Posted inଖେଳ

ବିଶ୍ୱକପ୍‌ ପରେ ଧୋନୀ ଅବସର ନେବା ଉଚିତ ଥିଲା: ଅଖତର

ନୂଆଦିଲ୍ଳୀ,୧୨।୪(ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତବର୍ଷ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ ପରେ ଅବସର ନେବା ଉଚିତ ଥିଲା ବୋଲି ପୂର୍ବତନ ପାକିସ୍ତାନ ଦ୍ରୁତବୋଲର ସୋଏବ ଅଖତର କହିଛନ୍ତି। ଅଯଥାରେ ଏହାକୁ ଆଗକୁ ବଢାଇବାର କୌଣସି ଆବଶ୍ୟକତା ନ ଥିଲା। ତେବେ ଏହା ସତ୍ତ୍ୱେ ତାଙ୍କୁ ସମ୍ମାନର ସହିତ ଅବସର ନେବାର ସୁଯୋଗ ଦିଆଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଭାରତୀୟ ତଥା ବିଶ୍ୱକ୍ରିକେଟ ପାଇଁ ଧୋନୀଙ୍କ ଅବଦାନ ଅତୁଳନୀୟ। ତେଣୁ ସେ ଆତ୍ମସମ୍ମାନର ସହ କ୍ରିକେଟ ଛାଡିବା ଉଚିତ। ଅଯଥାରେ ସେ ମାମଲାକୁ ଏତେ ବାଟ ଟାଣି ଆଣିଛନ୍ତି। ତାଙ୍କ ସ୍ଥାନରେ ଥିଲେ ଅବସର ଗ୍ରହଣ କରିସାରିଥାନ୍ତି। ତେବେ ଛୋଟିଆ ଫର୍ମାଟ୍‌ରେ ୩-୪ ବର୍ଷ ଖେଳ ଜାରି ରଖିଥାନ୍ତି। ତେବେ ଶତପ୍ରତିଶତ ପ୍ରଦର୍ଶନ କରି ନ ପାରୁଥିବାରୁ ବିଶ୍ୱକପ୍‌ ପରେ ଅବସର ନେଇଥାନ୍ତି।
ଜୁଲାଇରେ ବିଶ୍ୱକପ୍‌ ସେମିଫାଇନାଲ ଖେଳିବା ପରେ ଧୋନୀ କୌଣସି ପ୍ରତିଯୋଗିତାମୂଳକ କ୍ରିକେଟ ଖେଳିନାହାନ୍ତି। ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳି ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା ଧୋନୀ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ତେବେ କୋଭିଡ-୧୯ ସଂକ୍ରମଣ କାରଣରୁ ଆଇପିଏଲ ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଯଦି ଆଇପିଏଲ୍‌ରେ ସେ ଭଲ ଖେଳିଥାନ୍ତେ ତାହାଲେ ତାଙ୍କୁ ଆଗାମୀ ଅକ୍ଟୋବର- ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜନ ବୋକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିବାର ସୁଯୋଗ ମିଳିଥାନ୍ତା।
ଧୋନୀ ଏବେ ଅଲୋଡା ହୋଇଯାଇଛନ୍ତି। ତେବେ ତାଙ୍କୁ ସମ୍ମାନର ସହିତ ଅବସର ନେବାର ସୁଯୋଗ ଦିଆଯିବା ଉଚିତ ହେବ ବୋଲି ଅଖତର କହିଛନ୍ତି। ତାଙ୍କୁ ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧାର ସହିତ ଯିବାକୁ ଦିଆଯିବ। ଭାରତ ପାଇଁ ସେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛନ୍ତି। ସେ ମଧ୍ୟ ଭାରତ ପାଇଁ ବିଶ୍ୱକପ୍‌ ଜିତିଛନ୍ତି। ସେ ଜଣେ ଚମତ୍କାର ବ୍ୟକ୍ତିତ୍ୱ। ତେବେ ସେ ବର୍ତ୍ତମାନ ଭାରତୀୟ ଦଳ ପାଇଁ ଅଲୋଡ଼ା ହୋଇଯାଇଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ଧୋନୀ ମ୍ୟାଚ୍‌ ଫିନିଶ୍‌ କରିବାରେ ବିଫଳ ହୋଇଥିଲେ। ଠିକ୍‌ ଏହା ପରେ ସେ ଅବସର ନେବାର ଥିଲା। ତେବେ କାହିଁକି ଏପରି କଲେ ନାହିଁ ତାହା ତାଙ୍କୁ ଜଣାଥିବ ବୋଲି ଅଖତର କହିଛନ୍ତି। ସେ ଏକ ବିଦାୟୀ ତଥା ଫେୟାରଓ୍ବେଲ ସିରିଜ ଖେଳି ଅବସର ନେଇଥିଲେ ଭଲ ହୋଇଥାନ୍ତା।
ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମିଡଲଅର୍ଡରରେ ଜଣେ ମ୍ୟାଚ୍‌ ଓ୍ବିନରଙ୍କୁ ଆବଶ୍ୟକ କରୁଛି। ୨୦୧୩ ଚାମ୍ପିୟନ୍ସ ଟ୍ରଫିରେ ଭାରତ ବିଜୟୀ ହେବାରେ ସଫଳ ହୋଇପାରି ନ ଥିଲା। ଟୁର୍ନାମେଣ୍ଟ ଜିତିବା ଓ ବିଭିନ୍ନ ଫର୍ମାଟ୍‌ରେ ଶୀର୍ଷରେ ରହିବା ଅଲଗା କଥା। ଭାରତ ଟେଷ୍ଟ ସମେତ ଅନ୍ୟଫର୍ମାଟ ଭଲ ପ୍ରଦର୍ଶନ କରି ଶୀର୍ଷରେ ରହୁଛି। କେବଳ ଯେ, ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଇଭେଣ୍ଟରେ ଭଲ ପ୍ରଦର୍ଶନ କଲେ ଚଳିବ ନାହିଁ। ବର୍ଷ ସାରା ମଧ୍ୟ ସବୁ ଫର୍ମାଟ୍‌ରେ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। ସେହିପରି ଆଇସିସି ଇଭେଣ୍ଟଗୁଡିକରେ ମଧ୍ୟ ବିଜୟୀ ହେବା ଜରୁରୀ। ଭାରତୀୟ ମିଡଲ ଅର୍ଡରରେ ଯୁବରାଜ ସିଂ କିମ୍ବା ଧୋନୀଙ୍କ ଭଳି ଜଣେ ମ୍ୟାଚ୍‌ ଓ୍ବିନର ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ୧୯୯୮ରେ ଭାରତ ଗସ୍ତ ସମୟରେ ଆମେ ମଧ୍ୟ ଠିକ ଏହା ଚିନ୍ତା କରୁଥିଲୁ। ଭାରତୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କଲେ ଆମେ ମ୍ୟାଚ୍‌ ଜିତିବୁ ବୋଲି ଭାବୁଥିଲୁ। କିନ୍ତୁ ଯୁବରାଜ ଓ ଧୋନୀ ଆସିବା ପରେ କଥା ଅଲଗା ହୋଇଥିଲା। କିନ୍ତୁ ଭାରତୀୟ ଦଳରେ ଏବେ ଫିନିସର ନାହାନ୍ତି ବୋଲି ୪୪ ବର୍ଷୀୟ ଅଖତର କହିଛନ୍ତି।
କରୋନା ଭାଇରସ ସଂକ୍ରମଣ କାରଣରୁ ଆଗାମୀ ୬ରୁ ୮ ମାସ କ୍ରିକେଟ ସମ୍ଭବ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଯଦି ଭାରତର ଅଷ୍ଟ୍ରେଲିଆ ଗସ୍ତ ସମ୍ଭବ ହୁଏ ତେବେ ଏହା ଭାରତ ପାଇଁ ପରୀକ୍ଷା ସୃଷ୍ଟି କରିବ। ଗତ ବର୍ଷ ଭାରତ ଅଷ୍ଟ୍ରେଲିଆରେ ପ୍ରଥମଥର ପାଇଁ ଟେଷ୍ଟ ସିରିଜ ଜିତି ଇତିହାସ ସୃଷ୍ଟି କରିଥିଲା। ତେବେ ଏଥର ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନରଙ୍କ ଉପସ୍ଥିତି ଭାରତ ପାଇଁ ସମସ୍ୟା ସୃଷ୍ଟି କରିବ। ଗତ ସିରିଜରେ ଏହି ଦୁଇ ଖେଳାଳି ବଲ୍‌ ଟ୍ୟାମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଳରୁ ବାଦ୍‌ ପଡିଥିଲେ। ଫଳରେ ଭାରତ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ଗତ ସିରିଜରେ କିନ୍ତୁ ଭାରତ ୦-୩ରେ ନ୍ୟୁଜିଲାଣ୍ଡଠାରୁ ହ୍ବାଇଟ୍‌ ଓ୍ବାଶ୍‌ର ସମ୍ମୁଖୀନ ହୋଇଥିଲା। ତେବେ ଏହା ସତ୍ତ୍ୱେ ଭାରତ ଏକ ଭଲ ଦଳ। ତେବେ ଗତଥର ଭଳି ପ୍ରଦର୍ଶନ କରିବାକୁ ଭାରତ ଆଗରେ ଚ୍ୟାଲେଞ୍ଜ ରହିବ। କିନ୍ତୁ ଏହି ସିରିଜ ଆୟୋଜନ ହେବା ଭଳି ଲାଗୁନାହିଁ। ଆଗାମୀ ଗୋଟିଏ ବର୍ଷ କ୍ରିକେଟ ସମ୍ଭବ ନୁହଁ ବୋଲି ମୋତ ଲାଗୁଛି। ଟି୨୦ ବିଶ୍ୱକପ୍‌ ମଧ୍ୟ ଆୟୋଜନ ହେବା କଷ୍ଟକର। କୋଭିଡ୍‌-୧୯ ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବା ଯାଏ କିଛି ସମ୍ଭବ ନୁହଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବାଟଲିଂଙ୍କ ଲଢୁଆ ଅର୍ଦ୍ଧଶତକ

