ୍କ ପାଇଁ ସ୍ମରଣୀୟ ଦିନ

ଭାରତୀୟ କ୍ରିକେଟରେ ଯେତେବେଳେ କୌଣସି ମହାନ ବ୍ୟାଟ୍ସମ୍ୟାନ୍‌ ବିଷୟରେ କୁହାଯାଏ ସର୍ବପ୍ରଥମେ ନାମ ଆସିଥାଏ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମ। ସେ କେବଳ ନିଜ...

ଭାରତରେ ବିବାହ କରିବେ ଏହି ପାକିସ୍ତାନ କ୍ରିକେଟର

ଇସଲମାବାଦ, ୩୦।୭: ଭାରତୀୟ ଟେନିସ ଷ୍ଟାର୍‌ ସାନିଆ ମିର୍ଜାଙ୍କ ପରେ ଆର ଜଣେ ଭାରତୀୟ ଯୁବତୀ ପାକିସ୍ତାନ କ୍ରିକେଟରଙ୍କୁ ବିବାହ କରିବାକୁ ଯାଉଛନ୍ତି। ହରିୟାଣାର ନୁଁହ...

ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେଲେ ପାର୍ଥିବ

ମୁମ୍ବାଇ, ୧୧ା୧୨ (ପି.ଟି.)-ଭାରତ ଓ ଗୁଜରାଟର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସରେ ଜଣେ...

ପ୍ରଥମ ଥର ଝିଅଙ୍କ ସହ ବିଜ୍ଞାପନରେ ନଜର ଆସିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏବେ ମାତ୍ର ୫ ବର୍ଷର। ମାତ୍ର ୫ ବର୍ଷ ବୟସରୁ ସେ...

ଟସ୍‌ ଜିତିଲା ଏମ୍‌ଆଇ, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୨୧।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୯ ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ୍‌୍‌ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ ଜିତି...

ଟିମ୍‌ ଇଣ୍ଡିଆକୁ ଆହୁରି ଶକ୍ତିଶାଳୀ କରିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶବ୍ଦ

ନୂଆଦିଲ୍ଲୀ,୩୧ା୧- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍‌’ରେ ଅଷ୍ଟ୍ରେଲିଆରେ ଭାରତୀୟ ଦଳର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଏହା ଟିମ୍‌ ଇଣ୍ଡିଆକୁ...

କ୍ରିକେଟର୍‌ ସ୍ତ୍ରୀଙ୍କ ଫଟୋକୁ ନେଇ ଉଠିଲା ଚର୍ଚ୍ଚା: ଶେଷରେ…

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇର୍‌ଫାନ୍‌ ପଠାନଙ୍କ ସ୍ତ୍ରୀ ସଫା ବାଗ ଏବେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ଇରଫାନ ପଠାନଙ୍କ ସ୍ତ୍ରୀଙ୍କ ଏକ...

ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଜାଡେଜା ନମ୍ବର ଓ୍ବାନ ଟେଷ୍ଟ ଅଲ୍‌ରାଉଣ୍ଡର

ଦୁବାଇ, ୨୪ା୬ (ପି.ଟି.)-ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍‌ଡରଙ୍କୁ ହଟାଇ ଭାରତର ରବୀନ୍ଦ୍ର ଜାଡେଜା ବିଶ୍ୱର ନମ୍ବର ଓ୍ବାନ ଅଲ୍‌ରାଉଣ୍ଡର ହୋଇଛନ୍ତି।...

Advertisement
Archives

Model This Week