ଗାଲେ, ୧୬ା୮ (ଏଏଫ୍‌ପି)- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ କ୍ରିକେଟରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ବି.ଜେ. ଓ୍ବାଟଲିଂଙ୍କ ଲଢୁଆ ଅପରାଜିତ ଅର୍ଦ୍ଧଶତକ ହାସଲ କରିଛନ୍ତି। ଫଳରେ...

ସାର୍କ ଧରିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ କୁନି ପୁଅ

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ନିଜ ପୁଅ ସହ ଏକ ଫଟୋ ଶେୟାର କରିଛନ୍ତି।...

କୋଭିଡ୍‌-୧୯: ମୋଟ ୧ କୋଟି ଟଙ୍କା ପାଣ୍ଠି ସଂଗ୍ରହ କଲା ଆଇଓଏ

ନୂଆଦିଲ୍ଲୀ,୬।୪(ପି.ଟି.)- କୋଭିଡ୍‌-୧୯ ଲଢେଇରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ମୋଟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପାଣ୍ଠି ସଂଗ୍ରହ କରିଛି। ବିଭିନ୍ନ ଜାତୀୟ ସ୍ପୋଟର୍‌ସ ଫେଡେରେଶନ...

ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍‌ ପଦବୀରୁ ଓହରିଲେ ମେଣ୍ଡେଜ୍‌

କୋଲକାତା, ୨୧ା୧ (ପି.ଟି.)-ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍‌ ଆଲେଜାଣ୍ଡ୍ରୋ ମେଣ୍ଡେଜ୍‌ ବ୍ୟକ୍ତିଗତ କାରଣ ଦର୍ଶାଇ ତାଙ୍କ ପଦବୀରୁ ଓହରିଯାଇଛନ୍ତି। ଏକ ଆଇ-ଲିଗ୍‌ ମ୍ୟାଚରେ ତାଙ୍କ ଦଳ ପାରମ୍ପରିକ...

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଖେଳି ନ ପାରନ୍ତି ଲଥାମ

ଅକ୍‌ଲାଣ୍ଡ,୧୭ା୫- ଶ୍ରୀଲଙ୍କା ବିପକ୍ଷରେ ଜୁନ ୧ ତାରିଖରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡର ପ୍ରଥମ ବିଶ୍ୱକପ୍‌ ମ୍ୟାଚ୍‌ରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ ଲଥାମଙ୍କ ଖେଳିବା ନେଇ ଅନିଶ୍ଚିତତା...

ସଚିନଙ୍କ ଆଉ ଏକ ରେକର୍ଡ ଭାଙ୍ଗିବା ଅପେକ୍ଷାରେ କୋହଲି

କାନବେରା, ୧।୧୨ : ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ରହିଛି ଏକ ବଡ଼ ରେକର୍ଡ ହାସଲ କରିବାର ସୁଯୋଗ। ବିଶ୍ୱର ଏହି ମହାନ...

ଏଟିପି, ଡବ୍ଲ୍ୟୁଟିଏର ବିଲୟ ପାଇଁ କିଙ୍ଗ୍‌, ଫେଡରର, ନାଡାଲଙ୍କ ପ୍ରସ୍ତାବ

ପ୍ୟାରିସ,୨୩।୪ (ଏଏଫ୍‌ପି): ପୁରୁଷ ଟେନିସର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଏଟିପି ଓ ମହିଳା ଟେନିସର ଡବ୍ଲ୍ୟୁଟିଏର ବିଧିବଦ୍ଧ ବିଲୟ ପାଇଁ ଏବେ ପ୍ରସ୍ତାବ ଦିଆଯାଇଛି। ଡବ୍ଲ୍ୟୁଟିଏ...

ଅଲିମ୍ପିକ୍ସରୁ ଭାରତକୁ ୬ ପଦକ ସମ୍ଭାବନା

ଭୁବନେଶ୍ୱର, ୧୭।୨(କ୍ରୀଡ଼ା ପ୍ରତିନିଧି)- ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସରେ ଭାରତକୁ ଅତିକମ୍‌ରେ ୬ ପଦକ ମିଳିବା ସମ୍ଭାବନା ରହିଛି ବୋଲି ଓଡ଼ିଶାର କ୍ରୀଡ଼ା ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।...

Advertisement

BGU

Archives

Model This Week

Why Dharitri